ଅଣ୍ଡାରୁ ବାହାରିଲା ହୀରା! ମହିଳା ଖୁସ୍‌

ଲଣ୍ଡନ: ‘ସୁନା ଅଣ୍ଡା ଦେଉଥିବା କୁକୁଡ଼ା’ର କାହାଣୀ ତ ସମସ୍ତେ ପଢ଼ିଥିବେ। କିନ୍ତୁ ଆପଣ କେବେ ବି ଏମିତିକା ଅଣ୍ଡା ହାସଲ କରି ନ ଥିବେ। ପାଇବା ତ ଦୂର କଥା ଦେଖି ବି ନ ଥିବେ। କିନ୍ତୁ ଲଣ୍ଡନର ଜଣେ ମହିଳାଙ୍କୁ ଜୁଟିଛି ଏହି ସୌଭାଗ୍ୟ। ପୁଣି ସୁନା ନୁହେଁ ହୀରାର ଅଣ୍ଡା ପାଇଛନ୍ତି ସେ! ଏବେ କଥାଟା ଖୋଲି କହୁଛୁ। ଲଣ୍ଡନର ଏହି ମହିଳା ଜଣଙ୍କ ସବୁ ଦିନେ ସକାଳ ଜଳଖିଆରେ ଅଣ୍ଡା ଖାଆନ୍ତି। […]

egg

egg

Rakesh Mallick
  • Published: Friday, 24 March 2017
  • Updated: 24 March 2017, 10:58 AM IST

Sports

Latest News

ଲଣ୍ଡନ: ‘ସୁନା ଅଣ୍ଡା ଦେଉଥିବା କୁକୁଡ଼ା’ର କାହାଣୀ ତ ସମସ୍ତେ ପଢ଼ିଥିବେ। କିନ୍ତୁ ଆପଣ କେବେ ବି ଏମିତିକା ଅଣ୍ଡା ହାସଲ କରି ନ ଥିବେ। ପାଇବା ତ ଦୂର କଥା ଦେଖି ବି ନ ଥିବେ। କିନ୍ତୁ ଲଣ୍ଡନର ଜଣେ ମହିଳାଙ୍କୁ ଜୁଟିଛି ଏହି ସୌଭାଗ୍ୟ। ପୁଣି ସୁନା ନୁହେଁ ହୀରାର ଅଣ୍ଡା ପାଇଛନ୍ତି ସେ!

ଏବେ କଥାଟା ଖୋଲି କହୁଛୁ। ଲଣ୍ଡନର ଏହି ମହିଳା ଜଣଙ୍କ ସବୁ ଦିନେ ସକାଳ ଜଳଖିଆରେ ଅଣ୍ଡା ଖାଆନ୍ତି। ଦିନେ ଜଳଖିଆ ଖାଇବା ବେଳେ ତାଙ୍କ ଦାନ୍ତରେ କିଛି ଅଟକି ଗଲା। ଗୁଡ଼ି କି କ’ଣ ଅଟକି ଥିବ ବୋଲି ସେ ଭାବିଲେ। ଯେତେବେଳେ ସେ ଏହାକୁ ଦାନ୍ତରୁ କାଢ଼ିଲେ, ତାହା ହୀରା ଭଳି ଦେଖାଯାଉଥିଲା। ତାହା ସତରେ ହୀରା କି ନୁହେଁ ଯାଞ୍ଚ କରିବା ପାଇଁ ସେ ସୁନା ଦୋକାନୀ ପାଖକୁ ଗଲେ। ସୁନାରି ପ୍ରଥମେ କହିଲେ ଯେ ତାହା ହୀରା ନୁହେଁ। କିନ୍ତୁ ପରେ କହିଲେ ଯେ ଏହା ଏକ ମୂଲ୍ୟବାନ ପଥର। ସେ ଯାହା ହେଉ ମହିଳା ଜଣଙ୍କ ଖୁସି ଯେ  ତାଙ୍କୁ ଅଣ୍ଡାରୁ ହୀରା ମିଳିଛି। ଏହାକୁ ନେଇ ଏକ ମୁଦି କରିବାକୁ ବି ସେ ପ୍ଲାନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos