ପରଦେଶୀ ପ୍ରେମରେ ସରକାର; ଏଠି ଦେଲେନି, ସେଠି ବାଣ୍ଟିଲେ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଁ କନିଆଁ ସିଙ୍ଗାଣି ନାକି… ଗାଁରେ ପ୍ରଚଳିତ ଏହି ଲୋକ କଥାଟି ରାଜ୍ୟ ସରକାରଙ୍କ ପାଇଁ ବେଶ୍‌ ପ୍ରଯୁଜ୍ୟ। କାରଣ ରାଜ୍ୟରେ ମାଳମାଳ ଟିଭି ଚ୍ୟାନେଲ୍‌ ଓ ଖବର କାଗଜ ଥିବା ସତ୍ତ୍ୱେ ସରକାର ପରଦେଶୀ ପ୍ରେମରେ ପଡ଼ିଛନ୍ତି। ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ଗଣମାଧ୍ୟମ ଚ୍ୟାନେଲ୍‌ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଥିବା ବେଳେ ଦେଶୀ ଓ ବିଦେଶ ଚ୍ୟାନେଲ୍‌ ପାଇଁ ରାଜକୋଷ ଖୋଲିଦେଇଛନ୍ତି। ପର୍ଯ୍ୟଟନର ବିକାଶ ବାହାନାରେ ରାଜ୍ୟ […]

Foreign Media

Foreign Media

Ordigital Desk
  • Published: Wednesday, 01 December 2021
  • Updated: 03 December 2021, 08:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗାଁ କନିଆଁ ସିଙ୍ଗାଣି ନାକି... ଗାଁରେ ପ୍ରଚଳିତ ଏହି ଲୋକ କଥାଟି ରାଜ୍ୟ ସରକାରଙ୍କ ପାଇଁ ବେଶ୍‌ ପ୍ରଯୁଜ୍ୟ। କାରଣ ରାଜ୍ୟରେ ମାଳମାଳ ଟିଭି ଚ୍ୟାନେଲ୍‌ ଓ ଖବର କାଗଜ ଥିବା ସତ୍ତ୍ୱେ ସରକାର ପରଦେଶୀ ପ୍ରେମରେ ପଡ଼ିଛନ୍ତି। ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ଗଣମାଧ୍ୟମ ଚ୍ୟାନେଲ୍‌ ପ୍ରତି ରାଜ୍ୟ ସରକାର ଆଖି ବୁଜି ଦେଇଥିବା ବେଳେ ଦେଶୀ ଓ ବିଦେଶ ଚ୍ୟାନେଲ୍‌ ପାଇଁ ରାଜକୋଷ ଖୋଲିଦେଇଛନ୍ତି। ପର୍ଯ୍ୟଟନର ବିକାଶ ବାହାନାରେ ରାଜ୍ୟ ସରକାର ନିଜର ଭାବମୂର୍ତ୍ତି ସଜାଡିବା ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ବିଦେଶୀ ବୈଦ୍ୟୁତିକ ଚ୍ୟାନେଲ୍‌କୁ ଦେଇଛନ୍ତି ୧୨ କୋଟି ୬୭ ଲକ୍ଷ ଟଙ୍କାର ବିଜ୍ଞାପନ। ଏକଥା ଆମେ କହୁନାହିଁ, ସୂଚନା ଅଧିକାର ଆଇନ୍‌(ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି।

ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଛି, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ସରକାର ବିଦେଶୀ ବୈଦ୍ୟୁତିକ ଚ୍ୟାନେଲ୍‌ (CNN, BBC, DISCOVERY, TRAVEL XP)କୁ ୧୨ କୋଟି ୬୭ ଲକ୍ଷ ଟଙ୍କାର ବିଜ୍ଞାପନ ଦେଇଛନ୍ତି। ତେବେ ସବୁଠାରୁ ଅଧିକ ଟଙ୍କାର ବିଜ୍ଞାପନ ନେଇଛି ନ୍ୟାଶନାଲ୍‌ ଜିଓଗ୍ରାଫି ଚ୍ୟାନେଲ। ପର୍ଯ୍ୟଟନର ପ୍ରଚାର ପ୍ରସାର ଆଳ ଦେଖାଇ ରାଜ୍ୟ ସରକାର ଏହି ଚ୍ୟାନେଲ୍‌କୁ ଦେଇଛନ୍ତି ୧୦ କୋଟି ଟଙ୍କା।

ସେହିପରି ୨୦୧୭-୧୮ ଆର୍ଥିକ ବର୍ଷରେ ମଧ୍ୟ ଏହି ଚ୍ୟାନେଲ୍‌ ବିଜ୍ଞାପନ ବାବଦକୁ ନେଇଛି ଦେଢ କୋଟି ଟଙ୍କା। ଏହାର ପ୍ରତିବଦଳରେ ଉକ୍ତ ଚ୍ୟାନେଲ୍‌ ବିଶ୍ୱବାସୀଙ୍କୁ ଦେଖାଇଥିଲା, ଓଡ଼ିଶା ସରକାର କିପରି ବାତ୍ୟା ଫନିର ସଫଳ ମୁକାବିଲା କରିଥିଲେ? ପର୍ଯ୍ୟଟନ ବିଭାଗଠାରୁ ୧୦ କୋଟିର ବିଜ୍ଞାପନ ପାଇଥିବା ଏହି ବିଦେଶୀ ଚ୍ୟାନେଲ୍‌ ବାତ୍ୟା ଫନି ମୁକାବିଲାରେ ନିଜ ସରକାରର ନିଷ୍ଠା ଓ ପରାକାଷ୍ଠାର କାହାଣୀ ବଖାଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ କିନ୍ତୁ ଅଢ଼େଇ ବର୍ଷ ବିତିଯାଇଥିଲେ ମଧ୍ୟ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଆଜି ଯାଏଁ ପକ୍କାଘର ଖଣ୍ଡିଏ ମିଳିନାହିଁ। ସେମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ କହିଛନ୍ତି-“ଏତେ ବର୍ଷ ଧରି କ୍ଷମତାରେ ରହିଥିଲେ ମଧ୍ୟ ସେମାନଙ୍କୁ ହାରିବାରେ ଭୟ ଘାରିଛି। ସେଥିପାଇଁ ସେମାନେ ନିଜର ବିଜ୍ଞାପନ କରିବାରେ ଲାଗି ପଡ଼ିଛନ୍ତି। ରାଜ୍ୟ ସୂଚନା ପ୍ରସାରଣ ବିଭାଗ ବଦଳରେ ପର୍ଯ୍ୟଟନ ବିଭାଗ ମାଧ୍ୟମରେ ଦେଶୀ ଓ ବିଦେଶୀ ଗଣମାଧ୍ୟମକୁ ପାଖାପାଖି ୧୭ କୋଟି ଟଙ୍କାର ବିଜ୍ଞାପନ ଦେଇଛନ୍ତି। ସେଥିରୁ ଅଧିକ ଟଙ୍କାର ବିଜ୍ଞାପନ ନ୍ୟାଶନାଲ୍‌ ଜିଓଗ୍ରାଫି ଚ୍ୟାନେଲ ନେଇଛି।”

ରାଜ୍ୟ ସରକାର କେବଳ ବିଦେଶୀ ନୁହେଁ, ଜାତୀୟ ଗଣମାଧ୍ୟମ ପ୍ରତି ମଧ୍ୟ ଆକର୍ଷିତ ହୋଇଛନ୍ତି। କାରଣ ପ୍ରତି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଥାନ୍ତି। ଆଉ ନିର୍ବାଚନ ଜିତିବା ପରେ ଜାତୀୟ ଗଣମାଧ୍ୟମରେ ଲାଇଭ୍‌ ଆସନ୍ତି। ଯେଉଁଥି ପାଇଁ ରାଜ୍ୟ ପର୍ଯ୍ୟଟନ ବିକାଶକୁ କେତେକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମକୁ ୨୦୧୭-୨୦୧୯ ଆର୍ଥିକ ବର୍ଷରେ ୧୨ କୋଟିର ବିଜ୍ଞାପନ ଦେଇଛନ୍ତି ସରକାର। ହେଲେ ସାଢ଼େ ୪ କୋଟି ଓଡ଼ିଆ ମୋ’ ପରିବାର ବୋଲି ପ୍ରଚାର କରୁଥିଲେ ମଧ୍ୟ ଓଡ଼ିଆ ବୈଦ୍ୟୁତିକ ଗଣ ମାଧ୍ୟମ ଗୁଡ଼ିକୁ ଗାଁ କନିଆଁ ସିଙ୍ଗାଣି ନାକି ଭାବେ ବ୍ୟବହାର କରାଯାଇଛି।

ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ତଥ୍ୟ କହୁଛି, ରାଜ୍ୟର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ମିଳିମିଶି କୋଟିଏ ଟଙ୍କାର ବିଜ୍ଞାପନ ମଧ୍ୟ ପାଇନାହାନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଦେଶୀ ବିଦେଶୀ ଟିଭି ଚାନେଲରେ ପ୍ରଚାର ପାଇଁ ମୋଟ୍ ୧୭ କୋଟି ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ରାଜ୍ୟରେ ଥିବା ଓଡ଼ିଆ ଚ୍ୟାନେଲ ଗୁଡ଼ିକୁ ମିଳିଛି ମାତ୍ର ୭୮ଲକ୍ଷଟଙ୍କା। ସେହିପରି ୨୦୧୭-୧୮ ବର୍ଷରେ ଟିଭି ବିଜ୍ଞାପନରେ ମୋଟ୍‌୧୪ କୋଟି ୬୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଓଡ଼ିଆ ଇଲୋଟ୍ରୋନିକ୍ସ ମିଡ଼ିଆକୁ ମିଳିଛି ମାତ୍ର କୋଟିଏ ୨୦ ଲକ୍ଷଟଙ୍କା।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନିଜ ଭାବମୂର୍ତ୍ତୀ ସଜାଡିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଆଉ ଏହାର ସିଧା ସଖଳ ଫାଇଦା ନିର୍ବାଚନୀ ପ୍ରଚାରରେ ଶାସକ ଦଳ ଉଠାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ଯଦି ରାଜ୍ୟ ସରକାର ବିଜ୍ଞାପନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାରୁଛନ୍ତି, ତାହା ହେଲେ ଓଡ଼ିଶାରେ ଏହି ଅର୍ଥ ଖଟେଇବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି?।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story