ଇନ୍ଦୋର: ସାଧାରଣତଃ ଲୋକେ ଖାଦ୍ୟ ଓ ବସ୍ତ୍ର ଦାନ କରୁଥିବା ଆପଣ ଜାଣି ଥିବେ। କିନ୍ତୁ ଇନ୍ଦୋରରେ ରହୁଥିବା ଜଣେ ଗ୍ୟାରେଜ୍ ମାଲିକ ଗତ ଦୁଇ ମାସରେ ପ୍ରାୟ ୩୦୦ ଲୋକଙ୍କୁ ଚପଲ ପିନ୍ଧାଇ ସାରିଲେଣି। ତାଙ୍କ ନାଁ ଦୀନେଶ ଦିଘେ। ଯଦି କୌଣସି ଲୋକ ଖରାରେ ଖାଲି ପାଦରେ ଯାଉଥିବା ସେ ଦେଖନ୍ତି ତା’ହେଲେ ସଙ୍ଗେସଙ୍ଗେ ତାଙ୍କୁ ଚପଲ ପିନ୍ଧାଇବାକୁ ପଛାନ୍ତି ନାହିଁ। ଦୀନେଶଙ୍କ ଗାଡ଼ି କେବଳ ଚପଲରେ ଭର୍ତ୍ତି ହୋଇ ରହିଥାଏ। ସେ ଯୁଆଡେ ବି ଯାଆନ୍ତି ଚପଲ ଭର୍ତ୍ତି ବ୍ୟାଗ ନେବାକୁ ଭୁଲନ୍ତି ନାହିଁ।
ଗତ ୩ ବର୍ଷ ହେବ ଦୀନେଶ ଏହି ସେବା କରି ଆସୁଛନ୍ତି। ସେ ଏହି କାମ ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ କରନ୍ତି। ଦୀନେଶ କହିଛନ୍ତି,“ଅଭାବ ଯୋଗୁଁ ହିଁ ଲୋକେ ଧୁ ଧୁ ଖରାରେ ଖାଲି ପାଦରେ ରାସ୍ତାରେ ଯିବା ଆସିବା କରନ୍ତି।”
ଦୀନେଶଙ୍କୁ ଚପଲ କିଣିବାରେ ସୁଫ୍ଲାମ୍ ନ୍ୟାସ୍ ନାମକ ଏକ ସାମାଜିକ ସଂସ୍ଥା ସାହାଯ୍ୟ କରୁଛି। ସେ ବିଶେଷ କରି ଶ୍ରମିକ ଶ୍ରେଣୀ, ମଇଳା ସଫା କରୁଥିବା ମହିଳା ଓ ବସ୍ତି ପିଲାଙ୍କୁ ଚପଲ ପିନ୍ଧାଇ ଥାଆନ୍ତି।
ସୌଜନ୍ୟ- ନଇ ଦୁନିଆ, ଫଟୋ-ନଇ ଦୁନିଆ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।