ପଣା ଓ ସେହି ସବୁ ପିଲାଦିନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେତେବେଳର କଥା କିଛି ଅଲଗା ଥିଲା। ଆନ୍ତରିକତା ଥିଲା। ଅନ୍ତରଙ୍ଗତା ଥିଲା। ବିରହପଣ ଥିଲା। ସମସ୍ତଙ୍କ ଭିତରେ ଗୋଟେ ଅଭାବବୋଧ ବଞ୍ଚିରହୁଥିଲା। ସେତେବେଳେ ଯିଏ ଯାହା ଆଶା କରୁଥିଲା ତା’ଠୁ ଟିକେ କମ୍ ପାଉଥିଲା। ସେଇଥିପାଇଁ ବୋଧହୁଏ ଜୀବନଟା ଟିକେ ସରଳ ଥିଲା। ହେଲେ ଏବେ ତ ସବୁ ହାତ ପାଆନ୍ତାରେ ମିଳିଯାଉଛି; ଅଭାବବୋଧଟେ ଥିଲେ ସିନା ଝୁରି ମରିବା ଓ ଲୁହ ଝରିବାର ଦୁର୍ଲଭ ଆନନ୍ଦଟେ ମିଳନ୍ତା। ସବୁ କଥାରେ ଏଇ ଝୁରିବା […]

jaga

jaga

Premananda Dash
  • Published: Sunday, 14 April 2019
  • Updated: 14 April 2019, 04:46 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେତେବେଳର କଥା କିଛି ଅଲଗା ଥିଲା। ଆନ୍ତରିକତା ଥିଲା। ଅନ୍ତରଙ୍ଗତା ଥିଲା। ବିରହପଣ ଥିଲା। ସମସ୍ତଙ୍କ ଭିତରେ ଗୋଟେ ଅଭାବବୋଧ ବଞ୍ଚିରହୁଥିଲା। ସେତେବେଳେ ଯିଏ ଯାହା ଆଶା କରୁଥିଲା ତା'ଠୁ ଟିକେ କମ୍ ପାଉଥିଲା। ସେଇଥିପାଇଁ ବୋଧହୁଏ ଜୀବନଟା ଟିକେ ସରଳ ଥିଲା।

ହେଲେ ଏବେ ତ ସବୁ ହାତ ପାଆନ୍ତାରେ ମିଳିଯାଉଛି; ଅଭାବବୋଧଟେ ଥିଲେ ସିନା ଝୁରି ମରିବା ଓ ଲୁହ ଝରିବାର ଦୁର୍ଲଭ ଆନନ୍ଦଟେ ମିଳନ୍ତା। ସବୁ କଥାରେ ଏଇ ଝୁରିବା ପଣଟି ବୋଧେ ଏବେ ଝଡି ଯାଇଚି, ନହଲେ ଆମେମାନେ କ’ଣ ଏମିତି ଯନ୍ତ୍ରବତ୍ ଜୀବନ ବଞ୍ଚୁ ଥାଆନ୍ତେ???
ଜୀବନ କୁ ଜିଇଁବା ବଦଳରେ ପାଳନ କରୁଥାଆନ୍ତେ?
ସେତେବେଳର ପ୍ରତିଟି କଥାକୁ ଆମେ ଭୋଗୁଥିଲେ। ତାହା ଆମ ମନରେ, ଆମ ହୃଦୟରେ ଭେଦୁଥିଲା, ଆମକୁ ଭିଯୋଉଥିଲା। ସେଇଥିପାଇଁ ତ ସେଦିନର କଥାମାନ ସବୁ ମନେପଡିଲେ ଆମେ କାନ୍ଦୁଚେ। ଆହା କହୁଚେ। ବିତିକାଳିଆ ହେଉଛେ।

ଏଇ ପଣା ସଂକ୍ରାନ୍ତିର କଥା ଦେଖନ୍ତୁ। ଆସି ଚାଲିଯିବ ପଛେ ଆମେ ଜାଣିପାରିବାନି। ତା'ର ମହତ୍ତ୍ୱକୁ ବୁଝି ପାରିବାନି। ତାକୁ ଭୋଗିପାରିବାନି କି ତାକୁ ପାଇବି ପାରିବାନି। ଖାଲି ଯାହା ୟା ଠୁ ତା ଠୁ ଦେଖି ଶୁଣିକି ଆମେ ବି ଚେଷ୍ଟା କରିବା
କର୍ତ୍ତବ୍ୟ ପାଳିବା ପାଇଁ। କିନ୍ତୁ କାହିଁ କି ?

ଛାଡନ୍ତୁ ସେ କଥା। ଏଇ "ପଣା"କୁ ନେଇ ମନେପଡୁଥିବା କେତୋଟି ମୁହୂର୍ତ୍ତ....

କଥା-୧( ପହିଲି ପାଚିଲା ଆମ୍ବ)

ମା' କହେ ଆଜି(ପଣା ସଂକରାନ୍ତି ଦିନ) ଆମ୍ବ ତୋଟାରେ କୋଉଠି ହେଲେ ବି ଗୋଟେ ପାକେଲା(ପାଚିଲା) ଆମ୍ବ ପଡିବ। ଆଜି ମାହାପୁରୁଙ୍କ ପାଖରେ ଗଛପାଚିଲା ଆମ୍ବ ଭୋଗ ଲାଗିବା ହେଉଛି ବିଧି। ମାହାପୁରୁଙ୍କ ପାଖରେ ଭୋଗ ନ ଲାଗିଲା ପର୍ଯ୍ୟନ୍ତ ସେତେବେଳେ ଘରେ ମା, ବୋଉ, ଖୁଡି କେହି ଆମ୍ବ ପାଟିରେ ଦେଉ ନ ଥିଲେ।

କିନ୍ତୁ କାଁ ଭାଁ କୋଉଠି ଗଛପାଚିଲା ଆମ୍ବଟେ ଥିବ ତାହା ମିଳିବା ସାତ ସପନ ପରି ଲାଗୁଥିଲା। ଆଉ ପଣାସଂକ୍ରାନ୍ତି ଦିନରେ ଯଦି କିଏ ତୋଟାକୁ ଗଲାବେଳେ ପାଚିଲା ଆମ୍ବଟେ ପାଉଥିଲା ତାକୁ ଲାଗୁଥିଲା ସେ ଯେମିତି ଦୁନିଆର ସବୁଠୁ ଦୁର୍ଲଭ ଚିଜ୍ ଟିଏ ପାଇଯାଇଛି। ଆଉ ମିଳୁଥିଲା ବି। ଏଇ ଦିନଠୁ ହିଁ ସମସ୍ତଙ୍କୁ ପାଚିଲା ଆମ୍ବ ମିଳିବାର ପର୍ବଟି ଆରମ୍ଭ ହୁଏ। ତୋଟା ଯିବା ମାନେ ହାତରେ ଜରି କିମ୍ବା ବ୍ୟାଗ୍‌ ଖଣ୍ଡେ ନେବାକୁ ଇଛା ହୁଏ। ମୋ ବୁଢି ମାଆ ତ ତା ଅଣ୍ଟିରେ ବି ନେଇ ଆସେ। ପଣା ସଂକ୍ରାନ୍ତି ପରଠୁ ଦିନ ଆସିବ ବ୍ୟାଗ୍‌ ବ୍ୟାଗ୍‌ ପାଚିଲା ଆମ୍ବ ଘରକୁ ଆସୁଥିବ। ଫିଙ୍ଗା ଫୋପଡା ହେଉଥିବ। ହେଲେ ପଣା ସଂକ୍ରାନ୍ତି ଦିନର ପହିଲି ପାଚିଲା ଆମ୍ବକୁ ସମସ୍ତଙ୍କର ଆଶା।

କଥା-୨(ଆମ୍ବତୋଟା)

ସେତେବେଳେ ମୁଁ ନିଜକୁ ଆମ ଗାଁ ଆମ୍ବତୋଟାର ରାଜା ବୋଲି ଭାବେ। ଏଇଥିପାଇଁ ଯେ ଆମ ଗାଁରେ ଶତାଧିକ ତୋଟା। ଲକ୍ଷାଧିକ ଆମ୍ବଗଛ। ଦିନ ବେଳେବି ରାତି ପରି ଲାଗେ। ଶୂନ୍ ଶୂନ୍ ଆମ୍ବତୋଟାରେ ଝିଙ୍କାରୀ ଆଉ ଆମ୍ବ ଡାହାଣୀମାନଙ୍କର ଶବ୍ଦ ସମସ୍ତଙ୍କୁ ଛାନିଆ କରେ। ହେଲେ ମୁଁ ଦିନଭର୍ ବୁଲୁଥାଏ ଏ ତୋଟାରୁ ସେ ତୋଟା। କୋଉ ତୋଟାର କୋଉ ଗଛର ଆମ୍ବ ଶୀଘ୍ର ପାଚେ, କାହାର ସୁନ୍ଦରୀ ଆମ୍ବ, କାହାର ନାକେଇ ଆମ୍ବ, କାହାର ଭେଲେଇ ଆମ୍ବ, କାହାର ଘୋଡା ଆମ୍ବିଳା ମତେ ସବୁଜଣା ଥିଲା।। ଆଉ ମୋ ମା ଜାଣିଥିଲା ମୁଁ ତୋଟାକୁ ଯାଇଛିମାନେ ପାଚିଲା ଆମ୍ବ ନିଶ୍ଚୟ ଆଣିବି। ଆଉ ଆଣୁଥିଲି ମଧ୍ୟ। ଗଛର ଯୋଉ ସନ୍ଧିରେ ପାଚିଲା ଆମ୍ବ ଥିଲେ ବି ତାକୁ ଟେକା ମାରି ଝଡ଼େଇବାଟା ଥୟ। କହି କହି ଆମ୍ବ ଡେମ୍ଫ ଛିଣ୍ଡୋଉଥିଲି, ଆଉ ଆମ୍ବ ତଳେ ପଡି ଫାଟିବା ଆଗରୁ ନିଜେ ହାତରେ ଧରୁଥିଲି।

ବାଟରେ ନିର୍ମଳା ନାନୀ କହିବ ମତେ ଗୋଟେ ଦଉନୁ ? ହାଡ଼ିଆ ବୋଉ କହିବ, ପୁଅ ମତେ ଗୋଟେ ଦିଅନ୍ତନି ଆମର ଭୋଗ କରନ୍ତୁ। ଆଉ କିଏ ଦେଖିବ ଆମ୍ବରେ ତା ଆଖି ଲଗେଇଦବ। କହିବ ଦେ..ଦେ.. ଦେ.. ଦେଏରେ ମୁଁ ଖାଇବି।।।

ଏମିତି ଏକାଧିକ ପାଚିଲା ଆମ୍ବ ମୁଁ ଦେଇ ପାରୁଥିଲି ସେତେବେଳେ। ଦିପି (ମୋ ସାନ ଭଉଣୀ) କହୁଥିଲା ରିଙ୍କୁ ନନା ଗଛରେ ତ ଏଯାଏଁ ଟାକୁଆ ହେଇନି ତତେ କେମିତି ଏତେ ପାଚିଲା ଆମ୍ବ ମିଳୁଚି? ସେ ଆଶ୍ଚର୍ଯ୍ୟ ହେଉଥିଲା। ହେଲେ ଏବେ ମୁଁ ଆଶ୍ଚର୍ଯ୍ୟ ହେଉଛି ବର୍ଷକ ବାରମାସୀ ବରମୁଣ୍ଡା ଆଉ ପଟିଆ ଛକରେ ପାଚିଲା ଆମ୍ବରସ ମିଳୁଛି। ୧୦ଟଙ୍କାରେ ଗିଲାସେ ରସ। ହେଲେ ପଣା ସଂକ୍ରାନ୍ତି ଆମ ସ୍ମୃତିର ସଜଳ ପ୍ରତିଛବି।

କଥା-୩(ବେଲ ପୋଡ଼ା)

ପଣା ସଂକ୍ରାନ୍ତି ଦିନ ପାଚିଲା ବେଲଟିଏ ପାଇଁ ସମସ୍ତେ ଏତେ ଡଇଁ ଡଇଁ ହୁଅନ୍ତି ଯେ, ଆପଣ ଦେଖିଲେ ଅନୁଭବ କରିବେ ପ୍ରକୃତରେ ବର୍ଷସାରା ଯୋଉ ଗଛରୁ ଆମେ କେବଳ ପତ୍ର ଛିଣ୍ଡାଇ ବର୍ଷ ଆରମ୍ଭରୁ ଆମେ ତା' ଫଳ ଖୋଜୁ ବୋଲି।

ଏଇ ସମୟରେ ସେତେ ବିଶେଷ ବେଲ ପାଚି ନ ଥାଏ। ଯଦିଓ ଗୋଟେ ଅଧେ ଗଛରେ ପାଚିଲା ବେଲ ମିଳେ, ପ୍ରକୃତ ମଜା କଥା ହେଲା ଗାଁ ଟୋକା ସବୁ ହଣ୍ଡା ହଣ୍ଡା ପଣା କରିବା ପାଇଁ କଞ୍ଚା ବେଲ ପୋଡ଼ି ଦିଅନ୍ତି। ଆଉ ତତଲା ତତଲା ପୋଡ଼ା ବେଲର ଖୋଳପା ରାମ୍ପି ଖାଇବାର ଗୋଟେ ଅଲଗା ସ୍ୱାଦ ଥାଏ। କିଏ ପାଇଛିକି ନାହିଁ ମୁଁ ଜାଣିନି।

କଥା-୪(ମାଆ ଓ ପଣା)

ସମସ୍ତଙ୍କ ପାଇଁ ନିଜ ମାଆଟି ସବୁବେଳେ ଛଳଛଳ ପ୍ରାଣର। ନିର୍ମାୟା ମନର। କେତେ ଦିଅଁ ଦେବତାକୁ ପୂଜି ସେ ତା ଛୁଆକୁ ପାଇଚି ଯେ, ତା'ରି ରିଷ୍ଟ ଖଣ୍ଡନ ହେବ ବୋଲି ପୁଣି ବାକି ଜୀବନ ବି ୧୨ ଓଷା, ୨୨ ଉପାସ କରେ। ତୁଳସୀ ଚଉରା ମୂଳେ ୨ଟି ପଣା ଗାତ କରେ। ଦାଣ୍ଡରେ ଗୋବର ଲିପେ। ପଣା ଦିଏ। ଆଉ ଛୋଟ କଳସୀରୁ ତା'ରି ଛୁଆ ହାତକୁ ଟିକେ ଗୁଡ଼, କ୍ଷୀର, ଅରୁଆ ଚାଉଳ ମିଶା ପଣା ଢାଳି ଦେଇ କୁହେ ପାଦୂକ ପାଇଦେ। ମୋ ଜୀବନର ଦୀର୍ଘ ୧୫ ବର୍ଷ ସେମିତି ଦୃଶ୍ୟ ସହସ୍ରାଧିକବାର ଦେଖିଛି।

କଥା-୫ (ପଣା ଓ ଅନ୍ତରଙ୍ଗ ମଣିଷ)

ପଣା ସଂକ୍ରାନ୍ତି ହେବାର ୮ ଦିନ ଆଗରୁ ଆମ ଭିତରେ ଗୋଟେ ଉତ୍ସାହ ଲାଗି ରହିଥିବ। ସବୁ ସଂଞ୍ଜରେ ଗୋଟେ ବିଲୁଆ ବିଚାର ହେଉଥିବ। ଏଣ୍ଡୁ ଦାଦା, ବାବୁ ଦାଦା, ନନା, ଦିପୁନନା, ରାଜୁନନା, ଡୋରା ଦାଦା, ବବୁ ଆମେ ସମସ୍ତେ ଲକ୍ଷ୍ମୀ ମଣ୍ଡପରେ ବସି ଯୋଜନା କରୁଥିବୁ। ପଣାରେ କ’ଣ କ’ଣ ପଡ଼ିବ। କ’ଣ କ’ଣ ପଡିବନି। କୋଉଠୁ ସବୁ ଜିନିଷ ଆସିବ। କିଏ ଭାଙ୍ଗ ପଣା ପିଇବ କିଏ ପିଇବନି ଇତ୍ୟାଦି।।
କିନ୍ତୁ ସତ କଥା ହେଲା ଆମେ କୌଣସି ଥର ପଣା କରିପାରୁନା।। କିନ୍ତୁ ଆଲୋଚନା କରୁ ଗୋଟେ ବଡ଼ ରକମ ହଣ୍ଡାଏ ପଣା ହବ। ସମସ୍ତେ ପିଇବେ। ଛୁଆଠୁ ବୁଢ଼ା ଯିଏ ଆସିବ କାହାକୁ ମନା ନାହିଁ।।

କାହାପାଖରେ ପଇସାଟେ ନ ଥାଏ। କିନ୍ତୁ ବଡ଼ ମନଟେ ଥାଏ। ଯୋଉ ରକମ ଆଲୋଚନା ହୁଏ ସେ ରକମ ପଣା ହେଇ ପାରେନି ସିନା, କିନ୍ତୁ ଯାହି ତାହି ପଣାଟିଏ ହୁଏ। କିଏ ନିଜ ବାଇରୁ ବେଲ ଆଣେ, ଆଉ କିଏ ଚିନି, କିଏ ନିଜ ବାଡ଼ିର ନଡ଼ିଆ ଆଉ କିଏ ଅଧଡଜନେ କଦଳୀ ବାସ୍। ପଣାରେ ଜିନିଷ କହିଲେ ସେତିକି ହିଁ ପଡ଼େ। ବେଲ, ନଡିଆ, ଚିନି, କଦଳୀ। ଆଉ ଗୋଲମରିଚ ଗୁଣ୍ଡ ଟିକେ।

କିନ୍ତୁ ସେ ପଣାରେ ଗୋଟେ ଆନ୍ତରିକତା ଥାଏ। ଭଲ ପାଇବା ଥାଏ। ଯାହା କେବେ ଭୁଲିହୁଏନା। ଏମିତି ବହୁତ୍ କଥା ଅଛି।। ଯାହା କେବଳ ଏକ ସଜଳ ସ୍ମୃତିର ଅମୃତମୟ ମୁହୂର୍ତ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story