ସକାରାତ୍ମକ 'ପରିବର୍ତ୍ତନ'ର ପ୍ରଭାବୀ ମାଧ୍ୟମ ପାଲଟିଛି ସୋଶାଲ୍‌ ମିଡିଆ, ପଢ଼ନ୍ତୁ ଏହି ୫ଟି ଘଟଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କୁହାଯାଏ, ‘don’t use social media to impress people, use it to impact people’। ସୋଶାଲ୍‌ ମିଡିଆକୁ କେବଳ ଅନ୍ୟର ମନ ଜିଣିବା ବା ନିଜକୁ ଅନ୍ୟ ପାଖରେ ପ୍ରଶଂସିତ କରିବା ପାଇଁ ବ୍ୟବହାର କରନ୍ତୁ ନାହିଁ, ବରଂ ଏହାକୁ ବ୍ୟବହାର କରି ଲୋକଙ୍କୁ ପ୍ରଭାବିତ କରନ୍ତୁ। କାହା ପାଇଁ ଅନ୍ୟ କିଛି ହୋଇପାରେ, କିନ୍ତୁ ଗତ ଗୋଟିଏ ବର୍ଷ ଭିତରେ ସୋଶାଲ୍‌ ମିଡିଆରେ ଏପରି କିଛି ଘଟଣା ନଜରକୁ ଆସିଛି, ଯାହା ସାଧାରଣ […]

cover

cover

Biswobandita Swain
  • Published: Friday, 07 December 2018
  • Updated: 07 December 2018, 07:21 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): କୁହାଯାଏ, ‘don’t use social media to impress people, use it to impact people’। ସୋଶାଲ୍‌ ମିଡିଆକୁ କେବଳ ଅନ୍ୟର ମନ ଜିଣିବା ବା ନିଜକୁ ଅନ୍ୟ ପାଖରେ ପ୍ରଶଂସିତ କରିବା ପାଇଁ ବ୍ୟବହାର କରନ୍ତୁ ନାହିଁ, ବରଂ ଏହାକୁ ବ୍ୟବହାର କରି ଲୋକଙ୍କୁ ପ୍ରଭାବିତ କରନ୍ତୁ।

କାହା ପାଇଁ ଅନ୍ୟ କିଛି ହୋଇପାରେ, କିନ୍ତୁ ଗତ ଗୋଟିଏ ବର୍ଷ ଭିତରେ ସୋଶାଲ୍‌ ମିଡିଆରେ ଏପରି କିଛି ଘଟଣା ନଜରକୁ ଆସିଛି, ଯାହା ସାଧାରଣ ଲୋକଙ୍କୁ ଗଭୀର ପ୍ରଭାବିତ କରିଛି। ଏହା ଦ୍ୱାରା କିଛି ଗତାନୁଗତିକ ଧାରାରେ ପରିବର୍ତ୍ତନର ଝଲକ୍‌ ମିଳିଛି ତ ଆଉ କେଉଁଠି ଏହାର ପ୍ରଭାବରେ କିଛି ଜୀବନର ଗତିପଥ ବି ବଦଳି ଯାଇଛି।

ଆଜି ଆସନ୍ତୁ ଜାଣିବା, କେବଳ ୨୦୧୮ରେ ଆମ ଆଖପାଖର ସାମାଜିକ ଧାରାରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ସୋଶାଲ୍ ମିଡିଆର ୫ଟି ପ୍ରଭାବଶାଳୀ ଘଟଣା।

୧. 'ଖାକି'ର କର୍ତ୍ତବ୍ୟ ସହ ମା'ର ମମତ୍ୱବୋଧକୁ ଗୋଟିଏ ଫ୍ରେମ୍‌ରେ ରଖି ଅନ୍ୟ ପାଇଁ ପ୍ରେରଣା ପାଲଟିଥିଲେ ମହିଳା ପୁଲିସ୍‌ କର୍ମଚାରୀ

କୁହାଯାଏ  କର୍ମଚାରୀ ହୁଅନ୍ତୁ କି ଅଧିକାରୀ, ପୋଲିସ୍‌ ଚାକିରିରେ ଅବିଶ୍ରାନ୍ତ କାମ ବୋଝ ଯୋଗୁ ବ୍ୟକ୍ତିଗତ ଜୀବନ ଚାପଗ୍ରସ୍ତ ରହିଥାଏ। ଆଉ ମହିଳା ପୁଲିସ୍‌ଙ୍କ କ୍ଷେତ୍ରରେ ପରିସ୍ଥିତି ଅଧିକ ଜଟିଳ ହୋଇଥାଏ। ପୋଲିସ୍‌ ଚାକିରି କରୁଥିବା ମହିଳାଙ୍କ ପାରିବାରିକ ଜୀବନ ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥାଏ। ତେବେ ଝାନ୍‌ସୀର ଜଣେ ମହିଳା ପୋଲିସ୍‌ କର୍ମଚାରୀ ଉଭୟ ପରିବାର ଓ କର୍ମକ୍ଷତ୍ରରେ ମଧ୍ୟରେ ରଖିଥିବା ଏକ ସୁନ୍ଦର ସମନ୍ୱୟର ଝଲକ ସୋଶାଲ୍‌ ମିଡିଆରେ ଦେଇଥିଲେ। ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଫଟୋରେ ସଂପୃକ୍ତ ମହିଳା କର୍ମଚାରୀ ଖାକି ପୋଷାକ ପିନ୍ଧି ଅଫିସ୍‌ ଡ୍ୟୁଟି କରୁଥିବାବେଳେ ପ୍ରାୟ ବର୍ଷକରୁ କମ୍‌ ବୟସର ନିଜ ଛୁଆକୁ ସେଠାରେ ଥିବା କାଠ ସେଲ୍‌ଫ୍‌ରେ ଶୁଆଇ ଉଭୟ ମାତୃତ୍ୱ ଓ ଚାକିରି କ୍ଷେତ୍ରରେ ନିଜ ଦାୟିତ୍ୱବୋଧର ନିଆରା ଉଦାହରଣ ଦେଇଥିଲେ। ସୋଶାଲ୍‌ ମଡିଆରେ ଏହା ବହୁ ଲୋକଙ୍କ ପାଇଁ ପ୍ରେରଣା ପାଲଟିଥିଲା। କେହି କେହି ଏହି ମହିଳା ପୋଲିସ୍‌ କର୍ମଚାରୀଙ୍କୁ ଦେଖି ଝାନ୍‌ସୀ ରାଣୀ ଲକ୍ଷ୍ମୀ ବାଈଙ୍କ କଥା ମନେ ପକାଇଥିଲେ, ଯିଏ ନିଜ ଛୁଆକୁ ପିଠିରେ ବାନ୍ଧି ଦିନେ ଯୁଦ୍ଧ କ୍ଷେତ୍ରକୁ ବାହାରିଥିଲେ ବୋଲି ଇତିହାସ କୁହେ।

୨. କେରଳର ବନ୍ୟା ପ୍ରପୀଡ଼ିତଙ୍କୁ ଜୀବନର ନୂଆ ରାହା ଦେଇଥିଲା ସୋଶାଲ୍‌ ନେଟୱର୍କିଂ ଗ୍ରୁପ୍‌ର ସହାୟକ ହାତ

ଚଳିତ ବର୍ଷ ଦେଶର ସବୁଠୁ ବଡ଼ ଓ ପ୍ରଳୟଙ୍କରୀ ବନ୍ୟାରେ ଅଣନିଃଶ୍ୱାସୀ ହୋଇ ପଡ଼ିଥିଲା ଦକ୍ଷିଣ ଭାରତୀୟ ରାଜ୍ୟ କେରଳ। ଅନେକ ତ ପ୍ରାଣ ହରାଇଥିଲେ, କିନ୍ତୁ ଯେଉଁମାନେ ବର୍ତ୍ତି ଯାଇଥିଲେ, ବନ୍ୟା କମିବା ପରେ ସେମାନଙ୍କ ପୁନର୍ବାସ ଓ ଭବିଷ୍ୟତର ଥଇଥାନ ଏକ ପ୍ରମୁଖ ଚ୍ୟାଲେଞ୍ଜ୍‌ ଥିଲା। ଏହି ସମୟରେ ବିଭିନ୍ନ ରାଜ୍ୟରୁ କେରଳକୁ ସହାୟତା ରାଶି ଆସୁଥିଲା। ଏତିକିବେଳେ ଜଣେ ଆଇଏଏସ୍‌ ଅଫିସର ସୋଶାଲ୍‌ ମିଡିଆକୁ ମାଧ୍ୟମ କରି ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ସେ ସୋଶାଲ୍‌ ମିଡିଆରେ ‘Compassionate keralam’ ନାଁରେ ଏକ  ଗ୍ରୁପ୍‌ ଖୋଲି ସେ କ୍ଷତିଗ୍ରସ୍ତମାନଙ୍କୁ ଯୋଗାଯୋଗ କଲେ। କେରଳର ବନ୍ୟା କ୍ଷତିଗ୍ରସ୍ତମାନଙ୍କୁ ରାଜ୍ୟ ଓ ଦେଶ ବାହାରୁ ବହୁ ଲୋକ ଏହି ଗ୍ରୁପ୍‌ ଜରିଆରେ ସହାୟତା ରାଶି ଦେଇଥିଲେ। ସୂଚନା ଅନୁସାରେ, ଏହି ସୋଶାଲ୍‌ ନେଟ୍‌ୱର୍କିଂ ଗ୍ରୁପ୍‌ ଜରିଆରେ ମିଳିଥିବା ସହାୟତା ରାଶିରୁ ୨୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସ୍କଲାର୍‌ଶିପ୍‌ ଯୋଗାଇ ଦିଆଯାଇଛି। ଏଥିରୁ କିଛି ଅର୍ଥ ରାଶି ମଧ୍ୟ ବନ୍ୟା ପ୍ରପୀଡ଼ିତ ବୟସ୍କଙ୍କ ସୁରକ୍ଷା ପାଇଁ ମଧ୍ୟ ଖର୍ଚ୍ଚ କରାଯାଇଥିଲା।

୩. ସୁନିଲ୍‌ ଛେତ୍ରୀଙ୍କ ଭାବବିହ୍ୱଳ ଅନୁରୋଧ ପରେ ଫୁଟ୍‌ବଲ୍‌ ମ୍ୟାଚ୍‌ ପାଇଁ ଷ୍ଟାଡିୟମ୍‌ରେ ଖଚାଖଚ୍‌ ଭିଡ଼
ଭାରତୀୟ ଫୁଟ୍‌ବଲ୍ ଦଳର ଅଧିନାୟକ ସୁନିଲ୍‌ ଛେତ୍ରୀ ସୋଶାଲ୍‌ ମିଡିଆରେ ଖୁବ୍‌ ସକ୍ରିୟ। ତେବେ କ୍ରିକେଟ୍‌ ତୁଳନାରେ ଦେଶର ଫୁଟବଲ୍‌ର କ୍ରେଜ୍‌ ଯେ କମ୍‌ ରହିଛି ସେ କଥା ଛେତ୍ରୀ ଭଳ ଭାବେ ଜାଣିଛନ୍ତି। ତେଣୁ ଚଳିତ ବର୍ଷ ମୁମ୍ବାଇରେ କେନିଆ ବିପକ୍ଷ ଜାତୀୟ ଦଳର ଏକ ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଉପସ୍ଥିତ ରହିବାକୁ ଛେତ୍ରୀ ସୋଶାଲ୍‌ ମିଡିଆରେ ଦେଶବାସୀଙ୍କୁ ଏକ ଭାବବିହ୍ୱଳ ଅନୁରୋଧ କରିଥିଲେ। ଛେତ୍ରୀ ତାଙ୍କ ଅନୁରୋଧରେ କହିଥିଲେ ଯେ ଫୁଟ୍‌ବଲ୍‌ ଖେଳ ପସନ୍ଦ ହୋଇ ନ ଥିଲେ ମଧ୍ୟ ଥରେ ଆପଣମାନେ ଷ୍ଟାଡିୟମ୍‌କୁ ଆସି ଭରାତୀୟ ଦଳକୁ ସମର୍ଥନ କରନ୍ତୁ, ଦଳ ସେମାନଙ୍କୁ କେବେ ବି ନିରାଶ କରିବ ନାହିଁ । ଯଦି ଆମ ପ୍ରଦର୍ଶନରେ କିଛି ତ୍ରୁଟି ରହିଯାଉଛି କିମ୍ବା ଦଳ ଦ୍ୱାରା କିଛି ଭୁଲ୍‌ ହେଉଛି, ତେବେ ସାମ୍ନାରେ ଗାଳି ଦିଅନ୍ତୁ, କିନ୍ତୁ ଷ୍ଟାଡିୟମରେ ଉପସ୍ଥିତ ରୁହନ୍ତୁ। କାରଣ ଲୋକଙ୍କ ସମର୍ଥନ ଏବଂ ସହଯୋଗ ବିନା ଆମେ କିଛି ନୁହଁ ବୋଲି ସୁନିଲ୍‌ ଶେୟାର୍‌ କରିଥିବା ଏକ ଭିଡିଓ ଜରିଆରେ କହିଥିଲେ। ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା ଏବଂ ଏହାର ପ୍ରଭାବ ମଧ୍ୟ ଭଲ ପଡ଼ିଥିଲା। ସୁନିଲ୍‌ଙ୍କ ଅନୁରୋଧ କ୍ରମେ ବହୁ ସଂଖ୍ୟାର ଦର୍ଶକ ସେହି ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ ଏବଂ ସେଦିନ ସେଦିନ ତ୍ରିରଙ୍ଗା ପତକାରେ ସାରା ଷ୍ଟାଡିୟମ୍‌ ନାଚୁଥିଲା। ସୁନିଲ୍‌ ମଧ୍ୟ ଦର୍ଶକଙ୍କୁ ନିରାଶ ନ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ରଖିଥିଲେ। ସେହି ମ୍ୟାଚ୍‌ରେ ଭାରତ କେନିଆକୁ ୩-୦ରେ ହରାଇ ପ୍ରଶଂସକଙ୍କ ଦିଲ୍‌ ଜିତିଥିଲା।

୪. ଦିନମଜୁରିଆରୁ ପାଲଟିଗଲେ ପେସାଦାର୍‌ କଣ୍ଠଶିଳ୍ପୀ
୩୦ ବର୍ଷୀୟ ରାଜେଶ୍‌ ରୋଜଗାର ପାଇଁ ନୁହେଁ, ବରଂ ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଗୀତ ବୋଲନ୍ତି। ପେସାରେ ଦିନ ମଜୁରିଆ ରାଜେଶ୍‌ ଦିନେ ବିଶ୍ୱରୂପମ୍‌ ଫିଲ୍ମର ‘ଉନ୍ନି କାନାଢୁ ନାନ୍‌’ ଗୀତ ଗାଉଥିଲେ। ରାଜେଶ୍‌ଙ୍କର ଜଣେ ବନ୍ଧୁ ସମୀର ସେହି ଗୀତକୁ ରେକର୍ଡ କରି ସୋଶାଲ୍‌ ମିଡିଆରେ ଶେୟାର୍‌ କରିଦେବା ପରେ ଭିଡିଓଟି ଭାଇରାଲ୍‌ ହୋଇଥିଲା। ୩ ଲକ୍ଷରୁ ଅଧିକ ଲୋକ ସେହି ଭିଡିଓଟକୁ ଦେଖିଥିଲେ। ଆଉ ସେହି ୩ଲକ୍ଷ ଦର୍ଶକଙ୍କ ମଧ୍ୟରେ ପ୍ରସିଦ୍ଧ ବଲିଉଡ୍‌ ଗାୟକ ଶଂକର ମାଧବନ ମଧ୍ୟ ଥିଲେ। ସେ ରାଜେଶ୍‌ଙ୍କ ଗୀତ ଶୁଣି ତାଙ୍କୁ ଯୋଗାଯୋଗ କଲେ ଏବଂ ରାଜେଶ୍‌ଙ୍କ ଗୀତର ପ୍ରଶଂସା କରିବା ସହ ଆଗକୁ ତାଙ୍କ ପାଇଁ ଏକ ଗୀତ ଗାଇବାର ପ୍ରସ୍ତାବ ମଧ୍ୟ ଦେଇଥିଲେ।

୫. ବାସହରା ଅକ୍ସଫୋର୍ଡ ଗ୍ରାଜୁଏଟ୍‌ଙ୍କୁ ମିଳିଲା ଘର

ଅକ୍ସଫୋର୍ଡରେ ପାଠ ପଢ଼ିଥିବା ୭୬ବର୍ଷୀୟ ରାଜା ସିଂହ ଫୁଲ୍‌ ତାଙ୍କ ଭାଇଙ୍କ ସହ ମୁମ୍ବାଇରେ ବ୍ୟବସାୟ କରିବାକୁ ଆସିଥିଲେ। କିଛି ବର୍ଷ ବ୍ୟବସାୟ କରିବା ପରେ କ୍ଷତି ହେବାରୁ ତାଙ୍କ ଭାଇ ମଦ୍ୟପାନ ଆରମ୍ଭ କରିଦେଇଥିଲେ। କିଛି ମାସ ତଳେ ମଦ୍ୟପାନ ଯୋଗୁ ଭାଇଙ୍କର ମୃତ୍ୟୁ ହୋଇଗଲା ଏହଂ ରାଜା ସିଂହ ବାସହରା ହୋଇ ମୁମ୍ବାଇର ଫୁଟ୍‌ପାଥ୍‌ କଡ଼ରେ ରହୁଥିଲେ। ଅବିନାଶ ନାମକ ଜଣେ ବ୍ୟକ୍ତି ରାଜା ସିଂହଙ୍କ ସଂଘର୍ଷମୟ କାହାଣୀକୁ ସୋଶାଲ୍‌ ମିଡିଆରେ ଶେୟାର୍‌ କରିବା ପରେ ପୋଷ୍ଟ ଟି ଭାଇରାଲ୍‌ ହୋଇଥିଲା। ଏହାପରେ ଦିଲ୍ଲୀର ‘ଗୁରୁ ନାନକ ଶୁଖଶାଳା ନର୍ସିଂ ହୋମ୍‌’ ପକ୍ଷରୁ ତାଙ୍କୁ ରହିବାକୁ ଘର ଦିଆଗଲା।


telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos