ବୁଦ୍ଧିଆ ଚାଷୀ: ଅଧିକ ଫସଲ ଉତ୍ପାଦନ ପାଇଁ ଜମିରେ ଢାଳୁଛି ମଦ

ଭାରତର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ବିନା ପାଣିରେ ଚାଷ କରିବା ସମ୍ଭବ ନୁହେଁ, ଏହା ସମସ୍ତେ ଜାଣିଛନ୍ତି। ହେଲେ କେବେ ଶୁଣିଛନ୍ତି ମଦରେ ଚାଷ କରିବା। ଆଜ୍ଞା ହଁ ଦେଶର ଏମିତି ଏକ ଜାଗା ଅଛି ଯେଉଁଠି ଚାଷୀ ତା ଫସଲରେ ସାର ବଦଳରେ ମଦ ବ୍ୟବହାର କରୁଛନ୍ତି। ଶୁଣିବାକୁ ଟିକେ ଅଖାଡୁଆ ଲାଗୁଥିଲେ ମଧ୍ୟ ଏପରି ଘଟଣା ପଦାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଲା, ଚାଷୀ ମଦ ବ୍ୟବହାରର କାରଣକୁ କୃଷୀ […]

jaipur

jaipur

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 12:21 PM IST

Sports

Latest News

ଭାରତର ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ବିନା ପାଣିରେ ଚାଷ କରିବା ସମ୍ଭବ ନୁହେଁ, ଏହା ସମସ୍ତେ ଜାଣିଛନ୍ତି। ହେଲେ କେବେ ଶୁଣିଛନ୍ତି ମଦରେ ଚାଷ କରିବା। ଆଜ୍ଞା ହଁ ଦେଶର ଏମିତି ଏକ ଜାଗା ଅଛି ଯେଉଁଠି ଚାଷୀ ତା ଫସଲରେ ସାର ବଦଳରେ ମଦ ବ୍ୟବହାର କରୁଛନ୍ତି। ଶୁଣିବାକୁ ଟିକେ ଅଖାଡୁଆ ଲାଗୁଥିଲେ ମଧ୍ୟ ଏପରି ଘଟଣା ପଦାକୁ ଆସିଛି। ଆଶ୍ଚର୍ଯ୍ୟର ବିଷୟ ହେଲା, ଚାଷୀ ମଦ ବ୍ୟବହାରର କାରଣକୁ କୃଷୀ ବୈଜ୍ଞାନିକମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି।

ଚାଷଜମିରେ ମଦ ବ୍ୟବହାର କରୁଛନ୍ତି ରାଜସ୍ଥାନର ଚାଷୀ। ଜୟପୁରର ଶେଖାବଟୀ ଗାଁର ଚାଷୀ ଏହି ଉପାୟ ଅବଲମ୍ବନ କରୁଛନ୍ତି। ଚାଷକୁ ରୋଗପୋକରୁ ମୁକ୍ତ କରିବାକୁ ଗାଁର ଚାଷୀମାନେ ଏହି ଉପାୟ ଆପଣାଇଥିଲେ। ଯାହା ସେମାନଙ୍କୁ ଦୁଇ ପ୍ରକାର ଫାଇଦା ଦେଇଥିଲା। ଚାଷୀଙ୍କ କହିବା ଅନୁସାରେ ମଦ ଛିଞ୍ଚନ ଦ୍ୱାରା ରୋଗପୋକ ଦାଉରୁ ଫସଳ ରକ୍ଷା ପାଉଛି। ଏହାସହ ଗଛ ଭଲ ବଢ଼ୁଛି ଓ ଅମଳ ମଧ୍ୟ ଭଲ ହେଉଛି। ମାତ୍ର ୨୫ରୁ ୩୦ ଏମ୍‌ଏଲ୍‌ ମଦକୁ ଅଧା ଏକର ଜମିରେ ପ୍ରୟୋଗ କରାଯାଇପାରୁଛି। ଯାହା ଗରିବ ଚାଷୀଙ୍କୁ ସୁହାଉଛି ମଧ୍ୟ। କାରଣ ସାରର ମୂଲ୍ୟ ଏବେ ଯେମିତି ବଢ଼ି ଚାଲିଛି, ଜଣେ ଚାଷୀକୁ ଏହା କିଣିବା କାଠିକର ପାଠ ହୋଇଯାଉଛି। ଏପରି ସ୍ଥିତିରେ ସାର ବଦଳରେ ମଦ ବ୍ୟବହାର ଚାଷୀଙ୍କୁ ବେଶ୍ ସୁହାଉଛି।

ଅନ୍ୟପକ୍ଷରେ କୃଷି ବିଜ୍ଞାନୀ ଅଲଗା ମତ ଦେଉଛନ୍ତି। ସେମାନଙ୍କ ମତରେ ମଦ ପ୍ରୟୋଗରେ ଅଧିକ ଫସଲ ଅମଳ ହେବା କେଉଁଠି ବି କେବେ ପରୀକ୍ଷା ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos