ସାବଧାନ! ଲୁଟେରାଙ୍କ ଟାର୍ଗେଟରେ ବେକାର ଛାତ୍ରଛାତ୍ରୀ

 ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ରୋଜଗାର ଖୋଜୁଥିବା ଛାତ୍ରଛାତ୍ରୀ ତଥା ଯୁବକଯୁବତୀ। ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣଙ୍କ ପିଛା ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି ଅନଲାଇନ୍ ମାଫିଆ। ତେବେ ଲୋକଙ୍କୁ ଲୁଟିବାରେ ଏମାନଙ୍କ ପାଇଁ ସହଜ ଓ ସରଳ ମାଧ୍ୟମ ପାଲଟିଛି ଖବରକାଗଜ। ଭାରତ ଭଳି ଏକ ଜନବହୁଳ ଦେଶରେ ବେରୋଜଗାର ଏବଂ ନିଯୁକ୍ତି ଏକ ମୁଖ୍ୟ ସମସ୍ୟା। ସେହିଭଳି ଓଡ଼ିଶାରେ ମଧ୍ୟ ଏହା ଏକ ପ୍ରମୁଖ […]

loot

loot

Pragnya Choudhury
  • Published: Monday, 17 August 2020
  • Updated: 17 August 2020, 05:05 PM IST

 ଭୁବନେଶ୍ୱର (ପ୍ରଜ୍ଞା ଚୌଧୁରୀ): ଲୁଟେରାଙ୍କ ଟାର୍ଗେଟରେ ରହିଛନ୍ତି ରୋଜଗାର ଖୋଜୁଥିବା ଛାତ୍ରଛାତ୍ରୀ ତଥା ଯୁବକଯୁବତୀ। ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି ଦେବାର ପ୍ରଲୋଭନ ଦେଖାଇ ଜଣଙ୍କ ପିଛା ହଜାର ହଜାର ଟଙ୍କା ଲୁଟି ନେଉଛନ୍ତି ଅନଲାଇନ୍ ମାଫିଆ। ତେବେ ଲୋକଙ୍କୁ ଲୁଟିବାରେ ଏମାନଙ୍କ ପାଇଁ ସହଜ ଓ ସରଳ ମାଧ୍ୟମ ପାଲଟିଛି ଖବରକାଗଜ।

ଭାରତ ଭଳି ଏକ ଜନବହୁଳ ଦେଶରେ ବେରୋଜଗାର ଏବଂ ନିଯୁକ୍ତି ଏକ ମୁଖ୍ୟ ସମସ୍ୟା। ସେହିଭଳି ଓଡ଼ିଶାରେ ମଧ୍ୟ ଏହା ଏକ ପ୍ରମୁଖ ସମସ୍ୟା ହୋଇଥିବା ବେଳେ କରୋନା ସଙ୍କଟ କାଳରେ ଏହା ବହୁଗୁଣିତ ହୋଇଛି। ତେବେ ଏଭଳି ପରିସ୍ଥିତିର ଲାଭ ନେଇ ଅନଲାଇନ୍ ଲୁଟେରା ଖୁବ୍ ମାତିଛନ୍ତି। ଦେଶର ଅନେକ ବେକାରୀ ଛାତ୍ରଛାତ୍ରୀ ତଥା ଯୁବକଯୁବତୀ ସେମାନଙ୍କ ଶିକାର ହେଉଛନ୍ତି। ଗତ କିଛି ମାସ ମଧ୍ୟରେ ବିଶେଷକରି ଓଡ଼ିଆ ଯୁବକଯୁବତୀମାନେ ଏମାନଙ୍କ ଜାଲରେ ଫସିଛନ୍ତି ଆଉ ଚାକିରି ପାଇବା ଆଶାରେ ହଜାର ହଜାର ଟଙ୍କା ଦେଇ ଲୁଣ୍ଠିତ ହୋଇଛନ୍ତି।

online loot

ଚାକିରି ପାଇବା ଆଶାରେ ହଜାର ହଜାର ଆଶାୟୀ ଖବରକାଗଜ, ନିଯୁକ୍ତି ଖବର ତଥା ଓ୍ୱେବସାଇଟ୍ ଦେଖି ନିଯୁକ୍ତି ପାଇଁ ଆବେଦନ କରିଥାନ୍ତି। ପ୍ରତ୍ୟହ ଏଭଳି ନିଯୁକ୍ତି ବିଜ୍ଞାପନ ଦେଖିବାକୁ ମିଳିଥାଏ। ବିଭିନ୍ନ ସରକାରୀ ସଂସ୍ଥା ନାମରେ ଏହି ସବୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଉଛି, ଯେଉଁଥିରେ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶରୁ ସ୍ନାତକ ପର୍ଯ୍ୟନ୍ତ ରହିଛି। କେତେକ କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ୮ମ ଥିବା ମଧ୍ୟ ଦେଖିବାକୁ ମିଳିଛି। ଏସମସ୍ତ ନିଯୁକ୍ତି ପାଇଁ ଦରମା ୧୫ ହଜାରରୁ ୨୬ ହଜାରରୁ ଅଧିକ ଏବଂ ପଦବୀ ସଂଖ୍ୟା ୨୦୦୦, ୩୨୦୦, ୪୦୦୦ ବୋଲି ଉଲ୍ଲେଖ କରାଯାଇଛି। ମେଡିକାଲ ଅଫିସର, ମେଡିକାଲ ସହାୟକ, ଲ୍ୟାବ୍ ଟେକ୍ନିସିଆନ, ଡ୍ରାଇଭର ଭଳି ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦିଆଯାଇଥିବା ଦେଖିବାକୁ ମିଳୁଛି। ଏହାଛଡ଼ା ଅପାଠୁଆରୁ ଗ୍ରାଜୁଏଟ୍, ଅର୍ଦ୍ଧଶାସକୀୟ, ଶାସକୀୟ ଯୋଗ୍ୟତା ସହ ୪୭,୫୦୦ରୁ ୭୫,୫୦୦ ଟଙ୍କା ମାସିକ ଦରମା ପାଇଁ ନିଯୁକ୍ତି ଆବେଦନ କରିବାକୁ ବିଜ୍ଞାପନ ଦିଆଯାଉଛି।

କେମିତି ହୋଇଥାଏ ଲୁଟ୍?

ଏଭଳି ଏକାଧିକ ନିଯୁକ୍ତି ବିଜ୍ଞାପନ ଖବରକାଗଜ ଏବଂ ଓ୍ୱେବସାଇଟରେ ଦେଖି ଆଶାୟୀମାନେ ଆବେଦନ କରିଥାନ୍ତି। ଏଭଳି ବିଜ୍ଞାପନଗୁଡ଼ିକରେ ମୁଖ୍ୟାଳୟ ଠିକଣା ପ୍ରାୟତଃ ଉଲ୍ଲେଖ ନ ଥାଏ। ସେମାନେ କେବଳ ମୋବାଇଲ ନମ୍ବର ଏବଂ ଓ୍ବେବସାଇଟ୍ ଲିଙ୍କ୍ ଉଲ୍ଲେଖ କରିଥାନ୍ତି। ସାଧାରଣତଃ ଆଶାୟୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିଥାଏ। ଏହାପରେ ଲୁଟେରା ଗ୍ୟାଙ୍ଗ୍ ପ୍ରାୟ ସମସ୍ତଙ୍କୁ 'ଆପଣ ନିଯୁକ୍ତି ପାଇଁ ମନୋନୀତ' ବୋଲି ଏସଏମଏସ୍ କରିଥାନ୍ତି।

ଏହାପରେ ଆବେଦନକାରୀଙ୍କୁ ଅନଲାଇନ୍ ଚାକିରି ମାଫିଆମାନେ ତାଙ୍କ ଓ୍ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ କହିଥାନ୍ତି, ଯେଉଁଥିପାଇଁ ପ୍ରାୟ ୧୬୦୦-୨୦୦୦ ଟଙ୍କା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଫି ଦେବାକୁ ପଡ଼ିଥାଏ। ଏହାପରେ ସେମାନେ ୟୁନିଫର୍ମ, ଲାପଟପ୍, ଓ୍ୱାନ୍-ଟାଇମ୍-କନସଲଟିଂ ଆଦି ନାଁରେ ଜଣକ ପିଛା ପ୍ରାୟ ୩୦-୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଲୁଟ୍ କରିଥାନ୍ତି।

ଏଭଳି ଅନଲାଇନ୍ ଚାକିରି ମାଫିଆମାନେ ରୋଜଗାର ଖୋଜୁଥିବା ନୀରିହ ଯୁବପିଢ଼ିଙ୍କଠାରୁ ଲକ୍ଷ ଲକ୍ଷ ଲୁଟ୍ କରିଥାନ୍ତି। ଏନେଇ ଆଇ.ଟି. ଏକ୍ସପର୍ଟ ପ୍ରଶାନ୍ତ ସାହୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଯୁବପିଢ଼ିଙ୍କୁ ସଚେତନ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଅନୁସାରେ, ଅନଲାଇନ୍ ଲୁଟେରାମାନେ ପ୍ରତି ମାସରେ ନୂଆ ଡୋମେନ୍ ବୁକ୍ କରୁଛନ୍ତି। ନୀରିହଙ୍କୁ ଲୁଟ୍ କରିବାପରେ ସେମାନେ ପୁରୁଣା ଓ୍ୱେବସାଇଟକୁ ବ୍ଲକ କରିଦେଇଥାନ୍ତି। ତେବେ ସେ କେତେକ ଓ୍ବେବସାଇଟର ନାଁ ଉଲ୍ଲେଖ କରି, ଅନଲାଇନ୍ ମାଫିଆଙ୍କଠାରୁ ସତର୍କ ରହିବାକୁ ଚେତାଇ ଦେଇଛନ୍ତି। ସେଗୁଡ଼ିକ ହେଲା...

1- http://absayindia.in
2- http://rsvyindia.in
3- http://rasss.co.in
4- http://asass.co.in
5- http://rspks.in
6- http://rjsvy.in

ଏଭଳି ପରିସ୍ଥିତିରେ ରୋଜଗାର ଖୋଜୁଥିବା ଯୁବପିଢ଼ିଙ୍କୁ ସତର୍କ ରହିବା ଆବଶ୍ୟକ। ବିନା ଯାଞ୍ଚରେ କୌଣସି ଆବେଦନ ମହଙ୍ଗା ପଡ଼ିପାରେ। ଦିଲ୍ଲୀର ଲୁଟେରା ଗ୍ୟାଙ୍ଗ୍ ଏଭଳି କରୁଥିବା କୁହାଯାଉଛି। ତେବେ ଏଭଳି ଲୁଟକୁ ରୋକିବା ଲାଗି ସାଇବର ସେଲ୍ ଆକ୍ଟିଭ୍ ହୋଇ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ଯକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ ପଦକ୍ଷେପ ନେଲେ ଅତି ସହଜରେ ବ୍ଯାଙ୍କ୍ ଟ୍ରାନଜାକ୍ସନ ଡିଟେଲ୍ସ ଜରିଆରେ ଲୁଟେରା ଗ୍ୟାଙ୍ଗକୁ ଧରିହେବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ଏହାସହ ଖବରକାଗଜଗୁଡ଼ିକ ମଧ୍ୟ ଏଭଳି ବିଜ୍ଞାପନ ନିଜ ପାଠକଙ୍କ ନିକଟରେ ପହଞ୍ଚାଇବା ପୂର୍ବରୁ ଥରେ ଯାଞ୍ଚ କରିନେବାର ଆବଶ୍ୟକ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story