ଟ୍ରାଫିକ ନିୟମ ମାନୁନଥିବା ଲୋକଙ୍କୁ ଲଜ୍ଜା: ନିୟମ ଶିଖାଉଛି କୁକୁର

ବେଙ୍ଗାଲୁରୁ: ସରକାର ଆମ ଜନତାଙ୍କ ସୁରକ୍ଷା ପାଇଁ କାହିଁ କେତେ ଟ୍ରାଫିକ୍ ନିୟମ କରୁଛନ୍ତି। ହେଲେ ଲୋକମାନେ ଟ୍ରାଫିକ୍ ନିୟମ ମାନିବା ତ ଦୂର କଥା ନିଜ ସୁରକ୍ଷା ପାଇଁ ହେଲମେଟ୍ ମଧ୍ୟ ବ୍ୟବହାର କରୁନାହାଁନ୍ତି। ଯଦି ବି କେହି ବ୍ୟବହାର କରୁଛନ୍ତି, ତା କେବଳ ଟ୍ରାଫିକ୍ ପୋଲିସ୍ ଓ ଫାଇନ୍ ପଡିବା ଡରରେ। କିନ୍ତୁ ଆପଣ କେବେ ଦେଖିଛନ୍ତି କି ଏକ କୁକୁରକୁ ଡରି ଲୋକମାନେ ଟ୍ରାଫିକ୍ ନିୟମ ମାନିବା? କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଆସନ୍ତୁ ଜାଣିବା ଏପରି ଅଜବ ଦୃଶ୍ୟ କେଉଁଠି ଦେଖିବାକୁ ମିଳିଛି।

ଘଟଣାଟି ହେଉଛି ବେଙ୍ଗାଲୁରୁର। ଏଠାରେ ଲୋକମାନଙ୍କୁ ରାସ୍ତାର ନିୟମ କାନୁନ୍ ବିଷୟରେ ଟ୍ରାଫିକ୍ ପୋଲିସ ନୁହେଁ, ବରଂ ଶିଖାଉଛି ଏକ କୁକୁର। ଏଠାରେ ଲୋକମାନଙ୍କୁ ଟ୍ରାପିକ୍ ନିୟମ ପ୍ରତି ଅବଗତ କରାଇବା ଦାୟିତ୍ୱ ନେଇଛି ଏକ ଲାବ୍ରେଡର୍ କୁକୁର। ତାର ନାଁ ହେଉଛି ହନି। ହନି ରାସ୍ତାରେ ବସି ଟ୍ରାଫିକ୍ ନିୟମ ନ ମାନୁଥୁବା ବ୍ୟକ୍ତିଙ୍କୁ ମଜା ଚଖାଏ। ଏହି କୁକୁରଟି ଏତେ ଚାଲାଖ ଯେ, ଯେଉଁ ବ୍ୟକ୍ତି ଗାଡି ଚଲାଇଲା ବେଳେ ହେଲମେଟ୍ କି ସିଟବେଲ୍ଟ୍ ପିନ୍ଧିନଥାଏ ତାଙ୍କୁ ଦେଖି ଭୁକିବାକୁ ଲାଗିଥାଏ। ତେଣୁ ଲେକମାନେ ତାକୁ ଡରି ଗାଡି ଚଲାଇଲାବେଳେ ଟ୍ରାଫିକ୍ ନିୟମ ମାନିବା ସହ ହେଲମେଟ୍ ଓ ସିଟବେଲ୍ଟ ଲଗାଇବାକୁ ବାଧ୍ୟ ହେଉଛନ୍ତି।

ବାସ୍ତବ ଘଟଣାଟି ହେଉଛି, ଏହି କୁକୁରର ମାଲିକ ଥରେ ରାସ୍ତାରେ ଯାଉଥିବା ବେଳେ ଭୟାନକ ଦୁର୍ଘଟଣା ଘଟିବା ଦେଖିଥିଲେ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଜଣକ ହେଲମେଟ୍ ପିନ୍ଧି ନ ଥିବାରୁ ମୁଣ୍ଡରେ ଆଘାତ ଲାଗି ତାଙ୍କର ମୁତ୍ୟୁ ହୋଇଥିଲା। ତା ପରଠୁ କୁକୁରର ମାଲିକ ଲୋକମାନଙ୍କୁ ଟ୍ରାଫିକ୍ ନିୟମ ପ୍ରତି ଅବଗତ କରାଇବା ପାଇଁ ନିଜେ ପାଳିଥିବା କୁକୁର ହନିର ସାହାଯ୍ୟ ନେଇଥିଲେ। ସେ ତାକୁ ଏଥି ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇଥିଲେ। ଏହା ପରଠୁ ହନି ଟ୍ରାଫିକ୍ ଛକରେ ବସି ଲୋକମାନଙ୍କୁ ରାସ୍ତାର ନିୟମ ପ୍ରତି ଅବଗତ କରାଇଆସୁଛି। କୁକୁର ହନି ଉପରେ ଏକ ଛୋଟ ଫିଲ୍ମ ମଧ୍ୟ ତିଆରି କରାଯାଇଛି।

Ordigital Desk
• Published: Thursday, 21 September 2017
• Updated: 21 September 2017, 06:17 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos