ଓଡ଼ିଶାରେ ପ୍ରଥମ: ମହାନଦୀ ପଠାରେ ବିଲୁପ୍ତପ୍ରାୟ “ଇଣ୍ଡିଆନ୍ ସ୍କିମର” ପକ୍ଷୀଙ୍କ ଅଣ୍ଡାଦାନ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର “ଇଣ୍ଡିଆନ୍ ସ୍କିମର” ଚଢ଼େଇ ଅଣ୍ଡାଦାନ କରୁଥିବାର ପ୍ରମାଣ ମିଳିଛି। ଆଇ.ୟୁ.ସି.ଏନ୍ ଦ୍ୱାରା ବିଲୁପ୍ତପ୍ରାୟ ପର୍ଯ୍ୟାୟଭୁକ୍ତ ଏହି ଚଢ଼େଇଙ୍କୁ ମୁଣ୍ଡଳି ନିକଟ ମହାନଦୀ ପଠାରେ ଅଣ୍ଡାଦାନ ଓ ପ୍ରଜନନ କରୁଥିବା ଦେଖାଯାଇଛି। ମୁଣ୍ଡଳି ବ୍ୟତୀତ ଭିତରକନିକା, ଚିଲିକାର ନଳବଣ ଓ ସାତକୋଶିଆରେ ମଧ୍ୟ ଏହି ବିରଳ ଚଢ଼େଇ ଦେଖିବାକୁ ମିଳିଛନ୍ତି। କିନ୍ତୁ ମୁଣ୍ଡଳିରେ ପ୍ରଥମଥର ପାଇଁ ଏମାନଙ୍କୁ ଅଣ୍ଡାଦାନ ଓ ପ୍ରଜନନ କରୁଥିବାର ଦେଖିବାକୁ ମିଳିଛି।

indian-skimmer2

indian-skimmer2

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 12:33 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ବିରଳ ପ୍ରଜାତିର “ଇଣ୍ଡିଆନ୍ ସ୍କିମର” ଚଢ଼େଇ ଅଣ୍ଡାଦାନ କରୁଥିବାର ପ୍ରମାଣ ମିଳିଛି। ଆଇ.ୟୁ.ସି.ଏନ୍ ଦ୍ୱାରା ବିଲୁପ୍ତପ୍ରାୟ ପର୍ଯ୍ୟାୟଭୁକ୍ତ ଏହି ଚଢ଼େଇଙ୍କୁ ମୁଣ୍ଡଳି ନିକଟ ମହାନଦୀ ପଠାରେ ଅଣ୍ଡାଦାନ ଓ ପ୍ରଜନନ କରୁଥିବା ଦେଖାଯାଇଛି। ମୁଣ୍ଡଳି ବ୍ୟତୀତ ଭିତରକନିକା, ଚିଲିକାର ନଳବଣ ଓ ସାତକୋଶିଆରେ ମଧ୍ୟ ଏହି ବିରଳ ଚଢ଼େଇ ଦେଖିବାକୁ ମିଳିଛନ୍ତି। କିନ୍ତୁ ମୁଣ୍ଡଳିରେ ପ୍ରଥମଥର ପାଇଁ ଏମାନଙ୍କୁ ଅଣ୍ଡାଦାନ ଓ ପ୍ରଜନନ କରୁଥିବାର ଦେଖିବାକୁ ମିଳିଛି।

indian-skimmer1

ଓଡ଼ିଶା ପୂର୍ବରୁ କେବଳ ଚମ୍ବଲ ଉପତ୍ୟକାରେ ଏହି ପ୍ରଜାତିର ଚଢ଼େଇ ଦେଖିବାକୁ ମିଳିଥିଲା। ବିଗତ ୧୦ ବର୍ଷରେ ଏମାନଙ୍କ ସଂଖ୍ୟା ୩୦ ପ୍ରତିଶତ ହ୍ରାସ ପାଇ ସମଗ୍ର ବିଶ୍ୱରେ ୧୦,୦୦୦ରୁ କମ୍ ଥିବାର ଆକଳନ କରାଯାଇଛି। ଏହି ପକ୍ଷୀ ବିଶେଷ ଭାବେ ବଡ଼ ନଦୀ ବାଲିପଠାରେ ଦୃଶ୍ୟମାନ ହୁଅନ୍ତି। ନଦୀ ବାଲିପଠାରେ ବାଲି ଆଡ଼େଇ ଗର୍ତ୍ତ ସୃଷ୍ଟି କରି ସ୍କିମ୍‌ର ଚଢ଼େଇ ଅଣ୍ଡାଦାନ କରିଥା’ନ୍ତି। ପ୍ରତ୍ୟେକ ବସାରେ ୩ରୁ୪ଟି ଅଣ୍ଡା ଦେଇ ପକ୍ଷୀଟି ଏହାର ଯତ୍ନ ନେଇଥାଏ।

ପକ୍ଷୀ ନିରୀକ୍ଷକ  ସୁମନ୍ତ ରାଜଗୁରୁ, ସୁଶ୍ରୀ ପଞ୍ଚମୀ ମନୁ ଉକିଲ ଏବଂ ଅବିନାଶ ଖେମକା  ପ୍ରଥମ ଥର ପାଇଁ ଚମ୍ୱଲ ଅଭୟାରଣ୍ୟ ବାହାରେ ଓଡ଼ିଶାର ମହାନଦୀର ମୁଣ୍ଡୁଳି ବ୍ୟାରେଜ୍‌ ନିକଟସ୍ଥ ବାଲି ପଠାରେ ଚଳିତ ବର୍ଷ ଫେବୃଆରୀ ମାସ ଶେଷ ସପ୍ତାହରୁ ମାର୍ଚ୍ଚ ମାସ ମଧ୍ୟରେ “ଇଣ୍ଡିଆନ୍ ସ୍କିମର” ଚଢ଼େଇ ପ୍ରଜନନ ଏବଂ ଅଣ୍ଡାଦାନ କରୁଥିବାର ଚିତ୍ର ଉତ୍ତୋଳନ କରିଛନ୍ତି। ଏହା ଏକ ଉଲ୍ଲେଖନୀୟ ଘଟଣା ଏବଂ ଅଣ୍ଡାଦାନ ସ୍ଥାନର ସୁରକ୍ଷା  ଏହି ବିରଳ “ଇଣ୍ଡିଆନ୍ ସ୍କିମର”ର ସଂରକ୍ଷଣ ଏବଂ ବଂଶ ବିସ୍ତାରରେ ବିଶେଷ ସହାୟକ ହେବ ବୋଲି ବିବେଚନା କରାଯାଉଅଛି।

indian-skimmer-4

ଏହି ତଥ୍ୟର ଅନୁସନ୍ଧାନ ଏବଂ ପ୍ରଜଜନରତ ପକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବନଖଣ୍ଡ ଅଧିକାରୀ, ଚନ୍ଦକା (ବନ୍ୟପ୍ରାଣୀ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବସା ଗୁଡ଼ିକ ବୁଡ଼ିଯିବାର ଭୟ ଥିବାରୁ ମୁଣ୍ଡୁଳିଠାରେ ଜଳସ୍ତର ନିୟନ୍ତ୍ରଣ ପାଇଁ ଜଳ ସମ୍ପଦ ବିଭାଗକୁ ଅନୁରୋଧ କରାଯାଇଛି।

ଏପର୍ଯ୍ୟନ୍ତ ୧୮୧ ଗୋଟି  ଅଣ୍ଡା ଥିବା ୬୪ ଗୋଟି “ଇଣ୍ଡିଆନ୍ ସ୍କିମର” ବସା, ୩୯ ଗୋଟି ଅଣ୍ଡା ଥିବା ୧୩ ଗୋଟି River Tern ବସା ଏବଂ ୩ ଗୋଟି ଅଣ୍ଡା ଥିବା  ଗୋଟିଏ  Black-Bellied Tern ବସା ସେହି ପଠାରେ ଥିବାର ତଥ୍ୟ ଏବଂ ଚିତ୍ର ହସ୍ତଗତ ହୋଇଅଛି।

“ଇଣ୍ଡିଆନ୍ ସ୍କିମର” ଚଢ଼େଙ୍କର ସମ୍ୱନ୍ଧରେ ଅଧିକ ତଥ୍ୟ ହାସଲ ଓ ଏମାନଙ୍କ ଆବାସସ୍ଥଳୀ ଏବଂ ଯାତାୟତ ସମ୍ୱନ୍ଧରେ ଅନୁଧ୍ୟାନ କରିବା ନିମନ୍ତେ Bombay Natural History Society (BNHS)ଙ୍କ ତରଫରୁ ଡା. ବାଲଚନ୍ଦ୍ରନଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ ଦଳଙ୍କୁ “ଇଣ୍ଡିଆନ୍ ସ୍କିମର”ଙ୍କ ଶାବକଙ୍କ ଗୋଡରେ ରିଙ୍ଗ୍ ଲଗାଯିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଏହି ରିଙ୍ଗ୍‌ ଗତ ୧୩ ତାରିଖ ପର୍ଯ୍ୟନ୍ତ ୩୪ଟି “ଇଣ୍ଡିଆନ୍ ସ୍କିମର”  ଏବଂ ଗୋଟିଏ River Tern ଶାବକଙ୍କ ଗୋଡ଼ରେ ରିଙ୍ଗ୍ ଲଗାଯାଇ ସରିଛି।

black-bellide-tern

ପିସିସିଏଫ୍ ସିଦ୍ଧାନ୍ତ ଦାସ କହିଛନ୍ତି, “ଓଡ଼ିଶାରେ ପ୍ରଥମ ଥର ପାଇଁ “ଇଣ୍ଡିଆନ୍ ସ୍କିମର”  ଦେଖାଦେଇଛି। ଏହି ଚଢ଼େଇକୁ IUcNରେ  Vulnerable ପ୍ରଜାତି ଭାବେ ଶ୍ରେଣୀଭୁକ୍ତ କରାଯାଇଛି। ପାକିସ୍ତାନରୁ ମ୍ୟାନ୍‌ମାର ମଧ୍ୟରେ ଏହି ଚଢ଼େଇ ଦେଖାଯାଇଥାଏ। ସାରା ପୃଥିବୀରେ ଏହାର ସଂଖ୍ୟା ଏବେ ଦଶ ହଜାର ହୋଇଯାଇଛି ହେଲେ ୩୦ ପ୍ରତିଶତରୁ ଅଧିକ ସଂଖ୍ୟାରେ ଏହି ଚଢ଼େଇ ଲୋପ ପାଇବାରେ ଲାଗିଛି। ଯଦିଓ ଓଡ଼ିଶାରେ ଏହି ଚଢ଼େଇ ବହୁ ସମୟରେ ଦେଖାଯାଆନ୍ତି କିନ୍ତୁ ପ୍ରଜନନ କରୁ ନ ଥିଲେ। ମୁଣ୍ଡଳିରେ ପ୍ରଥମ ଥର ପାଇଁ ଏହି ପକ୍ଷୀ ଦେଖିଥିବା ନେଇ ସୁମନ୍ତ ରାଜଗୁରୁ, ସୁଶ୍ରୀ ପଞ୍ଚମି ମନୁ ଉକିଲ ଓ ଅବିନାଶ ଖେମ୍‌କା ଆମକୁ ସୂଚନା ଦେଇଥିଲେ।  ଏଠାରେ ସେମାନେ ବସା କରିବେ ବୋଲି କହିବା ପରେ ଆମେ ତାଙ୍କୁ ୱାଇଲ୍ଡ ଲାଇଫ୍ ଆକ୍ଟ ଅନୁସାରେ ତାଙ୍କୁ ଅନୁମତି ଦେଲୁ। ଏହାପରେ ଡିଏଫ୍‌ଓ ଚନ୍ଦକାକୁ ଏହି ଅଞ୍ଚଳର ସୁରକ୍ଷା ଦେବା ପାଇଁ କୁହାଯାଇଥିଲା।”

indian-skimmer3

ସେ କହିଛନ୍ତି,“ଏହା ନଦୀ ପଠା ହୋଇଥିବାରୁ ପାଣି ଆସିଲେ ବସା ବୁଡ଼ି ଯିବ ଏବଂ ମଇଁଷିମାନେ ଆସିଲେ ଭାଙ୍ଗିଯିବା ଭୟରେ ବହୁ ଯତ୍ନ ନିଆଯାଇଥିଲା। ପକ୍ଷୀମାନେ ଅଣ୍ଡା ଫୁଟାଇବା ପରେ  ଆମେ ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି ସାଙ୍ଗରେ ଯୋଗାଯୋଗ କରିଥିଲୁ। ସେମାନେ ଆସି ଶାବକଙ୍କ ଗୋଡ଼ରେ ରିଙ୍ଗ୍‌ ଲଗାଇଛନ୍ତି। ଏହି ରିଙ୍ଗ୍ ଲଗାଇବା ଦ୍ୱାରା ସେମାନେ କୁଆଡ଼େ ଯାଉଛନ୍ତି, କ’ଣ କରୁଛନ୍ତି ସେନେଇ ଅନୁଧ୍ୟାନ କରାଯାଇ ପାରିବ। ଏ ନେଇ ଏକ ତିନି ମିନିଟ୍‌ର ଫିଲ୍ମ ମଧ୍ୟ ତିଆରି କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos