ନିର୍ଦ୍ଧାରିତ ସମୟ ଆଗରୁ ଘର ତିଆରି କଲେ; ହେଲେ ମିଳୁନି ବୋନସ୍‌ ଟଙ୍କା

ବିନିକା (ଦିଲୀପ ସାହୁ): ଗରିବ ଲୋକଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଛନ୍ତି। ଏଥିପାଇଁ ପ୍ରତି ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏଥିସହ ଘର କାମ ନିର୍ଦ୍ଧାରିତ ସମୟ ଆଗରୁ ଶେଷ କଲେ ହିତାଧିକାରୀଙ୍କୁ ବୋନସ୍‌ ଦେବାର ବ୍ୟବସ୍ଥା ରହିଛି। ୪ ମାସ ଭିତରେ ଘର କାମ ଶେଷ କଲେ ୨୦ ହଜାର ଓ ୬ ମାସ ଭିତରେ ଶେଷ କଲେ ୧୦ ହଜାର ଟଙ୍କା ବୋନସ୍‌ ସ୍ୱରୂପ ଦିଆଯାଉଛି। […]

binika

binika

Jyoshna Pradhan
  • Published: Tuesday, 28 January 2020
  • Updated: 28 January 2020, 04:52 PM IST

Sports

Latest News

ବିନିକା (ଦିଲୀପ ସାହୁ): ଗରିବ ଲୋକଙ୍କୁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେଉଛନ୍ତି। ଏଥିପାଇଁ ପ୍ରତି ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଏଥିସହ ଘର କାମ ନିର୍ଦ୍ଧାରିତ ସମୟ ଆଗରୁ ଶେଷ କଲେ ହିତାଧିକାରୀଙ୍କୁ ବୋନସ୍‌ ଦେବାର ବ୍ୟବସ୍ଥା ରହିଛି। ୪ ମାସ ଭିତରେ ଘର କାମ ଶେଷ କଲେ ୨୦ ହଜାର ଓ ୬ ମାସ ଭିତରେ ଶେଷ କଲେ ୧୦ ହଜାର ଟଙ୍କା ବୋନସ୍‌ ସ୍ୱରୂପ ଦିଆଯାଉଛି। ତେବେ ନିର୍ଦ୍ଧାରିତ ସମୟ ଆଗରୁ ଘର ତିଆରି କରି ବି ହିତାଧିକାରୀଙ୍କୁ ବୋନସ୍ ଟଙ୍କା ଦିଆଯାଉ ନାହିଁ। ଏଭଳି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ରୁ ।

ଏହି ବ୍ଲକ୍‌ର ଚରଦା ପଞ୍ଚାୟତର ଫୁଲମୁଠୀ ଗାଁରେ ରହନ୍ତି ଜୀବରଧନ ଦାସ। ସେ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କର ପକ୍କା ଘରଟିଏ ନଥିଲା। ତେଣୁ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ପାଇଁ ଆବେଦନ କରିଥିଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ କରିବାକୁ ସେ କାର୍ଯ୍ୟାଦେଶ ପାଇଲେ। ବୋନସ୍‌ ଟଙ୍କା ମିଳିବା ଆଶା ନେଇ ସେ ତିନି ମାସ ଭିତରେ ଘର ତିଆରି କାମ ସମ୍ପୂର୍ଣ୍ଣ କଲେ। ହେଲେ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ବୋନସ୍‌ ଟଙ୍କା ମିଳି ନାହିଁ।

ଏନେଇ ସେ କହିଛନ୍ତି, “ବୋନସ୍‌ ଟଙ୍କା ମିଳିବା ଆଶାରେ ପିଲା ଛୁଆ ମିଶି ଆମେ ତିନି ମାସ ତିନି ଦିନରେ ଘର କାମ ଶେଷ କଲୁ। ଦେଢ଼ ବର୍ଷ ହେବ ଅତି କମ୍‌ରେ ମୁଁ ୫୦ ଥର ବିଡିଓଙ୍କୁ ଭେଟିଛି। ହେଲେ ବିଡିଓ ତାରିଖ ଗଡ଼ାଇ ଚାଲିଛନ୍ତି। ଏହାପରେ ମୁଁ ଦୁଇ ଥର ଜିଲ୍ଲାପାଳଙ୍କୁ ମଧ୍ୟ ସାକ୍ଷାତ କରିଛି।  ଖୁବଶୀଘ୍ର ଟଙ୍କା ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ନାହିଁ।”

ସେହିପରି ବିନିକା ବ୍ଲକ ଶଙ୍କରା ପଞ୍ଚାୟତର କୌଡ଼ିଆମୁଣ୍ଡା ଗାଁରେ ରହନ୍ତି ପ୍ରମୋଦ ନାଏକ। ଘର ଖଣ୍ଡେ ପାଇଁ ସରକାରୀ ବାବୁଙ୍କ ପାଖକୁ ଦୌଡ଼ି ଦୌଡ଼ି ତାଙ୍କ ଚପଲ ଘୋରି ହେବା ପରେ ୨୦୧୯-୨୦ ଆର୍ଥିକ ବର୍ଷରେ ଏଥିପାଇଁ କାର୍ଯ୍ୟାଦେଶ ପାଇଥିଲେ। ବୋନସ୍ ଟଙ୍କା ଆଶାରେ ସେ ବି ଗୋଟିଏ ମାସ ଭିତରେ ଘର ତିଆରି କାମ ସମ୍ପୂର୍ଣ୍ଣ କଲେ। ହେଲେ ତାଙ୍କୁ ମଧ୍ୟ ବୋନସ ଟଙ୍କା ମିଳି ନାହିଁ। ସେହି ଗାଁର ପ୍ରସନ୍ନ ନାଏକ  ୨୦୧୯-୨୦ ଆର୍ଥିକ ବର୍ଷରେ ଘର ପାଇଁ କାର୍ଯ୍ୟାଦେଶ ପାଇଥିଲେ ଓ ନିର୍ଦ୍ଧାରିତ ସମୟ ଆଗରୁ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ। ୪ ମାସ ହେଲାଣି ସେ ନୂଆ ଘରେ ରହୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ବୋନସ୍ ମିଳିନି। କେବଳ ବୋନସ୍ ନୁହେଁ, ଗୃହ ନିର୍ମାଣର ଶେଷ କିସ୍ତି ଟଙ୍କା ମଧ୍ୟ ମିଳିନି।

ଏନେଇ ପ୍ରସନ୍ନ କହିଛନ୍ତି, “୨୮ ଦିନ ଭିତରେ ଘର ତିଆରି କରିଛି। ବୋନସ୍ ଟଙ୍କା ମିଳି ନାହିଁ। ୪ ମାସ ଭିତରେ ଘର ତିଆରି କଲେ ବୋନସ୍‌ ଟଙ୍କା ଓ ଲାଷ୍ଟ ବିଲ୍ ପାଇବ ବୋଲି କୁହାଯାଇଥିଲା। ହେଲେ ଲାଷ୍ଟ ବିଲ୍‌ ମିଳିଲାନି କି ବୋନସ୍ ଟଙ୍କା ମଧ୍ୟ ମିଳି ନାହିଁ।”

ସେହିଭଳି କୌଡ଼ିଆମୁଣ୍ଡାର ଆଉ ଜଣେ ହିତାଧିକାରୀ ପ୍ରମୋଦ ନାଏକ କହିଛନ୍ତି, “ମାସେ ମଧ୍ୟରେ ମୁଁ ଘର ତିଆରି କରିଛି, କିନ୍ତୁ ବୋନସ୍‌ ଟଙ୍କା ମିଳିପାରି ନାହିଁ। ନୂଆ ଘରେ ପ୍ରାୟ ୫ ମାସ ହେଲାଣି ରହିଲୁଣି। ଜିଲ୍ଲାପାଳ, ସରପଞ୍ଚଙ୍କୁ ଏନେଇ ଅଭିଯୋଗ କରିଛି।”

ଏ ସଂପର୍କରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକ କହିଛନ୍ତି, “ ଗାଇଡ୍‌ଲାଇନ୍ ଅନୁସାରେ ଯେଉଁ ହିତାଧିକାରୀ ବୋନସ୍‌ ଟଙ୍କା ପାଇଁ ଯୋଗ୍ୟ ତାଙ୍କୁ ଟଙ୍କା ଦିଆଯାଉଛି। ଗାଇଡ୍‌ଲାଇନ୍ ଅନୁସାରେ ତଦନ୍ତ କରି ବିଡିଓ ଟଙ୍କା ଦିଅନ୍ତି। ଯଦି କେହି ସେମିତି ହିତାଧିକାରୀ ରହି ଯାଇଛନ୍ତି, ତା’ହେଲେ ଆମେ ବିନିକା ବିଡିଓଙ୍କୁ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବୁ।”

କିଛି ଦିନ ତଳେ କନ୍ଧମାଳ ଜିଲ୍ଲାର ଜଣେ ବିଡିଓ କିଛି ହିତାଧିକାରୀଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିଲେ। କାରଣ ସେମାନେ ଘର ତିଆରି କରିବାକୁ କାର୍ଯ୍ୟାଦେଶ ସହ ଟଙ୍କା ପାଇଥିଲେ ବି ନିର୍ଦ୍ଧାରିତ ସମୟ ମଧ୍ୟରେ ତାକୁ ସାରୁ ନଥିଲେ। ସେଠାରେ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ଏଠାରେ ସେମାନଙ୍କୁ ନିରାଶ କରାଯାଇଥିବା କୁହାଯାଉଛି। ତେଣୁ ଏ ଦିଗରେ ପ୍ରଶାସନ ତତ୍ପରତା ଦେଖାଇବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story