ଅଜବ ରୋଗରେ ପୀଡ଼ିତ କୁନିଝିଅ:ମୃତ୍ୟୁଭୟ ଦୂର କରିବାକୁ କବର ଭିତରେ ଶୋଉଛି

ସନ୍ତାନ ସୁଖ ଆଗରେ ବାପା ମାଆଙ୍କ ପାଇଁ ତୁଚ୍ଛ ହୋଇଯାଏ ସାରା ସଂସାର। ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ସାରାଜୀବନ କଣ୍ଢେଇ ପାଲଟି ଯାଆନ୍ତି ବାପା ମା। ପିଲାମାନଙ୍କ ମଙ୍ଗଳ ପାଇଁ ସବୁକିଛି କରିପାରନ୍ତି, ସେଥିପାଇଁ ତ ବାପା ମାଆଙ୍କୁ ଚଳନ୍ତି ଦେବତା କୁହାଯାଏ। କିନ୍ତୁ ଚୀନର ଜଣେ ବାପା ତାଙ୍କ ଜୀବିତି ଥିବା ଦୁଇବର୍ଷର ଝିଅ ପାଇଁ ଖୋଳିଛନ୍ତି କବର। ମରଣ ଆଗରୁ କବର ଭିତରେ ରହିବା ଅଭ୍ୟାସ କରୁଛି ଦୁଇ ବର୍ଷର କଁଅଳ […]

china father beby

china father beby

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 09:21 PM IST

Sports

Latest News

ସନ୍ତାନ ସୁଖ ଆଗରେ ବାପା ମାଆଙ୍କ ପାଇଁ ତୁଚ୍ଛ ହୋଇଯାଏ ସାରା ସଂସାର। ସେମାନଙ୍କ ମୁହଁରେ ଟିକେ ହସ ଫୁଟାଇବାକୁ ସାରାଜୀବନ କଣ୍ଢେଇ ପାଲଟି ଯାଆନ୍ତି ବାପା ମା। ପିଲାମାନଙ୍କ ମଙ୍ଗଳ ପାଇଁ ସବୁକିଛି କରିପାରନ୍ତି, ସେଥିପାଇଁ ତ ବାପା ମାଆଙ୍କୁ ଚଳନ୍ତି ଦେବତା କୁହାଯାଏ। କିନ୍ତୁ ଚୀନର ଜଣେ ବାପା ତାଙ୍କ ଜୀବିତି ଥିବା ଦୁଇବର୍ଷର ଝିଅ ପାଇଁ ଖୋଳିଛନ୍ତି କବର। ମରଣ ଆଗରୁ କବର ଭିତରେ ରହିବା ଅଭ୍ୟାସ କରୁଛି ଦୁଇ ବର୍ଷର କଁଅଳ ଝିଅ ଝାଙ୍ଗ ଝିନଲି। ଝିଅର ମନରୁ ମୃତ୍ୟର ଭୟ ବାହାର କରିବା ପାଇଁ ବାପା ଆପଣାଇଛନ୍ତି ଏପରି ଏକ ଅଦ୍ଭୁତ କାର୍ଯ୍ୟ। କିନ୍ତୁ ସେପଟେ ବୁଝୁନି ମାଆ ମନ, ତେଣୁ ସେ ଝିଅକୁ ବଞ୍ଚାଇବା ପାଇଁ ପୁଣି ଗର୍ଭବତୀ ହୋଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଓ ଗୋଳମାଳିଆ ଲାଗୁଥିଲେ ବି ସତ।

ଝାଙ୍ଗ୍ ଲିଓଙ୍ଗ ଓ ଡେଙ୍ଗଙ୍କର ଏକମାତ୍ର ଝିଅ ଝାଙ୍ଗ ଜିନଲି। ଝିଅଟି ଏକ ଗମ୍ଭୀର ରୋଗରେ ପିଡିତ ଥିବାରୁ ଝାଙ୍ଗ୍ ଲିଓ ଓ ଡେଙ୍ଗ୍ ସବୁବେଳେ ଚିନ୍ତାରେ ରହୁଛନ୍ତି। ଝିଅର ବଞ୍ଚିବା ଆଶା କମ୍ ଥିବାରୁ ଲିଓ ଝିଅ ମନରୁ ମୃତ୍ୟୁର ଭୟ ଛଡାଇବା ପାଇଁ ତା ସାଙ୍ଗରେ କବର ଭିତରେ ଜୀବନ ବିତାଉଛନ୍ତି। ଗେହ୍ଲା ଝିଅକୁ ବଞ୍ଚାଇବା ପାଇଁ ପୁଣିଥରେ ଗର୍ଭବତୀ ହୋଇଛନ୍ତି ମାଆ। ଡାକ୍ତର କହିଥିଲେ ଗର୍ଭନାଡ଼ିରୁ କ୍ଷରଣ ହେଉଥିବା ରକ୍ତରେ, ଝିଅ ଜିନଲିର ଚିକିତ୍ସା କରାଗଲେ, ସେ ବଞ୍ଚିଯାଇ ପାରିବ। ସେଥିପାଇଁ ପୁଣିଥରେ ମାଆ ସାଜିଛନ୍ତି ଡେଙ୍ଗ। ପିଲା ଜନ୍ମ ହେଲେ ପିଲାର ଗର୍ଭନାଡିରୁ ଯେଉଁ ରକ୍ତ ବାହାରିବ ସେଥିରେ ଝିଅର ଚିକିତ୍ସା କରାଯିବ। ଏକ ଗବେଷଣାରୁ ଜଣା ପଡିଛି ଯେ ଗର୍ଭନାଡ଼ରୁ ବାହାରୁଥିବା ରକ୍ତ (କର୍ଡ ବ୍ଲଡ୍)ରେ ଷ୍ଟେମ୍ ସେଲ୍ ରହିଥାଏ। ଯେଉଁଥିରେ ପ୍ରଚୁର ହିମୋଗ୍ଲୋବିନ୍ ରହିଥାଏ। ଫଳରେ ଏ ସଂପର୍କିତ ଗମ୍ଭୀର ରୋଗ ଭଲ ହୋଇପାରିବ। ଝିଅକୁ ବଞ୍ଚାଇବା ପାଇଁ 2 ଲକ୍ଷ ୟୁଆନ ସଂଗ୍ରହ କରାଯାଇଛି  ବୋଲି ବାପା ଝାଙ୍ଗ ଲିଓ କହିଛନ୍ତି। ଠିକ୍ ସମୟରେ ଚିକିତ୍ସା କରାଗଲେ ତାଙ୍କ ଝିଅ ବଞ୍ଚିଯିବ ବୋଲି ଡାକ୍ତର କହିବା ପରେ ଉଭୟ ବାପା ମାଆଙ୍କ ମନରେ ଆଶା ସଂଚାର ହୋଇଛି। ଆଉ ସେ ଚାହିଁ ବସିଛନ୍ତି ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ହେବାର ଦିନକୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos