ରାଜଧାନୀରେ ବଢୁଛି ‘ଚିଡ଼ିଆ ବଜାର’ର ଚାହିଦା

ଭୁବନେଶ୍ୱର(ରାକେଶ ମଲ୍ଲିକ): ଘରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀ ରଖିବା ଲୋକଙ୍କ ସଉକ। ଦିନ ଥିଲା ସମସ୍ତଙ୍କ ଘରେ ଦେଖିବାକୁ ମିଳୁଥିଲା ବିଭିନ୍ନ ପ୍ରଜାତିର ଦେଶୀ ପ୍ରାଣୀ। ଏବେ ସମୟ ବଦଳିବା ସହ ଦେଶୀ ପ୍ରାଣୀଙ୍କ ସ୍ଥାନରେ ବିଦେଶୀ ଓ ରଙ୍ଗ ବେରଙ୍ଗର ପ୍ରାଣୀ ରଖିବାକୁ ଲୋକେ ପସନ୍ଦ କରୁଛନ୍ତି। ବିଶେଷ କରି ସହରାଞ୍ଚଳରେ ଏହି ସଉକ ଅଧିକ ଦେଖିବାକୁ ମିଳୁଛି। ଦେଶୀ କୁକୁରଙ୍କ ସ୍ଥାନ ନେଇଛନ୍ତି ବିଭିନ୍ନ ପ୍ରଜାତିର ବିଦେଶୀ କୁକୁର। ଘରେ ଘରେ ଆକ୍ୱାରିୟମରେ […]

birds

birds

Rakesh Mallick
  • Published: Saturday, 17 September 2016
  • Updated: 17 September 2016, 12:28 PM IST

Sports

Latest News

ଭୁବନେଶ୍ୱର(ରାକେଶ ମଲ୍ଲିକ): ଘରେ ବିଭିନ୍ନ ପ୍ରଜାତିର ପଶୁ, ପକ୍ଷୀ ରଖିବା ଲୋକଙ୍କ ସଉକ। ଦିନ ଥିଲା ସମସ୍ତଙ୍କ ଘରେ ଦେଖିବାକୁ ମିଳୁଥିଲା ବିଭିନ୍ନ ପ୍ରଜାତିର ଦେଶୀ ପ୍ରାଣୀ। ଏବେ ସମୟ ବଦଳିବା ସହ ଦେଶୀ ପ୍ରାଣୀଙ୍କ ସ୍ଥାନରେ ବିଦେଶୀ ଓ ରଙ୍ଗ ବେରଙ୍ଗର ପ୍ରାଣୀ ରଖିବାକୁ ଲୋକେ ପସନ୍ଦ କରୁଛନ୍ତି। ବିଶେଷ କରି ସହରାଞ୍ଚଳରେ ଏହି ସଉକ ଅଧିକ ଦେଖିବାକୁ ମିଳୁଛି। ଦେଶୀ କୁକୁରଙ୍କ ସ୍ଥାନ ନେଇଛନ୍ତି ବିଭିନ୍ନ ପ୍ରଜାତିର ବିଦେଶୀ କୁକୁର। ଘରେ ଘରେ ଆକ୍ୱାରିୟମରେ ରଙ୍ଗୀନ ମାଛ ରଖିବା ଏକ ସଉକରେ ପରିଣତ ହୋଇଛି। ଏହାସହ ବିଦେଶୀ ଶୁଆ, ଧଳା ଓ କଳା ରଙ୍ଗର ପାରା, ଧଳା ଠେକୁଆ, ଲଭ ବାର୍ଡ, ଗିନିପିଗ୍‌ ଘରେ ରଖିବାକୁ ଲୋକେ ପସନ୍ଦ କରୁଛନ୍ତି।

birds2ଲୋକଙ୍କ ଚାହିଦାକୁ ଦେଖି ସହରାଞ୍ଚଳରେ ମଧ୍ୟ ଏପରି ପ୍ରାଣୀ ଯୋଗାଇ ଦେବାକୁ ସ୍ୱତନ୍ତ୍ର ବଜାରମାନ ଖୋଲୁଛି। ରାଜଧାନୀ ଭୁବନେଶ୍ୱରର ଅଶୋକ ମାର୍କେଟରେ ରହିଛି ଏପରି ଏକ ବଜାର ‘ଚିଡିଆ ବଜାର’। ଯେଉଁଠି ଆପଣ ପାଇବେ ନିଜ ମନ ପସନ୍ଦର ରଙ୍ଗୀନ ଓ ସୁନ୍ଦର ପଶୁ ଓ ପକ୍ଷୀ।

ରାଜଧାନୀରେ ଲାବ୍ରାଡର, ସ୍ପିଚ୍‌, ଜର୍ମାନ ସେଫର୍ଡ, ପଗ୍, ବିଗଲ, ଗୋଲଡେନ୍‌ ରେଟ୍ରିଭର, ଡୋବର ମ୍ୟାନ୍‌ ପରି କୁକୁରଙ୍କ ଚାହିଦା ରହିଛି। ବିଶେଷ କରି ଲାବ୍ରାଡର, ସ୍ପିଚ୍‌, ଜର୍ମାନ ସେଫର୍ଡ, ପଗର ଚାହିଦା ଅଧିକ ରହୁଛି। ନିଜ ପସନ୍ଦର ପ୍ରଜାତି ବାଛିବା ପରେ ଦୋକାନୀମାନେ କୋଲକତାରୁ ଆଣି ଗ୍ରାହକଙ୍କୁ ଯୋଗାଇ ଦେଇଥା’ନ୍ତି କୁକୁର।

dog

ସେହିପରି ପ୍ରାୟ ସମସ୍ତଙ୍କ ଘରେ ଦେଖିବାକୁ ମିଳୁଛି ଆକ୍ୱାରିୟମରେ ରଙ୍ଗ ବେରଙ୍ଗର ମାଛ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରଜାତିର ମାଛ ମଧ୍ୟ ମିଳୁଛି ‘ଚିଡ଼ିଆ ବଜାର’ରେ। ଗୋଲଡେନ ଫିସ୍‌, ସାର୍କ, କ୍ରାପ୍‌, ପ୍ୟାରୋଟ, ଓସ୍କାର, ଫ୍ଲାୱାର ହର୍ଣ୍ଣ ମାଛଙ୍କ ଚାହିଦା ରାଜଧାନୀବାସୀଙ୍କ ମଧ୍ୟରେ ରହିଛି। ବେଶ ସୁଲଭ ଦରରେ ଏଠାରେ ଏହି ମାଛ ମିଳୁଛି।

ଏହା ବ୍ୟତୀତ ଲଭ୍‌ ବାର୍ଡ,ବାଲିଶୁଆ, କୋକ୍‌ଟେଲ, ଜାଭା, ରାବିଟି ଓ ଗିନିପିଗ୍‌ର ମଧ୍ୟ ବେଶ ଚାହିଦା ରହିଛି।

ଡଗ୍‌ ଆଣ୍ଡ ଆକ୍ୱାରିୟମ୍‌ କେୟାର ମାଲିକ ଶିବ ପ୍ରସାଦ ସାହୁ କହିଛନ୍ତି,“ରାଜଧାନୀରେ ପଶୁ, ପକ୍ଷୀ ପାଳିବାର ସଉକ ବଢୁଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମେ ମନ ପସନ୍ଦର ଜୀବ ଯୋଗାଇ ଦେଉଛୁ। ୧୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଏଠାରେ ଆମ ଦୋକାନ ରହିଛି। ସହିଦ ନଗରରେ ମଧ୍ୟ ‘ଗାଇଡ୍’ ନାମରେ ଆଉ ଏକ ଦୋକାନ ରହିଛି।”

thekua

ସେ କହିଛନ୍ତି,“ଏଠାରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ସହ ସେମାନଙ୍କ ଖାଦ୍ୟ ମିଳୁଛି। ସବୁ ପ୍ରଜାତିର ପ୍ରାଣୀ ଆମେ କୋଲକତାରୁ ଆମଦାନୀ କରିଥାଉ। ଗ୍ରାହକଙ୍କୁ ଡାକ୍ତର ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। କୌଣସି ଗ୍ରାହକ ସେମାନେ ପାଳିଥିବା ପ୍ରାଣୀର ସ୍ୱାସ୍ଥ୍ୟ ସମସ୍ୟା ନେଇ ଆମ ପାଖକୁ ଆସିଲେ ଆମେ ଓଡ଼ିଶା ୟୁନିର୍ଭସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ରେ କେଉଁ ଡାକ୍ତରଙ୍କ ସହ ଯୋଗାଯୋଗ କରିବେ ପରାମର୍ଶ ଦେଉଛୁ।”

ସମୟ ବଦଳିବା ସହ ଲୋକଙ୍କ ସଉକରେ ମଧ୍ୟ ପରିବର୍ତ୍ତନ ଆସିଛି। ଆଚାର ବ୍ୟବହାର ସହ ଚାଲିଚଳଣ, ଖାଦ୍ୟପେୟରେ ପରିବର୍ତ୍ତନ ଘଟିଛି। ପାରମ୍ପରିକ ଜୀବନ ଶୈଳୀରେ ବାଜିଛି ଆଧୁନିକତାର ଛିଟା। ଆମ ସମାଜରେ ଘରେ ଗୃହପାଳିତ ପ୍ରାଣୀଙ୍କ ବହୁ ମହତ୍ୱ ରହିଛି। ବିଶେଷ କରି ଗୋରୁ, କୁକୁର, ଶୁଆ, ଘୋଡ଼ା ଓ ବିଲେଇ ରଖିବାକୁ ଆମ ସମାଜରେ ଲୋକେ ଭଲ ପାଆନ୍ତି। ତେବେ ଅନ୍ୟ ପ୍ରଜାତିର ପ୍ରାଣୀଙ୍କୁ ରଖିବାରେ ଥିବା ସଉକରେ ପରିବର୍ତ୍ତନ ଆସିଛି। ଆଉ ଲୋକଙ୍କ ଏପରି ସଉକ ପୁରଣ କରୁଛି ଅଶୋକ ମାର୍କଟରେ ଥିବା ‘ଚିଡ଼ିଆ ବଜାର’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story