ନିଆଳିରେ ଇଏ କ’ଣ ଶେଷ ଅଜଣା ଜନ୍ତୁ ? ନା ଆଉ ଅଛନ୍ତି

ଭୁବନେଶ୍ୱର:ଆଖି କୋରଡ଼ ଭିତରକୁ ପଶିଯାଇଛି। ଗଣି ହେଉଛି ପଞ୍ଜରା ହାଡ଼। ଓଜନ ୫ କେଜିରୁ ଊର୍ଦ୍ଧ୍ୱ ହେବନି। ଲମ୍ବ ଫୁଟେରୁ ବି ଅଧିକ ହେବନି।  ହାତ ବାଜିଲା ବେଳକୁ ଇତଃସ୍ତତ ହୋଇଯାଉଥିଲା। ଧରାପଡ଼ିବା ପରେ ଗୋଟାପଣେ ଥରି ଯାଉଥିଲା । ଆଚରଣରେ  ଆଦୌ ହିଂସ୍ର ବୋଲି ଦୃଶ୍ୟମାନ ହେଉ ନ ଥିଲା। ସ୍ୱଭାବ ଅତି ନିରୀହ ।  ନିଆଳିର ଧରାପଡ଼ିଥିବା ଜୀବଟି ଦେଖିବାକୁ ଏମିତି। ବନ ବିଭାଗ କହିବା ଅନୁଯାୟୀ ଏହା ହେଉଛି ଏକ ଶିଆଳ।  ଗତ […]

niali-2

niali-2

Rakesh Mallick
  • Published: Monday, 10 July 2017
  • Updated: 10 July 2017, 09:43 PM IST

Sports

Latest News

ଭୁବନେଶ୍ୱର:ଆଖି କୋରଡ଼ ଭିତରକୁ ପଶିଯାଇଛି। ଗଣି ହେଉଛି ପଞ୍ଜରା ହାଡ଼। ଓଜନ ୫ କେଜିରୁ ଊର୍ଦ୍ଧ୍ୱ ହେବନି। ଲମ୍ବ ଫୁଟେରୁ ବି ଅଧିକ ହେବନି।  ହାତ ବାଜିଲା ବେଳକୁ ଇତଃସ୍ତତ ହୋଇଯାଉଥିଲା। ଧରାପଡ଼ିବା ପରେ ଗୋଟାପଣେ ଥରି ଯାଉଥିଲା । ଆଚରଣରେ  ଆଦୌ ହିଂସ୍ର ବୋଲି ଦୃଶ୍ୟମାନ ହେଉ ନ ଥିଲା। ସ୍ୱଭାବ ଅତି ନିରୀହ ।  ନିଆଳିର ଧରାପଡ଼ିଥିବା ଜୀବଟି ଦେଖିବାକୁ ଏମିତି। ବନ ବିଭାଗ କହିବା ଅନୁଯାୟୀ ଏହା ହେଉଛି ଏକ ଶିଆଳ।  ଗତ ୨ ମାସ  ଧରି ନିଆଳିରେ ଯେଉଁ ଅଜଣା ଯନ୍ତୁଟି ଆତଙ୍କ ଖେଳାଉଥିଲା ଧରାପଡ଼ିଥିବା ପଶୁଟି ଇଏ ସେହି ବୋଲି କେତେକ ସ୍ଥାନୀୟ ଲୋକେ କହିଛନ୍ତି। ଧରାପଡ଼ିବା ପରେ ଏହି ଜୀବଟିକୁ ବନ ବିଭାଗ ନନ୍ଦନକାନନକୁ ନେଇ ଯାଇଛି। ଗୁରତୂପୂର୍ଣ୍ଣ କଥା ହେଉଛି ବନ ବିଭାଗ ବିଫଳ ହୋଇଥିବା ବେଳେ ଗାଁ ଲୋକେ ଏହି ଜୀବଟିକୁ କାବୁ କରିଥିଲେ।

ତେବେ ପ୍ରଶ୍ନ ଉଠୁଛି ଗତ ୨ ମାସ ଧରି ମେଣ୍ଢା କଲିଜା ଖାଉଥିବା ଅଜଣା ଜନ୍ତୁଟି ଇଏ ସେହି ଜୀବତ? ଖାଲି ସେତିକି ନୁହେଁ ନିଆଳିରେ ନିଦ ହଜାଇଥିବା ଜନ୍ତୁକୁ ନେଇ କେତେ ଚର୍ଚ୍ଚା ହେଲା। କିଏ କହିଲା ଏଲିଅନ୍‌ ତ ଆଉ କିଏ କହିଲା ଭୂତ।  ଆଉ କେହି କେହି ସେହି ଅଜଣା ଜନ୍ତୁ ସହ ମୁହାଁମୁହିଁ ହୋଇଥିବା କହିଲେ। ଖାଲି ମୁହାଁମୁହିଁ ନୁହେଁ ଗଡ଼ାପଡ଼ା ମଧ୍ୟ ହୋଇଥିବା କହିଲେ। ଜନ୍ତୁର ଓଜନ କହିଲେ ୧୦ କୁଇଣ୍ଟାଲରୁ ଅଧିକ ହେବ। ଏହି ଘଟଣା କେବଳ ନିଆଳିରେ ସୀମିତ ରହିଲାନି। ସାରା ରାଜ୍ୟକୁ ବ୍ୟାପିଗଲା ଚର୍ଚ୍ଚା। ପରିସ୍ଥିତି ଏପରି ହେଲା ଯେ, ଶେଷରେ ପ୍ରଶାସନ ପକ୍ଷରୁ ଜନ୍ତୁଟିକୁ ଧରିବା ପାଇଁ ଅନେକ ପଦକ୍ଷେପ ନିଆଗଲା।  ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବି ମୁଣ୍ଡ ଖେଳାଇଲେ। ଅଜଣା ଜନ୍ତୁଟିକୁ ଧରିବା ପାଇଁ ନିର୍ଦ୍ଦେଶ ଦିଆଗଲା। ସେହି ଅନୁଯାୟୀ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହେଲା।

ଶିମିଳିପାଳରୁ ଅଭିଜ୍ଞ ବନ ଅଧିକାରୀ ଆସିଲେ। ନନନ୍ଦକାନନରୁ ମଧ୍ୟ ବିଶେଜ୍ଞ ଆସିଲେ। ନିଆଳିରେ ଲାଗିଲା ସିସି କ୍ୟାମେରା।  ଯନ୍ତା ମଧ୍ୟ ବସିଲା। ଲୋକଙ୍କ ସହ ବନବିଭାଗ ମଧ୍ୟ ରାତି ଉଜାଗର ହେଲେ। କେବଳ ସେତିକି ନୁହେଁ ଗଣମାଧ୍ୟ ପ୍ରତିନିଧି ମଧ୍ୟ ଡେରା ପକାଇଲେ।  ହେଲେ ଶେଷରେ ଗାଁ ଲୋକଙ୍କ ହାତରେ ଏହି ଜୀବଟି ଧରାପଡ଼ିଲା। ତେବେ ପ୍ରଶ୍ନଉଠୁଛି ନିଆଳିରେ ଧରାପଡ଼ିଥିବା ଇଏ କଣ ଶେଷ ଜନ୍ତୁ ନା ଆଉ ଅଛନ୍ତି। ତାକୁ ନେଇ ପ୍ରଶ୍ନ। ଅବସ୍ୟ ଗାଁ ଲୋକଙ୍କ କହିବା ଅନୁଯାୟୀ ଆଉ ୩ଟି ଖସିଯାଇଥିବା ବେଳେ ଗୋଟିଏ ଧରାପଡ଼ିଛି। ଅନ୍ୟପକ୍ଷରେ ବନବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos