କାହା ପାଇଁ ଓଡ଼ିଶା ଚାଷୀ ଦେଶରେ ସବୁଠୁଁ ଗରୀବ ଓ ଋଣଗ୍ରସ୍ତ?

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ସରକାରଙ୍କ କଠିନ ପରିଶ୍ରମ ଯୋଗୁଁ ରାଜ୍ୟ ଚାଷୀମାନଙ୍କର ଆୟ ଦୁଇ ଗୁଣ ବଢ଼ିଛି ବୋଲି ଯେଉଁମାନେ ଦାବି କରୁଥିଲେ ସେମାନଙ୍କ ଗାଲରେ ବାଜିଛି ଶକ୍ତ ଚାପୁଡ଼ା। ଏବେ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ଓଡ଼ିଶାର ଚାଷୀମାନେ ଦେଶରେ ସବୁଠୁଁ ଗରୀବ ଓ ୨୦୧୩ ପରଠାରୁ ଦେଶର ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ସେମାନଙ୍କର ଆୟ ବଢ଼ିବା ପରିବର୍ତ୍ତେ କମି ଚାଲିଛି। ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ପରିସଂଖ୍ୟାନ ସଂସ୍ଥା […]

farmer

farmer

Debendra Prusty
  • Published: Tuesday, 21 September 2021
  • Updated: 21 September 2021, 02:50 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ସରକାରଙ୍କ କଠିନ ପରିଶ୍ରମ ଯୋଗୁଁ ରାଜ୍ୟ ଚାଷୀମାନଙ୍କର ଆୟ ଦୁଇ ଗୁଣ ବଢ଼ିଛି ବୋଲି ଯେଉଁମାନେ ଦାବି କରୁଥିଲେ ସେମାନଙ୍କ ଗାଲରେ ବାଜିଛି ଶକ୍ତ ଚାପୁଡ଼ା। ଏବେ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ଓଡ଼ିଶାର ଚାଷୀମାନେ ଦେଶରେ ସବୁଠୁଁ ଗରୀବ ଓ ୨୦୧୩ ପରଠାରୁ ଦେଶର ଅନ୍ୟ ରାଜ୍ୟର ଚାଷୀଙ୍କ ତୁଳନାରେ ସେମାନଙ୍କର ଆୟ ବଢ଼ିବା ପରିବର୍ତ୍ତେ କମି ଚାଲିଛି। ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା ଓ ଜାତୀୟ ପରିସଂଖ୍ୟାନ ସଂସ୍ଥା ତରଫରୁ ନିକଟରେ ପ୍ରକାଶ ପାଇଥିବା ଦୁଇଦୁଇଟି ସର୍ବେକ୍ଷଣ ରିପୋର୍ଟରୁ ଓଡ଼ିଶା ଚାଷୀଙ୍କର ଏହି ଦୟନୀୟ ଚିତ୍ର ପଦାକୁ ଆସିଛି।

ଓଡ଼ିଶା ସରକାର ସ୍ୱତନ୍ତ୍ର କୃଷି ବଜେଟ କରିବାରେ ଦେଶରେ ପ୍ରଥମ। ଓଡ଼ିଶା ସରକାର ଲଗାତାର ତିନି ବର୍ଷ ପାଇଁ କୃଷି କର୍ମଣ ପୁରସ୍କାର ପାଇବା ଏକ ରେକର୍ଡ଼। ଓଡ଼ିଶା ସରକାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଓଡ଼ିଆ ଚାଷୀଙ୍କର ଆୟ ୧୦ ବର୍ଷରେ ଦୁଇ ଗୁଣ ବୃଦ୍ଧି ପାଇଛି। ଓଡ଼ିଶା ସରକାର କାଳିଆ ଯୋଜନା ମାଧ୍ୟମରେ ଓଡ଼ିଆ ଚାଷୀଙ୍କ ଆର୍ଥିକ ସଶକ୍ତୀକରଣ କରିଛନ୍ତି। ଓଡ଼ିଶା ସରକାର ଏମିତି ଅନେକ ଦାବି କରି ଆସିଛନ୍ତି। ଏହିସବୁ ଦାବିକୁ କୋଟିକୋଟି ଟଙ୍କା ଖର୍ଚ୍ଚରେ ବିଜ୍ଞାପନ ମାଧ୍ୟମରେ ପ୍ରଚାର ପ୍ରସାର କରାଇଛନ୍ତି। ଏବେ କିନ୍ତୁ ସରକାରଙ୍କର ଏସବୁ ଦାବି ପାଣିଚିଆ ହୋଇଯାଇଛି।

ଏଇ ନିକଟରେ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧୀନସ୍ତ ଜାତୀୟ ପରିସଂଖ୍ୟାନ ସଂସ୍ଥାନ ତରଫରୁ ପ୍ରକାଶ ପାଇଛି ଭାରତର ଗ୍ରାମୀଣ କୃଷି ପରିବାରଗୁଡ଼ିକର ଜମି ଓ ପ୍ରାଣୀଧନ ସଂପର୍କୀତ ତଥ୍ୟ ସମ୍ବଳିତ ରିପୋର୍ଟ। ଏହି ରିପୋର୍ଟ ଅନୁସାରେ ଓଡ଼ିଶାର ଚାଷୀମାନଙ୍କର ହାରାହାରି ମାସିକ ଆୟ ହେଉଛି ୫,୧୧୨ ଟଙ୍କା। ୨୦୧୮-୧୯ ବର୍ଷ ମଧ୍ୟରେ ସଂଗୃହୀତ ତଥ୍ୟର ଅନୁଶୀଳନ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୧୫-୧୬ ବର୍ଷରେ ଏହି ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଇଥିବା ବାର୍ଷିକ ରିପୋର୍ଟ ଅନୁସାରେ ଓଡ଼ିଶା ଚାଷୀଙ୍କର ହାରାହାରି ମାସିକ ଆୟ ଥିଲା ୭,୭୩୧ ଟଙ୍କା। ଅର୍ଥାତ ଏହି ୪ ବର୍ଷ ଭିତରେ ଓଡ଼ିଶାର ଚାଷୀଙ୍କର ଆୟ ବୃଦ୍ଧି ପାଇବା ପରିବର୍ତ୍ତେ ଆଖିଦୃଶିଆ ଭାବେ ହ୍ରାସ ପାଇଛି। ସଦ୍ୟତମ ରିପୋର୍ଟ ମାସିକ ହାରାହାରି ଆୟ ଦୃଷ୍ଟିରୁ ଭାରତବର୍ଷରେ ଓଡ଼ିଶା ଚାଷୀଙ୍କ ତଳେ ରହିଛନ୍ତି ଝାଡ଼ଖଣ୍ଡ ଚାଷୀ। ସେମାନଙ୍କର ହାରାହାରି ମାସିକ ଆୟ ହେଉଛି ୪,୮୯୫ ଟଙ୍କା। ଭାରତର ଅନ୍ୟ ସମସ୍ତ ରାଜ୍ୟର ଚାଷୀଙ୍କ ହାରାହାରି ମାସିକ ଆୟ ଓଡ଼ିଶା ଚାଷୀଙ୍କଠାରୁ ଯଥେଷ୍ଟ ଅଧିକ।

ଓଡ଼ିଶା ସରକାରଙ୍କ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେଇ ମାସ ତଳେ ରାଜ୍ୟ ବିଧାନସଭାରେ ଦାବି କରିଥିଲେ ଯେ ଓଡ଼ିଶା ସରକାରଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ୨୦୦୩-୨୦୧୩ ଦଶନ୍ଧି ମଧ୍ୟରେ ଓଡ଼ିଶା ଚାଷୀଙ୍କର ହାରାହାରି ମାସିକ ଆୟ ଦୁଇ ଗୁଣ ବୃଦ୍ଧି ପାଇଛି। ୨୦୦୩ ମସିହାର ହିସାବ ଅନୁସାରେ ଓଡ଼ିଶା ଚାଷୀଙ୍କର ହାରାହାରି ମାସିକ ଆୟ ପରିମାଣ ଥିଲା ୧,୦୬୨ ଟଙ୍କା। ୨୦୧୫-୧୬ ବର୍ଷକୁ ଏହା ୭,୭୩୧ ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର, ତା’ ପରଠୁଁ ଏହା କମି କମି ଚାଲିଛି। ସଦ୍ୟତମ ରିପୋର୍ଟରେ ଏହି ସଂଖ୍ୟା ୫,୧୧୨ ଟଙ୍କା ବୋଲି ଦର୍ଶାଯାଇଛି। ଅର୍ଥାତ ଏହି ସମୟ ମଧ୍ୟରେ ଓଡ଼ିଆ ଚାଷୀଙ୍କର ହାରାହାରି ମାସିକ ଆୟ ୨,୬୧୯ ଟଙ୍କା ହ୍ରାସ ପାଇଛି। ପୁଣି ଓଡ଼ିଆଚାଷୀଙ୍କ ଆୟର ପ୍ରମୁଖ ଭାଗ ହେଉଛି ମଜୁରୀ। ପରିସଂଖ୍ୟାନ ଅନୁସାରେ ଓଡ଼ିଆ ଚାଷୀଙ୍କର ମଜୁରୀ ବାବଦ ଆୟ ମାସିକ ହାରାହାରି ୨,୬୪୯ ଟଙ୍କା ହୋଇଥିବାବେଳେ ଫସଲ ବାବଦରୁ ୧,୫୬୯ ଟଙ୍କା, ଅଣକୃଷି କାର୍ଯ୍ୟରୁ ୪୪୯ ଟଙ୍କା, ପଶୁପାଳନରୁ ୪୧୬ ଟଙ୍କା ଏବଂ ଜମି ଲିଜ୍‌ ବାବଦରୁ ୨୯ ଟଙ୍କା ରୋଜଗାର କରୁଛନ୍ତି। ଚାଷରେ ବିହନ, ଖତ, ସାର ଓ କୀଟନାଶକ ଆଦି ପ୍ରୟୋଗ ହୋଇଥାଏ। ଏହାର ଖର୍ଚ୍ଚ ଅଛି। ଏହାକୁ ଚାଷର ଇନ୍‌ପୁଟ୍ କଷ୍ଟ ବା ଚାଷ ଖର୍ଚ୍ଚ ଭାବେ ଗଣନା କରାଯାଏ। ଓଡ଼ିଆ ଚାଷୀଙ୍କ ହାରାହାରି ମାସିକ ଖର୍ଚ୍ଚରୁ ଏହି ଚାଷଖର୍ଚ୍ଚକୁ ବାଦ ଦେଲେ ସେମାନଙ୍କର ହାରାହାରି ମାସି ନେଟ୍‌ ଆୟ ୪,୦୧୩ ଟଙ୍କା ହେବ। ଏହା ନକାଟିଲେ ବି ୫,୧୧୨ ଟଙ୍କାର ମାସିକ ଆୟ ଭିତ୍ତିରେ ସେମାନଙ୍କର ଦୈନିକ ଆୟ ହେବ ୧୭୦ ଟଙ୍କା। ଏହା ଓଡ଼ିଶା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଅଣକୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀଠାରୁ ମଧ୍ୟ ପ୍ରାୟ ଶହେ ଟଙ୍କା କମ୍‌।

କେବଳ ଏହି ହିସାବରେ ନୁହେଁ, ଅନ୍ୟ ଏକ ହିସାବ ଅନୁସାରେ ମଧ୍ୟ ଓଡ଼ିଶାର ଚାଷୀମାନେ ପାଖପଡ଼ୋଶୀ ରାଜ୍ୟର ଚାଷୀମାନଙ୍କରଠାରୁ ଯଥେଷ୍ଟ ଗରୀବ। ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥା ତରଫରୁ ପ୍ରକାଶ ପାଇଥିବା ସଦ୍ୟତମ ସର୍ବ ଭାରତୀୟ ଋଣ ଓ ନିବେଶ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଓଡ଼ିଶା ଚାଷୀଙ୍କର ହାରାହାରି ସଂପତ୍ତି ମୂଲ୍ୟ ହେଉଛି ୬.୨୧ ଲକ୍ଷ ଟଙ୍କା। ଏଥିରେ ସେମାନଙ୍କର ଘରବାଡ଼ି, ଜମି, ପ୍ରାଣୀଧନ, ସୁନାରୁପା, ବେଲାବାସନ ଆଦି ସବୁ କିଛି ଅନ୍ତର୍ଭୁକ୍ତ। ୨୦୧୯ ଜାନୁଆରୀ ମାସରୁ ଡିସେମ୍ବର ମାସ ମଧ୍ୟରେ ସଂଗୃହୀତ ତଥ୍ୟ ଭିତ୍ତିରେ ଏହି ରିପୋର୍ଟ ପ୍ରକାଶ ପାଇଛି। ୨୦୧୩ ମସିହାରେ ଓଡ଼ିଆ ଚାଷୀଙ୍କର ହାରାହାରି ସଂପତ୍ତି ମୂଲ୍ୟ ଥିଲା ୫.୭୧ ଲକ୍ଷ ଟଙ୍କା। ଏହି ୬ ବର୍ଷ ମଧ୍ୟରେ ଓଡ଼ିଶା ଚାଷୀଙ୍କର ହାରାହାରି ସଂପତ୍ତି ମୂଲ୍ୟ ବୃଦ୍ଧି ପାଇଛି ବୋଲି ଆଖିକୁ ଦେଖାଯାଉଛି। ମାତ୍ର, ଦରବୃଦ୍ଧି ବା ମୁଦ୍ରାସ୍ଫୀତି ହାରକୁ ଦେଖିଲେ ଓଡ଼ିଶା ଚାଷୀଙ୍କର ହାରାହାରି ସଂପତ୍ତି ମୂଲ୍ୟ ହ୍ରାସ ପାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ରିପୋର୍ଟ ଅନୁସାରେ ଆସାମ ଚାଷୀଙ୍କର ହାରାହାରି ସଂପତ୍ତି ମୂଲ୍ୟ ୭ ଲକ୍ଷ ଟଙ୍କା ହୋଇଥିବାବେଳେ ଝାଡ଼ଖଣ୍ଡ ଚାଷୀଙ୍କର ୮.୬ ଲକ୍ଷ ଟଙ୍କା, ଛତିଗଡ଼ ଚାଷୀଙ୍କର ୮.୯ ଲକ୍ଷ ଟଙ୍କା ଏବଂ ପଶ୍ଚିମ ବଙ୍ଗ ଚାଷୀଙ୍କର ୭.୮୯ ଲକ୍ଷ ଟଙ୍କା।

ଏହି ରିପୋର୍ଟ ଅନୁସାରେ ୬୧.୨ ପ୍ରତିଶତ ଓଡ଼ିଶା ଚାଷୀ ଋଣଗ୍ରସ୍ତ। ସେମାନଙ୍କର ମୁଣ୍ଡ ପିଛା ଋଣ ପରିମାଣ ହେଉଛି ହାରାହାରି ୩୨,୭୨୧ ଟଙ୍କା। ଜାତୀୟ ସ୍ତରଠାରୁ ଏହି ହାର ୧୧ ପ୍ରତିଶତ ଅଧିକ। ଜାତୀୟ ସ୍ତରରେ ୫୦.୨ ପ୍ରତିଶତ ଚାଷୀ ଋଣଗ୍ରସ୍ତ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ଓଡ଼ିଶା ଚାଷୀଙ୍କ ପାଇଁ ଏହି ଋଣବୋଝ ବାସ୍ତବରେ ଏକ ଋଣଯନ୍ତାରେ ପରିଣତ ହୋଇଛି। ଏହି ଯନ୍ତାରୁ ଅନେକ ଚାଷୀ ମୁକୁଳି ନପାରି ଆତ୍ମହତ୍ୟା କରୁଛନ୍ତି। ୨୦୦୧ରୁ ୨୦୧୦ ମଧ୍ୟରେ ରାଜ୍ୟରେ ୨୬୦୦ ଚାଷୀ ଆତ୍ମହତ୍ୟା ଘଟଣା ଘଟିଥିଲା। ଏହା ପରବର୍ତ୍ତୀ ଦଶନ୍ଧିରେ ଏହି ସଂଖ୍ୟା ଦୁଇ ଗୁଣିତ ହୋଇଥିବା ବିଭିନ୍ନ ସଂଗଠନ ଦାବି କରିଛନ୍ତି। ମାତ୍ର, ରାଜ୍ୟ ସରକାର କୌଣସି ଚାଷୀର ଆତ୍ମହତ୍ୟା ପଛରେ ଚାଷ ଏକ କାରଣ ନୁହେଁ ବୋଲି ସଫେଇ ଦେଇଚାଲିଛନ୍ତି। ରାଜ୍ୟ ସରକାରଙ୍କ ହିସାବରେ ଚାଷୀମାନେ ପ୍ରେମ ବ୍ୟାପାର, ଘରକଳି ଓ ଅନ୍ୟାନ୍ୟ କାରଣରୁ ଆତ୍ମହତ୍ୟା କରୁଛନ୍ତି। ଋଣବୋଝ, ଫସଲହାନୀ କିମ୍ବା ଅନ୍ୟାନ୍ୟ କୃଷି ସଂପର୍କୀତ କାରଣରୁ କୌଣସି ଚାଷୀ ଆତ୍ମହତ୍ୟା କରିନାହାନ୍ତି ବୋଲି ରାଜ୍ୟ ସରକାର କହିଚାଲିଛନ୍ତି।

ତେବେ, ଓଡ଼ିଶା ଚାଷୀଙ୍କର ଋଣବୋଝର ଓଜନ କିପରି ଭାରି ଓ ଯନ୍ତ୍ରଣାଦାୟକ ତାହା ଓଡ଼ିଆ ଚାଷୀଙ୍କର ଋଣସୂତ୍ର ବା କାହାଠାରୁ ଏହି ଋଣ କରାଯାଇଛି ତାହା ଜାଣିଲେ ବେଶ୍‌ ସ୍ପଷ୍ଟ ହୋଇଯାଏ। ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଓଡ଼ିଶା ଚାଷୀଙ୍କ ଋଣର ସର୍ବାଧିକ ୨୧.୩ ପ୍ରତିଶତ ବୃତ୍ତିଗତ ସାହୁକାର ବା କରଜଦାତାଙ୍କଠାରୁ ହୋଇଥାଏ। ଏହି ସାହୁକାରମାନେ କରଜ ଉପରେ ମାସି ୫-୧୦ ପ୍ରତିଶତ ଯାଏଁ କଳନ୍ତର ବା ସୁଧ ହିସାବ କରିଥାନ୍ତି। ଜାତୀୟ ସ୍ତରର ବ୍ୟାଙ୍କଗୁଡ଼ିକ ବଡ଼ ଆଦାନୀ, ଅମ୍ବାନୀ, ବିର୍ଲା, ନୀରବ ମୋଦୀ, ବିଜୟ ମାଲ୍ୟ ଆଦି ଶିଳ୍ପପତିଙ୍କୁ ବାର୍ଷିକ ୧୩-୧୫ ପ୍ରତିଶତ ସୁଧରେ ହଜାର ହଜାର କୋଟି ଟଙ୍କାର ଋଣ ଦେଉଥିବାବେଳେ ଓଡ଼ିଶାର ଗ୍ରାମାଞ୍ଚଳର ଗରୀବ ଚାଷୀମାନେ କରୁଥିବା ପାଞ୍ଚ ଦଶ ହଜାର ଟଙ୍କାର କରଜ ଉପରେ ମାସିକ ୫ ପ୍ରତିଶତ ହିସାବରେ ବାର୍ଷିକ ୬୦ ପ୍ରତିଶତ ସୁଧ ହିସାବ ହୁଏ। ଓଡ଼ିଆ ଚାଷୀଙ୍କ ମୋଟ ଋଣ ୧୧.୫ ପ୍ରତିଶତ ଆସିଥାଏ ମହିଳା ସ୍ୱୟଂସହାୟକ ଗୋଷ୍ଠୀରୁ। ଓଡ଼ିଶାରେ ଏବେ ପ୍ରାୟ ୬ ଲକ୍ଷ ଉପରେ ଏପରି ସ୍ୱୟଂସହାୟକ ଗୋଷ୍ଠୀ ବା ଏସଏଚଜି। ଏମାନଙ୍କଠାରୁ ଚାଷୀମାନେ ଯେଉଁ ପରୋକ୍ଷ ଋଣ କରୁଛନ୍ତି ତା’ ଉପରେ ମାସିକ ୩-୫ ପ୍ରତିଶତ ସୁଧ ଗଣୁଛନ୍ତି। ଅନେକ ଏସଏଚଜି ଏହି ଚକ୍ରବୃଦ୍ଧି ହାରରେ ସୁଧ ଭିଡ଼ୁଥିବାରୁ ଋଣଗ୍ରସ୍ତ ଚାଷୀ ତାହା ପରିଶୋଧ କରିପାରୁନାହିଁ। ଗ୍ରାମାଞ୍ଚଳରେ ଏହି ଋଣ କାରବାର ଏକ ମରଣଯନ୍ତାରେ ପରିଣତ ହୋଇଛି।

ରାଜ୍ୟ ସରକାର ସମବାୟ ବ୍ୟାଙ୍କ ଜରିଆରେ ଗତ କିଛି ବର୍ଷ ଧରି ଚାଷୀମାନଙ୍କୁ ବାର୍ଷିକ ହାରାହାରି ୭-୮ ହଜାର କୋଟି ଟଙ୍କାର ଋଣ ଦେଉଥିବାର ଦାବି କରୁଛନ୍ତି। କିନ୍ତୁ ଏହି ଋଣରେ ପ୍ରବଳ ଜାଲିଆତି ହେଉଥିବା ଖୋଦ ରାଜ୍ୟର ଏକାଧିକ ସମବାୟ ମନ୍ତ୍ରୀ ବିଧାନସଭାରେ ସ୍ୱୀକାର କରିସାରିଛନ୍ତି। ଡାକ୍ତର ଦାମୋଦର ରାଉତ, ସୂର୍ଯ୍ୟନାରାୟଣ ପାତ୍ର ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଭଳି ସମବାୟ ମନ୍ତ୍ରୀମାନେ ସମବାୟ ଋଣରେ ଜାଲିଆତି ଓ ଦୁର୍ନୀତି ହେଉଥିବା ସ୍ୱୀକାର କରିଛନ୍ତି। ରାଜ୍ୟରେ ଥିବା ପ୍ରାୟ ୩ ହଜାର ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଯେଉଁ କୃଷି ଋଣ ପ୍ରଦାନ କରାଯାଉଛି ତାହାକୁ ମୁଖ୍ୟତଃ ଶାସକ ଦଳର କର୍ମୀ ଓ ବଡ଼ ଓ ମଧ୍ୟମ ଧରଣର ଚାଷୀମାନେ ଉଠେଇ ନେଉଛନ୍ତି। ଅନେକ ସ୍ଥାନରେ ଗରୀବ ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଋଣ ଉଠାଯାଉଛି। ରାଜ୍ୟରେ ସମବାୟ ଋଣର ସୁଧ ହାର ହେଉଛି ବାର୍ଷିକ ୭ ପ୍ରତିଶତ। ତେବେ ରାଜ୍ୟର ଚାଷୀମାନଙ୍କର ମୋଟ ଋଣର ମାତ୍ର ୧.୮ ପ୍ରତିଶତ ସମବାୟ ବ୍ୟାଙ୍କରୁ ଆସିଥାଏ ବୋଲି ରିପୋର୍ଟ କହୁଛନ୍ତି। ରାଜ୍ୟ ଚାଷୀଙ୍କର ମୋଟ ଋଣର ୧୮.୮ ପ୍ରତିଶତ ବାଣିଜ୍ୟିକ ବ୍ୟାଙ୍କ, ୩.୮ ପ୍ରତିଶତ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ୯.୮ ପ୍ରତିଶତ ବନ୍ଧୁବାନ୍ଧବଙ୍କଠାରୁ, ୫.୪ ପ୍ରତିଶତ ଅନ୍ୟାନ୍ୟ ସଂସ୍ଥାରୁ ଓ ୫.୮ ପ୍ରତିଶତ ଅଣସଂସ୍ଥାଗତ ସୂତ୍ରରୁ ମିଳିଥାଏ। ଏହି ତଥ୍ୟରୁ ସ୍ପଷ୍ଟ ପ୍ରତୀୟମାନ କିଏ ଓଡ଼ିଶା ଚାଷୀଙ୍କୁ ଲୁଟୁଛି ଓ କିପରି।

ଓଡ଼ିଶାର ଚାଷୀମାନେ ଯେଉଁ ଋଣ କରୁଛନ୍ତି ତାହାର ବ୍ୟୟ ବାବଦଗୁଡ଼ିକୁ ତର୍ଜମା କଲେ ମଧ୍ୟ ଚାଷୀଙ୍କ ଦୟନୀୟ ପରିସ୍ଥିତି ସଂପର୍କରେ ଅନେକ ଆଭାସ ମିଳେ। ଓଡ଼ିଶା ଚାଷୀ ଯେଉଁ କୃଷି ଋଣ କରନ୍ତି ତାହାର ୫୦.୨ ପ୍ରତିଶତ କୃଷିକାର୍ଯ୍ୟରେ ନିବେଶିତ ହୋଇଥାଏ। ମାତ୍ର, ଏହି ଋଣର ୧୩.୨ ପ୍ରତିଶତ ଗୃହନିର୍ମାଣ ବା ମରାମତି, ୮.୪ ପ୍ରତିଶତ ବିବାହାଦି କାର୍ଯ୍ୟ, ୯.୯ ପ୍ରତିଶତ ଶିକ୍ଷା ଓ ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଲାଇବାରେ ଯାଇଥାଏ। ଯଦି ଏସବୁ ଖର୍ଚ୍ଚ ତୁଲେଇବାକୁ ଓଡ଼ିଆ ଚାଷୀଙ୍କର ସାଧନ ଥାଆନ୍ତା ତେବେ ସେମାନେ କୃଷିଋଣକୁ କେବଳ କୃଷିକାର୍ଯ୍ୟରେ ବିନିଯୋଗ କରି ଭଲ ଫସଲ ଅମଳ କରିପାରନ୍ତେ।

ଓଡ଼ିଶା ସରକାର ୨୦୧୨-୧୩ ଆର୍ଥିକ ବର୍ଷରେ କୃଷି ବିଭାଗ ପାଇଁ ସ୍ୱତନ୍ତ୍ର କୃଷି ବଜେଟ ଉପସ୍ଥାପନ କରିଥିଲେ। ଏହାକୁ ପ୍ରଚାରିତ କରି ସରକାର ଓ ଶାସକ ଦଳ ନାଁ କମେଇଥିଲେ। ସତେ ଯେମିତି ସ୍ୱତନ୍ତ୍ର କୃଷି ବଜେଟ ଜରିଆରେ ଓଡ଼ିଶା ଚାଷୀଙ୍କର ଆୟ ଆଇଏଏସ ଅଫିସରଙ୍କ ଦରମା ସହିତ ସମାନ ହୋଇଯିବ ବା ଶିଳ୍ପପତି/ବ୍ୟବସାୟୀଙ୍କ ଆୟ ପରି ବୃଦ୍ଧି ପାଇବ, ସେତେବେଳେ ସେହିପରି ଏକ ଧାରଣା ସୃଷ୍ଟି ହୋଇଥିଲା। ରାଜ୍ୟର ପ୍ରଥମ କୃଷି ବଜେଟର ଆକାର ଥିଲା ୫,୬୨୭ କୋଟି ଟଙ୍କା। ୨୦୨୧-୨୨ ବର୍ଷର କୃଷି ବଜେଟ ପରିମାଣ ହେଉଛି ୧୭,୪୬୯ କୋଟି ଟଙ୍କା। ଏହାବାଦ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର କାଳିଆ ନାମରେ ଏକ ଯୋଜନା ଘୋଷଣା କରିଥିଲେ। ସେହି ଯୋଜନାରେ ଓଡ଼ିଶାର ଚାଷୀଙ୍କ ଖାତାକୁ ବିଭିନ୍ନ ବାବଦରେ ୯୦୦୦ କୋଟି ଟଙ୍କା ଦିଆଗଲାଣି ବୋଲି ରାଜ୍ୟ ସରକାର ହିସାବ ଦେଉଛନ୍ତି। ସେହିପରି ବଳିଆ ଯୋଜନାରେ ଓଡ଼ିଶା ଚାଷୀଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯିବ ବୋଲି ସେତେବେଳେ ସରକାର ଘୋଷଣା କରିଥିଲେ।

ଏହିସବୁ ଘୋଷଣା, ଯୋଜନା ଓ କାର୍ଯ୍ୟକ୍ରମ ସତ୍ତ୍ୱେ ଓଡ଼ିଶା ଚାଷୀ ଏବେ ଦେଶର ସବୁଟୁ ଗରୀବ ଚାଷୀର ମାନ୍ୟତା ଅର୍ଜନ କରିଛି ଓ ମୁଣ୍ଡ ପିଛା ୩୨,୭୭୧ ଟଙ୍କାର ଋଣବୋଝ ବୋହି ଚାଲିଛି। ଏହା ପରିଶୋଧ କରିବାରେ ଅସମର୍ଥ ହେଲେ ଟାହିଟାପରା ଶୁଣି ଆତ୍ମହତ୍ୟା କରୁଛି। ରାଜ୍ୟର ସବୁ ବ୍ଲକରେ ୩୫ ପ୍ରତିଶତ ଚାଷଜମିକୁ ଜଳସେଚନ ସୁବିଧା ହୋଇପାରିନାହିଁ। ରାଜ୍ୟର ନଦୀଗୁଡ଼ିକରେ ଛୋଟଛୋଟ ବ୍ୟାରେଜ ଓ ଆନିକଟ କରି ପନିପରିବା ଓ ଫଳଚାଷକୁ ନିତିଦିନିଆ ଜଳସେଚନ ସୁବିଧା ଯୋଗାଇ ଦିଆଯାଇ ପାରିନାହିଁ। ରାଜ୍ୟର ସମସ୍ତ ତହସିଲରେ ଭୂସଂସ୍କାର ଆଇନ, ଭୂବନ୍ଦୋବସ୍ତ ଆଇନ କାର୍ଯ୍ୟକାରୀ ହୋଇନାହିଁ। ରାଜ୍ୟର ସମସ୍ତ ଭୂମିହୀନ ଚାଷୀଙ୍କୁ ଚାଷଜମି ଯୋଗାଇ ଦିଆଯାଇନାହିଁ। ରାଜ୍ୟର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ହୋଇନାହିଁ। ରାଜ୍ୟର ସମସ୍ତ ପଞ୍ଚାୟତରେ ଶୀତତାପ ନିୟନ୍ତ୍ରିତ ଗୋଦାମ ଘର ତିଆରି ହୋଇନାହିଁ। ରାଜ୍ୟର ସମସ୍ତ ପଞ୍ଚାୟତରେ ଗୋଶାଳା କି ସାମୂହିକ ଗୁହାଳ ଘର ତିଆରି ହୋଇନାହିଁ। ଏହିପରି ଅନେକ ନାହିଁ ନାହିଁ ଭିତରେ କିନ୍ତୁ ଶାସକ ଦଳ ଗୋଟାକ ପରେ ଗୋଟିଏ କରି ପାଞ୍ଚ ଥର ନିର୍ବାଚନ ଜିତି ରେକର୍ଡ଼ କରିଛି। ଚାଷ ଓ ଚାଷୀ ପଛେ ଚୁଲିକୁ ଯାଆନ୍ତୁ, ଏଇଟି ଗୋଟିଏ ବଡ଼ ହାସଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story