ବିଶ୍ୱ ପରିବେଶ ଦିବସ: ଜାଣନ୍ତୁ ଇନ୍ଦିରା ଗାନ୍ଧି ପ୍ରଥମେ କେଉଁ ପ୍ରସଙ୍ଗ ଉଠାଇଥିଲେ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକୃତି ଓ ପରିବେଶ ବିନା ପ୍ରାଣୀର ଅସ୍ତିତ୍ୱ ଅସମ୍ଭବ। ଏଣୁ ପ୍ରତିକୂଳ ଓ ଅନୁକୂଳ ପରିବେଶ କଥା ମଧ୍ୟ କୁହାଯାଇଥାଏ। ଏହି କଥା ମନେ ପକାଇଦେବାକୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନ୍ ୫ ରେ ସାରା ଦୁନିଆରେ ପରିବେଶ ଦିବସ ପାଳନ କରାଯାଉଛି। ପରିବେଶ ପ୍ରତି ବଢ଼ୁଥିବା ବିପଦକୁ ରୋକିବା ଏବଂ ଏହାର ସୁରକ୍ଷା କରିବାକୁ ଲୋକଙ୍କୁ ସଚେତନ କରିବା ପରିବେଶ ଦିବସ ପାଳନ କରିବା ପଛରେ ଉଦ୍ଦେଶ୍ୟ ରହିଛି। ପରିବେଶକୁ […]

WORLD-ENVIRONMENT-DAY

WORLD-ENVIRONMENT-DAY

Pragnya Choudhury
  • Published: Friday, 05 June 2020
  • Updated: 05 June 2020, 12:14 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରକୃତି ଓ ପରିବେଶ ବିନା ପ୍ରାଣୀର ଅସ୍ତିତ୍ୱ ଅସମ୍ଭବ। ଏଣୁ ପ୍ରତିକୂଳ ଓ ଅନୁକୂଳ ପରିବେଶ କଥା ମଧ୍ୟ କୁହାଯାଇଥାଏ। ଏହି କଥା ମନେ ପକାଇଦେବାକୁ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନ୍ ୫ ରେ ସାରା ଦୁନିଆରେ ପରିବେଶ ଦିବସ ପାଳନ କରାଯାଉଛି। ପରିବେଶ ପ୍ରତି ବଢ଼ୁଥିବା ବିପଦକୁ ରୋକିବା ଏବଂ ଏହାର ସୁରକ୍ଷା କରିବାକୁ ଲୋକଙ୍କୁ ସଚେତନ କରିବା ପରିବେଶ ଦିବସ ପାଳନ କରିବା ପଛରେ ଉଦ୍ଦେଶ୍ୟ ରହିଛି।

ପରିବେଶକୁ ସଜାଡ଼ିବା ବା ଖରାପ କରିବା ପଛରେ କେବଳ ମାନବ ହିଁ ଉତ୍ତରଦାୟୀ। ଏଣୁ ପରିବେଶକୁ ଅନୁକୂଳ ଏବଂ ଉନ୍ନତି କରିବା ଲାଗି ଆମେ ଦାୟିତ୍ୱ ନେବା ଉଚିତ୍। ଆମର ଚେଷ୍ଟା ରହିବା ଉଚିତ୍ ଅନ୍ତତଃ ଯେପରି ଆମ ଆଖପାଖର ପରିବେଶ ପ୍ରକୃତିସ୍ଥ ହୋଇ ରହୁ। ଆଜି ସାରା ଦୁନିଆକୁ ବିଶ୍ୱ ମହାମାରୀ କରୋନା ଭୂତାଣୁର ଭୟ ଘାରିଛି। ହେଲେ କରୋନା ସ୍ଥିତି ଆସିବା ପରେ ପ୍ରକୃତିର ଏକ ନୂଆ ରୂପ ସାମ୍ନାକୁ ଆସିଲା। ଏହାପରେ ହୁଏତ ଆମକୁ ଅନୁଭବ ହୋଇଯିବା ଆବଶ୍ୟକ ଯେ, ଇଶ୍ୱର ଦତ୍ତ ଏହି ପ୍ରକୃତି କେତେ ସୁନ୍ଦର। ସମସ୍ତେ ଯଦି ନିଜ ନିଜ ନିକଟରେ ପରିବେଶକୁ ପ୍ରକୃତିସ୍ଥ କରି ରଖିବେ ଏ ଦୁନିଆ ଆହୁରି ସରସ ସୁନ୍ଦର ହୋଇଯିବ।

୧୯୭୨ରେ ସ୍ୱିଡେନର ରାଜଧାନୀ ଷ୍ଟକହୋମରେ ମିଳିତ ଜାତିସଂଘ ମହାସଭାରେ ସର୍ବ ପ୍ରଥମେ 'ବିଶ୍ୱ ପରିବେଶ ଦିବସ' ପାଳନର ମୂଳଦୁଆ ପଡ଼ିଲା। ମହାସଭାରେ ୧୧୯ଟି ଦେଶ ଭାଗ ନେଇଥିଲେ। ସେତେବେଳେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବା ୟୁଏନଇପି ଆରମ୍ଭ କରାଗଲା। ଏହାସହ ପ୍ରତି ବର୍ଷ ଜୁନ୍ ୫ରେ ପରିବେଶ ଦିବସ ପାଳନ ଏବଂ ଲୋକଙ୍କୁ ପରିବେଶ ପ୍ରଦୂଷଣ ସମସ୍ୟା ସହ ଅବଗତ କରିବା ଲାଗି ନିଷ୍ପତ୍ତି ନିଆଗଲା। ପରେ ୧୯୭୪ରେ ପ୍ରଥମ ଥର ପାଇଁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିବା ବେଳେ ଏହାର ଥିମ୍ ରଖାଯାଇଥିଲା 'ଓନଲି ଓ୍ୱାନ୍ ଆର୍ଥ'। ତେବେ ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଥିଲା ଲୋକଙ୍କୁ ପରିବେଶ ପ୍ରତି ସଚେତନ କରିବା ସହ ରାଜନୈତିକ ଚେଚନା ଜାଗ୍ରତ କରିବା।

ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ମହାସଭାରେ 'ପରିବେଶର ଅବନିତି ଓ ବିଶ୍ୱ ତଥା ଭବିଷ୍ୟତ ଉପରେ ଏହାର ପ୍ରଭାବ' ବିଷୟରେ ବ୍ୟାଖ୍ୟା କରିଥିଲେ। ପରିବେଶ ସୁରକ୍ଷା ଦିଗରେ ଭାରତ ପକ୍ଷରୁ ଏହା ପ୍ରଥମ ପଦକ୍ଷେପ ଥିଲା। ସେବେଠାରୁ ଆଜି ଯାଏ ପ୍ରତିବର୍ଷ ଜୁନ୍ ୫ରେ ଭାରତରେ ବିଶ୍ୱ ପରିବେଶ ଦିବସ ପାଳନ କରିଆସୁଛି।

୧୯୮୬ ନଭେମ୍ବର ୧୯ରେ ପରିବେଶ ସଂରକ୍ଷଣ ଅଧିନିୟମ ଲାଗୁ ହେଲା। ଏଥିରେ ଜଳ, ବାୟୁ, ଭୂମି ତିନି କାରକ ସହ ମନୁଷ୍ୟ, ଉଦ୍ଭିଦ, ସୂକ୍ଷ୍ମ ଜୀବ, ଅନ୍ୟ ଜୀବିକ ପଦାର୍ଥ ଆଦି ପରିବେଶ ଅନ୍ତର୍ଭୂତ ବୋଲି କୁହାଯାଇଛି। ପ୍ରତି ବର୍ଷ ଆଜିର ତାରିଖରେ ଲୋକେ ପରିବେଶ ସଂରକ୍ଷଣ ବିଷୟରେ ପଦକ୍ଷେପ ନିଅନ୍ତି। ଏହି କ୍ରମରେ ଲୋକେ ଗଛ ଲଗାଇଥାନ୍ତି, ସଚେତନତା କାର୍ଯ୍ୟକ୍ରମ କରନ୍ତି, ପରିବେଶ ସମ୍ବନ୍ଧୀୟ ବାର୍ତ୍ତା ପ୍ରଚାର ପ୍ରସାର କରନ୍ତି। ହେଲେ ଚଳିତ ବର୍ଷ କରୋନା ଭୂତାଣୁ ପରିସ୍ଥିତି ଯୋଗୁ ଦିବସର ପାଳନ ସମାରୋହ ସବୁଥର ଭଳି ହୋଇପାରି ନାହିଁ। ଏନେଇ ବିଶେଷ କରି ଅନଲାଇନ୍ ମାଧ୍ୟରେ ଲୋକଙ୍କୁ ସଚେତନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story