ଚୀନ୍‌ ସହ ଯୁଦ୍ଧ ପାଇଁ ପୁରାଣକାଳର ରଣକୌଶଳ ଅନୁସରଣ କରିବ ଭାରତୀୟ ସେନା

ନୂଆଦିଲ୍ଲୀ:ମହାଭାରତ ବିଷୟରେ ପ୍ରାୟ ସମସ୍ତ ଭାରତୀୟ ଉଣା ଅଧିକ ଜାଣିଥିବେ। ରାଜ୍ୟ ହାସଲ କରିବା ପାଇଁ ପାଣ୍ଡବ ଓ କୌରବଙ୍କ ଭିତରେ ଶତ୍ରୁତା ଲାଗି ରହିଥିଲା, ଯାହାପାଇଁ ଦୁର୍ଯ୍ୟୋଧନ ଅନେକଥର ପାଣ୍ଡବଙ୍କୁ ହତ୍ୟା କରିବାପାଇଁ ଚେଷ୍ଟା କରିଥିଲେ। ଏପରିକି ଥରେ ମାମୁ ଶକୁନିଙ୍କ ସହ ମିଶି ପାଣ୍ଡବଙ୍କୁ ହତ୍ୟା କରିବାକୁ ଭିନ୍ନ ଯୋଜନା କରିଥିଲେ ଦୁର୍ଯ୍ୟୋଧନ। ଯୋଜନା ଅନୁଯାୟୀ, ମା’ କୁନ୍ତୀଙ୍କ ସହ ପାଣ୍ଡବଙ୍କୁ ଲାଖାରେ ନିର୍ମିତ ଏକ ମହଲରେ ରହିବାକୁ କହି ସେଥିରେ ନିଆଁ ଲଗାଇ […]

india china

india china

Rakesh Mallick
  • Published: Monday, 24 July 2017
  • Updated: 24 July 2017, 09:22 PM IST

Sports

Latest News

ନୂଆଦିଲ୍ଲୀ:ମହାଭାରତ ବିଷୟରେ ପ୍ରାୟ ସମସ୍ତ ଭାରତୀୟ ଉଣା ଅଧିକ ଜାଣିଥିବେ। ରାଜ୍ୟ ହାସଲ କରିବା ପାଇଁ ପାଣ୍ଡବ ଓ କୌରବଙ୍କ ଭିତରେ ଶତ୍ରୁତା ଲାଗି ରହିଥିଲା, ଯାହାପାଇଁ ଦୁର୍ଯ୍ୟୋଧନ ଅନେକଥର ପାଣ୍ଡବଙ୍କୁ ହତ୍ୟା କରିବାପାଇଁ ଚେଷ୍ଟା କରିଥିଲେ। ଏପରିକି ଥରେ ମାମୁ ଶକୁନିଙ୍କ ସହ ମିଶି ପାଣ୍ଡବଙ୍କୁ ହତ୍ୟା କରିବାକୁ ଭିନ୍ନ ଯୋଜନା କରିଥିଲେ ଦୁର୍ଯ୍ୟୋଧନ। ଯୋଜନା ଅନୁଯାୟୀ, ମା’ କୁନ୍ତୀଙ୍କ ସହ ପାଣ୍ଡବଙ୍କୁ ଲାଖାରେ ନିର୍ମିତ ଏକ ମହଲରେ ରହିବାକୁ କହି ସେଥିରେ ନିଆଁ ଲଗାଇ ଦିଆ ଯାଇଥିଲା। ଦୁର୍ଯ୍ୟୋଧନ ଭାବିଥିଲେ କୁନ୍ତୀଙ୍କ ସହ ପାଣ୍ଡବମାନେ ମହଲରେ ଜଳି ମରିଯାଇଥିବେ। କିନ୍ତୁ ପାଣ୍ଡବମାନେ ମହଲରେ ଥିବା ଏକ ସୁଡଙ୍ଗ ଦେଇ ବାହାରକୁ ଆସି ନିଜ ଜୀବନ ବଞ୍ଚାଇଥିଲେ। କେବଳ ପାଣ୍ଡବ ନୁହେଁ ଭାରତର ଏମିତି ଅନେକ ରାଜା ଥିଲେ, ଯେଉଁମାନେ ଯୁଦ୍ଧ ସମୟରେ ଶତ୍ରୁପକ୍ଷକୁ ଚକ୍‌ମା ଦେବାକୁ ସୁଡଙ୍ଗର ବ୍ୟବହାର କରୁଥିଲେ। ପୁରାତନ କାଳର ଏହି ଯୁଦ୍ଧକଳାକୁ ଆପଣାଇବାକୁ ଏବେ ଅଣ୍ଟା ଭିଡିଛି ଭାରତୀୟ ସେନା।

ଆଉ ଚୀନ୍ ସେନାର ରାଡାରରେ ଆସିବନି ଭାରତୀୟ ସେନା। ଏଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ। ଚୀନ୍ ସେନାକୁ ଚକ୍‌ମା ଦେବାକୁ ଭାରତୀୟ ସେନା ଚୀନ୍ ସୀମା ପର୍ଯ୍ୟନ୍ତ ପହଞ୍ଚିବାକୁ ସୁଡଙ୍ଗ ନିର୍ମାଣ କରିବାକୁ ଯୋଜନା କରୁଛି। କିଛିବର୍ଷ ଧରି ଚୀନ୍ ଲଗାତାର ସୀମା ଅଞ୍ଚଳରେ ସଡକ ନିର୍ମାଣ କରୁଛି। ଯାହାଫଳରେ ଯୁଦ୍ଧ ସମୟରେ ଡ୍ରାଗନବାହିନୀ ଅତିଶୀଘ୍ର ଭାରତୀୟ ସୀମା ଅଞ୍ଚଳରେ ପହଞ୍ଚିପାରିବେ। ତେଣୁ ଚୀନ୍‌ର ଏହି ଚାଲ୍‌କୁ ମାତ ଦେବାକୁ ଭାରତ ସରକାର ଚୀନ୍ ସୀମା ପର୍ଯ୍ୟନ୍ତ ସଡ଼କ ନିର୍ମାଣ କରିବା ସହ ସୁଡଙ୍ଗ ନିର୍ମାଣ କରିବାକୁ ଯୋଜନା କରିଛି। ବିଭିନ୍ନ ସୁଡଙ୍ଗ ଦ୍ୱାରା ଚୀନ୍ ସୀମାରେ ପହଞ୍ଚିବାକୁ ଯୋଜନା କରୁଛି ଭାରତ।

ind vs chinaଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବିକ, ଅରୁଣାଚଳ ପ୍ରଦେଶରୁ ଚୀନ୍ ବର୍ଡର ପର୍ଯ୍ୟନ୍ତ ପ୍ରାୟ ୭ କିଲୋମିଟରର ସୁଡଙ୍ଗ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ଭାରତ ସରକାର । ୧୧ ହଜାରରୁ ୧୨ ହଜାର ଫୁଟ୍ ଉଚ୍ଚରେ ନିର୍ମାଣ ହେବାକୁ ଥିବା ସୁଡଙ୍ଗକୁ ଦୁଇ ଲେନ୍ ବିଶିଷ୍ଟ କରାଯିବ। ସୁଡଙ୍ଗକୁ ଏପରି ନିର୍ମାଣ କରାଯିବ ଯେପରି ସେନାର ଗାଡି ବେଶ୍ ଆରାମରେ ଯିବା ଆସିବା କରିପାରିବ। ସୀମା ସଡ଼କ ସଂଗଠନକୁ ଏହି ସୁଡଙ୍ଗର ନିର୍ମାଣ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ରକ୍ଷା ଓ ଗୃହ ବିଭାଗର ମିଳିତ ତତ୍ତ୍ୱାବଧାନରେ ଏହି ସୁଡଙ୍ଗ ନିର୍ମାଣ କରାଯିବ।

ପୂର୍ବରୁ ଭାରତୀୟ ସେନା ଚୀନ୍ ବର୍ଡରରେ ପହଞ୍ଚିବାକୁ ୧୩ ହଜାର ୭ ଶହ ଫୁଟ ଉଚ୍ଚ ବରଫାବୃତ୍ତ ଅଞ୍ଚଳର ଦୁର୍ଗମ ରାସ୍ତା ଦେଇ ଅତିକ୍ରମ କରିବାକୁ ପଡୁଥିଲା। ଏହି ରାସ୍ତାରେ ଯିବାବେଳେ ଶତ୍ରୁପକ୍ଷ ସାଟେଲାଇଟ ଓ ଦୁରବୀକ୍ଷଣ ଯନ୍ତ୍ର ସାହାର୍ଯ୍ୟରେ ଭାରତୀୟ ସେନାର ଗତିବିଧି ଉପରେ ନଜର ରଖୁଥିଲେ। କିନ୍ତୁ ସୁଡଙ୍ଗ ହେବା ପରେ ଶତ୍ରୁପକ୍ଷର ରାଡାରରେ ଆଉ ଆସିବନି ଭାରତୀୟ ସେନା। ବିନା କୌଣସି ଅସୁବିଧାରେ ଶତ୍ରୁପକ୍ଷର ସୀମା ପାଖରେ ପହଞ୍ଚିବାକୁ ସକ୍ଷମ ହେବ ସେନା। ବର୍ଷାଦିନ ଶେଷ ହେବା ପରେ ସୁଡଙ୍ଗ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story