ଗୋଟିଏ ଚୋଟରେ ଯିବ ୬୦ ଜୀବନ: ଜାଣନ୍ତୁ ଭାରତର ୫ଟି ବିଷଧର ସାପ ସମ୍ପର୍କରେ

ଆରମ୍ଭ ହେଲାଣି ବର୍ଷାଋତୁ। ଏହି ଋତୁରେ ଜୀବଜନ୍ତୁଙ୍କ ଭୟ ମନ ଭିତରେ ଥାଏ ରହିଥାଏ। ବିଶେଷକରି ସାପର ଭୟ ତ ଅଧିକ ରହିଥାଏ। ବିଷଧର ସାପ କାମୁଡିବା ଦ୍ୱାରା ଅନେକ ଲୋକ ମୃତ୍ୟୁବରଣ କରିଥାନ୍ତି। ଭାରତରେ ଥିବା ସେହିଭଳି କିଛି ବିଷଧର ସାପଙ୍କ ସର୍ମ୍ପକରେ ଆସନ୍ତୁ ଜାଣିବା। ଇଣ୍ଡିଆନ୍‌ କୋବ୍ରା:ଭାରତର ଦେଖାଯାଉଥିବା ଏହି ପ୍ରଜାତିର ସାପ ସବୁଠାରୁ ଅଧିକ ବିଷଧର । ଏହାକୁ ଆମେ ନାଗ ସାପ ମଧ୍ୟ କହିଥାଉ। ହିନ୍ଦୁ ଧର୍ମର ଲୋକମାନେ ନାଗ ସାପକୁ […]

snake 11

snake 11

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 10:30 PM IST

Sports

Latest News

ଆରମ୍ଭ ହେଲାଣି ବର୍ଷାଋତୁ। ଏହି ଋତୁରେ ଜୀବଜନ୍ତୁଙ୍କ ଭୟ ମନ ଭିତରେ ଥାଏ ରହିଥାଏ। ବିଶେଷକରି ସାପର ଭୟ ତ ଅଧିକ ରହିଥାଏ। ବିଷଧର ସାପ କାମୁଡିବା ଦ୍ୱାରା ଅନେକ ଲୋକ ମୃତ୍ୟୁବରଣ କରିଥାନ୍ତି। ଭାରତରେ ଥିବା ସେହିଭଳି କିଛି ବିଷଧର ସାପଙ୍କ ସର୍ମ୍ପକରେ ଆସନ୍ତୁ ଜାଣିବା।

ଇଣ୍ଡିଆନ୍‌ କୋବ୍ରା:ଭାରତର ଦେଖାଯାଉଥିବା ଏହି ପ୍ରଜାତିର ସାପ ସବୁଠାରୁ ଅଧିକ ବିଷଧର । ଏହାକୁ ଆମେ ନାଗ ସାପ ମଧ୍ୟ କହିଥାଉ। ହିନ୍ଦୁ ଧର୍ମର ଲୋକମାନେ ନାଗ ସାପକୁ ପୂଜା କରିଥାନ୍ତି।  ଭାରତର ପ୍ରାୟ ପ୍ରତ୍ୟେକ ସ୍ଥାନର ଏହି ପ୍ରଜାତିର ଦେଖିବାକୁ ମିଳିଥାନ୍ତି। ଏହି ସାପ କାମୁଡିଲେ ମଣିଷକୁ ବଞ୍ଚାଇବା କଷ୍ଟକର ହୋଇଥାଏ। ଗୋଟିଏ ବୟସ୍କ ନାଗ ସାପର ଲମ୍ବ ୧ମିଟରରୁ ୧.୫ମିଟର।

ଇଣ୍ଡିଆନ କ୍ରେଟ: ଭାରତର ବିଷଧର ସାପଙ୍କ ଭିତରେ ଇଣ୍ଡିଆନ୍‌ କ୍ରେଟ ସାମିଲ। ଏହି ସାପ ଦଂଶନ କରିବା ଦ୍ୱାରା ଏତେ ପରିମାଣର ବିଷ ଛାଡିଥାଏ ଯେ ସେହି ବିଷ ଦ୍ୱାରା ପ୍ରାୟ ୬୦ ଜଣଙ୍କ ମୃତ୍ୟୁ ହୋଇଯିବ। ୧୨ ପ୍ରଜାତି ଓ ୫ ଉପ-ପ୍ରଜାତିର ଏହି ବିଷଧର ସାପ ଭାରତରେ ଦେଖିବାକୁ ମିଳେ। ବାର୍ଷିକ ପ୍ରାୟ ୧୦ ହଜାର ଲୋକଙ୍କର ମୃତ୍ୟୁ ଏହି ସାପ କାମୁଡିବା ଦ୍ୱାରା ହୋଇଥାଏ। ଓଡିଶାରେ ଏହି ବିଷଧର ସାପର ନାଁ ହେଉଛି ରଣା ସାପ।

ରସେଲ ଭାଇପର ବା ବୋଡା ସାପ: ଏହି ପ୍ରଜାତିର ସାପ ଇଣ୍ଡିଆନ କ୍ରେଟ ସାପ ଠାରୁ କମ୍‌ ବିଷଧର। ଏହାର ରଙ୍ଗ ହାଲ୍‌କା ହଳଦିଆ ଓ ଶରୀର ଉପରେ ବୃତ୍ତ ଆକାରର କଳା ଦାଗ ରହିଥାଏ। ଏହି ସାପ ଜୋରରେ ଗର୍ଜନ କରିଥାଏ। ଦଶରୁ କୋଡିଏ ଫୁଟ ଦୂର ପର୍ଯ୍ୟନ୍ତ ଏହି ସାପର ଗର୍ଜନ ଶୁଭାଯାଇଥାଏ।

ଇଣ୍ଡିଆନ ଗ୍ରୀନ୍‌ ପିଟ ଭାଇପର ବା ଲାଉଡଙ୍କ ସାପ: ଟ୍ରୀ ଭାଇପର ନାମରେ ଏହି ବିଷଧର ସାପ ଭାରତରେ ଜଣା। ଏହି ସାପ ମୁଖ୍ୟତଃ ଚାଳଛପର ଓ ବିଭିନ୍ନ ଗଛ କିମ୍ବା ବାଉଁସ ଗଛରେ ରହିଥାନ୍ତି। ଏହି ସାପ ନିଜକୁ ପୂରା ଗଛପତ୍ରର ରଙ୍ଗ ସହ ମିଶାଇ ଦେଇଥାଏ।  କୀଟପତଙ୍ଗ,ବେଙ୍ଗ ହେଉଛନ୍ତି ଏହାର ମୁଖ୍ୟ ଆହାର। ଏହି ସାପର ଲମ୍ବ ୨ରୁ ୨.୫ ଫୁଟ। ଏହି ପ୍ରଜାତିର ବିଷଧର ସାପ ଭାରତର ପଶ୍ଚିମ ଅଞ୍ଚଳରେ ଅଧିକ ଦେଖା ଯାଇଥାନ୍ତି।

କିଙ୍ଗ କୋବରା ବା ଅହିରାଜ ସାପ: ଅହିରାଜ ସାପ କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଳମ୍ବା ସାପଙ୍କ ମଧ୍ୟରୁ ଅନ୍ୟତମ । ୧୩ରୁ ୧୫ ପୁଟ ଲମ୍ବର ହୋଇଥାନ୍ତି ଅହିରାଜ ସାପ। ଅନ୍ୟ ସାପଙ୍କ ପରି ଏହି ପ୍ରଜାତିର ସାପ ମଧ୍ୟ ବହୁତ ବିଷଧର। ଏହି ସାପକୁ ଜଙ୍ଗଲ ,ସନ୍ତସନ୍ତିଆ ସ୍ଥାନ ଓ ବାଉଁସ ଜଙ୍ଗଲରେ ଦେଖିବାକୁ ମିଳେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos