କରୋନା ପାଇଁ କିଏ ଦାୟୀ ? ବଦନାମ ହେଉଛି ବଜ୍ରକାପ୍ତା

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): ମନୁଷ୍ୟ ଜାତିକୁ ଆଜି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଦେଇଛି ନୋଭେଲ କରୋନା ଭାଇରସ। ସାରା ଦୁନିଆରୁ ବୈଜ୍ଞାନିକମାନେ ଏହାର ସମାଧାନ ଖୋଜିବା ସହ ଭୂତାଣୁ ସଂକ୍ରମଣର ଜଡ଼ରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ତେବେ ମନୁଷ୍ୟରୁ ମନୁଷ୍ୟକୁ ବ୍ୟାପୁଥିବା ଏହି ସଂକ୍ରମଣ ପଛରେ ଅନେକ ଜୀବଜନ୍ତୁଙ୍କୁ ଦାୟୀ କରାଯାଉଛି। ନିରୀହ ବଜ୍ରକାପ୍ତା ମଧ୍ୟ ଏଥିରୁ ବାଦ୍ ଯାଇନାହଁ। ପାଙ୍ଗୋଲିନ୍ ବା ବଜ୍ରକାପ୍ତାକୁ ନେଇ ଆଜିର ଏଇ ସ୍ୱତନ୍ତ୍ର ରିପୋର୍ଟ। ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ। ଅନ୍ୟ […]

pangolin

pangolin

Pragnya Choudhury
  • Published: Saturday, 25 April 2020
  • Updated: 26 April 2020, 04:19 PM IST

Sports

Latest News

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): ମନୁଷ୍ୟ ଜାତିକୁ ଆଜି ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଦେଇଛି ନୋଭେଲ କରୋନା ଭାଇରସ। ସାରା ଦୁନିଆରୁ ବୈଜ୍ଞାନିକମାନେ ଏହାର ସମାଧାନ ଖୋଜିବା ସହ ଭୂତାଣୁ ସଂକ୍ରମଣର ଜଡ଼ରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ତେବେ ମନୁଷ୍ୟରୁ ମନୁଷ୍ୟକୁ ବ୍ୟାପୁଥିବା ଏହି ସଂକ୍ରମଣ ପଛରେ ଅନେକ ଜୀବଜନ୍ତୁଙ୍କୁ ଦାୟୀ କରାଯାଉଛି। ନିରୀହ ବଜ୍ରକାପ୍ତା ମଧ୍ୟ ଏଥିରୁ ବାଦ୍ ଯାଇନାହଁ। ପାଙ୍ଗୋଲିନ୍ ବା ବଜ୍ରକାପ୍ତାକୁ ନେଇ ଆଜିର ଏଇ ସ୍ୱତନ୍ତ୍ର ରିପୋର୍ଟ।

ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ। ଅନ୍ୟ ଜୀବଜନ୍ତୁଙ୍କ ଭଳି ବଜ୍ରକାପ୍ତା ଏତେ ଜଣାଶୁଣା ବା ଲୋକପ୍ରିୟ ନୁହେଁ। ଏମାନେ ଏକାକି ରୁହନ୍ତି ଓ ଧୀର ବେଗରେ ଗତି କରନ୍ତି। ସାଧାରଣତଃ ଏମାନେ ଦୃଷ୍ଟିଗୋଚର ମଧ୍ୟ ହୁଅନ୍ତି ନାହିଁ। ବଜ୍ରକାପ୍ତାକୁ ପ୍ରକୃତିର ଉପହାର ହେଉଛି ଏମାନଙ୍କ ଶରୀର, ଯାହା ଶକ୍ତ ଓ ବଡ଼ ବଡ଼ କାତି ଯୁକ୍ତ ହୋଇଥାଏ। ମହାବଳ ବାଘ ଭଳି ଶିକାରୀ ମଧ୍ୟ ଆକ୍ରମଣ କଲେ ଏମାନଙ୍କ କିଛି କ୍ଷତି ହୁଏ ନାହିଁ। କାରଣ ବଜ୍ରକାପ୍ତା ମୋଡ଼ିମାଡ଼ି ହୋଇ କାତିଯୁକ୍ତ ଏକ ବର୍ତୁଳ ଆକାର ଧାରଣ କରିପାରେ ଓ ଏମାନଙ୍କ କାତିର ରଙ୍ଗ ରହୁଥିବା ସ୍ଥାନ ମାଟିର ରଙ୍ଗ ସଦୃଶ ହୋଇଥାଏ। ସେଥିପାଇଁ ଏମାନେ ସହଜରେ ଆଖିକୁ ଗୋଚର ହୁଅନ୍ତି ନାହିଁ।

ଅଧିକାଂଶ ବଜ୍ରକାପ୍ତା ଏସିଆ ମହାଦେଶରେ ଦେଖିବାକୁ ମିଳୁଥିବା ବେଳେ ଆଫ୍ରିକାରେ ମଧ୍ୟ ଏମାନେ ଯଥେଷ୍ଟ ସଂଖ୍ୟାରେ ରହିଛନ୍ତି। ରାତିରେ ମାଟି, ଉଈହୁଙ୍କା, ଫମ୍ପା କାଠଗଣ୍ଡି ଆଦିରେ ଥିବା ପିମ୍ପୁଡ଼ି ଓ ଉଈକୁ ଖାଇ ଏମାନେ ବଞ୍ଚିଥାନ୍ତି ଆଉ ଦିନରେ ବିଶ୍ରାମ ନିଅନ୍ତି। ଏସିଆରେ ମୁଖ୍ୟତଃ ୪ଟି ପ୍ରଜାତିର ବଜ୍ରକାପ୍ତା ଦେଖାଯାନ୍ତି। ଯଥା- ଭାରତୀୟ ବଜ୍ରକାପ୍ତା, ଫିଲିପାଇନ୍ ବଜ୍ରକାପ୍ତା, ସୁଣ୍ଡା ବଜ୍ରାକପ୍ତା ଓ ଚାଇନିଜ୍ ବଜ୍ରକାପ୍ତା। ଏ ସମସ୍ତ ପ୍ରଜାତି ଜାତୀୟ ତଥା ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ସଂରକ୍ଷିତ। ଏହି ନିଶାଚର ଜୀବ ମନୁଷ୍ୟ ଜାତି ପାଇଁ ଆଦୌ ବିପଜ୍ଜନକ ନୁହଁନ୍ତି। ହେଲେ ଏମାନଙ୍କ ମାଂସ, କାତି ତଥା ଶରୀରର ଅନ୍ୟାନ୍ୟ ଦୁର୍ଲଭ ଅଂଶକୁ ବିକ୍ରି କରିବାକୁ ବହୁ ସଂଖ୍ୟାରେ ଏମାନଙ୍କୁ ବେଆଇନ୍ ଭାବେ ଶିକାର ଓ ବିକ୍ରି କରାଯାଇଥାଏ।

ନୋଭେଲ କରୋନା ଭୂତାଣୁ ଜନିତ କୋଭିଡ୍-୧୯ ସଂକ୍ରମଣ ଜଣାପଡ଼ିବା ପରେ ହଠାତ୍ ଏହି ନିରୀହ ଜୀବଟି ଚର୍ଚ୍ଚାକୁ ଆସିଗଲା। ଚୀନର ଉହାନ ସହରର କଞ୍ଚା ମାଂସ ଦୋକାନରୁ କରୋନା ଭୂତାଣୁ ସାରା ବିଶ୍ୱକୁ ବ୍ୟାପି ଥିବା କୁହାଯାଉଥିବା ବେଳେ ଏନେଇ ଅନେକ ଜୀବଜନ୍ତୁଙ୍କୁ ଦାୟୀ କରାଯାଇଛି। ସନ୍ଦେହ କରାଯାଉଛି ଆଉ ଅନୁସନ୍ଧାନ ଜାରି ରହିଛି। କେତେବେଳେ ସାପ, କେତେବେଳେ ବାଦୁଡ଼ି ଆଉ କେତେବେଳେ ନିରୀହ ବଜ୍ରକାପ୍ତାକୁ କରୋନା ଭୂତାଣୁର ବାହକ ବୋଲି କୁହାଯାଇଛି। ହେଲେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ପ୍ରମାଣ ମିଳିପାରି ନାହିଁ।

ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ସତ୍ତ୍ୱେ କଇଁଛ, ବାଦୁଡ଼ି, ବିଭିନ୍ନ ସରିସୃପ, ବିଭିନ୍ନ ପକ୍ଷୀ ତଥା ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ଭଳି ବଜ୍ରକାପ୍ତା ମାଂସ ତଥା ଶରୀରର ଅନ୍ୟାନ୍ୟ ଅଂଶ ବିକ୍ରି କରାଯାଉଛି। ଏଣୁ ବଜ୍ରକାପ୍ତା ଶରୀରରେ ଥିବା SARS-CoV-2 ଭୂତାଣୁ ଦ୍ୱାରା କୌଣସି କ୍ରମେ ମନୁଷ୍ୟ ସଂକ୍ରମିତ ହୋଇଛି ବୋଲି ସନ୍ଦେହ ରହିଛି। ଅନ୍ୟପଟେ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ମଧ୍ୟ ବଜ୍ରକାପ୍ତା ମାଂସ ଓ ଶରୀର ବିଭିନ୍ନ ଅଂଶକୁ ଔଷଧରେ ବ୍ୟବହାର କରାଯାଇଥାଏ। ହେଲେ ଏହାକୁ ମାରି ଖାଦ୍ୟ ଭାବେ ଗ୍ରହଣ କରିବାକୁ ପ୍ରାଚୀନ ଗ୍ରନ୍ଥରେ ନିଷେଧ କରାଯାଇଛି। ତେବେ ସଂରକ୍ଷିତ ବନ୍ୟପ୍ରାଣୀଙ୍କ ବେଆଇନ୍ ଶିକାର ତଥା କାରବାର କିଭଳି ଚାଲିଛି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story