ଅଧିକ ଭଲପାଇବା ହୁଏ ବିଚ୍ଛେଦର କାରଣ: ଜାଣନ୍ତୁ କେମିତି ବଞ୍ଚାଇବେ ସମ୍ପର୍କ

ଆଜିକାଲି ପୁଅ, ଝିଅ ଯେତେ ଜଲଦି ପରସ୍ପରକୁ ଭଲ ପାଉଛନ୍ତି, ସେତେ ଜଲଦି ତାଙ୍କର ବ୍ରେକ୍‌ଅପ୍‌ ହେଉଛି। ଏହା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ସମ୍ପର୍କରେ ଫାଟ ହେବାକୁ କିଛି ନିର୍ଦ୍ଦିଷ୍ଟ କାରଣ ନ ଥାଏ। ସାମାନ୍ୟ କଥାକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଉଥିବା ବେଳେ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମଧ୍ୟ ଘଟୁଛି। ନିକଟରେ ହୋଇଥିବା ଏକ ସର୍ଭେରୁ ଯାହା ଜଣାପଡିଛି, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅଧିକ ଭଲ ପାଇବା ବିଚ୍ଛେଦର […]

breakup

breakup

Rakesh Mallick
  • Published: Saturday, 29 July 2017
  • Updated: 29 July 2017, 03:50 PM IST

Sports

Latest News

ଆଜିକାଲି ପୁଅ, ଝିଅ ଯେତେ ଜଲଦି ପରସ୍ପରକୁ ଭଲ ପାଉଛନ୍ତି, ସେତେ ଜଲଦି ତାଙ୍କର ବ୍ରେକ୍‌ଅପ୍‌ ହେଉଛି। ଏହା ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ସମ୍ପର୍କରେ ଫାଟ ହେବାକୁ କିଛି ନିର୍ଦ୍ଦିଷ୍ଟ କାରଣ ନ ଥାଏ। ସାମାନ୍ୟ କଥାକୁ ନେଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇଯାଉଥିବା ବେଳେ ଦମ୍ପତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମଧ୍ୟ ଘଟୁଛି। ନିକଟରେ ହୋଇଥିବା ଏକ ସର୍ଭେରୁ ଯାହା ଜଣାପଡିଛି, ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅଧିକ ଭଲ ପାଇବା ବିଚ୍ଛେଦର ଏକ ମୁଖ୍ୟକାରଣ ବୋଲି ରିପୋର୍ଟରେ କୁହାଯାଇଛି। ଖାସ୍‌ କରି ୟୁରୋପ ଓ ଆମେରିକାରେ ଏପରି ବିଚ୍ଛେଦ ଅଧିକ ଦେଖିବାକୁ ମିଳୁଛି।

ରିପୋର୍ଟ ଅନୁସାରେ ଜଣେ ଅନ୍ୟକୁ ଅଧିକ ଭଲ ପାଉଥିଲେ ତା’ ସାଥୀ ପାଖରୁ ମଧ୍ୟ ସେ ସମାନ ଭଲ ପାଇବା ପାଇବା ଆଶା କରିଥାଏ। ଯେତେବେଳେ ତାଙ୍କ ସାଥୀ ତାଙ୍କ କଥା ବୁଝି ନପାରନ୍ତି ସେତେବେଳେ ସମ୍ପର୍କରେ ତିକ୍ତତା ଆସିଥାଏ। ଏପରି ସମୟରେ ନିଜ ଭଲ ପାଇବାର ମୂଲ୍ୟ କିଛି ନାହିଁ ଭାବି ଜଣେ ଅନ୍ୟଠାରୁ ଅଲଗା ହୋଇଯିବାକୁ ମନ ସ୍ଥିର କରିନେଇଥାଏ।

କେମିତି ବଞ୍ଚାଇବେ ନିଜ ସମ୍ପର୍କ

୧. କାହାକୁ ନିଜ ସ୍ୱାଧୀନତା ହରାଇବା ପସନ୍ଦ ନୁହେଁ। ଭଲ ପାଇବା ଓ ଭଲ ପାଇବାକୁ ପ୍ରକାଶ କରିବା ନିଜ ସ୍ଥାନରେ ରଖନ୍ତୁ। ଯଦି ଆପଣ ସାଥୀ ଆପଣଙ୍କୁ ଅଧିକ ଧ୍ୟାନ ଦେଉନାହାନ୍ତି ତେବେ ତାଙ୍କୁ ନିଜ ମନ କଥା ଖୋଲିକି କୁହନ୍ତୁ। ସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ ଆପଣଙ୍କ ମନ କଥା ବୁଝିବାକୁ। ଏହା ସମ୍ପର୍କକୁ ଦୃଢ କରିବ।

୨. ସମ୍ପର୍କକୁ ସମୟ ସହ ସୁଧାରନ୍ତୁ। ସମୟ ସହ ସବୁ କିଛି ବଦଳିଥାଏ, କିନ୍ତୁ ସାଥୀ ଉପରେ ସେମିତି ଭରଷା ରହିଥାଏ ଯେମିତି ପ୍ରଥମରୁ ଥାଏ। ସମ୍ପର୍କରେ ଆସୁଥିବା ପରିବର୍ତ୍ତନକୁ ଗୁରୁତ୍ୱ ଦିଅନ୍ତୁ।

୩. ନିଜକୁ କିଛି ପ୍ରଶ୍ନ କରି ତାର ଉତ୍ତର ପାଇବାକୁ ଚେଷ୍ଟା କରନ୍ତୁ। ସମ୍ପର୍କ ଡିପ୍ରେସନର କାରଣ ହୋଇଯାଇଛି କି ? ଆପଣ ନିଜ ପରିଚୟ ହଜାଇ ଦେଉଛନ୍ତି ବୋଲି ଭାବୁଛନ୍ତି କି ? ଯଦି ଏମିତି ହେଉଥାଏ ତେବେ ନିଜ ସମ୍ପର୍କକୁ ସମ୍ଭାଳିବା ପାଇଁ ଚେଷ୍ଟା କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos