ଓଡ଼ିଆ ଝିଅର କମାଲ: ତିଆରି କଲେ ପବନ ଚାଳିତ ସାଇକେଲ, ଘଣ୍ଟାକୁ ଯିବ ୬୦ କିମି

ତେଲ ଦର ବୃଦ୍ଧି ଗାଡି ଚାଳକଙ୍କ ଚିନ୍ତା ବଢାଇ ଦେଇଛି। ଗାଡି କିଣିବା ପୂର୍ବରୁ ଲୋକେ ୧୦୦ ଥର ଚିନ୍ତା କରୁଛନ୍ତି। କିଛି ସ୍ଥାନରେ ଲୋକେ ପୁଣି ସାଇକେଲ ଚଲାଇବା ଆଡକୁ ମନ ବଳାଇଲେଣି। ଏପରିସ୍ଥିତିରେ ଏପରି ଏକ ସାଇକେଲର ତିଆରି କରାଯାଇଛି ଯାହାକୁ ଚଲାବାକୁ ପେଡଲ ମାରିବାକୁ ପଡିବ ନାହିଁ। ଏହା ପବନରେ ଚାଲିବ। ଆଉ ଏହି ସାଇକେଲର ନିର୍ମାତାଙ୍କ ବିଷୟରେ ଜାଣିଲେ ଆପଣଙ୍କ ଛାତି କୁଣ୍ଡେମୋଟ ହୋଇଯିବ। ସାଇକେଲଟିକୁ ବନାଛନ୍ତି ଓଡ଼ିଆ ଝିଅ ତେଜସ୍ୱନୀ […]

rkl

rkl

Rakesh Mallick
  • Published: Sunday, 23 July 2017
  • Updated: 23 July 2017, 12:27 PM IST

Sports

Latest News

ତେଲ ଦର ବୃଦ୍ଧି ଗାଡି ଚାଳକଙ୍କ ଚିନ୍ତା ବଢାଇ ଦେଇଛି। ଗାଡି କିଣିବା ପୂର୍ବରୁ ଲୋକେ ୧୦୦ ଥର ଚିନ୍ତା କରୁଛନ୍ତି। କିଛି ସ୍ଥାନରେ ଲୋକେ ପୁଣି ସାଇକେଲ ଚଲାଇବା ଆଡକୁ ମନ ବଳାଇଲେଣି। ଏପରିସ୍ଥିତିରେ ଏପରି ଏକ ସାଇକେଲର ତିଆରି କରାଯାଇଛି ଯାହାକୁ ଚଲାବାକୁ ପେଡଲ ମାରିବାକୁ ପଡିବ ନାହିଁ। ଏହା ପବନରେ ଚାଲିବ। ଆଉ ଏହି ସାଇକେଲର ନିର୍ମାତାଙ୍କ ବିଷୟରେ ଜାଣିଲେ ଆପଣଙ୍କ ଛାତି କୁଣ୍ଡେମୋଟ ହୋଇଯିବ। ସାଇକେଲଟିକୁ ବନାଛନ୍ତି ଓଡ଼ିଆ ଝିଅ ତେଜସ୍ୱନୀ ପ୍ରିୟଦର୍ଶନୀ। ମାତ୍ର ୧୪ବର୍ଷ ବୟସରେ ସେ ଏହି କମାଲ କରି ଦେଖାଇଛନ୍ତି।

ତେଜସ୍ୱନୀ ବନାଥିବା ସାଇକେଲର ପଛରେ ପବନ ଭରା ଏକ ସିଲିଣ୍ଡର ରହିଛି। ଯାହା ସାଇକେଲ ଚଲାଇବାରେ ସାହାଯ୍ୟ କରୁଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଘଣ୍ଟାକୁ ୬୦ କିମି. ବେଗରେ ଆପଣ ଏହି ସାଇକେଲକୁ ଚଲାଇ ପାରିବେ।

ରାଉରକେଲାର ତେଜସ୍ୱନୀ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରରେ ପଢ଼ନ୍ତି। ତାଙ୍କ ସ୍କୁଲ ଦୂରରେ ଥିବାରୁ ସେ ପ୍ରତିଦିନ ସାଇକେଲରେ ଯିବା ଆସିବା କରିଥାନ୍ତି। ସ୍କୁଲରୁ ଫେରିବା ପରେ ସେ ବହୁତ ଥକା ହୋଇଯାଉଥିଲେ। ଯାହା ଫଳରେ ସେ ପାଠପଢ଼ା ଓ ଅନ୍ୟ କାମ ଠିକ୍‌ରେ କରିପାରୁ ନ ଥିଲେ। ଏପରି ସ୍ଥିତିରେ ସେ ଏମିତି ଏକ ସାଇକେଲ ବନାଇବାକୁ ଯୋଜନା କରିଥିଲେ ଯାହା ବିନା ପେଡଲ ମରାରେ ଚାଲିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos