ଚାରି ପଟେ ଆତଙ୍କ ଓ ଅସ୍ଥିରତା, ମଝିରେ ଭାରତ

ଦେବେନ୍ଦ୍ର ପୃଷ୍ଟି ଏବେ ଆଫଗାନିସ୍ତାନ ଉପରେ ତାଲିବାନୀ କବ୍‌ଜାକୁ ନେଇ ବିଶ୍ୱବାସୀ ଚିନ୍ତିତ। ସ୍ୱାଭାବିକ ଭାବେ ଭାରତ ବି ଉଦବିଗ୍ନ। କାରଣ ଆଫଗାନିସ୍ତାନ ଆମ ପଡ଼ୋଶୀ ଦେଶରେ ଗଣାଯାଏ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସାଧାରଣ ସୀମା ନାହିଁ। ଏହା ପାକିସ୍ତାନର ଉତ୍ତର ପଟେ ଅବସ୍ଥିତ। ତେବେ, ଭାରତରୁ ହିଁ ପାକିସ୍ତାନର ଜନ୍ମ ୧୯୪୭ ମସିହାରେ। ଏହା ପୂର୍ବରୁ ଆଫଗାନିସ୍ତାନ ଥିଲା। ଏହି ହେତୁରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବହୁ ପୂର୍ବରୁ ରାଜନୀତିକ, ସାଂସ୍କୃତିକ ଓ […]

afghan

afghan

Debendra Prusty
  • Published: Thursday, 26 August 2021
  • Updated: 27 August 2021, 01:33 PM IST

ଦେବେନ୍ଦ୍ର ପୃଷ୍ଟି

ଏବେ ଆଫଗାନିସ୍ତାନ ଉପରେ ତାଲିବାନୀ କବ୍‌ଜାକୁ ନେଇ ବିଶ୍ୱବାସୀ ଚିନ୍ତିତ। ସ୍ୱାଭାବିକ ଭାବେ ଭାରତ ବି ଉଦବିଗ୍ନ। କାରଣ ଆଫଗାନିସ୍ତାନ ଆମ ପଡ଼ୋଶୀ ଦେଶରେ ଗଣାଯାଏ। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସାଧାରଣ ସୀମା ନାହିଁ। ଏହା ପାକିସ୍ତାନର ଉତ୍ତର ପଟେ ଅବସ୍ଥିତ। ତେବେ, ଭାରତରୁ ହିଁ ପାକିସ୍ତାନର ଜନ୍ମ ୧୯୪୭ ମସିହାରେ। ଏହା ପୂର୍ବରୁ ଆଫଗାନିସ୍ତାନ ଥିଲା। ଏହି ହେତୁରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବହୁ ପୂର୍ବରୁ ରାଜନୀତିକ, ସାଂସ୍କୃତିକ ଓ ଆର୍ଥନୀତିକ ସଂପର୍କ ରହି ଆସିଛି। ଆଫଗାନିସ୍ତାନର ସ୍ୱାଧୀନତା, ବିଶ୍ୱ ଶୀତଳ ଯୁଦ୍ଧ ସମୟରେ ଏହା ଉପରେ ସୋଭିଏଟ୍‌ ୟୁନିଅନ୍‌ର ଆଧିପତ୍ୟ, ପରେ ଆମେରିକା ସହଯୋଗରେ ମୁଜାହିଦ୍ଦିନ ଉପଦ୍ରବ, ତାଲିବାନ ରାଜ୍‌, ପୁଣି ସେମାନଙ୍କୁ ବିତାଡ଼ିତ କରି ଆମେରିକା ନିୟନ୍ତ୍ରଣ ଏବଂ ଏବେ ଆମେରିକାର ପଳାୟନ ପରେ ତାଲିବାନୀ ରାଜ୍‌- ଏହିସବୁ ଆଧୁନିକ ରାଜନୀତିକ ପରିବର୍ତ୍ତନ ମଧ୍ୟରେ ଭାରତ ଆଫଗାନିସ୍ତାନ ସହିତ ରହି ଆସିଛି, ଏବେ ମଧ୍ୟ ରହିବ ବୋଲି ଘୋଷଣା କରିସାରିଛି। ଭାରତର ସଂପର୍କ ଆଫଗାନ ଲୋକଙ୍କ ସହିତ, ଏହା ଭାରତର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ କରିସାରିଛନ୍ତି।

ଆଫଗାନିସ୍ତାନର ସ୍ଥିତି ଭାରତର ଉତ୍ତରକୁ। ସେଠାରେ ବହୁ ବର୍ଷ ହେଲା ରାଜନୀତିକ ଅସ୍ଥିରତା ଲାଗି ରହିଛି। ମୂଳରୁ ସେଠାରେ ଗଣତନ୍ତ୍ର ନାହିଁ ବା ଯେବେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇଛି ତାହା ଅତ୍ୟନ୍ତ ଦୁର୍ବଳ ସାବିତ ହୋଇଛି। ସୋଭିଏଟ୍‌ ୟୁନିଅନ୍‌ ଆଧିପତ୍ୟ ସମୟରେ କିଛିଟା ଗଣତନ୍ତ୍ର ଶାସନ ଥିଲା। କିନ୍ତୁ ମୁଜାହିଦ୍ଦିନ ବା ତାଲିବାନୀଙ୍କ ସମୟରେ ତାହା ଲୋପ ପାଇଥିଲା। ଆମେରିକା ନିୟନ୍ତ୍ରଣରେ ପୁଣି ଥରେ ଆଫଗାନ ଶାସନ ଗଣତାନ୍ତ୍ରିକ ପୋଷାକ ପିନ୍ଧିଥିଲା। ମାତ୍ର, ତାହା ସେତେ ଶକ୍ତିଶାଳୀ ନଥିଲା, ଯେଉଁଥିପାଇଁ ଆମେରିକା ୨୦ ବର୍ଷ କାଳ ଆଫଗାନ ସରକାରଙ୍କୁ ଲାଳନପାଳନ କରି ଛାଡ଼ିଦେବା ମାତ୍ରେ ତାଲିବାନୀ ଆତଙ୍କବାଦୀମାନେ କାବୁଲ ଦଖଲ କଲେ ଓ ତା’ ପୂର୍ବରୁ ରାଷ୍ଟ୍ରପତି ଦେଶଛାଡ଼ି ପଳାୟନ କରିବାକୁ ବାଧ୍ୟ ହେଲେ। ଏବେ ଆଫଗାନିସ୍ତାନ ସଂପୂର୍ଣ୍ଣ ଭାବେ ତାଲିବାନୀ କବ୍‌ଜାକୁ ଚାଲିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେଠାରେ ଗଣତନ୍ତ୍ର ଶାସନ ଚାଲିବ ନାହିଁ ବୋଲି ତାଲିବାନୀମାନେ ସ୍ପଷ୍ଟ କରିସାରିଛନ୍ତି। ସେମାନେ ଇସଲାମୀୟ ମୌଳବାଦୀ ହୋଇଥିବାରୁ ଶରିଆ ଅନୁସାରେ ଶାସନ କରିବେ ବୋଲି ଘୋଷଣା କରିଛନ୍ତି। ସେଥିପାଇଁ ସେମାନେ ଆଫଗାନିସ୍ତାନକୁ ଇସଲୀମୀ ଅମିରାତ ଭାବେ ଘୋଷଣା କରିଛନ୍ତି। ତାଲିବାନୀମାନେ ମୁଖ୍ୟତଃ ଆତଙ୍କବାଦୀ। ତେଣୁ ସେଠାରେ ଏବେ ଆତଙ୍କବାଦୀଙ୍କ ଶାସନ ଚାଲିବ ବୋଲି କୁହାଯାଇପାରେ।

ଆଫଗାନିସ୍ତାନର ଦକ୍ଷିଣ ଓ ଭାରତର ଉତ୍ତରରେ ରହିଛି ପାକିସ୍ତାନ। ପାକିସ୍ତାନର ସେନା ଓ ସରକାର ପ୍ରଥମେ ଆମେରିକା ସହାୟତାରେ ଆଫଗାନିସ୍ତାନର ସୋଭିଏଟ୍‌ ୟୁନିଅନ୍‌ ପ୍ରଭାବିତ ନଜିବୁଲ୍ଲା ସରକାର ବିରୋଧରେ ଲଢ଼େଇ କରିବାକୁ ମୁଜାହିଦ୍ଦିନ ଗୋଷ୍ଠୀ ସଂଗଠିତ କରିଥିଲେ, ସେମାନଙ୍କୁ ତାଲିମ ଓ ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ। ପରେ ଅନେକ ତାଲିବାନୀଙ୍କୁ ମଧ୍ୟ ପାକ୍‌ ସରକାର ନିଜ ଦେଶରେ ଆଶ୍ରୟ ଦେବା ସହ ତାଲିମ ଦେଇଥିଲେ। ପାକିସ୍ତାନର ଆଇଏସଆଇ ଓ ପାକ୍‌ ସେନା ତାଲିବାନର ପ୍ରଯୋଜକ, ସଂଯୋଜକ, ସଂରଚକ ଓ ଶସ୍ତ୍ର-ଶିକ୍ଷକ ଭାବେ ଜଣାଶୁଣା। ଅଲ୍‌ କାଏଦାର ତତ୍କାଳୀନ ମୁଖ୍ୟ ଓସାମା ବିନ୍‌ ଲାଦେନ ଉଭୟ ଆଫଗାନିସ୍ତାନ ଓ ପାକିସ୍ତାନକୁ ନିଜର ଆଡ୍ଡାରେ ପରିଣତ କରିଥିଲା। ସେ ଆଡ୍ଡା ଏବେ ବି ଚାଲୁ ରହିଛି। ପାକିସ୍ତାନରେ ନାମକୁ ମାତ୍ର ଗଣତନ୍ତ୍ର। ପାକ୍‌ ସରକାରରେ ସବୁବେଳେ ସାମରିକ ବାହିନୀର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ପାକିସ୍ତାନର ଗଣତନ୍ତ୍ର ସେନା ନେତୃତ୍ୱରେ ପରିଚାଳିତ। ପାକିସ୍ତାନର ସୃଷ୍ଟିଠାରୁ ଏଯାବତ ଅଧିକ ସମୟ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାମରିକ ଶାସନାଧୀନ ରହିଛି। ମେଜର ଜେନେରାଲ ଇସ୍କନ୍ଦର ମିର୍ଜା, ଜେନେରାଲ ଆୟୁବ ଖାଁ, ଜେନେରାଲ ଜିଆ ଉର୍‌ ରହମାନ୍‌, ଜେନେରାଲ ପରଭେଜ୍‌ ମୁଶାରଫ୍‌ ପ୍ରମୁଖ ସିଧାସଳଖ ଶାସନଭାର ଗ୍ରହଣ କରିଥିଲେ। ପାକିସ୍ତାନ ୧୯୫୮-୭୧, ୧୯୭୭-୮୮ ଓ ୧୯୯୯-୨୦୦୮ ସିଧାସଳଖ ସାମରିକ ଶାସନାଧୀନ ଥିଲା। ରାଷ୍ଟ୍ରପତି ଗୁଲାମ ଇସାକ୍‌ ଖାଁ ସେନା ପରାମର୍ଶରେ ଶାସନ କରୁଥିଲେ। ଏବେକା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ସାମରିକ ବାହିନୀ ସମର୍ଥନରେ କ୍ଷମତାରେ ଅଛନ୍ତି ବୋଲି କୁହାଯାଉଛି। ପାକିସ୍ତାନର ଜନକ ମହମ୍ମଦ ଅଲୀ ଜିନ୍ନା ପାକିସ୍ତାନକୁ ଏକ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଗଢ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ ଆଜି ଏହା ଏକ ଧର୍ମାନ୍ଧ ସାମରିକ ଶାସନରେ ପରିଣତ ହୋଇଛି।

ଭାରତର ଅନ୍ୟ ଏକ ପଡ଼ୋଶୀ ହେଲା ଚୀନ। ଏହା ସହିତ ମଧ୍ୟ ଭାରତର ସାଧାରଣ ସୀମା ରହିଛି। ଚୀନରେ ଜନ ଗଣତନ୍ତ୍ର ବା ପିପୁଲ୍ସ ଡେମୋକ୍ରାସି ଚାଲିଛି ବୋଲି ଚୀନ ସରକାର ଦାବି କରୁଥିଲେ ମଧ୍ୟ ବାସ୍ତବରେ ସେଠାରେ ଏକଦଳୀୟ ଏକଛତ୍ରବାଦ ଚାଲିଛି। ଚୀନର ଏକମାତ୍ର ରାଜନୀତିକ ଦଳ ହେଲା ଚୀନା କମ୍ୟୁନିଷ୍ଟ ପାର୍ଟି। ଏହି ଦଳ ୧୯୪୯ ମସିହାରୁ ଏଯାବତ କ୍ଷମତାରେ ରହିଛି। ଚୀନ ଜନ ଗଣତନ୍ତ୍ର ବା ପିପୁଲ୍ସ ରିପବ୍ଲିକ ଅଫ୍‌ ଚୀନାର ପ୍ରତିଷ୍ଠାତା ମାଓ ସେତୁଙ୍ଗ ନିଜେ ବହୁଦଳୀୟ ବ୍ୟବସ୍ଥା ସପକ୍ଷରେ ଥିଲେ ବି ସାଂସ୍କୃତିକ ବିପ୍ଳବ ସମୟରେ ଦକ୍ଷିଣପନ୍ଥୀମାନଙ୍କୁ ମୂଳପୋଛ କରି ଚୀନରେ ଏକଦଳୀୟ ଏକଛତ୍ରବାଦ ସୁଦୃଢ଼ ହୋଇଛି। ଚୁନ କମ୍ୟୁନିଷ୍ଟ ବିପ୍ଳବର ପ୍ରଥମ କେଇ ଜଣ ନେତା ମାଓ ସେତୁଙ୍ଗ, ଲିନ୍‌ ବାଇଆଓ, ଚାଉ ଏନ୍‌ ଲାଇ, ଡେଙ୍ଗ ଜିଆଓପିଙ୍ଗ ପ୍ରମୁଖ ପ୍ରଥମେ ସାମରିକ ବାହିନୀରୁ ନିଜର ନେତୃତ୍ୱ ଆରମ୍ଭ କରିଥିବାରୁ ସେମାନଙ୍କ ଜରିଆରେ ଚୀନରେ ଏକରକମ ସେନା ଶାସନ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ଦେଶର ରାଷ୍ଟ୍ରପତି ଓ ଚୀନ ସେନାର ମଧ୍ୟ ମୁଖ୍ୟ ଭାବେ କାର୍ଯ୍ୟ କରିଥାନ୍ତି। ମଝିରେ ହୁ ଜିନ୍ତାଓ ଏକକ ନେତୃତ୍ୱ ପରିବର୍ତ୍ତେ ମିଳିତ ନେତୃତ୍ୱ ସପକ୍ଷରେ କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କ ପରେ ଜି ଜିନପିଙ୍ଗ ପୁଣି ଥରେ ଏକକ ନେତୃତ୍ୱକୁ ଫେରି ଯାଇଛନ୍ତି। ଏବେ ଜିନ୍‌ପିଙ୍ଗ ହେଉଛନ୍ତି ଚୀନର ରାଷ୍ଟ୍ରପତି, କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ଓ ସର୍ବୋଚ୍ଚ ସେନାପତି। ଚୀନରେ ଗଣତନ୍ତ୍ରବାଦୀ ନେତା ଓ ଆନ୍ଦୋଳନକୁ ଏକାଧିକ ବାର ସାମରିକ ଶକ୍ତି ପ୍ରୟୋଗ କରି ଦମନ କରାଯାଇଛି। ସେଠାରେ ଭିନ୍ନମତ ଦେଶଦ୍ରୋହ ଭାବେ ଦଣ୍ଡଯୋଗ୍ୟ ଅପରାଧ ଭାବେ ପରିଗଣିତ।

ଭାରତର ଅନ୍ୟ ଏକ ପଡ଼ୋଶୀ ହେଲା ମିଆଁମାର ବା ପୂର୍ବର ବର୍ମା ଅଥବା ବ୍ରହ୍ମଦେଶ। ସେଠାରେ ମଧ୍ୟ ମୂଳରୁ ଗଣତନ୍ତ୍ର ଅତ୍ୟନ୍ତ ଦୁର୍ବଳ ରହିଛି। ସେଠାରେ ମଧ୍ୟ ସ୍ୱାଧୀନୋତ୍ତର ଅଧିକ ସମୟ ସାମରିକ ଏକଛତ୍ରବାଦ ବଳବତ୍ତର ରହିଛି। ବ୍ରିଟିଶ ଶାସନମୁକ୍ତ ହେବାକୁ ଗଢ଼ା ଯାଇଥିବା ବର୍ମା ଜାତୀୟ ସେନାର ମୁଖ୍ୟ ଜେନେରାଲ ଅଙ୍ଗ ସାନ୍‌ ବର୍ମା ସ୍ୱାଧୀନତା ପାଇଁ ଲଢ଼େଇ କରିଥିଲେ ମଧ୍ୟ ବ୍ରିଟିଶ ଶାସନ ସମୟରେ ଦେଶର ପ୍ରଧାନମନ୍ତ୍ରୀ ରହିଥିବା ୟୁ ସ’ଙ୍କ ଷଡ଼ଯନ୍ତ୍ର କ୍ରମେ ତାଙ୍କୁ ହତ୍ୟା କରାଯାଇଥିଲା। ତେବେ ୧୯୪୮ରେ ସ୍ୱାଧୀନତା ପାଇବା ପରେ ବର୍ମାରେ ବେସାମରିକ ଶାସନ ବ୍ୟବସ୍ଥା ପ୍ରଚଳିତ ହୋଇଥିଲା। ୟୁ ନୁ ହୋଇଥିଲେ ସ୍ୱାଧୀନୋତ୍ତର ବର୍ମାର ପ୍ରଥମ ପ୍ରଧାନମନ୍ତ୍ରୀ। ମାତ୍ର ତାଙ୍କ ଶାସନ ସମୟରେ ଦେଶରେ ଅରାଜକତା, ଅଶାନ୍ତି, ସାଂପ୍ରଦାୟିକ ଯୁଦ୍ଧ ଆଦି ବ୍ୟାପକ ହେବାରୁ ସେ ୧୯୫୮ରେ ସେନାମୁଖ୍ୟ ଜେନେରାଲ ନେ ୱିନ୍‌ଙ୍କ ନେତୃତ୍ୱରେ ଏକ କାମଚଳା ସରକାର ଗଠନ କରିଥିଲେ। ଏହା ୧୯୫୮-୬୦ ଯାଏଁ ଚାଲିଥିଲା। ୧୯୬୦ ନିର୍ବାଚନରେ ପୁଣି ଥରେ ୟୁ ନୁ ବିଜୟୀ ହୋଇ ସରକାର ଗଠନ କରିଥିଲେ। ମାତ୍ର, ଏଥର ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ବିଦ୍ରୋହୀ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା। ଏହି ସମୟରେ ୧୯୬୨ ମସିହାରେ ଜେନେରାଲ ନେ ୱିନ୍‌ ସାମରିକ ବିଦ୍ରୋହ ଜରିଆରେ ୟୁ ନୁ ସରକାରକୁ ଗାଦିଚ୍ୟୁତ କରି ସମସ୍ତ କ୍ଷମତା ନିଜ ହାତକୁ ନେଇଥିଲେ। ୧୯୭୪ ଯାଏଁ ଜେନେରାଲ ନେ ୱିନ୍‌ ସିଧାସଳଖ ସାମରିକ ଶାସନର ମୁଖ୍ୟ ଥିଲେ। ୧୯୭୪ ମସିହାରେ ସେ ସମାଜବାଦ ଆନ୍ଦୋଳନ ନାଁରେ ଦେଶରେ ସାମ୍ବିଧାନିକ ଏକଛତ୍ରବାଦ ପ୍ରବର୍ତ୍ତନ କଲେ ଓ ସେନା ସହଯୋଗରେ ୧୯୮୮ ମସିହାର ଯାଏଁ ଏକଛତ୍ରବାଦ ଚଳେଇଥିଲେ। ୧୯୮୮-୮୯ ମଧ୍ୟରେ ବର୍ମାରେ ପୁଣି ଥରେ ବିଦ୍ରୋହ ସ୍ଥିତି ସୃଷ୍ଟ ହୋଇଥିଲା ଓ ନେ ୱିନଙ୍କ ନିର୍ଦ୍ଦେଶରେ ସେନା ବାହିନୀ ୩ ହଜାର ଉପରେ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲା। ଏହା ପରେ ନେ ୱିନ୍‌ ଇସ୍ତଫା ଦେଇଥିଲେ ମଧ୍ୟ ତାଙ୍କ ପ୍ରବର୍ତ୍ତିତ ବ୍ୟବସ୍ଥା ଅନୁସାରେ ସାମରିକ ବାହିନୀ ହିଁ ବର୍ମାରେ ଶାସନ କଲା। ମିଲିଟାରୀ ଜୁଣ୍ଟା ବା ସାମରିକ ଗୋଷ୍ଠୀ ହାତରେ ବର୍ମାର କ୍ଷମତା ୨୦୧୧ ଯାଏଁ ବଳବତ୍ତର ଥିଲା। ଏହି ସମୟ ମଧ୍ୟରେ ସାମରିକ ଶାସନକର୍ତ୍ତା ବର୍ମାର ନାଁ ମ୍ୟାଁମାର୍‌କୁ ଓ ରାଜଧାନୀ ନାଁ ରେଙ୍ଗୁନରୁ ୟାଙ୍ଗୁନ୍‌କୁ ପରିବର୍ତ୍ତନ କରିଥିଲେ। ପରେ ରାଜଧାନୀକୁ ୟାଙ୍ଗୁନ୍‌ରୁ ନେ ପି ତାକୁ ଉଠାଇ ନେଇଥିଲେ। ମାତ୍ର ଦେଶରେ ଅଙ୍ଗ ସାନ୍‌ ସୁ କିଙ୍କ ନେତୃତ୍ୱରେ ଗଣତନ୍ତ୍ରବାଦୀ ଆନ୍ଦୋଳନ ବ୍ୟାପକ ହେବାରୁ ୨୦୧୧ ମସିହାରେ ସାମରିକ ଗୋଷ୍ଠୀକୁ ସେନାମୁଖ୍ୟ ଥନ୍ ଶ୍ୱେ ଭାଙ୍ଗି ଦେଇଥିଲେ ଓ ନୂତନ ବ୍ୟବସ୍ଥା ପ୍ରଚଳନ ପାଇଁ ପୂର୍ବତନ ସେନାଧିକାରୀ ତଥା ସାମରିକ ଶାସନ ସମୟର ପ୍ରଧାନମନ୍ତ୍ରୀ ଥିନ୍‌ ସେନ୍‌ଙ୍କୁ ରାଷ୍ଟ୍ରପତି ଘୋଷଣା କରିଥିଲେ। ଥିନ୍‌ ସେନ୍‌ଙ୍କ ସମୟରେ ଦେଶରେ ନୂଆ ସମ୍ବିଧାନ ପ୍ରଣୀତ ହୋଇଥିଲା ଓ ସେହି ସମ୍ବିଧାନ ଅନୁସାରେ ୨୦୧୫ ମସିହାରେ ଅନୁଷ୍ଠିତ ନିର୍ବାଚନରେ ସୁ କିଙ୍କ ଦଳ ବିଜୟୀ ହୋଇ ସରକାର ଗଠନ କରିଥିଲା। କିନ୍ତୁ ପରବର୍ତ୍ତୀ ନିର୍ବାଚନରେ ସୁ କିଙ୍କ ଦଳ ପୁଣି ଥରେ ନିର୍ବାଚିତ ହେବା ପରେ ପରେ ୨୦୨୧ରେ ମ୍ୟାଁମାର୍‌ ସେନା ପୁଣି ଥରେ ବିଦ୍ରୋହ ଜରିଆରେ ଶାସନ କ୍ଷମତା ଅକ୍ତିଆର କରିଛି।

ଭାରତ ଅନ୍ୟ ଏକ ପଡ଼ୋଶୀ ହେଉଛି ଶ୍ରୀଲଙ୍କା। ଏହା ଭାରତ ମହାସାଗରରେ ଭାରତର ଦକ୍ଷିଣ ଉପକୂଳରେ ଅବସ୍ଥିତ। ୧୯୪୮ ମସିହାରେ ଏହି ଦେଶ ମଧ୍ୟ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା। ସେବେଠାରୁ ଏ ଦେଶରେ ଦୁଇଟି ଶାସନ ବ୍ୟବସ୍ଥା ପ୍ରଚଳିତ ହେଲାଣି। ତଥାପି ଦେଶର ଅନେକ ଭାଗରେ ରାଜନୀତିକ ହିଂସା ଓ ଅସ୍ଥିରତାର ଅନ୍ତ ହୋଇନାହିଁ। ସ୍ୱାଧନୀତା ପରେ ତତ୍କାଳୀନ ସିଲୋନ୍‌ ବା ଏବେକାର ଶ୍ରୀ ଲଙ୍କାରେ ବ୍ରିଟିଶ ରାଣୀଙ୍କ ନେତୃତ୍ୱରେ ସାମ୍ବିଧାନିକ ରାଜତନ୍ତ୍ର ପ୍ରଚଳିତ ଥିଲା। ୧୯୭୨ ମସିହାରେ ଏହି ପ୍ରଥା ଲୋପ ହୋଇ ଶ୍ରୀଲଙ୍କା ସାଧାରଣତନ୍ତ୍ରରେ ପରିଣତ ହେଲା। ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଶ୍ରୀଲଙ୍କାରେ ସଂପୂର୍ଣ୍ଣ ଶାନ୍ତି ଫେରି ନାହିଁ। ସିଂହଳୀ ଓ ତାମିଲ ବିବାଦ ଲାଗି ରହିଛି। ୧୯୮୩-୨୦୦୯ ମଧ୍ୟରେ ଶ୍ରୀଲଙ୍କାରେ ତାମିଲ ଉଗ୍ରବାଦ ଭୟଙ୍କର ରୂପ ଧାରଣ କରିଥିଲା। ଶ୍ରୀଲଙ୍କା ସରକାର ତାହାକୁ ସାମରିକ ଶକ୍ତି ଜରିଆରେ ଦମନ କରିଥିଲେ ବି ବୌଦ୍ଧ ଧର୍ମାବଲମ୍ବୀ ଓ ଭାରତୀୟ ତାମିଲ ଏବେ ବି ଶାସନ ଓ ସଂସ୍କୃତିର ସ୍ୱାଧୀନତା ଆନ୍ଦୋଳନରୁ ବିରତ ହୋଇନାହାନ୍ତି। ଶ୍ରୀଲଙ୍କାର ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ରାଷ୍ଟ୍ର, ସରକାର ଓ ସେନାର ମୁଖ୍ୟ। ସେ ଜନ ସାଧାରଣଙ୍କ ଦ୍ୱାରା ସିଧାସଳଖ ନିର୍ବାଚିତ ହେଉଥିବାରୁ ଏକଛତ୍ର ଶସନ ଚଳାଇଥାନ୍ତି। ସେ ତାଙ୍କ ମନ ଇଚ୍ଛା ପ୍ରଧାନମନ୍ତ୍ରୀ ପରିବର୍ତ୍ତନ କରିପାରନ୍ତି। ତାଙ୍କୁ ବହିଷ୍କାର କରିବା ପାଇଁ ସଂସଦର ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମେତ ସୁପ୍ରିମ କୋର୍ଟର ସହମତି ଆବଶ୍ୟକ। ଏହି କାରଣରୁ ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ଏକକ ସରକାର ଚାଲେ।

ଭାରତ ମହାସାଗରରେ ରହିଥିବା ଅନ୍ୟ ଏକ ଦ୍ୱୀପ ଦେଶ ମାଳଦ୍ୱୀପ ବି ରାଜନୀତିକ ଅସ୍ଥିରତା ଓ ଏକଛତ୍ରବାଦରୁ ମୁକ୍ତ ନୁହେଁ। ବ୍ରିଟିଶ ସୁରକ୍ଷିତ ସୁଲତାନତ ବ୍ୟବସ୍ଥା ବା ରାଜତନ୍ତ୍ରରୁ ମୁକ୍ତ ହେବା ପରେ ମାଳଦ୍ୱୀପରେ ଗଣତନ୍ତ୍ର ନାମରେ ଏକଛତ୍ରବାଦ ହିଁ ବଳବତ୍ତର ରହିଛି। ବ୍ରିଟିଶ ଶାସନରୁ ମୁକ୍ତ ହେବା ପରଠାରୁ ମାଳଦ୍ୱୀପରେ ଅନେକ ବିଦ୍ରୋହ ଘଟିଗଲାଣି। ମହମ୍ମଦ ଅମିନ ଦିଦିଙ୍କ ବିରୋଧରେ ହେଉ ତ ମହମ୍ମଦ ନସୀମଙ୍କ ବିରୋଧରେ ହେଉ, ଅନେକ ସମୟରେ ମାଳଦ୍ୱୀପରେ ବିଦ୍ରୋହ ଜରିଆରେ ଶାସନ ପରିବର୍ତ୍ତନ ଘଟିଛି। ରାଷ୍ଟ୍ରପତିମୂଳକ ଶାସନ ବ୍ୟବସ୍ଥା ପ୍ରଚଳିତ ହେବା ପରେ ମାମୁନ ଅବ୍ଦୁଲ ଗାୟୁମ ହେଉଛନ୍ତି ମାଳଦ୍ୱୀପର ସର୍ବାଧିକ କାଳ ଶାସନମୁଖ୍ୟ। ସେ ୧୯୭୮ରୁ ୨୦୦୮ ଯାଏଁ ଶାସନ କ୍ଷମତାରେ ରହିଥିଲେ। ସେହି ସମୟରେ ଏହି ଛୋଟ ଦ୍ୱୀପଦେଶରେ ଗାୟୁମଙ୍କର ଏକଛତ୍ରବାଦ ଚାଲିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ପରେ ମହମ୍ମଦ ନସୀମ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଏକ ବିଦ୍ରୋହରେ ତାଙ୍କୁ ଗାଦିଚ୍ୟୁତ ହେବାକୁ ପଡ଼ିଥିଲା। ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ହୋଇଥିବା ପୂର୍ବତନ ରାଷ୍ଟ୍ରପତି ଗାୟୁମଙ୍କ ଭାଇ ଅବ୍ଦୁଲ୍ଲା ଅମିନ୍‌ଙ୍କୁ ହତ୍ୟା କରିବା ପାଇଁ ରାଜନୀତିକ ଷଡ଼ଯନ୍ତ୍ର ହୋଇଥିଲା। ଏହିପରି ରାଜନୀତିକ ଅସ୍ଥିରତା ମଧ୍ୟରେ ମାଳଦ୍ୱୀପରେ ଇସଲାମୀୟ ଉଗ୍ରବାଦୀମାନଙ୍କର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି।

ଭାରତର ଉତ୍ତର ସୀମାରେ ଅବସ୍ଥିତ ଅନ୍ୟ ଦୁଇଟି ଦେଶ ହେଲେ ନେପାଳ ଓ ଭୁଟ୍ଟାନ। ନେପାଳରେ ରାଜତନ୍ତ୍ର ଥିଲା। ୨୦୦୧ ମସିହାରେ ରାଜକୁମାର ଦୀପେନ୍ଦ୍ର ରାଜା ବୀରେନ୍ଦ୍ର ଓ ରାଣୀ ଐଶ୍ୱର୍ଯ୍ୟାଙ୍କ ସମେତ ୯ ଜଣଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୀରେନ୍ଦ୍ରଙ୍କ ନିଧନ ହେବାରୁ ନେପାଳର ସାମ୍ବିଧାନିକ ରାଜତନ୍ତ୍ର ଅନୁସାରେ ଆହତ ଦୀପେନ୍ଦ୍ର ହିଁ ରାଜା ହୋଇଥିଲେ। କିନ୍ତୁ ମାତ୍ର ୩ ଦିନ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ବୀରେନ୍ଦ୍ରଙ୍କ ଭାଇ ଜ୍ଞାନେନ୍ଦ୍ର ରାଜା ହୋଇଥିଲା। କିନ୍ତୁ ଏତେବେଳକୁ ନେପାଳରେ ଗଣତନ୍ତ୍ର ଆନ୍ଦୋଳନ ଜୋର୍‌ ଧରିଥିଲା। ନେପାଳୀ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳଗୁଡ଼ିକ ରାଜତନ୍ତ୍ର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ଶେଷରେ ନେପାଳ ଏକ ସାଧାରଣତନ୍ତ୍ରରେ ପରିଣତ ହୋଇଥିଲା। ରାଜା ଶାସନ କ୍ଷମତା ହରାଇଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯଥାକ୍ରମେ ଦେଶ ଓ ସରକାରର ମୁଖ୍ୟ ହୋଇଥିଲେ। ମାତ୍ର, ୨୦୦୭ ମସିହାରେ ନେପାଳରେ ଗଣତନ୍ତ୍ର ପ୍ରତିଷ୍ଠା ଦିନରୁ ଅସ୍ଥିରତା ଲାଗି ରହିଛି। ସେଠାରେ ବାରମ୍ବାର ସରକାର ଭାଙ୍ଗୁଛି ଓ ନୂଆ ମେଣ୍ଟ କ୍ଷମତା ଗ୍ରହଣ କରୁଛି। ସଂଘୀୟ ଗଣତନ୍ତ୍ର ପ୍ରତିଷ୍ଠାର ୧୩ ବର୍ଷ ମଧ୍ୟରେ ନେପାଳରେ ୧୩ ଥର ପ୍ରଧାନମନ୍ତ୍ରୀ ବଦଳିଲେଣି। ଏଇଥିରୁ ସେଠାକାର ରାଜନୀତିକ ପରିସ୍ଥିତି ସହଜରେ ଅନୁମେୟ।

ଭାରତୀୟ ଉପମହାଦେଶରେ ବାଂଲାଦେଶ ହେଉଛି ସବୁଠୁ କନିଷ୍ଠ ରାଷ୍ଟ୍ର। ୧୯୪୭  ଭାରତ ବିଭାଜନ ସମୟରେ ଏହା ପାକିସ୍ତାନରେ ଥିଲା। ୧୯୭୧ରେ ଭାରତର ସହଯୋଗରେ ଏହା ପାକିସ୍ତାନଠାରୁ ସ୍ୱାଧୀନ ହେଲା। ତେବେ ଏଇ ମାତ୍ର ପାଞ୍ଚ ଦଶନ୍ଧି ମଧ୍ୟରେ ବାଂଲାଦେଶରେ ମଧ୍ୟ ମୌଳବାଦ ଓ ଉଗ୍ରବାଦ କାୟା ବିସ୍ତାର କରିଛି। ଏଇ ପାଞ୍ଚ ଦଶନ୍ଧି ଭିତରେ ବି ବାଂଲାଦେଶର ଗଣତନ୍ତ୍ର ଦୁର୍ବଳ ହୋଇଛି। ବାଂଲାଦେଶର ଜନକ ବଙ୍ଗବନ୍ଧୁ ମୁଜିବୁର୍‌ ରହମାନଙ୍କୁ ୧୯୭୫ ମସିହାରେ ହତ୍ୟା କରି ସାମରିକ ଶାସନ ପ୍ରତିଷ୍ଠା କରିଥିଲେ ଖାଣ୍ଡେକର ମୁସ୍ତାକ ଅହମଦ। କିନ୍ତୁ ମାତ୍ର ୩ ମାସ ପରେ ତାଙ୍କୁ ଗାଦିଚ୍ୟୁତ କରିଥିଲେ ବ୍ରିଗେଡିୟର ଖାଲେଦ ମୋଶାରଫ୍‌। ମାତ୍ର ୪ ଦିନର ଶାସନ ପରେ ତାଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ଓ ବିଦ୍ରୋହୀମାନେ ସେତେବେଳେ ବନ୍ଦୀଥିବା ସେନାଧିକାରୀ ଜିଆ ଉର୍‌ ରହମାନଙ୍କୁ ମୁକ୍ତ କରି ଶାସନ କ୍ଷମତା ଅର୍ପଣ କରିଥିଲେ। ୧୯୮୨ ମସିହାରେ ଅନ୍ୟ ଜଣେ ସେନାଧିକାରୀ ଜେନେରାଲ ହୁସେନ ମହମ୍ମଦ ଏର୍ସାଦଙ୍କ ଅନୁଗତମାନେ ଜିଆ ଉର୍‌ ରହମାନଙ୍କୁ ହତ୍ୟା କରିଥିଲେ। ଜେନେରାଲ ଏର୍ସାଦ ପ୍ରଥମେ ରାଷ୍ଟ୍ରପତି ନହୋଇ ତତ୍କାଳୀନ ଉପରାଷ୍ଟ୍ରପତି ଅବଦ୍ଦୁସ ସତ୍ତାରଙ୍କୁ ରାଷ୍ଟ୍ରପତି ଭାବେ ସମର୍ଥନ କରିଥିଲେ। କିନ୍ତୁ ମାତ୍ର ୯ ମାସ ମଧ୍ୟରେ ସେ ଅବଦ୍ଦୁସ୍‌ ସତ୍ତାରଙ୍କୁ ବନ୍ଧୁକ ମୁନରେ ଗାଦିଚ୍ୟୁତ କରି ନିଜକୁ ସାମରିକ ଶାସକ ଘୋଷଣା କରିଥିଲେ। ପରେ ସେ ରାଷ୍ଟ୍ରପତି ଆହାସନୁଦ୍ଦିନ ଚୌଧୁରୀଙ୍କୁ ହଟେଇ ନିଜେ ରାଷ୍ଟ୍ରପତି ହୋଇଥିଲେ। ଏହିପରି ଭାବେ ବାଂଲାଦେଶ ରାଜନୀତିରେ ମଧ୍ୟ ଗଣତନ୍ତ୍ର ଏକାଧିକ ବାର ବିପନ୍ନ ହୋଇଛି, ସେନା ଶାସନ ଚାଲିଛି ଓ ହତ୍ୟା ଓ ରକ୍ତପାତ ହୋଇଛି ଶାସନ କ୍ଷମତାର ଆୟୁଧ। ରାଷ୍ଟ୍ରବାଦ, ଧର୍ମନିରପେକ୍ଷବାଦ, ଗଣତନ୍ତ୍ର, ସମାଜବାଦ ଥିଲା ବଙ୍ଗବନ୍ଧୁ ମୁଜିବୁର୍‌ ରହମାନଙ୍କ ଆଦର୍ଶ। ସେହି ଆଦର୍ଶକୁ ଭିତ୍ତିକରି ସେ ଗଢ଼ିଥିଲେ ବାଂଲାଦେଶର ଶାସନ ବ୍ୟବସ୍ଥା। କିନ୍ତୁ ଇତିମଧ୍ୟରେ ମୌଳବାଦୀ ଓ ଉଗ୍ରବାଦୀମାନେ ବାଂଲା ରାଜନୀତିରେ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛନ୍ତି ଓ ଅନେକ ସମୟରେ ଆତଙ୍କ ହୋଇଛି ବାଂଲାଦେଶ ରାଜନୀତିକ ଅସ୍ଥିରତାର କାରଣ।

ଭୁଟ୍ଟାନରେ ରାଜତନ୍ତ୍ର ଅବ୍ୟାହତ ରହିଛି। ତେବେ ଏହି ରାଜତନ୍ତ୍ର ଗଣତନ୍ତ୍ରକୁ ସମ୍ମାନ ଦେଇଛି। ଭୁଟ୍ଟାନ ଏକ ଛୋଟ ଦେଶ। ଏହା ଭାରତର ସାମରିକ ସୁରକ୍ଷାରେ ନିରାପଦ ରହିଛି।

ଦକ୍ଷିଣ ଏସିଆର ଦେଶଗୁଡ଼ିକରେ ଏପରି ରାଜନୀତିକ ଅସ୍ଥିରତା ଓ ଆତଙ୍କ ଲାଗି ରହିଥିବାବେଳେ ଭାରତରେ ସାମ୍ବିଧାନିକ ଗଣତନ୍ତ୍ର ସାତ ଦଶନ୍ଧି ଧରି ସୁଦୃଢ଼ ରହିଛି। ତଥାପି, ଧାର୍ମିକ ମୌଳବାଦ, ଜାତିବାଦ, ସାଂପ୍ରଦାୟିକତାବାଦ ଓ ଦୁର୍ନୀତି ଆଦି ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିଚାଲିଛି। ପଡ଼ୋଶୀ ଦେଶଗୁଡ଼ିକର ପରିସ୍ଥିତିକୁ ଲକ୍ଷ୍ୟ କରି ଭାରତବାସୀ ଏସବୁ ପ୍ରତି ସତର୍କ ରହିବା ଭାରତର ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story