ଦିଲ୍ଲୀରେ ବଢ଼ୁଛି କୋରାପୁଟ ‘କଳାଜିରା’ର ଡିମାଣ୍ଡ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଧାନଟି ଦେଖିବାକୁ କଳା। କିନ୍ତୁ ଚାଉଳ ରଙ୍ଗ ଧଳା। ଚାଉଳ ଜିରା ଭଳି ଦିଶୁଥିବାରୁ ନାଁ ତା’ର ‘କଳାଜିରା’। କେଉଁକାଳରୁ ଏହି ଧାନ ଚାଷ କରିଆସୁଥିଲେ ଅବିଭକ୍ତ କୋରାପୁଟ୍ ଜିଲ୍ଲାର ଆଦିବାସୀ। ମାତ୍ର ସମୟ ଓ ପରିସ୍ଥିତି ସହିତ ତାଳ ଦେଇନପାରିବାରୁ ଏହି ଧାନ ଦିନେ ଲୋପ୍ ପାଇବାକୁ ଯାଉଥିଲା। ଏବେ ପୁଣି ଥରେ ଏହି ଧାନର ଚମକ ଫେରିଛି। ଏହା ସମ୍ଭବ ହୋଇପାରିଛି ଧାନର ରାଣୀ ପଦ୍ମଶ୍ରୀ ତୁଳସୀ ପୂଜାରୀ […]

Koraput

Koraput

Manoranjan Sial
  • Published: Monday, 25 October 2021
  • Updated: 25 October 2021, 09:00 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଧାନଟି ଦେଖିବାକୁ କଳା। କିନ୍ତୁ ଚାଉଳ ରଙ୍ଗ ଧଳା। ଚାଉଳ ଜିରା ଭଳି ଦିଶୁଥିବାରୁ ନାଁ ତା’ର ‘କଳାଜିରା’। କେଉଁକାଳରୁ ଏହି ଧାନ ଚାଷ କରିଆସୁଥିଲେ ଅବିଭକ୍ତ କୋରାପୁଟ୍ ଜିଲ୍ଲାର ଆଦିବାସୀ। ମାତ୍ର ସମୟ ଓ ପରିସ୍ଥିତି ସହିତ ତାଳ ଦେଇନପାରିବାରୁ ଏହି ଧାନ ଦିନେ ଲୋପ୍ ପାଇବାକୁ ଯାଉଥିଲା। ଏବେ ପୁଣି ଥରେ ଏହି ଧାନର ଚମକ ଫେରିଛି। ଏହା ସମ୍ଭବ ହୋଇପାରିଛି ଧାନର ରାଣୀ ପଦ୍ମଶ୍ରୀ ତୁଳସୀ ପୂଜାରୀ ଓ ଧାନ ଗବେଷଣା ପ୍ରତିଷ୍ଠାନ ଏମ୍.ଏସ୍ ସ୍ୱାମିନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ଯୋଗୁ। କୋରାପୁଟରେ ଉତ୍ପାଦନ ହେଉଥିବା ଏହି ଧାନର ଚାଉଳ ଭାୟା ଭୁବନେଶ୍ୱର ହୋଇ ନୂଆଦିଲ୍ଲୀରେ ପହଞ୍ଚିଛି। ଆଉ ଜି.ଆଇ ଟ୍ୟାଗ୍ ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରାଯାଇଛି।

ଧାନର ରାଣୀ ହେଉଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ୬ ବର୍ଷ ତଳେ ବିଲୁପ୍ତ ହେବାକୁ ଯାଇଥିବା ‘କଳାଜିରା’ ଧାନକୁ ସାଇତି ରଖିଥିଲେ। ପରବର୍ତ୍ତୀ ସମୟରେ ଏମ୍.ଏସ୍ ସ୍ୱାମିନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ୍ ପକ୍ଷରୁ ଏହି ଧାନ ଉପରେ ଗବେଷଣା କରାଯାଇଥିଲା। ସେହି ସମୟରେ ଧାନର ଔଷଧୀୟ ଗୁଣ ଜଣାପଡ଼ିଥିଲା। ଡାଇବେଟିସ୍ ରୋଗୀଙ୍କ ଏହି ଧାନର ଚାଉଳ ବେଶ୍ ଫଳପ୍ରଦ। ଧୀରେ ଧୀରେ ଏ ସମ୍ପର୍କରେ ପ୍ରଚାର ହେବା ପରେ ଏହି ଧାନକୁ ଚାଷ କରିବା ପାଇଁ ଚାଷୀଙ୍କ ଭିତରେ ଆଗ୍ରହ ବଢ଼ିଲା। ଏବେ କୋରାପୁଟ ସମେତ ଅନ୍ୟ ଜିଲ୍ଲାର ଚାଷୀମାନେ କଳାଜିରା ଧାନ ଚାଷ କରିବାକୁ ଆଗେଇ ଆସିଛନ୍ତି।

କଳାଜିରା ଧାନ ଏକର ପିଛା ୫ରୁ ୧୦ କ୍ୱିଣ୍ଟାଲ୍ ଅମଳ ହେଉଛି। ୧୪୦ରୁ ୧୫୫ଦିନରେ ଏହି ଧାନ ଅମଳ ହେଉଛି। କଫି ପରେ ଏହି ଧାନ କୋରାପୁଟର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏବେ କୋରାପୁଟ ବ୍ଲକ୍ ସମେତ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ଟି ବ୍ଲକରେ ଚାଷ ହେଉଛି। ମୁଖ୍ୟତଃ ଆଦିବାସୀ ମହିଳା ଏହି ବିରଳ ଧାନର ଚାଷ କରୁଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲାର ୧୪ଟି ବ୍ଲକରେ ୧୮୦୦ ଚାଷୀ କଳାଜିରା ଧାନ ଚାଷ କରୁଥିବା ବେଳେ ବାର୍ଷିକ ୧୦୦ କ୍ୱିଣ୍ଟାଲ୍ ଧାନ ଅମଳ ହେଉଛି। ବେଶ୍‌ ଲାଭବାନ ହେଉଛନ୍ତି।

https://youtu.be/ljjVev7LeFQ

କଳାଜିରା ଧାନ କିଭଳି ବଞ୍ଚାଇ ରଖିହେବ ଓ ପ୍ରତିବର୍ଷ ଅଧିକରୁ ଅଧିକ ଚାଷ କରାଯାଇପାରିବ, ସେ ଦିଗରେ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଏନଜିଓ ଓ ନାବାର୍ଡ ସହ ଅନୁବନ୍ଧିନ କାର୍ଯ୍ୟ ଶେଷ ହୋଇଛି।କୋରାପୁଟକୁ ଏହି ଧାନକୁ ଜିଆଇ ଟ୍ୟାଗ ମିଳେ, ଆଦିବାସୀ ଚାଷୀଙ୍କର ଉନ୍ନତି ହେବ।

ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନର ସୁରଜିତ କୁମାରୀ ତୁରୁକ କହିଛନ୍ତି-“କୋରାପୁଟ ଜିଲ୍ଲାରେ ବିଭିନ୍ନ ପ୍ରକାର ଧାନ କେଉଁ କାଳରୁ ଚାଷ ହୋଇ ଆସୁଛି। ସେ ଭିତରୁ ହଳଦୀଚୁଡି, ଆସାମ ଚୁଡ଼ି, ସପୁରି, କଳାଜିରା ଧାନ ଅନ୍ୟତମ। ଏବେ ଧାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କଳାଜିରା ଚାଉଳ ବାସନା ଓ ସ୍ୱାଦ ପାଇଁ ବେଶ୍‌ ପରିଚିତ ହୋଇଛି। ଏହି ଧାନ ବେଶୀ କୋରାପୁଟ ଜିଲ୍ଲାରେ ହୋଇଥାଏ। ଚଳିତବର୍ଷ ସ୍ୱାମୀନାଥନ୍ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣରେ ଚାଷ କରାଯାଉଛି।”

ସେ ଆହୁରି କହିଛନ୍ତି-“କଳାଜିରାର ଚାହିଁଦା କେଉଁ କାଳରୁ ରହିଛି। ମାତ୍ର ଏହି ଧାନର ବଜାରିକରଣ ଏବେ ହେଉଛି। ଆଗକୁ ଏହି ଧାନର ଚାହିଦା ବଢ଼ିବ। ଅନ୍ୟ ଚାଉଳ ଅପେକ୍ଷା ଏହି ଚାଉଳ ଦାମ ଅଧିକ ରହିଛି। ଓଡ଼ିଶାରେ ଏହି ଚାଉଳ ଦାମ ୧୦୦ ଟଙ୍କା ରହିଛି। ମାତ୍ର ଓଡ଼ିଶା ବାହାରେ ୧୪୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। ଏହି ଚାଉଳ ଭାୟା ଭୁବନେଶ୍ୱର ଦେଇ ଦିଲ୍ଲୀରେ ପହଞ୍ଚିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story