କୋଟିପତି କୁକୁଡା: ବଙ୍ଗଳାରେ ରହୁଛି, ସୌଖୀନ ଗାଡ଼ିରେ ବୁଲୁଛି

ଆପଣ କୋଟିପତି ମିଣିଷଙ୍କ ବିଷୟରେ ଶୁଣିଥିବେ, କେବେକେବେ ସେମାନଙ୍କୁ ଦେଖିଥିବେ ମଧ୍ୟ। କିନ୍ତୁ କେବେ କୌଣସି କୋଟିପତି ପଶୁପକ୍ଷୀଙ୍କ ବିଷୟରେ ଶୁଣିଛନ୍ତି ? ଏ କଥା ଶୁଣି ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ କଥାଟି କିନ୍ତୁ ସତ। ଏ କୁକୁଡ଼ା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ। ୟାକୁ ଲୋକେ କହୁଛନ୍ତି କୋଟିପତି କୁକୁଡା। କାରଣ ୟାର ନିଜର ଧନସଂପତ୍ତି ଏତେ ଯେ, ଆମ ତମ ପରି ଲୋକଙ୍କ ପାଖରେ ତାହା ନଥିବ। ଜାଣନ୍ତୁ ଏହି କୋଟିପତି […]

hen

hen

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 05:13 PM IST

Sports

Latest News

ଆପଣ କୋଟିପତି ମିଣିଷଙ୍କ ବିଷୟରେ ଶୁଣିଥିବେ, କେବେକେବେ ସେମାନଙ୍କୁ ଦେଖିଥିବେ ମଧ୍ୟ। କିନ୍ତୁ କେବେ କୌଣସି କୋଟିପତି ପଶୁପକ୍ଷୀଙ୍କ ବିଷୟରେ ଶୁଣିଛନ୍ତି ? ଏ କଥା ଶୁଣି ଆପଣଙ୍କୁ ଅଜବ ଲାଗୁଥିବ। କିନ୍ତୁ କଥାଟି କିନ୍ତୁ ସତ।

ଏ କୁକୁଡ଼ା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ। ୟାକୁ ଲୋକେ କହୁଛନ୍ତି କୋଟିପତି କୁକୁଡା। କାରଣ ୟାର ନିଜର ଧନସଂପତ୍ତି ଏତେ ଯେ, ଆମ ତମ ପରି ଲୋକଙ୍କ ପାଖରେ ତାହା ନଥିବ। ଜାଣନ୍ତୁ ଏହି କୋଟିପତି କୁକୁଡ଼ାର ସଂପତ୍ତି ତାଲିକା। ଏ କୁକୁଡ଼ାର ନିଜର ଗାଡି ଓ ବଙ୍ଗଳା ରହଛି , ତା ଘର ଓ ତାକୁ ଜଗିବାକୁ ହାଇ ପ୍ରୋଫାଇଲ୍ ସିକ୍ୟୁରିଟି ଗାର୍ଡ ବି ରହିଛନ୍ତି। ତାକୁ ରୋଷେଇ କରି ଦେବାକୁ ସେଫ୍ ବା ରୋଷେୟା ନିୟୋଜିତ ହୋଇଛନ୍ତି। ଆପଣଙ୍କ ଏସବୁ କୌଣସି ଫିଲ୍ମର କାହାଣୀପରି ଲାଗୁଥିବ , ହେଲେ ଖବରଟି ସଂପୂର୍ଣ୍ଣ ସତ।

ଏହି କୁକୁଡାର ନାଁ ଗିଗୁ, ତା ପାଖରେ ରହିଛି 66 କୋଟି 95 ଲକ୍ଷ ଟଙ୍କାର ସମ୍ପତ୍ତି। ଚାକଚକ୍ୟ ବଙ୍ଗଳା, ଗାଡି, ଚାକର ଓ ସ୍ୱାଦିଷ୍ଟ ଭୋଜନ ଖାଇ ବଞ୍ଚୁଥିବା ଗିଗୁକୁ ଏ ସବୁ ସମ୍ପତ୍ତି ତା ମାଲିକଠାରୁ ଦାୟାଦ ଭାବରେ ମିଳିଛି। ତା ମାଲିକ ମୃତ୍ୟୁ ପୂର୍ବରୁ ସବୁ ସମ୍ପତ୍ତିକୁ ଏହି କୁକୁଡ଼ା ନାଁରେ ଲେଖିଦେଇ ଯାଇଛନ୍ତି। ଗିଗୁର ମୃତ୍ୟୁ ପରେ ଏ ଅଚଳାଚଳ ସମ୍ପତ୍ତିର ମାଲିକ ହେବେ ତା ପିଲାମାନେ, ଅର୍ଥାତ କୁକୁଡ଼ା ଛୁଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos