ସ୍ଲିପିଂ ଭିଲେଜ: ରହସ୍ୟମୟ ରୋଗର ପ୍ରଭାବରେ 6 ବର୍ଷ ଧରି ଶୋଇଛନ୍ତି ଲୋକେ

ଶୋଇବାକୁ ରାଜକୀୟ ଅୟସ ବୋଲି କୁହାଯାଇଥାଏ। ଆମ ଗହଣରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଶୋଇବାକୁ ଖୁବ୍ ଭଲ ପାଆନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଛୋଟପିଲା ଓ ବୟସ୍କ ବ୍ୟକ୍ତି ବେଶୀ ଶୋଇବା ଦରକାର। ବେଳେବେଳେ ଅଧିକ ଶୋଉଥିବା ପିଲାକୁ ବାପା ମାଆ ଗଧର ଆଖ୍ୟା ଦେଇଥାନ୍ତି। ତେବେ ସେ ଯାହାବି ହେଉ, ଶୋଇବା ଯେ ମଣିଷ ପାଇଁ ଅପରିହାର୍ଯ୍ୟ ତାହା ସମସ୍ତେ ଜାଣନ୍ତି , ନିଦ୍ରାହୀନତା ଦୂର ନହେଲେ ମଣିଷକୁ ରୋଗ ମାଡ଼ିବସେ। ସମସ୍ତେ […]

2jsalam71sp (1)

2jsalam71sp (1)

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 08:17 PM IST

ଶୋଇବାକୁ ରାଜକୀୟ ଅୟସ ବୋଲି କୁହାଯାଇଥାଏ। ଆମ ଗହଣରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଶୋଇବାକୁ ଖୁବ୍ ଭଲ ପାଆନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଛୋଟପିଲା ଓ ବୟସ୍କ ବ୍ୟକ୍ତି ବେଶୀ ଶୋଇବା ଦରକାର। ବେଳେବେଳେ ଅଧିକ ଶୋଉଥିବା ପିଲାକୁ ବାପା ମାଆ ଗଧର ଆଖ୍ୟା ଦେଇଥାନ୍ତି। ତେବେ ସେ ଯାହାବି ହେଉ, ଶୋଇବା ଯେ ମଣିଷ ପାଇଁ ଅପରିହାର୍ଯ୍ୟ ତାହା ସମସ୍ତେ ଜାଣନ୍ତି , ନିଦ୍ରାହୀନତା ଦୂର ନହେଲେ ମଣିଷକୁ ରୋଗ ମାଡ଼ିବସେ।

ସମସ୍ତେ ଶୋଇଛନ୍ତି: କିନ୍ତୁ ସେଇ ଶୋଇବାକୁ ନେଇ ଘଟିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯାହା ଶୁଣିଲେ ଆପଣ ହସିବେ କି କାନ୍ଦିବେ ଜାଣିପାରିବେ ନାହିଁ। ଘଟଣାଟି ଘିଟିଛି ମହାରାଷ୍ଟ୍ରର କଚାଲି ଗାଁରେ। ଏ ଗାଁରେ ଗତ ୬ ବର୍ଷ ହେବ ଲୋକମାନେ ଶୋଇ ରହିଛନ୍ତି। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି, କିନ୍ତୁ ଏହା ସତ। ଏହି ରୋଗ 2010 ଏପ୍ରିଲ ମାସରୁ ଆରମ୍ଭ ହୋଇଥିଲା। ଏହା ପରଠୁ ଏ ରୋଗ ଦିନକୁ ଦିନ ବଢିବାରେ ଲାଗିଛି। ଏହି ଗାଁରେ ସମୁଦାୟ 600 ଲୋକ ରହୁଥିବା ବେଳେ 14 ପ୍ରତିଶତ ଲୋକ ଏହି ରୋଗରେ ପିଡିତ।

ଶୋଇବାର କାରଣ: ମନରେ ପ୍ରଶ୍ନ ଆସିବଣି ଯେ ଏମିତି କଣ ହୋଇଛି ଯେ ଲୋକମାନେ ଏତେ ବର୍ଷ ଧରି ଶୋଇଛନ୍ତି। କାରଣ ହେଲା ଏ ଗାଁର ଲୋକମାନେ କୌଣସି ଏକ ରହସ୍ୟମୟ ରୋଗରେ ପିଡ଼ିତ। ଏହାର ପ୍ରଭାବରେ ଲୋକମାନେ ଏମିତି ଶୋଇ ରହିଛନ୍ତି ବୋଲି ଡାକ୍ତର କହୁଛନ୍ତି।  ଏହି ରହସ୍ୟମୟ ରୋଗର କାରଣ ବି କେହି ଜାଣିପାରୁ ନାହାଁନ୍ତି। କିଛି ଡାକ୍ତର କହୁଛନ୍ତି, ଏହି ରୋଗରେ ପିଡ଼ିତ ଲୋକର ମୁଣ୍ଡରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ତରଳ ପଦାର୍ଥ ବୃଦ୍ଧି ପାଉଛି , ଯାହାକି ନିଦର କାରଣ ପାଲଟିଛି। ଆଉକିଛି ଗବେଷକ କହିଛନ୍ତି, ଗାଁ ପାଖାପାଖି ଏକ ଜାଗାରେ ୟୁରିୟନ ଖଣିର ଆବର୍ଜନା ପକାଯାଉଛି। ସେଇଥିରୁ ବାହାରୁଥିବା ରେଡିଏସନ୍ ବା ରଶ୍ମୀର ପ୍ରଭାବରେ ଲୋକଙ୍କ ମୁଣ୍ଡରେ ଏହି ତରଳ ପଦାର୍ଥ ବୃଦ୍ଧି ପାଉଛି।

ରୋଗର ଲକ୍ଷଣ: ଏହି ଭୟଙ୍କର ରୋଗର ପ୍ରଭାବ ବି ବଡ଼ ଭୟଙ୍କର। ଏଥିରେ ପିଡ଼ିତ ରୋଗୀଟି କେତେବେଳେ କୋଉଠି କେତେବେଳ ଯାଏ ଶୋଇବ ତାହା କେହି କହିପାରିବେ ନାହିଁ।  ଏମିତିକି କାମ କରୁଥିବା ସମୟରେ କାମ ମଝିରୁ ବି କିଛି ଲୋକ ଶୋଇ ପଡୁଛନ୍ତି ଓ ମାସ ମାସ ଧରି ଉଠୁ ନାହାଁନ୍ତି। ଏହି ରୋଗରେ କିଛି ପିଲା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। କିଛିମାସ ତଳେ ସ୍କୁଲରେ କିଛି ପିଲା ହଠାତ୍ ଶୋଇ ପଡିଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେମାନେ ସେମିତି ଶୋଇ ରହିଛନ୍ତି। ଏହି ରୋଗ ପାଇଁ ଏ ଗାଁକୁ ଲୋକମନେ ‘ସ୍ଲିପିଂ ଭିଲେଜ୍’ ବୋଲି କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos