ଏ ମନ୍ଦିରରେ ୧୧ଟଙ୍କାରେ ମିଳୁଛି ପାପମୁକ୍ତ ପ୍ରମାଣପତ୍ର

ସମସ୍ତେ ପାପ ଓ ପୁଣ୍ୟ ମଧ୍ୟରେ ଥିବା ତଫାତ ସଂପର୍କରେ ଜାଣିଛନ୍ତି। ପାପରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ଉପାୟର ପରାମର୍ଶ ଦିଆଯାଏ, ଯେମିତିକି- ତୀର୍ଥଯାତ୍ରା, ଦାନପୁଣ୍ୟ, ଗଙ୍ଗା ସ୍ନାନ ଆଦି। କିନ୍ତୁ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପାପମୁକ୍ତ ନେଇ ପ୍ରମାଣପତ୍ର ଦିଆଯାଏ। ଏ ମନ୍ଦିରଟି ଅଛି ରାଜସ୍ଥାନର ପ୍ରତାପଗଡ଼ରେ। ମନ୍ଦିରର ନାଁ ଗୌତମେଶ୍ୱର ମହାଦେବ ପାପମୋଚନ ମନ୍ଦିର। ଏହି ମନ୍ଦିରରେ ଏକ […]

temple

temple

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 01:53 PM IST

Sports

Latest News

ସମସ୍ତେ ପାପ ଓ ପୁଣ୍ୟ ମଧ୍ୟରେ ଥିବା ତଫାତ ସଂପର୍କରେ ଜାଣିଛନ୍ତି। ପାପରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ଉପାୟର ପରାମର୍ଶ ଦିଆଯାଏ, ଯେମିତିକି- ତୀର୍ଥଯାତ୍ରା, ଦାନପୁଣ୍ୟ, ଗଙ୍ଗା ସ୍ନାନ ଆଦି। କିନ୍ତୁ ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ପାପମୁକ୍ତ ନେଇ ପ୍ରମାଣପତ୍ର ଦିଆଯାଏ। ଏ ମନ୍ଦିରଟି ଅଛି ରାଜସ୍ଥାନର ପ୍ରତାପଗଡ଼ରେ। ମନ୍ଦିରର ନାଁ ଗୌତମେଶ୍ୱର ମହାଦେବ ପାପମୋଚନ ମନ୍ଦିର। ଏହି ମନ୍ଦିରରେ ଏକ ପାଣି କୁଣ୍ଡ ରହିଛି। ଏଠାରେ ଲୋକମାନେ ବୁଡ଼ ପକାଇବା ପରେ ୧୧ ଟଙ୍କା ଦାନ କରନ୍ତି। ତା’ପରେ ସେମାନଙ୍କୁ ଦିଆଯାଏ ପାପମୁକ୍ତ ପ୍ରମାଣପତ୍ର।

୧୯୪୭ ମସିହା ପରଠାରୁ ଯେତେ ଜଣ ପାପୀ ଶ୍ରଦ୍ଧାଳୁଙ୍କୁ ଏଠାରୁ ପାପମୁକ୍ତ ପ୍ରମାଣପତ୍ର ଦିଆଯାଇଛି ସେମାନଙ୍କର ରେକର୍ଡ ମନ୍ଦିର କର୍ତ୍ତୃପକ୍ଷଙ୍କ ନିକଟରେ ମହଜୁଦ ରହିଛି। ମନ୍ଦିରରେ ପୂଜାରୀମାନଙ୍କର ଏକ ଗୋଷ୍ଠୀ ରହିଛି। ସେମାନଙ୍କୁ ଅମୀନତ କଛାରୀ କୁହାଯାଏ। ସେମାନେ ପ୍ରତ୍ୟେକ ପାପମୁକ୍ତ ପ୍ରମାଣପତ୍ର ପିଛା ୧ ଟଙ୍କା ଶୁଳ୍କ ଆକାରରେ ନିଅନ୍ତି। ବାକି ୧୦ ଟଙ୍କା ଦୋଷ ନିବାରଣ ଭାବେ ଗ୍ରହଣ କରାଯାଏ।

ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏହି ମନ୍ଦିରରେ ଥିବା ପାଣି କୁଣ୍ଡରେ ବୁଡ଼ ପକାଇ ପାପମୁକ୍ତ ପ୍ରମାଣପତ୍ର ନେଉଛନ୍ତି।

କୁହାଯାଏ ଗୌତମ ଋଷି ଗୋଟିଏ ପଶୁକୁ ମାରି ଦେଇଥିଲେ। ଏଥିପାଇଁ ସେ ଅଭିଶାପ ପାଇଥିଲେ। ପାପମୁକ୍ତ ହେବା ପାଇଁ ସେ ଏହି କୁଣ୍ଡରେ ବୁଡ଼ ପକାଇ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos