କୁହାଯାଏ ଭଗବାନ ଶିବଙ୍କୁ ଆରଧନା କଲେ ମନସ୍କାମନା ପୁରଣ ହୋଇଥାଏ । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଗଞ୍ଜେଇ ଭୋଗ କରାଯାଏ । ଗଞ୍ଜେଇ ଭୋଗ ଭଗବାନ ଶିବଙ୍କ ପ୍ରିୟ, ହେଲେ କାହିଁକି ପ୍ରିୟ ଜଣିଛନ୍ତି କି ? ଏହାକୁ ନେଇ ପୁରାଣରେ ଅନେକ କାହାଣୀ ରହିଛି ।
ଥରେ ଭଗବାନ ଶିବ ପାର୍ବତିଙ୍କ ସହ ଝଗଡା କରି ହିମାଳୟରୁ ଚାଲିଆସି ଏକ ବଗିଚାରେ ଭ୍ରମଣ କରୁଥିଲେ । ହଠାତ ଏକ ଗଞ୍ଜେଇ ଗଛ ମୂଳରେ ତାଙ୍କ ପାଦ ଖିସିଯିବାରୁ ଭଗବାନ ଶିବ ସେହି ଗଛ ମୂଳରେ ବସି ପଡିଲେ। ଏବଂ ଗଞ୍ଜେଇ ଗଛରୁ କିଛି ପତ୍ର ଆଣି ଚୋବାଇବାରୁ ତାଙ୍କ ଶରୀରକୁ ଏକ ଉର୍ଜା ମିଳିଲା ଓ ତାଙ୍କୁ ଫୁର୍ତ୍ତି ଅନୁଭୁତ ହେଲା। ସେହିଦିନ ଠାରୁ ଶିବ ପାର୍ବତୀଙ୍କୁ ଗଞ୍ଜେଇ ଭୋଗ ଦେବାକୁ କହିଥିଲେ। ଅନ୍ୟ ଏକ କାହଣୀ ଅନୁସାରେ ଅମୃତ ପିଇ ଅମରତ୍ୱ ପ୍ରାପ୍ତି ହେବା ପାଇଁ ଦେବତା ଓ ରାକ୍ଷସ ମିସି ସମୁଦ୍ର ମନ୍ଥନ କରୁଥିଲେ। ସେହି ସମୟରେ ସମୁଦ୍ରରୁ ବିଷ ବାହାରିଥିଲା। ଭଗବାନ ଶିବ ସେହି ବିଷ ପାନ କରି ଦେବତା ଓ ରାକ୍ଷସଙ୍କ ଜୀବନ ବଞ୍ଚାଇବା ସହିତ ସମଗ୍ର ବିଶ୍ୱକୁ ରକ୍ଷା କରିଥିଲେ । ବିଷର ଜ୍ୱାଳା କୁ କମ କରିବା ପାଇଁ ଭଗବାନ ଶିବ ଶଙ୍କର ଗଞ୍ଜେଇ ଖାଇଥିଲେ ସେହି ଦିନଠାରୁ ଶିବଙ୍କ ପାଖରେ ଗଞ୍ଜେଇ ଭୋଗ କାରାଯାଏ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।