ସାବାସ୍ ଡାକ୍ତର ବାବୁ ! ମୃତ୍ୟୁ ପରେ ଶରୀର ଦାନ ପାଇଁ ଘୋଷଣା

ସମୟ ବଦଳୁଛି, ତା ସହ ବଦଳୁଛି ଲୋକଙ୍କ ଚିନ୍ତାଧାରା । ଆଜିକାଲି କିଛି ଲୋକଙ୍କର ସାମାଜିକ ସଚେତନତା ଖୁବ୍ ଭଲ । ସେମାନେ ଭାବନ୍ତି ନିଜ ପାଇଁ ବଞ୍ଚିବା ଯେତିକି ଜରୁରୀ ଅନ୍ୟ ପାଇଁ ବଞ୍ଚିବା ତାଠାରୁ ଅଧିକ ଜରୁରୀ। ଏଥିରେ ସେମାନଙ୍କର ଶାନ୍ତି ଅଛି ବୋଲି ସେମାନେ ବିଚାର କରନ୍ତି । ଏହି ଧାରାରେ କିଛି ଲୋକଙ୍କର ଇଚ୍ଛା ଥାଏ, ମୃତ୍ୟୁ ପରେ ସେମାନେ ସେମାନଙ୍କ ଶରୀରକୁ ଦୁନିଆ ପାଇଁ ଦାନ କରିଯିବେ । ଏହାଦ୍ୱାରା […]

DOCTER

DOCTER

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 04:21 PM IST

Sports

Latest News

ସମୟ ବଦଳୁଛି, ତା ସହ ବଦଳୁଛି ଲୋକଙ୍କ ଚିନ୍ତାଧାରା । ଆଜିକାଲି କିଛି ଲୋକଙ୍କର ସାମାଜିକ ସଚେତନତା ଖୁବ୍ ଭଲ । ସେମାନେ ଭାବନ୍ତି ନିଜ ପାଇଁ ବଞ୍ଚିବା ଯେତିକି ଜରୁରୀ ଅନ୍ୟ ପାଇଁ ବଞ୍ଚିବା ତାଠାରୁ ଅଧିକ ଜରୁରୀ। ଏଥିରେ ସେମାନଙ୍କର ଶାନ୍ତି ଅଛି ବୋଲି ସେମାନେ ବିଚାର କରନ୍ତି । ଏହି ଧାରାରେ କିଛି ଲୋକଙ୍କର ଇଚ୍ଛା ଥାଏ, ମୃତ୍ୟୁ ପରେ ସେମାନେ ସେମାନଙ୍କ ଶରୀରକୁ ଦୁନିଆ ପାଇଁ ଦାନ କରିଯିବେ । ଏହାଦ୍ୱାରା ସେମାନେ ଚିକିତ୍ସା ବିଜ୍ଞାନର ଗବେଷଣା ଦିଗରେ ସାହାଯ୍ୟ କରିପାରିବେ କିମ୍ବା ନିଜ ଶରୀରର ଅଙ୍ଗ ଅନ୍ୟ ଲୋକଙ୍କ କାମରେ ଆସିପାରିବ ।

ଉଦାହରଣ ସ୍ୱରୂପ, ମଧ୍ୟପ୍ରଦେଶର କଟନି ଜିଲ୍ଲାର କିଛି ଲୋକ ସାମିଲ ହୋଇଛନ୍ତି ଶରୀର ଦାନ ଅଭିଯାନରେ । ଏହି ମହାନ କାର୍ଯ୍ୟ ପାଇଁ ଆଗେଇ ଆସିଛନ୍ତି ଏଠାକାର ୪ ଜଣ ଲୋକ । ଇଚ୍ଛା କରିଛନ୍ତି, ମୃତ୍ୟୁ ପରେ ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଲଗା ଲୋକଙ୍କୁ ଦିଆଯାଉ କିମ୍ବା ଚିକିତ୍ସା ବିଜ୍ଞାନର ବିକାଶ ପାଇଁ ଗବେଷଣାରେ ସ୍ଥାନ ପାଉ।

ସାଧାରଣତଃ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ କୌଣସି ଗୁରୁତର ସଂକ୍ରମଣ ରୋଗ କିମ୍ବା ଦୁର୍ଘଟଣାରେ ହୋଇଥାଏ । ସେମାନଙ୍କ ଶରୀରକୁ ଦାନ ପାଇଁ ଗ୍ରହଣ କରାଯାଏ ନାହିଁ । ସ୍ୱାଭାବିକ ମୃତ୍ୟୁ ହେଲେ ସେ ଶରୀର ଦାନ ପାଇଁ ଯୋଗ୍ୟ ହୋଇଥାଏ । ଏବେ ଭେଟନ୍ତୁ ଶରୀର ଦାନ କରିବାକୁ ଯାଉଥିବା କିଛି ଡାକ୍ତରଙ୍କୁ ।

ଉମା ନିଗମ ଓ ସଞ୍ଜୟ ନିଗମ: ଏମାନେ ସଂପର୍କରେ ସ୍ୱାମୀ ସ୍ତ୍ରୀ । ଦୁହେଁ ହେଉଛନ୍ତି ଡାକ୍ତର । ଉଭୟ ମୃତ୍ୟୁ ପରେ ନିଜ ନିଜ ଶରୀର ଦାନ ପାଇଁ ରାଜି ହୋଇଛନ୍ତି । ଏମାନଙ୍କ କହିବା କଥା, ଯେତବେଳେ ସେମାନେ ମେଡିକାଲ ପଢୁଥିଲେ, ସେ ସମୟରେ ସେମାନେ ପ୍ରାକ୍ଟିକାଲ ପାଇଁ ହ୍ୟୁମ୍ୟାନ୍ ବଡ଼ି ପାଉନଥିଲେ । ଫଳରେ ସେମାନଙ୍କୁ ପ୍ଳାଷ୍ଟିକ ଡେମୋ ମ୍ୟାଟିରିଆଲରେ କାମ ଚଳେଇବାକୁ ପଡୁଥିଲା । ପ୍ଳାଷ୍ଟିକ ତିଆରି ଡମିରେ ପାଠ ପଢ଼ି ମଣିଷ ଶରୀରକୁ ଚିହ୍ନିବା ଓ ଜାଣିବା ଏତେଟା ସହଜ ହେଉନଥିଲା । ତେଣୁ ଆଗାମୀ ଦିନରେ ଯେପରି ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀ ଏହି ସମସ୍ୟାରେ ନ ପଡ଼ନ୍ତି ସେଥିପାଇଁ ସେମାନେ ନିଜ ଶରୀର ଦାନ କରିବାକୁ ମନସ୍ଥ କରିଛନ୍ତି ।

ଡଃ ନାମଦେବ: ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡଃ ନାମଦେବ ମଧ୍ୟ ନିଜ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସେ ଫର୍ମ ପୂରଣ କରି ସାରିଛନ୍ତି , ତାଙ୍କ କହିବା କଥା, ମୃତ୍ୟୁ ପରେ ମଣିଷ ଶରୀର ମାଟିରେ ମିଶିଯାଏ । କିଛିଦିନ ପର୍ଯ୍ୟନ୍ତ ଲୋକେ ତାକୁ ମନେ ରଖନ୍ତି ଓ ପରେ ଭୁଲିଯାଆନ୍ତି । କିନ୍ତୁ ଶରୀର ଦାନ କରିବା ଦ୍ୱାରା ବ୍ୟକ୍ତି ଅମର ହୋଇଯାଏ।

ମଦନ କୁମାର: ମଦନ କୁମାର 2016ରେ ନିଜ ଶରୀର ଦାନ କରିବାକୁ ସ୍ଥିର କରିଥିଲେ । ତାଙ୍କ ମତରେ ମରିବା ପରେ ସେ ଅନ୍ୟର କାମରେ ଆସିବାକୁ ଚାହୁଁଛନ୍ତି । ତା ଦ୍ୱାରା ପୃଥିବୀରେ ଜନ୍ମ ନେବା ତାଙ୍କର ସାର୍ଥକ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story