କବରରୁ ବାହାରି ଆସିଲେ ମହିଳା; ୩ ବର୍ଷ ତଳେ ହୋଇଥିଲା ମୃତ୍ୟୁ!

ଜଣେ ମହିଳା ନିଜ କବରରୁ ବାହାରି ଆସିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ମହିଳାଙ୍କର ତିନି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ତା’ପରେ ତାଙ୍କୁ କବର ଦିଆଯାଇଥିଲା। କବର ଭିତରୁ ବାହାରି ଆସିଥିବା ଏହି ମହିଳାଙ୍କ ଚମଡ଼ା ନଷ୍ଟ ହୋଇଯାଇଛି। ନାକ ଆଉ ନାହିଁ କହିଲେ ଚଳେ। ଦେହରେ ମାଂସ ବୋଲି ଆଉ କିଛି ନାହିଁ। ତାଙ୍କର ଫଟୋଗୁଡ଼ିକ ସାମ୍ନାକୁ ଆସିଛି। ସେଗୁଡ଼ିକୁ ଦେଖିଲା ପରେ ବି ବିଶ୍ୱାସ ହେଉନି ଯେ ମହିଳା ଜଣଙ୍କ ତିନି ବର୍ଷ ପରେ […]

dead

dead

Rakesh Mallick
  • Published: Monday, 17 July 2017
  • Updated: 17 July 2017, 12:15 PM IST

Sports

Latest News

ଜଣେ ମହିଳା ନିଜ କବରରୁ ବାହାରି ଆସିଛନ୍ତି। ଆଶ୍ଚର୍ଯ୍ୟର କଥା ଏହି ମହିଳାଙ୍କର ତିନି ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା। ତା’ପରେ ତାଙ୍କୁ କବର ଦିଆଯାଇଥିଲା।

କବର ଭିତରୁ ବାହାରି ଆସିଥିବା ଏହି ମହିଳାଙ୍କ ଚମଡ଼ା ନଷ୍ଟ ହୋଇଯାଇଛି। ନାକ ଆଉ ନାହିଁ କହିଲେ ଚଳେ। ଦେହରେ ମାଂସ ବୋଲି ଆଉ କିଛି ନାହିଁ। ତାଙ୍କର ଫଟୋଗୁଡ଼ିକ ସାମ୍ନାକୁ ଆସିଛି। ସେଗୁଡ଼ିକୁ ଦେଖିଲା ପରେ ବି ବିଶ୍ୱାସ ହେଉନି ଯେ ମହିଳା ଜଣଙ୍କ ତିନି ବର୍ଷ ପରେ କବରରୁ ଜୀବିତ ବାହାରି ଆସିଛନ୍ତି। ଏହି ଫଟୋଗୁଡ଼ିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ସେ ତିନି ବର୍ଷ ପରେ କବରରୁ ବାହାରି ଆସିଛନ୍ତି ବୋଲି ଦାବି କରାଯାଉଛି। ତେବେ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହା ଅସମ୍ଭବ। ତେବେ ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ସେଠିକାର ଲୋକେ ଏହାକୁ ବିଶ୍ୱାସ କରୁଛନ୍ତି।

WNews.world ରେ ପ୍ରକାଶ ପାଇଥିବା ଏକ ଖବର ଅନୁଯାୟୀ ଏହି ଘଟଣା ଇଣ୍ଡୋନେସିଆରେ ଘଟିଛି। ସେଠାକାର ଦକ୍ଷିଣ ମୁଲାୱେସୀ ଦ୍ୱୀପର ତାନା ତୋରାଜ ଅଞ୍ଚଳରେ ଏହି ଘଟଣା ଘଟିଛି। ଉକ୍ତ ଅଞ୍ଚଳର ଲୋକଙ୍କର ବିଶ୍ୱାସ ରହିଛି ମୃତ୍ୟୁ କ୍ଷଣିକ ନୁହେଁ। ଏହା ଏକ ଲମ୍ବା ପ୍ରକ୍ରିୟା। ଆମ ଭଳି ସେ ଅଞ୍ଚଳର ଲୋକେ ମଧ୍ୟ ସେମାନଙ୍କ ପୂର୍ବପୁରୁଷଙ୍କୁ ପିଣ୍ଡ ଦିଅନ୍ତି। କିନ୍ତୁ ସେମାନଙ୍କ ପିଣ୍ଡ ଦାନର ବ୍ୟବସ୍ଥା ପୂରା ଭିନ୍ନ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କୁ କବରରୁ ବାହାର କରି ଦିଅନ୍ତି। ସେମାନଙ୍କୁ ନୂଆ ପୋଷାକ ପିନ୍ଧାନ୍ତି। ପୂଜାର୍ଚ୍ଚନା କରିବା ପରେ ପୁଣି କବରରେ ରଖି ଦିଅନ୍ତି।  କବର ଭିତରେ ମୃତ ବ୍ୟକ୍ତିଙ୍କ ପାଇଁ ଖାଇବା ପିଇବାର ସମସ୍ତ ବ୍ୟବସ୍ଥା କରନ୍ତି।

ରିପୋର୍ଟ ଓ ଫଟୋ- ଅମର ଉଜାଲା

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos