କ୍ୟାଟ୍‌ ୱାକ୍‌ କଲା ବିଲେଇ, ଭାଇରାଲ୍‌ ହେଲା ଭିଡିଓ

ଫ୍ୟାସନ୍‌ ଶୋ’ଗୁଡିକରେ ମଡେଲ୍‌ମାନେ ରାମ୍ପରେ ଚାଲିବାର ଆପଣ ଦେଖିଥିବେ। ଆଉ ସେହି ଚାଲିବାକୁ ‘କ୍ୟାଟ୍‌ ୱାକ୍‌’ କୁହାଯାଏ। ଏହାର ମାନେ ବିଲେଇ ଭଳି ଚାଲିବା। ଅଙ୍କେଇ ବଙ୍କେଇ ବିଲେଇ ଯେପରି ଚାଲେ ମଡେଲ୍‌ମାନଙ୍କ ଚାଲିକୁ ତାହା ସହିତ ତୁଳନା କରାଯାଇଛି। ରାମ୍ପରେ ମଡେଲ ଚାଲିବା ବେଳେ ଏହା ଉପସ୍ଥିତ ଲୋକମାନଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଥରେ ଭାବନ୍ତୁ, ଯଦି ରାମ୍ପରେ କେବେ ପ୍ରକୃତରେ ବିଲେଇ ଆସି ଚାଲିବା ଆରମ୍ଭ କରିବ ତେବେ ପରିବେଶ କେମିତି ରହିବ। କଥା ଶୁଣି […]

CT

CT

Biswobandita Swain
  • Published: Tuesday, 30 October 2018
  • Updated: 30 October 2018, 04:19 PM IST

Sports

Latest News

ଫ୍ୟାସନ୍‌ ଶୋ’ଗୁଡିକରେ ମଡେଲ୍‌ମାନେ ରାମ୍ପରେ ଚାଲିବାର ଆପଣ ଦେଖିଥିବେ। ଆଉ ସେହି ଚାଲିବାକୁ ‘କ୍ୟାଟ୍‌ ୱାକ୍‌’ କୁହାଯାଏ। ଏହାର ମାନେ ବିଲେଇ ଭଳି ଚାଲିବା। ଅଙ୍କେଇ ବଙ୍କେଇ ବିଲେଇ ଯେପରି ଚାଲେ ମଡେଲ୍‌ମାନଙ୍କ ଚାଲିକୁ ତାହା ସହିତ ତୁଳନା କରାଯାଇଛି।

ରାମ୍ପରେ ମଡେଲ ଚାଲିବା ବେଳେ ଏହା ଉପସ୍ଥିତ ଲୋକମାନଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଥରେ ଭାବନ୍ତୁ, ଯଦି ରାମ୍ପରେ କେବେ ପ୍ରକୃତରେ ବିଲେଇ ଆସି ଚାଲିବା ଆରମ୍ଭ କରିବ ତେବେ ପରିବେଶ କେମିତି ରହିବ।

କଥା ଶୁଣି ଆପଣ ହସୁଥିବେ। ଭାବୁଥିବେ ଆମେ ଇଆଡୁ ସିଆଡୁ କ’ଣ ଗୁଡାଏ ଗପୁଛୁ।

ନାଇଁ ନାଇଁ ଆଜ୍ଞା, ସେମିତି ନୁହେଁ। ସତସତିକା ଏମିତି ଏକ ମନୋରମ ପରିବେଶ ଦେଖିବାକୁ ମିଳିଥିଲା ଇସ୍ତାନବୁଲ୍‌ରେ।

ସେଠାରେ ଚାଲିଥିବା ‘ଏସମୋଡ ଇଣ୍ଟରନ୍ୟାସନାଲ୍‌ ଫ୍ୟାସନ ଶୋ’ରେ ଏମିତି କିଛି ଦୃଶ୍ୟ ଏବେ ସେଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶୋ' ଚାଲିଥିବା ସମୟରେ ଷ୍ଟେଜ୍‌କୁ ଗୋଟେ ବିଲେଇ ଚାଲିଆସି ମଡେଲ୍‌ମାନଙ୍କ ସହ ଚାଲିବା ଆରମ୍ଭ କରିଥିଲା। ଅପ୍ରତ୍ୟାସିତ ଭାବେ ଘଟଣାଟି ଘଟିଥିବାରୁ ଏହା ଦେଖିବା ପରେ ଉପସ୍ଥିତ ଲୋକେ ହସି ହସି ବେଦମ୍‌ ହୋଇଯାଇଥିଲେ।

କିଛି ଲୋକ ମଡେଲ୍‌ ଏବଂ ବିଲେଇର କ୍ୟାଟ୍‌ ୱାକ୍‌କୁ ଭିଡିଓ କରିବାରେ ଲାଗିଲେ। ଯାହା ଏବେ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

https://www.youtube.com/watch?v=664tWn9r6xg

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos