ପୁଚୁକି ଗାଲି ହେବାକୁ ଚାହୁଁଛନ୍ତି କି ? ପଢନ୍ତୁ କିଛି ଟିପ୍ସ

ସମସ୍ତେ ସୁନ୍ଦର ହେବାକୁ ଚାହାଁନ୍ତି। ସେଥିପାଇଁ ନିଜର ତ୍ୱଚାକୁ ସୁନ୍ଦର ଓ ସତେଜ ରଖିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କିପରି ରଖିବା ଆମ ତ୍ୱଚାକୁ ସତେଜ। ୧-କମଳା ଖାଇବା ପରେ ତା’ର ଚୋପାକୁ ଫୋପାଡି ଦିଅନ୍ତୁ ନାହିଁ। ତାକୁ ଶୁଖାଇ ଗୁଣ୍ଡ କରନ୍ତୁ। ଚନ୍ଦନ ଓ କ୍ଷୀରକୁ ଏହା ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପରେ ଏହାକୁ ମୁହଁ  ଓ ହାତରେ ଲଗାନ୍ତୁ। ୨୦/୨୫ ମିନିଟ୍‌ ପରେ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଏହା […]

aturally-

aturally-

Rakesh Mallick
  • Published: Monday, 06 March 2017
  • Updated: 07 March 2017, 11:30 AM IST

Sports

Latest News

ସମସ୍ତେ ସୁନ୍ଦର ହେବାକୁ ଚାହାଁନ୍ତି। ସେଥିପାଇଁ ନିଜର ତ୍ୱଚାକୁ ସୁନ୍ଦର ଓ ସତେଜ ରଖିବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା କିପରି ରଖିବା ଆମ ତ୍ୱଚାକୁ ସତେଜ।

୧-କମଳା ଖାଇବା ପରେ ତା’ର ଚୋପାକୁ ଫୋପାଡି ଦିଅନ୍ତୁ ନାହିଁ। ତାକୁ ଶୁଖାଇ ଗୁଣ୍ଡ କରନ୍ତୁ। ଚନ୍ଦନ ଓ କ୍ଷୀରକୁ ଏହା ସହିତ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପରେ ଏହାକୁ ମୁହଁ  ଓ ହାତରେ ଲଗାନ୍ତୁ। ୨୦/୨୫ ମିନିଟ୍‌ ପରେ ପାଣିରେ ଧୋଇ ଦିଅନ୍ତୁ। ଦେଖିବେ ଏହା ଆପଣ ତ୍ୱଚାକୁ କୋମଳ କରିଦେବ। ନିୟମିତ ବ୍ୟବହାର ଦ୍ୱାରା ତ୍ୱଚାର ଉନ୍ନତି ପରିଲକ୍ଷିତ ହେବ।

୨-କାକୁଡ଼ି ଓ ବିଲାତି ବାଇଗଣକୁ କାଟି ଉଭୟକୁ ଦୁଇ ଖଣ୍ଡ ଆଣି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ  ଓ ଏହାକୁ ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ଦେଖିବେ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ଦେଖାଯିବ।

୩- କିଛି ବୁନ୍ଦା ଲେମ୍ବୁରସ ସହିତ ସମାନ ପରିମାଣରେ ମହୁ ମିଶାଇ କ୍ରିମ୍‌ ପ୍ରସ୍ତୁତ କରନ୍ତୁ। ପରେ ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ତା’ପରେ ଧୋଇ ଦିଅନ୍ତୁ। ଏଥର ଆପଣ ତ୍ୱଚାର ସତେଜତା ଲକ୍ଷ୍ୟ କରିପାରିବେ।

୪- ମୁଠାଏ ଅଟା ସହିତ ସାମାନ୍ୟ ସୋରିଷ ତେଲ ପକାଇ ପେଷ୍ଟ ପସ୍ତୁତ କରନ୍ତୁ।  ଏହାକୁ ମୁହଁରେ ଲଗାନ୍ତୁ ଶୁଖିଗଲା ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା କଳା ଦାଗକୁ ଦୂର କରିଥାଏ।

୫-ପାଚିଲା କଦଳୀରେ ଏକ ପେଷ୍ଟ  ପ୍ରସ୍ତୁତ କରନ୍ତୁ । ଏଥିରେ  କିଛି ଅଲିଭ୍‌ ତେଲ ମିଶାନ୍ତୁ। ପରେ ଏହାକୁ ନିଜ ମୁହଁ ଓ ଗଳାରେ ଲଗାଇ କିଛି ସମୟ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ପରେ ମଶ୍ଚରାଇଜର ବ୍ୟବହାର କରନ୍ତୁ। ଏହା ଶୁଷ୍କ ତ୍ୱଚା ପାଇଁ ଫଳପ୍ରଦ ହୋଇଥାଏ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos