ସେନାର ବିଶ୍ୱାସୀ କୁକୁର: ନିଜ ଜୀବନ ଦେଇ ବଞ୍ଚାଇଲା ଅନେକ ଜୀବନ

କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ବିହାରର ଏକ ପୋଷା କୁକୁର ଯିଏ ନିଜ ଜୀବନ ଦେଇ ଅନେକ ଯବାନଙ୍କର ଜୀବନ ବଞ୍ଚାଇବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଭଳି ଘଟଣା ଘଟିଛି ବିହାରର ଶିଖପୁରା ଜିଲ୍ଲାରେ। ସେଠାରେ ଏକ ପୋଷା କୁକୁର ନିଜ ଜୀବନ ଦେଇ ସେନା ଶିବିରରେ ଶୋଇଥିବା ଅନେକ ଯବାନଙ୍କ ଜୀବନ ବଞ୍ଚେଇଛି । […]

dog

dog

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 04:41 PM IST

Sports

Latest News

କୁହାଯାଏ କୁକୁର ହେଉଛି ସବୁଠାରୁ ବିଶ୍ୱସ୍ଥ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନ ଦେବାକୁ ବି ପଛାଇ ନ ଥାଏ। ବିହାରର ଏକ ପୋଷା କୁକୁର ଯିଏ ନିଜ ଜୀବନ ଦେଇ ଅନେକ ଯବାନଙ୍କର ଜୀବନ ବଞ୍ଚାଇବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଏଭଳି ଘଟଣା ଘଟିଛି ବିହାରର ଶିଖପୁରା ଜିଲ୍ଲାରେ। ସେଠାରେ ଏକ ପୋଷା କୁକୁର ନିଜ ଜୀବନ ଦେଇ ସେନା ଶିବିରରେ ଶୋଇଥିବା ଅନେକ ଯବାନଙ୍କ ଜୀବନ ବଞ୍ଚେଇଛି । ଗୁରବାର ରାତିରେ ଏକ ବଡ ନାଗ ସାପ ପୋଲିସ ସେନା ଶିବିରରେ ପ୍ରବେଶ କରୁଥିଲା । ଏହି ସମୟରେ ଯବାନଙ୍କ ପୋଷା କୁକୁର ସାପକୁ ଦେଖିନେଇଥିଲା । ପରେ ସାପଟିକୁ  ଶିବିର ମଧ୍ୟକୁ ପ୍ରବେଶ କରିବାକୁ ଦେଇନଥିଲା। ଉଭୟଙ୍କ ମଧ୍ୟ ଦୀର୍ଘ ସମୟ ଧରି ସଂଘର୍ଷ ହୋଇଥିଲା। ଯେଉଁଥିରେ କୁକୁରର ଆକ୍ରମଣରେ ସାପଟି  ପ୍ରାଣ ହରାଇଥିଲା। ଏହାରି ମଧ୍ୟରେ ସାପ କିନ୍ତୁ କୁକୁରକୁ କାମୁଡି ସାରିଥିଲା ଶେଷରେ ସାପର ବିଷରେ କୁକୁର ବି ପ୍ରାଣ ହରାଥିଲା । ସକାଳେ ପୋଲିସ ଓ ସାଧାରଣ ଜନତା ସେନା ଶିବିର ପାଖରେ  କୁକୁର  ଓ ନାଗ ସାପକୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲେ ।  ନିଜ ଜୀବନ ଦେଇ କୁକୁର ଅନେକ ଯବାନଙ୍କ ଜୀବନ ବଞ୍ଚାଇଥିବାରୁ ଯବାନମାନେ କୁକୁରର ଶବକୁ ସମ୍ମାନର ସହ ମାଟିରେ ପୋତି ଶବ ସଂସ୍କାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos