ଦୁନିଆରେ ଏମିତି ଅନେକ ଘଟଣା ଘଟେ ଯାହା ଥାଏ ଆମ ଭାବନାଠାରୁ ବହୁ ଉପରେ । ଆଜି ମେଡିକାଲ ସାଇନ୍ସ ଦୁଃସାଧ୍ୟ ରୋଗକୁ ବି ଭଲ କରିଦେବାରେ ସଫଳ ହେଲାଣି । କିନ୍ତୁ କିଛି ଅଂଚଳରେ ଏବେବି ଏମିତି ରୋଗ ଅଛି। ଯାହା ଭଲ କରିବାରେ ଆମ ଚିକିତ୍ସା ବିଜ୍ଞାନ ବିଫଳ ହୋଇଛି । ଏଭଳି ଏକ ରୋଗ ଦେଖିବାକୁ ମିଳେ ବ୍ରାଜିଲର ସାଓ ପାଓଲୋ ସହର ନିକଟ ଏକ ଗାଁରେ ।
ଗାଁଟିର ନାଁ ଆରସ । ଏଠାରେ ଅଧିକାଂଶ ଲୋକ ଜେରୋଡର୍ମା ପିଗମେଣ୍ଟେସମ୍ ନାମକ ରୋଗରେ ପୀଡ଼ିତ। ଏହି ରୋଗ ହେଉଥିବା ଲୋକ ଖରାକୁ ଗଲେ ଶରୀର ଜଳିଯାଇ ଘା ହୋଇଯାଏ । ଯଦିଓ ଏହି ରୋଗ ଲକ୍ଷ ଲୋକରେ ଜଣକୁ ହିଁ ହୁଏ ବୋଲି ଚିକିତ୍ସା ବିଜ୍ଞାନ କରୁଛି । ହେଲେ ଏହି ଗାଁରେ ଶତକଡା ତିନିଭାଗ ଲୋକ ଏହି ଭୟଙ୍କର ରୋଗରେ ପୀଡ଼ିତ । ଏହି ରୋଗ ହୋଇଥିବା ଲୋକେ କହନ୍ତି। ଖରାକୁ ବାହାରିଲେ ସେମାନଙ୍କୁ ଅନେକ ଯନ୍ତ୍ରଣା ହୋଇଥାଏ । ତା ପରେ ଧୀରେ ଧୀରେ ଚମ ଜଳିବା ଆରମ୍ଭ କରେ । ପରେ ଏହା ସଂକ୍ରମିତ ହୋଇ ଦେହସାରା ଚରିଯାଏ । ଫଳରେ ପୂରା ଶରୀରରେ ଘା ହୋଇଯାଏ । ଏହି ବେମାରିର କାରଣ ବଂଶାନୁକ୍ରମିକ ବୋଲି ଡାକ୍ତରମାନେ କହୁଛନ୍ତି । କିନ୍ତୁ ଏହାର ଚିକିତ୍ସା ଉପାୟ ଏଯାଏ ବାହାର କରାଯାଇ ପାରିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।