ସଦାମ ହୁସେନଙ୍କୁ ଚାକିରି ମିଳୁନି !

ରାଞ୍ଚି: ସଦାମ ହୁସେନ। ଯିଏ ଇରାକର ଏକଛତ୍ରବାଦୀ ଶାସକ ଥିଲେ। ଯାହା ପାଇଁ ଆମେରିକାର ନିଦ ହଜିଯାଇ ଥିଲା। ୨୦୦୬ରେ ଯାହାର ମୃତ୍ୟୁ ଘଟିଥିଲା । ତାଙ୍କୁ ପୁଣି ଚାକିରି ମିଳୁନି ! ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଠି ସେହି ସଦାମ ହୁସେନଙ୍କ କଥା କୁହାଯାଉ ନାହିଁ। ଏଠି ଆଉ ଜଣେ ସଦାମ ହୁସେନଙ୍କ କଥା କୁହାଯାଉଛି। ଘର ତାଙ୍କର ଝାଡ଼ଖଣ୍ଡର ରାଞ୍ଚିରେ। ଶିକ୍ଷାଗତ ଯୋଗ୍ୟତା ମେରାଇନ ଇଞ୍ଜିନିୟର। ପୁଣି ତାମିଲନାଡ଼ୁର ନୋରୁଲ୍ ଇସଲାମ […]

sadam

sadam

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 07:50 PM IST

Sports

Latest News

ରାଞ୍ଚି: ସଦାମ ହୁସେନ। ଯିଏ ଇରାକର ଏକଛତ୍ରବାଦୀ ଶାସକ ଥିଲେ। ଯାହା ପାଇଁ ଆମେରିକାର ନିଦ ହଜିଯାଇ ଥିଲା। ୨୦୦୬ରେ ଯାହାର ମୃତ୍ୟୁ ଘଟିଥିଲା । ତାଙ୍କୁ ପୁଣି ଚାକିରି ମିଳୁନି ! ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏଠି ସେହି ସଦାମ ହୁସେନଙ୍କ କଥା କୁହାଯାଉ ନାହିଁ। ଏଠି ଆଉ ଜଣେ ସଦାମ ହୁସେନଙ୍କ କଥା କୁହାଯାଉଛି। ଘର ତାଙ୍କର ଝାଡ଼ଖଣ୍ଡର ରାଞ୍ଚିରେ। ଶିକ୍ଷାଗତ ଯୋଗ୍ୟତା ମେରାଇନ ଇଞ୍ଜିନିୟର। ପୁଣି ତାମିଲନାଡ଼ୁର ନୋରୁଲ୍ ଇସଲାମ ବିଶ୍ୱବିଦ୍ୟାଳୟ ଭଳି ନାମକରା ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରିଛନ୍ତି। ଏକାଡେମିକ କ୍ୟାରିୟର ବି ଖୁବ୍ ଭଲ। ହେଲେ ଏତେ ଦକ୍ଷତା ଯୋଗ୍ୟତା ଥାଇ ମଧ୍ୟ ଚାକିରି ମିଳୁନି।

କେବଳ ଗୋଟିଏ କାରଣ ପାଇଁ ଚାକିରି କ୍ଷେତ୍ରରେ ତାଙ୍କୁ ମହଙ୍ଗା ପଡ଼ୁଛି। ସେଇଟା ହେଲା ତାଙ୍କ ନାମ। ଏପରିକି ସେ ୪୦ରୁ ଊର୍ଦ୍ଧ୍ୱ ଥର ବିଭିନ୍ନ କମ୍ପାନୀରେ ଆବେଦନ କଲେଣି । ସବୁଠି ପ୍ରତ୍ୟାଖିତ ହେଉଛି। କୌଣସି କମ୍ପାନୀ ତାଙ୍କୁ ସୁଯୋଗ ଦେଉ ନାହାନ୍ତି।  ସେ ଖୁବ୍ ଶାନ୍ତ ଏବଂ ସ୍ୱଭାବ ତାଙ୍କର ଅତି  ସରଳ। ଇରାକର ସଦାମ ହୁସେନଙ୍କ ଭଳି ତାଙ୍କର କୌଣସି ଲକ୍ଷଣ ନାହିଁ। ତଥାପି ତାଙ୍କୁ ସମେସ୍ତ ଭୟ କରୁଛନ୍ତି। ତେବେ ତାଙ୍କର ଏହି ନାମ ପଛରେ ଜେଜେ ହିଁ ମୁଖ୍ୟ କାରଣ।

୨୫ ବର୍ଷ ତଳେ ଏହି ଜେଜେ ତାଙ୍କ ନାତିର ନାମ ସଦାମ ହୁସେନ ରଖିଥିଲେ। ଯେଉଁ ନାମରେ ଏତେ ଭୟ, ଏତେ ଘୃଣା ଏବଂ ଏତେ ବିଦ୍ୱେଷ ତାକୁ ନେଇ ଲୋକଙ୍କ ଧାରଣା ବଦଳିବା ଦରକାର। ଏହି  ସଦାମ ହୁସେନ ନାମର ଏକ ସକାରାତ୍ମକ ଦିଗ ଯେପରି ସାର୍ଥକ  ହୋଇପାରିବ  ସେହି ଉଦ୍ଦେଶ୍ୟ ନେଇ ଜେଜେ ତାଙ୍କର ଏଭଳି ନାମକରଣ କରିଥିଲେ। ଜେଜେଙ୍କ ଉଦ୍ଦେଶ୍ୟ ମହାନ ଥିଲେ ମଧ୍ୟ ନାତିକୁ  ମହଙ୍ଗା ପଡ଼ୁଛି। କାରଣ ଏହି  ନାମକୁ ସମାଜ ଗ୍ରହଣ କରିପାରୁନି। ତେଣୁ ପରୀକ୍ଷାରେ  ଯେତେ ଭଲ ପ୍ରଦର୍ଶନ  କେଲେ ମଧ୍ୟ ସଦାମଙ୍କୁ ନିଯୁକ୍ତି ମିଳୁନି।ପ୍ରଥମେ ପ୍ରଥମେ  ସଦାମ ଏହାର କାରଣ ଜାଣି ପାରି ନଥିଲେ। ପରେ ବିଭିନ୍ନ ମାନବ ସମ୍ବଳ ବିଭାଗକୁ ଯୋଯୋଗ କରିବାରୁ ପ୍ରକୃତ କାରଣ ଜାଣିପାରି ଥିଲେ ସେ। ଦିଲ୍ଲୀର ଏକ ନାମକରା କମ୍ପାନୀ ‘ଟିମ ଲିଜ୍ ସର୍ଭିସ’ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ବଲିଉଡ କିଙ୍ଗ ସାହାରୁଖ୍  ଖାନ ଆତଙ୍କବାଦୀ ନୁହନ୍ତି। ହେଲେ ଆମେରିକାର ଏୟାରପୋର୍ଟରେ ତାଙ୍କୁ ଅଟକ ରହିବାକୁ ପଡ଼ୁଛି। କେବଳ ତାଙ୍କ  ଟାଇଟେଲ ପାଇଁ ଆମେରିକା ତାଙ୍କୁ ସନ୍ଦେହ ରହୁଛି। ତେଣୁ ଜଣେ ପିଲାର ନାମ ସଦାମ ହୁସେନ ରଖାଯିବା ଆଦୌ ଶ୍ରେୟସ୍କର ନୁହେଁ । ସବୁଆଡ଼ୁ ନିରାଶ ହେବା ପରେ ସଦାମ ତାଙ୍କ ନାମ ବଦଳାଇ ସାଜିଦ୍ ରଖିବାକୁ ଚାହିଁ ଥିଲେ। ବିଶ୍ୱବିଦ୍ୟାଳରେ ତାଙ୍କୁ ସୁଯୋଗ ଦିଆଯାଇ ନଥିଲା। କୁହାଯାଇଥିଲା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ପରିବର୍ତ୍ତିନ ହୋଇ ନ ଥିବାରୁ ବିଶ୍ୱବିଦ୍ୟାଳରେ ତାହା ପରିବର୍ତ୍ତନ ହୋଇପାରିବ ନାହିଁ।  ନାମ ପରିବର୍ତ୍ତନକୁ ନେଇ ଏବେ ସଦାମ ତଥା ସାଜିଦ୍ ଝାଡ଼ଖଣ୍ଡ ହାଇକୋର୍ଟରେ  ଦ୍ୱାରସ୍ଥ ହୋଇଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos