Advertisment

ସତର୍କ! ଜୀବନ ନେଇପାରେ ମାସ୍କ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ବିଶ୍ବକୁ ଅକ୍ତିଆର କରିବା ପରେ ଅନେକ ଗୁଡ଼ିଏ ନୂଆ ନୂଆ ବିଷୟ ସହ ଲୋକେ ପରିଚିତ ହେଲେ ଏବଂ ଦୈନନ୍ଦିନ ଜୀବନରେ ଆପଣାଇଲେ। ଯେପରି ଫେସ୍ ମାସ୍କ, କ୍ୱାରେଣ୍ଟାଇନ୍ ସେଣ୍ଟର, ସାନିଟାଇଜର୍, ଲକଡାଉନ୍, ହର୍ଡ ଇମ୍ୟୁନିଟି, ହୋମ୍ କ୍ୱାରେଣ୍ଟାଇନ୍ ଏବଂ ସାମାଜିକ ଦୂରତ୍ୱ ଭଳି ଅନେକ କିଛି। ଏସବୁ ନେଇ ସୋଶାଲ ମିଡିଆରେ ଅନେକ ଗୁଜବ ଏବଂ ସଚେତନତା ବାର୍ତ୍ତା ମଧ୍ୟ ଭାଇରାଲ ହେଉଛି, ଯଦ୍ଦ୍ୱାରା ଲୋକଙ୍କ ଦ୍ୱନ୍ଦ୍ୱ ବଢ଼ିବା […]

author-image
Pragnya Choudhury
ସତର୍କ! ଜୀବନ ନେଇପାରେ ମାସ୍କ

mask-1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭୂତାଣୁ ବିଶ୍ବକୁ ଅକ୍ତିଆର କରିବା ପରେ ଅନେକ ଗୁଡ଼ିଏ ନୂଆ ନୂଆ ବିଷୟ ସହ ଲୋକେ ପରିଚିତ ହେଲେ ଏବଂ ଦୈନନ୍ଦିନ ଜୀବନରେ ଆପଣାଇଲେ। ଯେପରି ଫେସ୍ ମାସ୍କ, କ୍ୱାରେଣ୍ଟାଇନ୍ ସେଣ୍ଟର, ସାନିଟାଇଜର୍, ଲକଡାଉନ୍, ହର୍ଡ ଇମ୍ୟୁନିଟି, ହୋମ୍ କ୍ୱାରେଣ୍ଟାଇନ୍ ଏବଂ ସାମାଜିକ ଦୂରତ୍ୱ ଭଳି ଅନେକ କିଛି। ଏସବୁ ନେଇ ସୋଶାଲ ମିଡିଆରେ ଅନେକ ଗୁଜବ ଏବଂ ସଚେତନତା ବାର୍ତ୍ତା ମଧ୍ୟ ଭାଇରାଲ ହେଉଛି, ଯଦ୍ଦ୍ୱାରା ଲୋକଙ୍କ ଦ୍ୱନ୍ଦ୍ୱ ବଢ଼ିବା ସହ ସେମାନେ ଭ୍ରମିତ ମଧ୍ୟ ହେଉଛନ୍ତି। ତେବେ ଫେସ୍ ମାସ୍କକୁ ନେଇ ମଧ୍ୟ ନିକଟରେ ଅନେକ ହ୍ୱାଟସ୍ ଆପ୍ ଫର୍ରଓ୍ୱାର୍ଡ ମେସେଜ୍ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।

Advertisment

ଦୀର୍ଘ ସମୟ ଧରି ଫେସ୍ ମାସ୍କ ପିନ୍ଧିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ଏପରି କି ଏହା ସାଂଘାତିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିପାରେ ବୋଲି ହ୍ୱାଟସ୍ ଆପ୍ ଜରିଆରେ ଅନେକ ଫରଓ୍ୱାର୍ଡ ମେସେଜ୍ ଲୋକଙ୍କୁ ଚିନ୍ତାରେ ପକାଇଛି। ତେବେ ଆଜି ଜାଣିବା କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଫେସ୍ ମାସ୍କ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଇଥିବା ବେଳେ ଏଭଳି ହ୍ୱାଟସ୍ ଆପ୍ ଭାଇରାଲ୍ ମେସେଜ୍ କେତେ ସତ, କେତେ ମିଛ?

ଘରୁ ବାହାରିବା ସମୟରେ ଯେପରି ଜୋତା ପିନ୍ଧିବା ଆମେ ଭୁଲି ନ ଥାଉ, ସେହିଭଳି ଆଜି କରୋନା ଭୂତାଣୁ ସମୟରେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ ହୋଇପଡ଼ିଛି। ହେଲେ କେତେଜଣ ଏନେଇ କହୁଛନ୍ତି, ମାସ୍କ ପିନ୍ଧିବା ଦ୍ୱାରା ଶରୀରକୁ ଅମ୍ଳଜାନ ପରିମାଣରେ ଯାଏ କିମ୍ବା ନିଜର ନିଶ୍ୱାସ କାର୍ବନ ଡାଇଅକ୍ସାଇଡ୍ ନିଶ୍ୱାସ ନେବାକୁ ପରିସ୍ଥିତି ବାଧ୍ୟ କରିଥାଏ। ଫଳରେ ମୁଣ୍ଡ ହାଲୁକା କରିଦେଲା ଭଳି ଅନୁଭବ ହେବା ସହ ଶରୀର ନିସ୍ତେଜ ତଥା ଅଚେତ୍ ହେଲା ଭଳି ସ୍ଥିତି ଆସିଥାଏ।

Advertisment

mask-2

ନିକଟରେ ନ୍ୟୁ-ଜର୍ସିରେ ଏପ୍ରିଲ୨୩ ତାରିଖର ଏକ ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ଦୀର୍ଘ ଦିନ ଧରି ଏନ୍-୯୫ ମାସ୍କ ପିନ୍ଧିବା ଫଳରେ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ୍ ସୂଚନା ଦେଇଥିଲା। ଡ୍ରାଇଭରଙ୍କ କାର୍ ଏକ ପୋଲକୁ ଧକ୍କା ଦେଇଥିଲା। ଡ୍ରାଇଭର ଜଣକ ଦୀର୍ଘ ଦିନ ଧରି ଏନ୍-୯୫ ମାସ୍କ ପିନ୍ଧୁଥିଲେ ବୋଲି ପୁଲିସକୁ ବୟାନ ଦେଇଥିଲେ। ଏନେଇ ଅମ୍ଳଜାନର ଅଭାବ ଏବଂ ଅତ୍ୟଧିକ କାର୍ବନ ଡାଇଅକ୍ସାଇଡ୍ ନେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ଫେସବୁକରେ ଏକ ସତର୍କ ସୂଚନା ଦେଇଥିଲା।

ହେଲେ ପରେ ପୁଲିସ ପୁଣି ସ୍ପଷ୍ଟୀକରଣ ଦେଇଥିଲା ଯେ, ଡ୍ରାଇଭରଙ୍କ ମୃତ୍ୟୁ ପଛରେ ଏନ୍-୯୫ ମାସ୍କର ଅତ୍ୟଧିକ ବ୍ୟବହାର ହିଁ ଏକମାତ୍ର କାରଣ ବୋଲି ସେମାନେ ଶତ ପ୍ରତିଶତ ନିଶ୍ଚିତ ନୁହଁନ୍ତି। ମୃତ୍ୟୁ ପଛରେ ଅନ୍ୟ କିଛି ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିଶ୍ଚିତ ଥାଇପାରେ ବୋଲି ପୁଲିସ କହିଥିଲା।

କାର୍ବନ ଡାଇଅକ୍ସାଇଡ୍ ଶ୍ୱାସକ୍ରିୟା ପ୍ରକ୍ରିୟାର ଏକ ପ୍ରାକୃତିକ ଉପ-ଉତ୍ପାଦ ଅଟେ, ଯାହା ଆମେ ପ୍ରତିଦିନ ନିଃଶ୍ୱାସ-ପ୍ରଶ୍ୱାସରେ ନେଇଥାଉ ଓ ତ୍ୟାଗ କରିଥାଉ। ତେବେ ଫେସ୍ ମାସ୍କ ପିନ୍ଧିବା ଦ୍ୱାରା ଏହି କାର୍ବନ ଡାଇଅକ୍ସାଇଡ୍ ଅତ୍ୟଧିକ ପରିମାଣରେ ଶରୀରକୁ ଯାଉଥିବା ବେଳେ ଅମ୍ଳଜାନ କମ୍ ପରିମାଣରେ ଗ୍ରହଣ କରିବା ଫଳରେ ମୃତ୍ୟୁ କିମ୍ୱା ସାଂଘାତିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ କି ନାହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ?

mask4

ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଅନୁଯାୟୀ, ବିରଳ କ୍ଷେତ୍ରରେ ଏହା ପ୍ରକୃତରେ କ୍ଷତିକାରକ ହୋଇଥାଏ। ଅତ୍ୟଧିକ ମାତ୍ରାରେ କାର୍ବନ ଡାଇଅକ୍ସାଇଡ୍ ନେବା ଜୀବନ ପାଇଁ ବିପଜ୍ଜନକ ହୋଇପାରେ। ଏହାଦ୍ୱାରା ସାଂଘାତିକ ମୁଣ୍ଡବିନ୍ଧା, ଡବଲ୍ ଭିଜନ୍, ଭର୍ଟିଗୋ, ଏକାଗ୍ର ହେବାରେ ଅସୁବିଧା, ଅଣନିଃଶ୍ୱାସୀ ଓ ରୁନ୍ଧି ହେଲା ଭଳି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି ହୋଇପାରେ।

ମାତ୍ରାଧିକ କାର୍ବନ ଡାଇଅକ୍ସାଇଡ ଶରୀରରେ ଯେକୌଣସି କ୍ଷତି କରିବାକୁ ସମର୍ଥ। ବାୟୁମଣ୍ଡଳରେ୦.୪ ପ୍ରତିଶତ କାର୍ବନ ଡାଇଅକ୍ସାଇଡ୍ ରହିଛି। ଏହା ୧୦ ପ୍ରତିଶତ ହୋଇଗଲେ ଭୟଙ୍କର ହୋଇପାରେ। ଅନ୍ୟପଟେ ମାତ୍ରାଧିକ କମ୍ କାର୍ବନ ଡାଇଅକ୍ସାଇଡ୍ ମଧ୍ୟ ସମ୍ଭବ। ବାରମ୍ବାର ନିଃଶ୍ୱାସ ଛାଡ଼ିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଯେତେବେଳେ ଜଣେ ନିଃଶ୍ୱାସକୁ ଦବାଇ ରଖନ୍ତି, ସେତେବେଳେ ଅତ୍ୟଧିକ କାର୍ବନ ଡାଇଅକ୍ସାଇଡ୍ ପବନ ଛାଡ଼ିଥାଉ।

କାର୍ବନ ଡାଇଅକ୍ସାଇଡକୁ ନେଇ ପ୍ରମୁଖ ସମସ୍ୟାଟି ହେଲା, ଏହା ରକ୍ତର ପିଏଚକୁ ନିୟନ୍ତ୍ରଣ କରିଥାଏ। ତେବେ ଏହାର ପରିମାଣ ବଢ଼ିଗଲେ ରକ୍ତକୁ ଅମ୍ଳୀୟ କରିଥାଏ। ସେହିପରି କାର୍ବନ ଡାଇଅକ୍ସାଇଡର ପରିମାଣ ଖୁବ୍ କମିଗଲେ, ରକ୍ତକୁ ଅଧିକ କ୍ଷାର କରିଦେଇଥାଏ। ଉଭୟ ପରିସ୍ଥିତିରେ ଶରୀର ରକ୍ତର ଅମ୍ଳତା ସ୍ତରର ପରିବର୍ତ୍ତନକୁ ଚିହ୍ନଟ କରି ମୃତ୍ୟୁ ଘଟିପାରେ।

cotton-mask

ତେବେ ସବୁ ଫେସ୍ ମାସ୍କ ସମାନ ପ୍ରକାରର ନୁହେଁ। ମାକ୍ସଟି କେଉଁଥିରେ ତିଆରି ଏବଂ ଏହାକୁ କେତେ ଜୋରରେ ଆପଣ ପିନ୍ଧିଛନ୍ତି, ତାହାରି ଉପରେ ମାସ୍କ କେତେ ମାତ୍ରାରେ କାର୍ବନ ଡାଇଅକ୍ସାଇଡକୁ ପ୍ରଭାବିତ କରୁଛି ତାହା ନିର୍ଭର କରେ। ଏକ କପଡ଼ା ଦ୍ୱାରା ନିର୍ମିତ ମାସ୍କ ପିନ୍ଧି ଅମ୍ଳଜାନ ଅଭାବରେ ଜଣଙ୍କ ମୃତ୍ୟୁ ଅସମ୍ଭବ। କାରଣ କପଡ଼ା ତିଆରି ମାସ୍କ ଅଧିକାଂଶ କ୍ଷେତ୍ରରେ ଚେହେରାରେ ଜୋରରେ ଫିଟ୍ ହୋଇ ନ ଥାଏ। ଏହା ପିନ୍ଧି ଜଣେ ଶ୍ୱାସକ୍ରିୟା କଲେ, ବାୟୁ କପଡ଼ାର ଛିଦ୍ର ଦେଇ ଚଳାଚଳ କରିପାରେ।

ଏହି ପରିପ୍ରେକ୍ଷୀରେ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବିଶେଷଜ୍ଞଙ୍କ କହିବା ହେଲା, ଏନ୍-୯୫ ମାସ୍କ ଦୀର୍ଘ ସମୟ ଯାଏ ପିନ୍ଧିବା ଦ୍ୱାରା ରକ୍ତରେ ରାସୟନିକ ପରିବର୍ତ୍ତନ ଆସିପାରେ। ଏହା ସାଂଘାତିକ ରୂପ ନେଲେ ଅଚେତ୍ ମଧ୍ୟ କରିପାରେ। ତେବେ ଧୁମ୍ରପାନ, ମେଦବହୁଳତା, ସିଓପିଡି ଏବଂ ଶ୍ୱାସରୋଗ କାରଣରୁ ଯେଉଁମାନଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ପୂର୍ବରୁ ରହିଛି, ସେମାନଙ୍କ କ୍ଷେତ୍ରରେ ଏଭଳି ପରିସ୍ଥିତି ସୃଷ୍ଟି ହେବାର ଅଧିକ ସମ୍ଭାବନା ରହିଛି।

ଏନ୍-୯୫ ସମେତ ଯେକୌଣସି ମାସ୍କ ପିନ୍ଧିବା ଦ୍ୱାରା କାର୍ବନ ଡାଇଅକ୍ସାଇଡର କୁପ୍ରଭାବ ଜଣେ ସୁସ୍ଥ ମଣିଷ ଉପରେ ଦେଖାଯାଇନାହିଁ। ମାସ୍କ ପିନ୍ଧିବା ଦ୍ୱାରା ସହଜରେ ଶ୍ୱାସକ୍ରିୟା ପରିଚାଳିତ ହୋଇପାରେ ନାହିଁ। ଏଣୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ସମସ୍ୟା ଥିବା ବ୍ୟକ୍ତିମାନେ ମାସ୍କର ବ୍ୟବହାର କରିବା ଦ୍ୱାରା ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ।

mask-3

ଦୀର୍ଘ ସମୟ ଧରି ଏନ୍-୯୫ ମାସ୍କ ପିନ୍ଧିବା ଅସହଜ ହୋଇଥିବା ବେଳେ ଅମ୍ଳଜାନ ଏବଂ କାର୍ବନ ଡାଇଅକ୍ସାଇଡ୍ ସ୍ତରକୁ ପ୍ରଭାବିତ କରିଥାଏ। ହେଲେ କରୋନା ଭୂତାଣୁ ସହ ଲଢ଼ଥିବା ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ଏହା ପିନ୍ଧିବା ନିତାନ୍ତ ଜରୁରୀ। ତେବେ କପଡ଼ା ନିର୍ମିତ ମାସ୍କ ପିନ୍ଧିଲେ ଶ୍ୱାସକ୍ରିୟା ପ୍ରକ୍ରିୟାରେ ବାଧା ସୃଷ୍ଟି ହେବାର ସମ୍ଭାବନା ଖୁବ୍ କମ୍ ଥାଏ। କପଡ଼ା ମାସ୍କ ବ୍ୟବହାର ସମୟରେ ଧ୍ୟାନ ରଖନ୍ତୁ ଯେଉଳି ଆପଣଙ୍କ ପାଟି ଭଲ ଭାବରେ ଆବଦ୍ଧ ହୋଇଥିବ, ଚେହେରାରେ ଏହା ସମ୍ପୂର୍ଣ୍ଣ ଫିଟ୍ ହେଉ ନ ଥିବ ଏବଂ ଏହା ଆପଣଙ୍କୁ ଅଣନିଃଶ୍ୱାସୀ କରୁ ନ ଥିବ।

ମାସ୍କ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ନୁହେଁ, ଯାହା ବାୟୁ ଚଳାଚଳ ପାଇଁ ସୁଯୋଗ ଦେବ ନାହିଁ। ଉଭୟ ସର୍ଜିକାଲ ମାସ୍କ ଏବଂ କପଡ଼଼ା ମାସ୍କ ପିନ୍ଧି ନିଃଶ୍ୱାସ ନେବା ସମୟରେ କାର୍ବନ ଡାଇଅକ୍ସାଇଡ୍ କଣିକାଗୁଡ଼ିକ ଫସିରୁହେ ନାହିଁ। ହେଲେ କେତେକ କ୍ଷେତ୍ରରେ ପୂର୍ବରୁ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଏନ୍-୯୫ ମାସ୍କ ବ୍ୟବହାର କରିବା ଦ୍ୱାରା ଶ୍ୱାସକ୍ରିୟାରେ ଅସୁବିଧା ସୃଷ୍ଟି କରିପାରେ। କାରଣ ଏହାର ବ୍ୟବହାର ଦ୍ୱାରା ଜଣଙ୍କୁ ଶ୍ୱାସକ୍ରିୟା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିଥାଏ।