ହ୍ୱାଟ୍ସଆପରେ ବି ପଠାଇ ପାରିବେ ଟଙ୍କା: ଜାଣନ୍ତୁ କେବେ ଓ କେମିତି

ଡିଜିଟାଲ ଇଣ୍ଡିଆ ପାଇଁ ସରକାର ସମସ୍ତ ଛୋଟ ବଡ଼ ନେଣଦେଣ ଅନ୍ ଲାଇନରେ କରାଉଛନ୍ତି। ଦୋକାନ ବଜାର ସବୁଠି ଅନଲାଇନରେ ପେମେଣ୍ଟ ହେଉଛି। ଏଥିପାଇଁ ଅନେକ ଗୁଡିଏ ଆପ୍ ବ୍ୟବହାର କରାଯାଉଥିବା ବେଳେ ଖୁବଶୀଘ୍ର ହ୍ୱାଟ୍ସଆପ୍ ଏହି ସୁବିଧା ଯୋଗାଇ ଦେବାକୁ ଯାଉଛି। ପୂର୍ବରୁ ଏହି ଆପ୍ ମାଧ୍ୟମରେ କେବଳ ମେସେଜ୍, ଭିଡିଓ ଚାଟ୍ କିମ୍ବା ଭଏସ୍ କଲ୍ କରାଯାଇ ପାରୁଥିଲା। ଏବେ ଏଥିରେ ଅନଲାଇନ୍ ପେମେଣ୍ଟର ସୁବିଧା ପାଇପାରିବେ। ହ୍ୱାଟ୍ସଆପ୍ ଆଗାମୀ 6 ମାସ ମଧ୍ୟରେ […]

whatsapp-tricks

whatsapp-tricks

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 09:30 PM IST

ଡିଜିଟାଲ ଇଣ୍ଡିଆ ପାଇଁ ସରକାର ସମସ୍ତ ଛୋଟ ବଡ଼ ନେଣଦେଣ ଅନ୍ ଲାଇନରେ କରାଉଛନ୍ତି। ଦୋକାନ ବଜାର ସବୁଠି ଅନଲାଇନରେ ପେମେଣ୍ଟ ହେଉଛି। ଏଥିପାଇଁ ଅନେକ ଗୁଡିଏ ଆପ୍ ବ୍ୟବହାର କରାଯାଉଥିବା ବେଳେ ଖୁବଶୀଘ୍ର ହ୍ୱାଟ୍ସଆପ୍ ଏହି ସୁବିଧା ଯୋଗାଇ ଦେବାକୁ ଯାଉଛି। ପୂର୍ବରୁ ଏହି ଆପ୍ ମାଧ୍ୟମରେ କେବଳ ମେସେଜ୍, ଭିଡିଓ ଚାଟ୍ କିମ୍ବା ଭଏସ୍ କଲ୍ କରାଯାଇ ପାରୁଥିଲା। ଏବେ ଏଥିରେ ଅନଲାଇନ୍ ପେମେଣ୍ଟର ସୁବିଧା ପାଇପାରିବେ।

ହ୍ୱାଟ୍ସଆପ୍ ଆଗାମୀ 6 ମାସ ମଧ୍ୟରେ ଏହି ସେବା ଆରମ୍ଭ କରିବାକୁ ଯୋଜନା ରଖିଛି। ୟୁପିଆଇ (ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍) ଆପକୁ ହ୍ୱାଟ୍ସଆପ୍ ଏକ ନୂଆ ଫିଚର୍ ଭାବେ ଆଡ୍ କରିଦେବା ପରେ, ଆପଣ ଏହି ସୁବିଧା ପାଇପାରିବେ। ଏହାଦ୍ୱାରା ଆପଣ ହ୍ୱାଟ୍ସଆପ୍ ମାଧ୍ୟମରେ ଟଙ୍କା ପଠେଇବା ସହିତ ଜିନିଷ କିଣି ପେମେଣ୍ଟ ବି ଦେଇ ପାରିବେ। ଖାଲି ସେତିକି ନୁହେଁ, ମେସେଜ୍ ଦ୍ୱାରା ବି ଟଙ୍କା ପଠାଇ ପାରିବେ। ୟୁପିଆଇ ମାଧ୍ୟମରେ ହ୍ୱାଟ୍ସଆପ୍ ଏହି ସେବା ଯୋଗାଇଦେବ। ଏଥିପାଇଁ ଆପଣଙ୍କୁ ଅଇ.ଏଫ୍.ଏସ୍. କୋଡ୍ ଦେବାକୁ ପଡ଼ିବ ନାହିଁ। କେବଳ ଆପଣ ଯାହାଙ୍କ ପାଖକୁ ଟଙ୍କା ପଠେଇବାକୁ ଚାହୁଁଛନ୍ତି। ତାଙ୍କ ଫୋନ୍ ନମ୍ବର ମିଳିବା ଜରୁରି।

କେମିତି କରିବେ ପେମେଣ୍ଟ: ପ୍ରଥମେ ଆପଣଙ୍କୁ ସେହି ଆପରେ ଏକ ଆକାଉଣ୍ଟ ଖୋଲି, ତାକୁ ଆପଣଙ୍କ ବ୍ୟାଙ୍କ ଆକଉଣ୍ଟ ସହ ଯୋଡ଼ିବାକୁ ବା ଲିଙ୍କ୍ କରିବାକୁ ପଡିବ। ଏଥିପାଇଁ ଆପଣ ମୋବାଇଲ୍ ନମ୍ବର ଓ ନିଜ ପସନ୍ଦର ଏକ ପିନ୍ ନମ୍ବର ଦେବେ। ଏହି ପିନ୍ ନମ୍ବର ଦେବାପରେ ୟୁପିଆଇ ଅପସନ୍ ଉପରେ କ୍ଲିକ୍ କରିବାକୁ ପଡିବ। କ୍ଲିକ୍ କରିବା ମାତ୍ରେ ନିଜର ନାଁ ଓ ମୋବାଇଲ୍ ନମ୍ବର ଦେଇ ଭର୍ଚୁଆଲ ପେମେଣ୍ଟ ଆଡ୍ରେସ୍ ତିଆରି କରି ନିଜ ବ୍ୟାଙ୍କ ସିଲେକ୍ଟ କରନ୍ତୁ। ଏହାପରେ ଏକ ଭର୍ଚୁଆଲ୍ ଆଇଡି ଆପଣଙ୍କୁ ବ୍ୟାଙ୍କରୁ ମିଳିବ। ପରେ ମୋବାଇଲ୍ ନମ୍ବର ଶେଷ ଆଡ଼କୁ ବ୍ୟାଙ୍କର ନାମ ଥାଇ ଏକ ବ୍ୟାଙ୍କ ଆଇଡି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos