‘ମୋ ପରିବାର’ ଉପରେ ‘ମୋ ସରକାର’ର ଲାଠି ପ୍ରହାର!

ଦେବେନ୍ଦ୍ର ପୃଷ୍ଟି ପୁଣି ଥରେ ପାରାଦୀପ ନିକଟସ୍ଥ ଢିଙ୍କିଆ ଚାରିଦେଶରେ ଓଡ଼ିଶା ବାହାରର କମ୍ପାନୀ ପାଇଁ ରାଜ୍ୟ ସରକାରଙ୍କର ଦମନମୂଳକ କାର୍ଯ୍ୟାନୁଷ୍ଠାନ। ପୁଣି ଥରେ ଲୋକଙ୍କ ଉପରେ ଲାଠି ଚାର୍ଜ। ଗିରଫଦାରି। ଭୟ ସଂଚାର। ସାରା ଓଡ଼ିଶାକୁ ‘ମୋ ପରିବାର’ କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଭାଙ୍ଗିବାକୁ ଏହା ଏକ ଷଡ଼ଯନ୍ତ୍ର କି ନୁହେଁ ତାହା ତାଙ୍କ ଦଳ ବୁଝିବ। ମାତ୍ର, ଗୋଟିଏ ଶିଳ୍ପ ପାଇଁ ଏଭଳି ଜୋରଜବରଦସ୍ତି ଯେ ଜନ ଅଧିକାର ବିରୋଧୀ ଓ […]

Naveen Patnaik

Naveen Patnaik

Debendra Prusty
  • Published: Monday, 17 January 2022
  • Updated: 17 January 2022, 12:24 PM IST

Sports

Latest News

  • ଦେବେନ୍ଦ୍ର ପୃଷ୍ଟି

ପୁଣି ଥରେ ପାରାଦୀପ ନିକଟସ୍ଥ ଢିଙ୍କିଆ ଚାରିଦେଶରେ ଓଡ଼ିଶା ବାହାରର କମ୍ପାନୀ ପାଇଁ ରାଜ୍ୟ ସରକାରଙ୍କର ଦମନମୂଳକ କାର୍ଯ୍ୟାନୁଷ୍ଠାନ। ପୁଣି ଥରେ ଲୋକଙ୍କ ଉପରେ ଲାଠି ଚାର୍ଜ। ଗିରଫଦାରି। ଭୟ ସଂଚାର। ସାରା ଓଡ଼ିଶାକୁ ‘ମୋ ପରିବାର’ କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଭାଙ୍ଗିବାକୁ ଏହା ଏକ ଷଡ଼ଯନ୍ତ୍ର କି ନୁହେଁ ତାହା ତାଙ୍କ ଦଳ ବୁଝିବ। ମାତ୍ର, ଗୋଟିଏ ଶିଳ୍ପ ପାଇଁ ଏଭଳି ଜୋରଜବରଦସ୍ତି ଯେ ଜନ ଅଧିକାର ବିରୋଧୀ ଓ ଆଇନର ଉଲ୍ଲଙ୍ଘନ ତାହା ସରକାର ବୁଝିବା ଉଚିତ।

ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟସ୍ଥ ଜଟାଧାର ମୁହାଁଣ ନିକଟରେ ଥିବା ଢିଙ୍କିଆ ଚାରିଦେଶରେ ଦେଢ଼ ଦଶନ୍ଧି ହେଲା ଜାରି ରହିଛି ଶିଳ୍ପ ବିରୋଧୀ ଆନ୍ଦୋଳନ। ପ୍ରଥମେ ଲୋକମାନେ ପୋସ୍କୋ କାରଖାନା ଓ ବନ୍ଦର ବିରୋଧରେ ଲଢ଼ିଥିଲେ। ସଫଳତା ମଧ୍ୟ ପାଇଥିଲେ। ଏବେ ଜିନ୍ଦଲ ବିରୋଧରେ ଲଢ଼ୁଛନ୍ତି। ଲୋକଙ୍କର ଏ ଲଢ଼େଇରେ ଲୋକଙ୍କ ସେବକ ବୋଲି ଦାବି କରୁଥିବା ରାଜ୍ୟ ସରକାର କିନ୍ତୁ ଲୋକଙ୍କ ପକ୍ଷରେ ନରହି ଜିନ୍ଦଲ ସପକ୍ଷରେ କାମ କରୁଛି। ‘ମୋ ସରକାର’ ଅଧୀନରେ ଥିବା ‘ମୋ ପୁଲିସ’ ‘ମୋ ପରିବାର’ ଉପରେ ଲାଠି ପ୍ରହାର କରୁଛି। ‘ମୋ ପରିବାର’କୁ ଚାରିପଟୁ ଘେରିଯାଇ ନିଆଁପାଣି ଅଟକ କଲା ପରି ପରିସ୍ଥିତି ସୃଷ୍ଟି କରିଛି। ଭିଟାମାଟି ସହିତ ଜୀବିକାର ସୁରକ୍ଷା ପାଇଁ ଦାବି କରୁଥିବା ଲୋକମାନଙ୍କୁ ଗିରଫ କରୁଛି। ସାଧାରଣ ସେବକମାନଙ୍କର ଏପ୍ରକାର ‘ପାହାର-ସେବା’ ସଫଳ ହେଲେ କାହାର ଲାଭ ହେବ? କମ୍ପାନୀର ନା ଲୋକଙ୍କର? ଲୋକଙ୍କର ହେବନି ବୋଲି ତ ସେମାନେ ଆନ୍ଦୋଳନ କରୁଛନ୍ତି। ତେବେ ଲୋକଙ୍କର କ୍ଷତି କରିବା ପାଇଁ କ’ଣ ସେମାନେ ଭୋଟ୍‌ ଦେଇ ସରକାର ଗଢ଼ିଛନ୍ତି ଓ ନୋଟ୍‌ ଦେଇ ସରକାର ପୋଷିଛନ୍ତି?

ସରକାର ସବୁବେଳେ ଦାବି କରନ୍ତି ଯେ ଶିଳ୍ପ ହେଲେ ବିକାଶ ହେବ, ନିଯୁକ୍ତି ମିଳିବ, ସମୃଦ୍ଧି ଆସିବ, ବ୍ୟବସାୟ ବଢ଼ିବ ଇତ୍ୟାଦି ଇତ୍ୟାଦି। ଏହା ମିଛ ନୁହେଁ। କିନ୍ତୁ ସବୁଠି ଓ ସବୁ ଶିଳ୍ପ କ୍ଷେତ୍ରରେ ଏହା ସତ୍ୟ ନୁହେଁ। ଯେଉଁଠି ଚାଷ ନାହିଁ, ଯେଉଁଠି ଲୋକ ନାହାନ୍ତି, ସେଠି ଶିଳ୍ପ ହେଲେ କାହାର କିଛି ହୁଏ ନାହିଁ। ସେଠି ଶିଳ୍ପ ହେଲେ କାହାକୁ ଭିଟାମାଟି ହରେଇବାକୁ ପଡ଼େ ନାହିଁ। କାହାରି ଚାଷଜମି ଅଧିଗୃହୀତ ହୁଏ ନାହିଁ। ଜଙ୍ଗଲ ଉଜୁଡ଼େ ନାହିଁ। ଜମିର ଉର୍ବରତା କମେ ନାହିଁ। ଜଳସୂତ୍ର ପ୍ରଦୂଷିତ ହୁଏ ନାହିଁ। ଆଖପାଖ ଲୋକେ ନିଯୁକ୍ତି ସୁଯୋଗ ପାଆନ୍ତି, ପରୋକ୍ଷରେ ହେଲେ ବି। କିନ୍ତୁ ଯେଉଁଠି ଲୋକେ ନିଜର ଜୀବିକା ନେଇ ସନ୍ତୁଷ୍ଟ, ଧାନ-ପାନ-ମୀନ ଆଦି ବିକି ବେଶ୍‌ ସ୍ୱଚ୍ଛଳ ଜୀବନ ଯାପନ କରୁଛନ୍ତି, ପ୍ରକୃତି ପ୍ରଦତ୍ତ ସ୍ୱଚ୍ଛ ଅମ୍ଳଜାନ ପାଉଛନ୍ତି, ନିର୍ମଳ ଜଳ ପାନ କରୁଛନ୍ତି, କରୋନା ଭଳି ମହାମାରୀରୁ ମଧ୍ୟ ବଞ୍ଚି ରହିଛନ୍ତି, ସେଠି କାହିଁକି?

ନାମକୁ ମାତ୍ର ଶିଳ୍ପ ଓ ଖଣି ଜରିଆରେ ଯଦି ଓଡ଼ିଶାର ସାମଗ୍ରିକ ବିକାଶ ହେବା କଥା ସତ ତେବେ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜର ଆଦିବାସୀମାନେ ଆଜି ବି କାହିଁକି ଦରିଦ୍ର, ଅଶିକ୍ଷିତ ଓ ରୁଗ୍‌ଣ? ଏସବୁ ଜିଲ୍ଲା ଖଣିଜ ସମୃଦ୍ଧ। ରାୟଗଡ଼ା ଓ ଯାଜପୁରର କେତେକ ଅଞ୍ଚଳରେ ବି ଶିଳ୍ପ ସତ୍ତ୍ୱେ ଦାରିଦ୍ର୍ୟ ପ୍ରବଳ। କୋରାପୁଟରେ ସମାନ ସ୍ଥିତି। ଶିଳ୍ପାୟନ ଓ ସହରାୟନ ଜରିଆରେ ଦେଖାଯାଉଥିବା ରୂପାନ୍ତରଣ ଯେ ବାସ୍ତବ ବିକାଶ ଓ ସମୃଦ୍ଧି ନୁହେଁ, ତାହା ଦିଲ୍ଲୀ ଓ ମୁମ୍ବାଇ ପରି ସହରବାସୀଙ୍କ ଦୁର୍ଦ୍ଦଶା ଦେଖି ବୁଝିବାକୁ ଆଉ କେତେ ବର୍ଷ ଲାଗିବ ଓଡ଼ିଶା ସରକାରଙ୍କୁ? ଓଡ଼ିଶାର ଶିଳ୍ପ ଓ ଖଣିଜ ସମୃଦ୍ଧ ଇଲାକା ତାଳଚେର, ଅନୁଗୁଳ, ରାଉରକେଲା ଓ ଝାରସୁଗୁଡ଼ା ଆଦି ସହର ଏବେ ଭାରତବର୍ଷରେ ପ୍ରଦୂଷଣରେ ନାଁ କରିଛି। ପ୍ରଦୂଷଣ ଯୋଗୁଁ ସେଠା ଲୋକଙ୍କର ଜୀବନ ଦୁର୍ବିସହ। ପାଣି, ପବନ ଓ ମାଟି ସବୁ କିଛି ପ୍ରଦୂଷିତ, ବିଷାକ୍ତ। ସୁସ୍ଥ ଜୀବନର ପରିପନ୍ଥୀ। ଓଡ଼ିଶା ସରକାର ସବୁ ଆଡ଼େ ସେହିପରି ପରିସ୍ଥିତି ସୃଷ୍ଟି କରିବାକୁ ଚାହାନ୍ତି?

ଯେଉଁଠି ଲୋକେ ଚାହୁଁଛନ୍ତି ସେପରି ବିକାଶ ଓ ସମୃଦ୍ଧି ହାସଲ କରିବାକୁ ସେଠି ସରକାର ସେପରି କରିବା ଆଦୌ ଅନୁଚିତ ନୁହେଁ। କେନ୍ଦୁଝର ଲୋକେ ସେମାନଙ୍କ ଖଣିଜ ପଦାର୍ଥର ଜିଲ୍ଲା ଭିତରେ ବ୍ୟବହାର ପାଇଁ ଏକ ବୃହତ ଇସ୍ପାତ କାରଖାନା ଚାହୁଁଛନ୍ତି। ସରକାର ଜିନ୍ଦଲ ପାଇଁ ସେଠି ଜମି ଖୋଜୁ ନାହାନ୍ତି? କେନ୍ଦ୍ରାପଡ଼ାବାସୀ କାରଖାନା ଚାହୁଁଛନ୍ତି, ସରକାର ସେଠି ବି କରିପାରନ୍ତେ। ନୟାଗଡ଼ରେ ଇସ୍ପାତ କାରଖାନା ନାହିଁ। ବଲାଙ୍ଗୀରରେ ନାହିଁ। ଖୋର୍ଦ୍ଧାରେ ମଧ୍ୟ ନାହିଁ। ପୁରୀରେ କୌଣସି ବୃହତ ଖଣିଜ ଭିତ୍ତିକ ଶିଳ୍ପ ନାହିଁ। ସରକାରଙ୍କ ପାଇଁ ବିକଳ୍ପ ସ୍ଥାନର ଅଭାବ ନାହିଁ। ମାତ୍ର, ଯେଉଁଠି ଲୋକମାନେ ପୋସ୍କୋ ଭଳି ବୃହତ ବହୁରାଷ୍ଟ୍ରୀୟ କମ୍ପାନୀର କାରଖାନାକୁ ଗ୍ରହଣ କଲେ ନାହିଁ ସେଠି ଜେଏସଡବ୍‌ଲ୍ୟୁ ପ୍ରକଳ୍ପକୁ ଜୋର ଜବରଦସ୍ତି ସେମାନଙ୍କ ଉପରେ ନଦି ଦେବା କେତେ ଯୁକ୍ତିଯୁକ୍ତ ଓ ନ୍ୟାୟସଙ୍ଗତ? ସରକାର ଅଯଥାରେ ବିବାଦ ସୃଷ୍ଟି କରୁନାହାନ୍ତି ତ?

ଲୋକେ ଯଦି କହୁଛନ୍ତି, ଏଇଟା ଆମର ବିକାଶ ନୁହେଁ ବିନାଶ, ତେବେ ସରକାର କାହିଁକି ସେହି ବିନାଶ ପାଇଁ ଅଡ଼ି ବସିଛନ୍ତି? ଲୋକଙ୍କୁ ସେମାନଙ୍କ ବିକାଶ ସହିତ ବଞ୍ଚିବାକୁ ଛାଡ଼ିଦେବା ଗଣତନ୍ତ୍ର ଦୃଷ୍ଟିରୁ ଠିକ ନା ଭୁଲ? ସରକାର ଲୋକଙ୍କ ମତରେ ଚାଲିବା କଥା କହୁଥିବାବେଳେ ଢିଙ୍କିଆ ଚାରିଦେଶରେ କାହା ମତରେ ଚାଲୁଛନ୍ତି?

ତା’ଛଡ଼ା ଓଡ଼ିଶାରେ କାର୍‌, ସ୍କୁଟର, ବାଇକ୍‌, ବାସନକୁସନ, ଆସବାବପତ୍ର, ବିମାନ, ଇଲେକ୍ଟ୍ରିକ ଓ ଇଲେକ୍‌ଟ୍ରୋନିକ୍ସ ଆଦି ଶିଳ୍ପ, ଯେଉଁଥିରେ ନିଯୁକ୍ତି ସୁଯୋଗ ଅଧିକ ଓ ଖଣିଜ ପଦାର୍ଥର ସର୍ବାଧିକ ମୂଲ୍ୟଯୁକ୍ତ ଉପଯୋଗ ସମ୍ଭବ ତାହା ନକରି ଆମ ସରକାର କେବଳ ପେଲେଟ୍‌, ସ୍ପଞ୍ଜ, ପ୍ଲେଟ୍‌ ଆଦି ଖଣିଜ ପଥର ଶୋଧନ କାରଖାନା କଲେ ସେଥିରୁ କି ଲାଭ ମିଳିବ? ସେଥିରେ କେତେ ଲୋକ ନିଯୁକ୍ତି ପାଇବେ? ହଜାରେ କୋଟି ଟଙ୍କାର କାରଖାନାରେ କେତେ ଲୋକ ନିଯୁକ୍ତି ପାଆନ୍ତି ଓ ହଜାରେ କୋଟି ଟଙ୍କାର କୃଷି କ୍ଷେତ୍ରରେ କେତେ ଲୋକ ନିଯୁକ୍ତି ପାଇବେ? କେଉଁ କ୍ଷେତ୍ରରେ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ? ମୋ ସରକାର ସେ କଥା ଟିକେ ଭାବନ୍ତୁ ଭଲା!

ଓଡ଼ିଶାରେ ୧୯୬୦ ଦଶକରୁ ଶିଳ୍ପ ଓ ଖଣିଜ ଅର୍ଥନୀତି ଚାଲିଛି। ବିଜୁ ପଟ୍ଟନାୟକଙ୍କ ପ୍ରଥମ ଦଫା ମୁଖ୍ୟମନ୍ତ୍ରିତ୍ୱ ସମୟରେ ସ୍ଲୋଗାନ ଥିଲା ଟାଇଲ ଛପର ଘର, ନିଆଁକୁ ନଥିବ ଡର, ଟେଲିଫୋନର ମଜା, ହଜାରେ କୋଶରୁ ଆଈ ସାଥୀରେ କଥା ହେଉଛି ଅଜା। ଏହା ଥିଲା କୃଷି ଅର୍ଥନୀତିରୁ ଶିଳ୍ପ ଅର୍ଥନୀତିକୁ ପରିବର୍ତ୍ତନର ଯୁଗାନ୍ତରଣ। ୧୯୮୦ରେ ଆସିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କ ଅମଳର ସ୍ଲୋଗାନ ହେଲା ହଜାରେ ଦିନରେ ହଜାରେ କୋଟି ଟଙ୍କାରେ ହଜାରେ ଶିଳ୍ପ। ୧୯୯୦ରେ ପୁଣି ଆସିଲେ ବିଜୁ। ସେଥର ସେ ଦ୍ୱିତୀୟ ଇସ୍ପାତ କାରଖାନାର ସ୍ୱପ୍ନ ସାକାର କରିବାକୁ ବିଶ୍ୱ ବୁଲିଲେ। ୧୯୯୫ରେ ପୁଣି ଫେରିଲେ ଜାନକୀ। ପୁଣି ଶିଳ୍ପ। ୨୦୨୦ରୁ କ୍ଷମତାରେ ଅଛନ୍ତି ନବୀନ ପଟ୍ଟନାୟକ। ୨୨ ବର୍ଷ ହେଲା ଖାଲି ଶିଳ୍ପ ଆଉ ଶିଳ୍ପ। ଖଣିଜ ପଦାର୍ଥ ହରିଲୁଟ୍। ଦୁର୍ନୀତିର ଅଭିଯୋଗ ଅସରନ୍ତି। ଓଡ଼ିଶାର କେତେ ବିକାଶ ହେଲା? ଓଡ଼ିଶାବାସୀ କେତେ ସମୃଦ୍ଧ ହେଲେ? କେତେ ଓଡ଼ିଆ ନିଯୁକ୍ତି ପାଇଲେ?

ଆମେ ଏତେ ସମୃଦ୍ଧ ହେଲେ ଯେ ଏବେ ଓଡ଼ିଶା ଉପରେ ଦେଢ଼ ଲକ୍ଷ କୋଟି ଟଙ୍କାର ଋଣ ବୋଝ। ଓଡ଼ିଶାରେ ଏତେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା ଯେ ଓଡ଼ିଆ ପିଲାମାନେ ବିଭିନ୍ନ କ୍ଷେତ୍ରରେ ଦାଦନ ପରି ଖଟିବାକୁ ବାହାର ରାଜ୍ୟକୁ ଯିବା ବନ୍ଦ କରିନାହାନ୍ତି। କିଏ ଇଟାଭାଟିରେ ଦାଦନ ତ କିଏ ସାଇବର ସିଟିରେ ଶ୍ରମିକ। କିଏ ଆପାର୍ଟମେଣ୍ଟରେ ୱାଚମ୍ୟାନ୍‌ ତ କିଏ ଘରୋଇ କୁକ୍‌ ଓ ପରିଚାରକ। ୧୯୬୨ରୁ ୨୦୨୨- ଏ ୬୦ ବର୍ଷ ଭିତରେ ଓଡ଼ିଶା ଭିତରେ କେତେ ଜଣ ଟାଟା, ବିର୍ଲା, ଆଦାନୀ, ଅମ୍ବାନୀ, ଗୋଏଙ୍କା, ଜିନ୍ଦଲ ଆଦି ସୃଷ୍ଟି ହେଲେ? ସବୁ ଆସିଛନ୍ତି ବାହାରୁ, ଓଡ଼ିଶାର ସମୃଦ୍ଧି ଯାଇଛି ବାହାରକୁ।

ସରକାର ଟିକେ ହେଜନ୍ତୁ। ବିଶେଷ କରି ଓଡ଼ିଶାବାସୀଙ୍କୁ ମୋ ପରିବାର ଭାବେ ଗଣନା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟିକେ ଗଭୀର ଅନୁଶୀଳନ କରନ୍ତୁ। ଆଉ ସେ ଯଦି ଏସବୁ କରୁ ନଥିବେ, ତାଙ୍କ ନାଁ ନେଇ ଅନ୍ୟ କେହି କରୁଥିବେ, ତେବେ ଏହା ଯେ ତାଙ୍କ ବିରୋଧରେ ଏକ ଚକ୍ରାନ୍ତ, ଏହା ବୁଝିବାକୁ ଓଡ଼ିଶାବାସୀ କ’ଣ ଆହୁରି ଦୁଇ ଦଶନ୍ଧି ନେବେ? ବିଜେଡି ପରା ସମସ୍ତଙ୍କୁ ସାଙ୍ଗରେ ନେଇ ୧୦୦ ବର୍ଷ ଶାସନ କରିବ ବୋଲି ଏଇ କେଇ ଦିନ ତଳେ ତାଙ୍କ ଦଳର ପ୍ରତିଷ୍ଠା ଦିବସରେ ସେ କହିଥିଲେ। ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ପାଇଁ କ’ଣ ଲାଠି ପ୍ରହାର ନିହାତି ଜରୁରୀ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story