ଆହ୍ଲାବାଦ: ସାରା ଗାଁ ଲୋକଙ୍କ ଜନ୍ମ ନେଇଛନ୍ତି ଗୋଟିଏ ତାରିଖରେ। ପିଲାଠୁ ବୁଢା, ସମସ୍ତେ ଜନ୍ମ ହୋଇଛନ୍ତି ନୂଆବର୍ଷ ଅର୍ଥାତ୍ ଜାନୁଆରୀ ୧ ତାରିଖରେ। ଏମିତିକ ଏକ ଖବର ଆସିବା ପରେ ଚର୍ଚ୍ଚାକୁ ଆସିଛି ଉତ୍ତରପ୍ରଦେଶର କଞ୍ଜସା ଗାଁ। ଏହି ଗାଁର ସମସ୍ତଙ୍କ ଆଧାରକାର୍ଡରେ ଜନ୍ମ ତାରିଖ ୧ ଜାନୁଆରୀ ଲେଖାଯାଇଛି। ୧୦ ହଜାର ଲୋକଙ୍କୁ ନେଇ ଏହି ଗାଁ। ଆଧାରକାର୍ଡ ତିଆରି ପାଇଁ ଲାଗିଥିଲା ଲମ୍ବା ଲାଇନ୍। ତେବେ ଏହି ଲମ୍ବା ଲାଇନ୍ରେ ଲମ୍ବା ଭୂଲ୍ ବି ହୋଇଗଲା।
ଉତ୍ତରପ୍ରଦେଶ ସରକାର ସ୍କୁଲ ଯାଉଥିବା ପିଲାମାନଙ୍କ ସଂଖ୍ୟା ଜାଣିବା ପାଇଁ ସେମାନଙ୍କ ଆଧାରକାର୍ଡ ନମ୍ୱର ରେଜିଷ୍ଟ୍ରେସନ କରିବାକୁ ନିର୍ଦ୍ଦେଶ ଦେବା ପରେ ଆଧାର କାର୍ଡ ଭୁଲ୍ ସମ୍ପର୍କରେ ଜଣାପଡ଼ିଛି।
ଗାଁର ମୁଖିଆ କହିଛନ୍ତି,“ ଆମ ସମସ୍ତଙ୍କ ଆଧାର କାର୍ଡରେ ଭୁଲ ଜନ୍ମ ତାରିଖ ପଞ୍ଜିକରଣ ହୋଇଛି। ଖୁବଶୀଘ୍ର ନୂତନ ଆଧାରକାର୍ଡ କରାଯିବ।”
ରିପୋର୍ଟ ଓ ଫଟୋ- ନବଭାରତ ଟାଇମ୍ସ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।