ଚକ୍ରବ୍ୟୁହରେ ଗୁପ୍ତଚର! କ’ଣ ହେବ କୁଳଭୂଷଣଙ୍କ ଭାଗ୍ୟ

ନୂଆଦିଲ୍ଲୀ:ନିଜର ସବୁ ସୁଖ ହସଖୁସିକୁ ଜଳାଞ୍ଜଳି ଦେଇ ଏମାନେ ଦେଶ ପାଇଁ କାମ କରନ୍ତି।  ହେଲେ କେବେ ଗର୍ବରେ କହିପାରନ୍ତିନି। କେହି ଏମାନଙ୍କୁ ଜାଣନ୍ତିନି କି ଚିହ୍ନନ୍ତିନି। ସରକାର ଏମାନଙ୍କୁ କେବେ କେଉଁଠି ସମ୍ମାନ ଦିଅନ୍ତିନି। କାରଣ ଏମାନଙ୍କ ପରିଚୟ ପ୍ରଘଟ ହୋଇଗଲେ ସବୁକିଛି ଗଡ଼ବଡ଼ ହୋଇଯିବ। ଶତ୍ରୁପକ୍ଷ ସଜାଗ ହୋଇଯିବେ। ଆଉ ଯଦି କେବେ ଧରାପଡ଼ିଯାଆନ୍ତି ତେବେ ଏମାନଙ୍କ ହାତ ଛାଡ଼ିଦିଏ ଦେଶ। ଏମାନଙ୍କ ସହ ଏମିତି କିଛି ଚୁକ୍ତି ବି ହୋଇଥାଏ। ଯାହା ଏବେ […]

kulbhusan

kulbhusan

Rakesh Mallick
  • Published: Tuesday, 11 April 2017
  • Updated: 11 April 2017, 11:04 PM IST

ନୂଆଦିଲ୍ଲୀ:ନିଜର ସବୁ ସୁଖ ହସଖୁସିକୁ ଜଳାଞ୍ଜଳି ଦେଇ ଏମାନେ ଦେଶ ପାଇଁ କାମ କରନ୍ତି।  ହେଲେ କେବେ ଗର୍ବରେ କହିପାରନ୍ତିନି। କେହି ଏମାନଙ୍କୁ ଜାଣନ୍ତିନି କି ଚିହ୍ନନ୍ତିନି। ସରକାର ଏମାନଙ୍କୁ କେବେ କେଉଁଠି ସମ୍ମାନ ଦିଅନ୍ତିନି। କାରଣ ଏମାନଙ୍କ ପରିଚୟ ପ୍ରଘଟ ହୋଇଗଲେ ସବୁକିଛି ଗଡ଼ବଡ଼ ହୋଇଯିବ। ଶତ୍ରୁପକ୍ଷ ସଜାଗ ହୋଇଯିବେ। ଆଉ ଯଦି କେବେ ଧରାପଡ଼ିଯାଆନ୍ତି ତେବେ ଏମାନଙ୍କ ହାତ ଛାଡ଼ିଦିଏ ଦେଶ। ଏମାନଙ୍କ ସହ ଏମିତି କିଛି ଚୁକ୍ତି ବି ହୋଇଥାଏ। ଯାହା ଏବେ କୁଳଭୂଷଣ ଯାଦବଙ୍କ କ୍ଷେତ୍ରରେ ଘଟିଛି।

ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ପାକିସ୍ତାନରେ ମୃତ୍ୟୁଦଣ୍ଡ ଦିଆଯାଇଛି। କୁଳଭୂଷଣ ଭାରତ ପାଇଁ ଗୁପ୍ତଚର କାମ କରୁଥିବା ଅଭିଯୋଗ କରି ତାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଭଳି ଦୁ‍ଃଖଦ ସମୟରେ ଭାରତ ତାଙ୍କ ସହିତ ସବୁ ସମ୍ପର୍କ ତୁଟାଇଦେଇଥିଲା। ଧରାପଡ଼ିବା ପରେ କୁଳଭୂଷଣ ସହ ଭାରତର କୌଣସି ସମ୍ପର୍କ ନ ଥିବା କହିଥିଲା ଭାରତ। ହେଲେ ଏନେଇ ଦେଶରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମତ ବଦଳାଇଛନ୍ତି ସରକାର ।

କିଏ ଏହି କୁଳଭୂଷଣ

କୁଳଭୁଷଣ ଯାଦବଙ୍କ ଘର ମୁମ୍ବାଇର। ୧୬ ଏପ୍ରିଲ ୧୯୭୦ରେ ସେ ଜନ୍ମ ହୋଇଥିଲେ। କୁଳଭୂଷଣ ବିବାହିତ ହୋଇଥିବା ବେଳେ ତାଙ୍କର ପିଲାଛୁଆ ଅଛନ୍ତି।  ୧୯୮୭ରେ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ।  ୧୯୯୧ରେ  ଇଣ୍ଡିଆନ ନେଭିରେ ସାମିଲ ହୋଇଥିଲେ।  ୨୦୦୩ରେ ଚାକିରି ଛାଡ଼ି ଭାରତ ପାଇଁ ଗୁପ୍ତଚର କରୁଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଏଥିପାଇଁ ସେ ଦୀର୍ଘଦିନ ଧରି ଇରାନର ଚାବର ବନ୍ଦରରେରେ କାମ କରିଛନ୍ତି। ଗୁପ୍ତଚର ପାଇଁ ସେ ଏକ ନକଲି ପାସପୋର୍ଟ କରିବା ସହ ନିଜ ନାମ ମଧ୍ୟ ବଦଳାଇ ଦେଇଛନ୍ତି। ଇରାନରେ ଥିବା ବେଳେ ତାଙ୍କ ନାମ ବଦଳାଇ ହୁସେନ ମୁବାରକ୍‌ ପଟେଲ ରଖିଥିଲେ। ଇରାନରେ ଥିବା ବେଳେ ସେଠାରେ ସେ ଏକ ଜଳଜାହାଜ କିଣିଥିଲେ। ଏହି ଜଳ ଜାହାଜରୁ ସେ କରାଚିରେ ଥିବା ଆତଙ୍କବାଦୀ ଆଡ୍ଡାକୁ କିପରି ଆକ୍ରମଣ କରାଯାଇପାରିବ ସେନେଇ ବ୍ଲୁ-ପ୍ରଣ୍ଟି ପ୍ରସ୍ତୁତ କରିଥିଲେ। ତେବେ ପରେ ସେ ଇରାନ ଦେଇ ବେଲୁଚିସ୍ତାନ ଯିବା ବାଟରେ ୨୦୧୬ ମାର୍ଚ୍ଚ ୧୩ ତାରିଖରେ ବେଲୁଚିସ୍ତାନରୁ ତାଙ୍କୁ ପାକିସ୍ତାନ ଗିରଫ କରିଥିଲା। କୁଳଭୂଷଣ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ ପାଇଁ କାମ କରୁଥିବା ଅଭିଯୋଗ କରି ପାକିସ୍ତାନ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ସେଠାରେ ତାଙ୍କୁ ମୃତ୍ୟୁଦଣ୍ଡ ଘୋଷଣା କରାଯାଇଛି।

ସୁଷମାଙ୍କ ଚରମବାଣୀ

କୁଳଭୂଷଶ ଯାଦବଙ୍କୁ  ପାକିସ୍ତାନରେ ମୃତ୍ୟୁଦଣ୍ଡାଦେଶକୁ ନେଇ ଆଭିମୁଖ୍ୟ କଠୋର କରିଛି ଭାରତ। ଏହି ପ୍ରସଙ୍ଗରେ ସଂସଦ ଏକଜୁଟ୍‌ ହୋଇଥିବା ବେଳେ ଭାରତ ସନ୍ତାନକୁ ବଞ୍ଚାଇବ ଲାଗି ଯଥା ସମ୍ଭବ ପଦେକ୍ଷପ ନିଆଯିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପରମନ୍ତ୍ରୀ ସୁଷମା ସ୍ୱରାଜ। ପାକିସ୍ତାନ ଯଦି ମୃତ୍ୟୁଦଣ୍ଡାଦେଶକୁ କାର୍ଯ୍ୟକାରୀ କରେ ତେବେ ପରିଣାମ ପାଇଁ ପ୍ରସ୍ତୁତ ରହିବାକୁ  ସୁଷମା ସତର୍କ କରାଇଦେଇଛନ୍ତି।  ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ  କଂଗ୍ରେସ ଦାବି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos