ଅଜବ ଜୀବନଶୈଳୀ : ଗର୍ଭଧାରଣ କରି ମାଆ ହେଲେ ପୁରୁଷ

ନିକଟରେ ବ୍ରିଟେନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଜଣେ ୨୧ ବର୍ଷୀୟ ପୁରୁଷ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ମାଆ ହୋଇଥିବା ଇଏ ବୋଧେ ବିଶର ପ୍ରଥମ ପୁରୁଷ , ତାଙ୍କ ନାଁ ହେଲା ହେଡେନ କ୍ରସ୍।  ଚିକିତ୍ସା ବିଜ୍ଞାନର ଯେ ଏହା ଆଉଏକ କରାମତି, ତାହା ଆମକୁ ସ୍ୱୀକାର କରିବାକୁ ପଡ଼ିବ। ମିଳିଥିବା ସୂଚନା ଅନୁଯାୟୀ, କ୍ରସ୍ ଜନ୍ମରୁ ଜଣେ ଝିଅ ହିଁ ଥିଲେ , କିନ୍ତୁ ପିଲାଦିନରୁ ହିଁ ସେ ଚାହୁଁଥିଲେ […]

hayden-cross

hayden-cross

Rakesh Mallick
  • Published: Monday, 10 July 2017
  • Updated: 10 July 2017, 07:02 PM IST

Sports

Latest News

ନିକଟରେ ବ୍ରିଟେନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ଜଣେ ୨୧ ବର୍ଷୀୟ ପୁରୁଷ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ମାଆ ହୋଇଥିବା ଇଏ ବୋଧେ ବିଶର ପ୍ରଥମ ପୁରୁଷ , ତାଙ୍କ ନାଁ ହେଲା ହେଡେନ କ୍ରସ୍।  ଚିକିତ୍ସା ବିଜ୍ଞାନର ଯେ ଏହା ଆଉଏକ କରାମତି, ତାହା ଆମକୁ ସ୍ୱୀକାର କରିବାକୁ ପଡ଼ିବ।

london boyମିଳିଥିବା ସୂଚନା ଅନୁଯାୟୀ, କ୍ରସ୍ ଜନ୍ମରୁ ଜଣେ ଝିଅ ହିଁ ଥିଲେ , କିନ୍ତୁ ପିଲାଦିନରୁ ହିଁ ସେ ଚାହୁଁଥିଲେ ତାଙ୍କ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ । କାରଣ ତାଙ୍କ ଭିତରେ ପୁରୁଷ ମାନସିକତା ବୃଦ୍ଧି ପାଉଥିଲା , ସେ ନିଜକୁ ଜଣେ ପୁରୁଷ ଭାବିବାକୁ ବେଶୀ ଭଲ ପାଉଥିଲେ । ତେଣୁ ସେ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଲେ ଓ ଏକ ମେଡିକାଲ ସହ ପରାମର୍ଶ କଲେ । ଡାକ୍ତରମାନେ ପରୀକ୍ଷା ନିରୀକ୍ଷା ପରେ ଲିଙ୍ଗ ପରିବର୍ତ୍ତନ ପାଇଁ ରାଜି ହୋଇଥିଲେ। କିନ୍ତୁ କ୍ରସ ମୂଳତଃ ନାରୀ ହୋଇଥିବାରୁ ତାଙ୍କ ଶରୀରରେ ଶୁକ୍ରାଣୁ କ୍ଷରଣକୁ ବନ୍ଦ କରିପାରିବେ ନାହିଁ ବୋଲି ଡାକ୍ତର ସ୍ପଷ୍ଟ କରିଦେଲେ । ତେଣୁ ଲିଙ୍ଗ ପରିବର୍ତ୍ତନ ପ୍ରକିୟାଟି ସମ୍ପୂର୍ଣ୍ଣ ହୋଇପାରି ନଥିଲା , କିନ୍ତୁ ସେ ପୁରୁଷ ପରି ଜୀବନ ବଂଚିବା ଛାଡ଼ି ନଥିଲେ । ସଂପୂର୍ଣ୍ଣ ପୁରୁଷ ପରି ଜୀବନ ବଂଚୁଥିବା କ୍ରସଙ୍କର କିନ୍ତୁ ଭିତରେ ନାରୀ ମାନସିକତା ବି ରହିଥିଲା, ତେଣୁ ସେ ଜଣେ ଶୁକ୍ରାଣୁଦାତାଙ୍କ ସହଯୋଗରେ ଗର୍ଭବତୀ ହୋଇଥିଲେ। ଗତ ମାସରେ ଅପରେସନ ଦ୍ୱାରା ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।

ନିଜ ଝିଅକୁ ନେଇ କ୍ରସ୍ ଖୁବ୍ ଖୁସି , ଝିଅଟିର ନାଁ ସେ ଦେଇଛନ୍ତି ପରୀ । ଲିଙ୍ଗ ପରିବର୍ତ୍ତନର ୩ ବର୍ଷ ପର୍ଯ୍ୟନ୍ତ କ୍ରସ୍ ପୁରୁଷ ରୂପରେ ରହି ଆସିଥିଲେ ବି ଲିଙ୍ଗ ପରିବର୍ତ୍ତନ ପ୍ରକିୟା ସମ୍ପୂର୍ଣ୍ଣ ହୋଇନଥିବାରୁ ସେ ଚାହିଁଲେ ଆଗକୁ ମଧ୍ୟ ପିଲା ଜନ୍ମ କରିପାରିବେ ବୋଲି ଡାକ୍ତର କହିଛନ୍ତି। ସୂଚନାଯୋଗ୍ୟ ଯେ, ଲିଙ୍ଗ ପରିବର୍ତ୍ତନ କରିବା ପୂର୍ବରୁ, କ୍ରସ ୨୧  ବର୍ଷ ଧରି ଝିଅ ପରି ରହୁଥିଲେ , ସେତେବେଳେ ତାଙ୍କ ନାଁ ଥିଲା ପେଜ୍ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos