ଛେଳି ନା ସଇତାନ ! ସନ୍ଧ୍ୟା ନଇଁଲେ ପଡ଼ି ଯାଉଛି ତାଟିକବାଟ

ବହୁ ସମୟରେ ଅଜବ ଜୀବଙ୍କ ଜନ୍ମ ସମ୍ପର୍କରେ ଆମେ ଆପଣଙ୍କୁ କହିଛୁ। ସଇତାନ ପରି ଦିଶୁଥିବା ଏହି ଜୀବମାନେ ଜନ୍ମ ହେବାର କିଛି ସମୟ ପରେ ମରିଯାଇଥାନ୍ତି। ହେଲେ ଆର୍ଜେଣ୍ଟିନାରେ ଏପରି ଏକ ଜୀବ ଜନ୍ମ ହେବାର ୧୦ ଦିନ ପରେ ମଧ୍ୟ ଜୀବିତ ଅଛି। ଜୀବଟିର ଜନ୍ମ ପରଠାରୁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି। ଅଞ୍ଚଳରେ ଏମିତି ଭୟର ବାତାବରଣ ଖେଳିଯାଇଛି ଯେ ସନ୍ଧ୍ୟା ନଇଁଲେ ଲୋକେ କବାଟ ବନ୍ଦ କରି ଘରେ ରହିବାକୁ […]

heroine

heroine

Rakesh Mallick
  • Published: Friday, 21 July 2017
  • Updated: 21 July 2017, 07:26 PM IST

ବହୁ ସମୟରେ ଅଜବ ଜୀବଙ୍କ ଜନ୍ମ ସମ୍ପର୍କରେ ଆମେ ଆପଣଙ୍କୁ କହିଛୁ। ସଇତାନ ପରି ଦିଶୁଥିବା ଏହି ଜୀବମାନେ ଜନ୍ମ ହେବାର କିଛି ସମୟ ପରେ ମରିଯାଇଥାନ୍ତି। ହେଲେ ଆର୍ଜେଣ୍ଟିନାରେ ଏପରି ଏକ ଜୀବ ଜନ୍ମ ହେବାର ୧୦ ଦିନ ପରେ ମଧ୍ୟ ଜୀବିତ ଅଛି। ଜୀବଟିର ଜନ୍ମ ପରଠାରୁ ଲୋକେ ଭୟରେ ଘରୁ ବାହାରୁ ନାହାନ୍ତି। ଅଞ୍ଚଳରେ ଏମିତି ଭୟର ବାତାବରଣ ଖେଳିଯାଇଛି ଯେ ସନ୍ଧ୍ୟା ନଇଁଲେ ଲୋକେ କବାଟ ବନ୍ଦ କରି ଘରେ ରହିବାକୁ ଉଚିତ ମଣୁଛନ୍ତି।

ରିପୋର୍ଟ ଅନୁସାରେ ମଧ୍ୟ ଆର୍ଜେଣ୍ଟିନାର ସୋନ୍‌ ଲୁଇସ୍‌ରେ ଏକ ଛେଳି ଛୁଆ ଜନ୍ମ ହୋଇଛି। ଛଆଟିର ଶରୀର ଠିକ୍‌ ରହିଥିଲେ ମଧ୍ୟ ମୁହଁ ଭୟଙ୍କର ହୋଇଛି। ଆଖି ଦୁଇଟି ଏପରି ହୋଇଛି ଯେ ଦେଖିଲେ ଲାଗିବ ହଲିଉଡର ହରର୍‌ ଫିଲ୍ମରୁ କୌଣସି ସଇତାନ ବାହାରି ଆସିଛି।

ଜନ୍ମ ପରଠାରୁ ଗାଁରେ ଭୟର ବାତାବରଣ ଖେଳିଯାଇଛି। ଗ୍ରାମବାସୀ ଏହାକୁ ସଇତାନର ରୂପ ବୋଲି ଭାବୁଛନ୍ତି। ଏପରିକି ଗ୍ରାମବାସୀ ଏନେଇ ପୋଲିସକୁ ମଧ୍ୟ ଖବର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos