ଏଠି ପଥର ବି ମା’ ଡାକ ଶୁଣିପାରେ

ସିଏ କରୁଣାର ସାଗର। ପୁଣି ଦୟାର ଭଣ୍ଡାର। ସୀମାହୀନ ତା’ର ମମତାର ଡୋରି । ସିଏ ହେଉଛି ମା’।   ଭାରତୀୟ ସଂସ୍କୃତିରେ ମା’ର ସ୍ଥାନ ସ୍ୱତନ୍ତ୍ର । ଏଠି ପଥର ବି  ମା’ ଡାକ ଶୁଣିପାରେ।  ମାଟି ବି ମା’ ରୂପରେ ପୂଜାପାଏ। ପୁଣି ନିଜେ ଜନ୍ମକଲା ମା’ ନ ହୋଇ ମଧ୍ୟ ଅନ୍ୟ ସନ୍ତାନର ଦୁଃଖ ବୁଝିପାରେ। ମେ’ ୧୪କୁ ବିଶ୍ୱ ମାତୃତ୍ୱ ଦିବସ ପାଳନ କରାଯାଉଥିବା ବେଳେ ଆମ ଦେଶରେ ମା’ ସମ୍ବୋଧନକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା।

ମୋ ମା’: ଯିଏ ଆମର ପ୍ରକୃତ ଜନ୍ମଦାତ୍ରୀ ତାକୁ ଆମେ ମୋ ମା’ ବୋଲି କହିଥାଉ। ଯଏ ନିଜ ସନ୍ତାର ଖୁସିପାଇଁ ସବୁକିଛି ଜଳାଞ୍ଜଳି ଦେଇପାରେ।

ତୋ ମା’: ଯିଏ ନିଜ ଜନ୍ମକଲା ମା’ ନ ହୋଇ ମଧ୍ୟ ମା’ର ସମ୍ମାନ ପାଇଥାଏ। ସିଏ ଆପଣଙ୍କ ଅତି ପ୍ରିୟ ବନ୍ଧୁର ମା’ ହୋଇପାରେ ଅବା ଝିଅ କି ପୁଅ ସାଙ୍ଗର ମା’ ହୋଇପାରେ।

ଭାରତ ମା’:  ଏହି ମା’ ଡାକ ଆସିଲେ ଦେଶ ପ୍ରତି ଆମର ଭଲପାଇବା, ସ୍ନେହ, ଶ୍ରଦ୍ଧା ଆଉ ଆଉ ସମ୍ମାନ ଆପେ ଆପେ ଅଜାଡ଼ି ହୋଇଯାଏ। ବିଶେଷକରି ୧୫ ଅଗଷ୍ଟ  ଏବଂ ୨୬ ଜାନୁୟାରୀ ଆସିଲେ ଆମେ ଭାବବିହୁଳରେ ବାନ୍ଧି ହୋଇଯାଉ।   ବନ୍ଦେ ମାତରମରେ ତ୍ରିଭୁବନ କମ୍ପି ଉଠେ। ଆଉ ଜାତୀୟ ପତାକା ତଳେ ଆମ ମଥା ନସ୍ତକ ହୋଇଯାଏ।

ଧରିତ୍ରୀ ମା’: ଏ ସମଗ୍ର ଜୀବଜଗତକୁ କୋଳେଇ ଧରି ରଖିଥିବା ପୃଥିବୀକୁ ଆମେ ମା’ ବୋଲି ସମ୍ବୋଧନ କରିଥାଉ। ଏପରିକି ପିଲା ବେଳେ ଧରିତ୍ରୀ   ଆମ  ମା’ ବୋଲି ଶକ୍ଷା ଦିଆଯାଇଥାଏ।

ଗୋ’ମାତା: ଭାରତୀୟ ସଂସ୍କୃତିରେ ଗୋରୁଙ୍କୁ ମାତା ରୂପରେ ପୂଜା କରାଯାଏ। ତା’ର କ୍ଷୀରକୁ ପବିତ୍ର ବୋଲି ବିବେଚନା କରାଯାଇ ବିଭିନ୍ନ ଦେବାଦେବୀଙ୍କ ନିକଟରେ ଲାଗି ହୁଏ।

ଶାଶୂ ମା’: ଭାରତୀୟ ପରମ୍ପରାରେ ଜଣେ ଯୁବତୀ ଯେତେବେଳେ ହାତରୁ ଦି ଆହତ ହୁଏ ତା’ର ପରିଚୟ ବଦଳିଯାଏ। ବଦଳି ଯାଏ ତା’ର ଠିକଣା। ଏଥିସହିତ ତା’ ମା ଡାକରେ ବି ସଂଜ୍ଞା ବଦଳିଯାଏ। ନିଜ ଘର ସହିତ ପର ମା’ ବି ତାର ମା’ ହୋଇଥାଏ। ଯାହାଙ୍କୁ ଅମେ ଶାଶୂ ମା’ ବୋଲି କହିଥାଉ।

ଦେବୀ ରୂପରେ ମା’: ପୁରାଣରେ ଯେତେ ଦେବୀ ଅଛନ୍ତି ସମସ୍ତଙ୍କୁ ଆମେ ମା’ ବୋଲି ସମ୍ବୋଧନ କରି ପୂଜା ପାଠ କରିଥାଉ। ଏପରିକି ବାଟରେ ପଡ଼ିଥିବା ପଥରକୁ ଆମେ ମା’ ରୂପରେ ପୂଜା କରିଥାଉ।