କିପରି ବଞ୍ଚିବେ ଏଟିଏମ୍‌ ଲୁଟ୍‌ରୁ ? ଜାଣନ୍ତୁ ଉପାୟ

ଏଟିଏମ୍‌ ଲୁଟ୍‌ ଏକ ସାଧାରଣ ଅପରାଧରେ ପରିଣତ ହୋଇଗଲାଣି। ପ୍ରାୟ ସବୁ ଦିନ କେଉଁଠି ନାଁ କେଉଁଠି ଏଟିଏମ୍‌ ଲୁଟ୍‌ର ଖବର ଶୁଣିବାକୁ ମିଳୁଛି। ଚତୁରତାର ସହ ଦୁର୍ବୃତ୍ତମାନେ ଘଟାଉଛନ୍ତି ଏହି ଅପରାଧ। ବିଶେଷ କରି ବିନା କାର୍ଡ ବ୍ୟବହାରେ ଏଟିଏମରୁ ଟଙ୍କା ଗାଏବ କରିନେଉଛନ୍ତି। କାର୍ଡ ନଥାଇ କିପରି ଟଙ୍କା ଲୁଟ୍‌ ହେଉଛି ସାଧାରଣ ଲୋକଙ୍କ ପକ୍ଷେ ଜାଣିବା କାଠିକର ପାଠ। ଆସନ୍ତୁ ଜାଣିବା ଦୁର୍ବୃତ୍ତମାନେ କିପରି ବିନା କାର୍ଡରେ ଏଟିଏମ୍‌ ଲୁଟ୍‌ କରିଥାନ୍ତି ଓ […]

atm1

atm1

Rakesh Mallick
  • Published: Thursday, 13 July 2017
  • Updated: 13 July 2017, 11:02 PM IST

ଏଟିଏମ୍‌ ଲୁଟ୍‌ ଏକ ସାଧାରଣ ଅପରାଧରେ ପରିଣତ ହୋଇଗଲାଣି। ପ୍ରାୟ ସବୁ ଦିନ କେଉଁଠି ନାଁ କେଉଁଠି ଏଟିଏମ୍‌ ଲୁଟ୍‌ର ଖବର ଶୁଣିବାକୁ ମିଳୁଛି। ଚତୁରତାର ସହ ଦୁର୍ବୃତ୍ତମାନେ ଘଟାଉଛନ୍ତି ଏହି ଅପରାଧ। ବିଶେଷ କରି ବିନା କାର୍ଡ ବ୍ୟବହାରେ ଏଟିଏମରୁ ଟଙ୍କା ଗାଏବ କରିନେଉଛନ୍ତି। କାର୍ଡ ନଥାଇ କିପରି ଟଙ୍କା ଲୁଟ୍‌ ହେଉଛି ସାଧାରଣ ଲୋକଙ୍କ ପକ୍ଷେ ଜାଣିବା କାଠିକର ପାଠ। ଆସନ୍ତୁ ଜାଣିବା ଦୁର୍ବୃତ୍ତମାନେ କିପରି ବିନା କାର୍ଡରେ ଏଟିଏମ୍‌ ଲୁଟ୍‌ କରିଥାନ୍ତି ଓ ଏଥିରୁ କେମିତି ମୁକ୍ତି ପାଇପାରିବେ।

୧. ହେକର ଏଟିଏମ୍‌ ଲୁଟ୍‌ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି। ସେଥି ମଧ୍ୟରୁ କାର୍ଡ କ୍ଲୋନିଂ ଉପାୟ ହେକରମାନେ ଅଧିକା ଆପଣାଇଥାନ୍ତି। କାରଣ ଅନେକ ଗ୍ରାହକ କାର୍ଡ କ୍ଲୋନିଂ ବିଷୟରେ କିଛି ଜାଣି ନଥାନ୍ତି। ଯାହାଦ୍ୱାରା ହେକରମାନଙ୍କୁ ଏଟିଏମ୍‌ ଟଙ୍କା ଲୁଟ୍‌ କରିବାକୁ ସହଜ ହୋଇଥାଏ। ହେକରମାନେ ଏଟିଏମ୍‌ ମେସିନର କାର୍ଡ ପ୍ରବେଶ ଦ୍ୱାର (ସ୍ଲଟ)ରେ ସ୍କାନିଂ ଡିଭାଇସ ଲଗାଇ ଥାନ୍ତି। ଜଣେ ଗ୍ରାହକ ଏଟିଏମ୍‌ କାର୍ଡ ମେସିନରେ ପୁରେଇବା ମାତ୍ରେ କାର୍ଡର ସମସ୍ତ ଡାଟା ସ୍କାନ ହୋଇଯାଏ। ଏହାକୁ ବ୍ଲ୍ୟୁଟୁଥ ଜରିଆରେ ସେହି ଡାଟାକୁ ଚୋରାଇ ନେଇଥାନ୍ତି।

ହେକରକୁ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କ ପିନ ନମ୍ବର ଦରକାର। ସେ ଏହି ତଥ୍ୟ ସିସିଟିଭିରୁ ନେଇଥାନ୍ତି। ତେଣୁ ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇବା ପାଇଁ ପିନ୍‌ ନମ୍ବର ଡାଏଲ କଲା ବେଳେ ଲୁଚେଇ ଡାଏଲ କରନ୍ତୁ। ଯେପରି ପିନ୍‌ ନମ୍ବର ସିସି କ୍ୟାମେରାରେ କେଏଦ ହେବନାହିଁ।

୨. ଏଟିଏମ୍‌ ମେସିନରେ କାର୍ଡ ଏଣ୍ଟ୍ରି କରିବା ପୂର୍ବୁର କାର୍ଡର ପ୍ରେବେଶ ସ୍ଥାନକୁ ଭଲ କରି ଚେକ କରି ନିଅନ୍ତୁ। ଯଦି ଏହା ସ୍ଲଟ ଢିଲା ଥାଏ କିମ୍ବା ସେଥିରେ କୌଣସି ଗଡବଡ ଦେଖାଯାଏ ତାହା ହେଲେ କାର୍ଡ ଭରନ୍ତୁ ନାହିଁ।

୩. ଏଟିଏମ୍‌ କାର୍ଡ ଇନ୍‌ସର୍ଟ କରୁଥିବା ସମୟରେ ମେସିନରେ ଜଳୁଥିବା ଲାଇଟ ପ୍ରତି ଧ୍ୟାନ ଦିଅନ୍ତୁ। ଯଦି ସେଥିରେ ସବୁଜ ଲାଇଟ ଜଳୁଛି ତାହାହେଲେ ଏଟିଏମ ବ୍ୟବହାର କରନ୍ତୁ। ଯଦି ଲାଇଟ ଜଳୁ ନାହିଁ କିମ୍ବା ଅନ୍ୟ କୌଣସି ଲାଇଟ ଜଳୁଛି, ଏଟିଏମ ବ୍ୟବହାର ନକରି ତୁରନ୍ତ ଏହି ଖବର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ।

୪. ଯଦି ଆପଣ ହେକିଂର ଶିକାର ହୋଇ ସାରିଛନ୍ତି, ତା’ହେଲେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ। କାରଣ ସାଙ୍ଗେ ସାଙ୍ଗେ ଖବର ଦେଲେ ହେକର ଫିଙ୍ଗର ପ୍ରିଣ୍ଟ ମିଳି ଯାଇପାରିବ। ଏହାଛଡା ଆପଣଙ୍କ ଆଖପାଖରେ କାହା ବ୍ଲ୍ୟଟୁଥ କନେକ୍ସନ କାମ କରୁଛି ତାହା ଚେକ କରି ଆପଣ ସେହି ବ୍ୟକ୍ତିଙ୍କ ପାଖରେ ପହଞ୍ଚି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos