ନେତାଙ୍କ ପ୍ରେମ; କିଏ ପରିବାର ବିରୁଦ୍ଧରେ, କିଏ ଘରୁ ପଳାଇ ହୋଇଛନ୍ତି ବାହା

ନେତା ଖାଲି ରାଜନୀତି କରନ୍ତି ନାହିଁ, ପ୍ରେମ ବି କରନ୍ତି।  ପ୍ରେମ ପାଇଁ କେହି ଘରୁ ପଳାଇଯାଇ ବାହା ହୋଇଛନ୍ତି ତ କିଏ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବାହା ହୋଇଛନ୍ତି। ଆଉ କେହି ପରିବାର ଲୋକେ ରାଜି ହେଲା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ଓ ବାହା ହୋଇଛନ୍ତି। ଆମ ନେତାଙ୍କ ଏମିତି କିଛି ପ୍ରେମ କାହାଣୀ ଏଠାରେ ପଢନ୍ତୁ: ସିଦ୍ଧୁ ଓ ନବଜୋତ କୌର କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏବେ ପଞ୍ଜାବ ସରକାରରେ ଜଣେ […]

sidhu

sidhu

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 01:36 PM IST

Sports

Latest News

ନେତା ଖାଲି ରାଜନୀତି କରନ୍ତି ନାହିଁ, ପ୍ରେମ ବି କରନ୍ତି।  ପ୍ରେମ ପାଇଁ କେହି ଘରୁ ପଳାଇଯାଇ ବାହା ହୋଇଛନ୍ତି ତ କିଏ ପରିବାରର ଇଚ୍ଛା ବିରୁଦ୍ଧରେ ଯାଇ ବାହା ହୋଇଛନ୍ତି। ଆଉ କେହି ପରିବାର ଲୋକେ ରାଜି ହେଲା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ଓ ବାହା ହୋଇଛନ୍ତି। ଆମ ନେତାଙ୍କ ଏମିତି କିଛି ପ୍ରେମ କାହାଣୀ ଏଠାରେ ପଢନ୍ତୁ:

sidhu

ସିଦ୍ଧୁ ଓ ନବଜୋତ କୌର

କ୍ରିକେଟର ନବଜୋତ ସିଂହ ସିଦ୍ଧୁ ଏବେ ପଞ୍ଜାବ ସରକାରରେ ଜଣେ ମନ୍ତ୍ରୀ। ପୂର୍ବରୁ ସେ ସାଂସଦ ବି ଥିଲେ। କିନ୍ତୁ ଜାଣନ୍ତି ସେ ବି ପ୍ରେମ ବିବାହ କରିଥିଲେ। ପତ୍ନୀ ନବଜୋତ୍ କୌରଙ୍କୁ ପ୍ରଥମ ଦେଖାରେ ପ୍ରେମ କରି ବସିଥିଲେ ସିଦ୍ଧୁ। କିନ୍ତୁ ନବଜୋତଙ୍କୁ ପଟାଇବା ପାଇଁ ସିନ୍ଧୁ ବହୁତ ମେହନତ କରିବାକୁ ପଡ଼ିଥିଲା। ନବଜୋତ୍ ଯେଉଁ ବାଟ ଦେଇ ଯାଉଥିଲେ ସେହି ରାସ୍ତାରେ ଏକ ଚିକେନ୍ ଦୋକାନ ଥିଲା। ସିଦ୍ଧୁ ସବୁଦିନ ସେହି ଚିକେନ୍ ଖାଆନ୍ତି ଓ ନବଜୋତ୍‌ଙ୍କୁ ଅପେକ୍ଷା କରନ୍ତି। ନବଜୋତ୍‌ ତାଙ୍କର ଜଣେ ସାଙ୍ଗ ସହିତ ସେହି ବାଟ ଦେଇ ଗଲା ବେଳେ ସିଦ୍ଧୁ ବି ତାଙ୍କ ପଛେ ପଛେ ଯାଆନ୍ତି। ସିଦ୍ଧୁଙ୍କ ପ୍ରେମ ଆବେଦନକୁ ନବଜୋତ ସବୁଦିନେ ଏଡ଼ାଇ ଯାଉଥିଲେ। ତେବେ ଶେଷରେ ସିଦ୍ଧୁଙ୍କ ପ୍ରେମ ଆଗରେ ହାର ମାନିଲେ ନବଜୋତ୍‌। ସିଦ୍ଧୁଙ୍କୁ ପ୍ରେମକୁ ଗ୍ରହଣ କଲେ ଓ ଦୁହେଁ ବାହା ହେଲେ।

sachin

ସଚୀନ ଓ ସାରା

କଂଗ୍ରେସ ନେତା ସଚୀନ ପାଇଲଟ୍ ବି ପ୍ରେମ ବିବାହ କରିଛନ୍ତି। ସେ ଜମ୍ମୁ ଓ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଝିଅ ସାରାଙ୍କୁ ବାହା ହୋଇଛନ୍ତି। ସଚୀନ ଓ ସାରାଙ୍କ ମଧ୍ୟରେ ଦେଖାସାକ୍ଷାତ ଲଣ୍ଡନରେ ହୋଇଥିଲା। ଦୁହେଁ ସେଠାରେ ପଢୁଥିଲା। କିଛି ଦିନର ଡେଟିଂ ପରେ ଉଭୟ ବିବାହ କରିବା ପାଇଁ ଚାହିଁଲେ। କିନ୍ତୁ ସଚୀନ ହିନ୍ଦୁ ଓ ସାରା ମୁସ୍‌ଲିମ୍ ଥିଲେ। ତେଣୁ ଉଭୟଙ୍କ ପରିବାର ଲୋକେ ଏ ବାହାଘର ପାଇଁ ରାଜି ହେଲେ ନାହିଁ। ସଚୀନ କୌଣସି ମତେ ନିଜ ପରିବାର ଲୋକଙ୍କୁ ମନାଇବାରେ ରାଜି ହୋଇଗଲେ। କିନ୍ତୁ ସାରାଙ୍କ ଇଚ୍ଛାକୁ ଦୃଢ଼ ବିରୋଧ କଲେ ଅବଦୁଲ୍ଲା ପରିବାର। ସାରା ବି ନିଜ ଜିଦ୍‌ରେ ଅଟଳ ରହିଲେ ଓ ୨୦୦୪ରେ ଜାନୁଆରୀ ୧୫ରେ ଦିଲ୍ଲୀରେ ସଚୀନଙ୍କୁ ବାହା ହେଲେ। ଅବଶ୍ୟ ଅବଦୁଲ୍ଲା ପରିବାର ପରେ ସଚୀନଙ୍କୁ ଜ୍ୱାଇଁ ଭାବେ ସ୍ୱୀକାର କରିଥିଲେ।

chida

ଚିଦାମ୍ବରମ ଓ ନଳିନୀ

ଜାଣିଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ ବି ପ୍ରେମ ବିବାହ କରିଥିଲେ। ତାଙ୍କ ଲଭ୍‌ଷ୍ଟୋରୀ ବଡ଼ ଇଣ୍ଟରେଷ୍ଟିଙ୍ଗ୍‌।  ସେ ଘରୁ ପଳାଇ ନଳିନୀଙ୍କୁ ବିବାହ କରିଥିଲେ। ତାଙ୍କ ବାପାମା’ ଏ ବାହାଘରରେ ସାମିଲ ହୋଇ ନ ଥିଲେ। ଘର ଲୋକଙ୍କୁ ମନାଇବାରେ ତାଙ୍କୁ ବହୁ ଦିନ ଲାଗି ଗଲା। ପ୍ରାୟ ବର୍ଷେ ପରେ ସେ ପୁଣି ଘରକୁ ଫେରିଥିଲେ।

ମୁଖ୍‌ତାର ଅବାସ ଓ ସୀମା

ବିଜେପି ନେତା ମୁଖ୍‌ତାର ଅବାସ ନକବୀ ଓ ତାଙ୍କ ପତ୍ନୀ ସୀମାଙ୍କ ଲଭ୍‌ଷ୍ଟୋରୀ କଲେଜ ବେଳୁ ଆରମ୍ଭ ହୋଇଥିଲା। ସୀମାଙ୍କ ପରିବାର ଏହି ବିବାହ ସପକ୍ଷରେ ନ ଥିଲେ। ପରେ କିନ୍ତୁ ମୁଣ୍ଡ ନୁଆଁଇଥିଲେ। ଦୁହେଁ ତିନି ପ୍ରକାରେ ବାହା ହୋଇଥିଲେ। ପ୍ରଥମେ କୋର୍ଟରେ, ପରେ ମୁସ୍‌ଲିମ୍ ପରମ୍ପରା ଅନୁଯାୟୀ ଓ ତା’ପରେ ହିନ୍ଦୁ ପରମ୍ପରା ଅନୁଯାୟୀ।

shanawza

ଶାହାନବାଜ ଓ ରେଣୁ

ଭାଜପା ନେତା ଶାହନବାଜ ହୁସେନ ଯେତେବେଳେ ଯୁକ୍ତ ୩ ପଢୁଥିଲେ ସେତେବେଳେ ତାଙ୍କ ପତ୍ନୀ ରେଣୁ ଶର୍ମା ପ୍ଲସ୍ ଟୁର ଛାତ୍ରୀ। ଦୁହିଁଙ୍କ ମଧ୍ୟରେ ପ୍ରଥମେ ବନ୍ଧୁତା ହେଲା ଓ ପରେ ପ୍ରେମ। କିନ୍ତୁ ଭିନ୍ନ ଭିନ୍ନ ଧର୍ମର ହୋଇଥିବାରୁ ପରିବାର ଲୋକେ ବାହାଘର ପାଇଁ ରାଜି ହେଲେନି। ବାହା ହେବାକୁ ଉଭୟଙ୍କୁ ୯ ବର୍ଷ ଲାଗିଗଲା।

ସୁବ୍ରମଣ୍ୟମ ସ୍ୱାମୀ ଓ ରୋକ୍ସାନା

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ବେଶ ପରିଚିତ ଚେହେରା। ପୂର୍ବରୁ ଜନତା ପାର୍ଟିରେ ଥିଲେ। ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଧ୍ୟ ଥିଲେ। କିନ୍ତୁ ଜାଣନ୍ତି ସେ ବି ଲଭ୍ ମ୍ୟାରେଜ୍ କରିଛନ୍ତି। ହାର୍ବାର୍ଡ ୟୁନିଭର୍ସିଟିରେ ପଢ଼ିବା ବେଳେ ତାଙ୍କ ସାକ୍ଷାତ ହୋଇଥିଲା ଭାରତୀୟ ବଂଶୋଦ୍ଭବ ପାର୍ସୀ ଯୁବତୀ ରୋକ୍ସାନାଙ୍କ ସହ। ଦୁହିଁଙ୍କ ମଧ୍ୟରେ ପ୍ରେମ ହେଲା ଓ ପରେ ଉଭୟ ବାହା ହେଲେ।

umar1ଫାରୁକ ଓ ମୌଲୀ, ଉମର ଓ ପାୟଲ

ଝିଅ ସାରାର ପ୍ରେମକୁ ବିରୋଧ କରୁଥିବା ଫାରୁକ ଅବଦ୍ଦୁଲା ନିଜେ ପ୍ରେମ ବିବାହ କରିଥିଲେ। ତାଙ୍କ ପତ୍ନୀ ମୌଲୀ ଜଣେ କ୍ୟାଥୋଲିକ୍। ସେତେବେଳେ ଫାରୁକ୍ ଡକ୍ଟର ଥିଲେ। ଆଉ ପତ୍ନୀ ମୌଲୀ ଜଣେ ନର୍ସ ଥିଲେ। ଫାରୁକଙ୍କ ପୁଅ ତଥା ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲ୍ଲା ବି ଲଭ୍ ମ୍ୟାରେଜ୍ କରିଥିଲେ। ଉମର ଓ ପାୟଲଙ୍କ ପ୍ରଥମ ସାକ୍ଷାତ ଦିଲ୍ଲୀର ଓବରାୟ ହୋଟେଲ୍‌ରେ ହୋଇଥିଲା। ଦୁଇ ଜଣ ଯାକ ସେହି ହୋଟେଲ୍‌ରେ କାମ କରୁଥିଲେ। ଏହି ବିବାହକୁ ଉମରଙ୍କ ପୂରା ପରିବାର ବିରୋଧ କରିଥିଲା। ଏହା ସତ୍ତ୍ୱେ ସେ ୧୯୯୪ରେ ପାୟଲଙ୍କୁ ବାହା ହେଲେ। ଅବଶ୍ୟ ଏବେ ଦୁହିଁଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story