ସମଲିଙ୍ଗୀ ସଂପର୍କରେ ଦୁଇ ପୁରୁଷ, ଜଣେ ଗର୍ଭବତୀ

ୱାଶିଂଟନ୍: ଝିଅଟିଏ ବୋହୂ ହେଲାପରେ ସ୍ୱପ୍ନ ଥାଏ, ସେ କେବେ ମାଆ ହେବ। ଘରକୁ ପିଲାଟିଏ ଆସିଲେ ସମସ୍ତେ ଖୁସି ହୁଅନ୍ତି। ମିଠା ବାଣ୍ଟନ୍ତି। ବନ୍ଧୁବାନ୍ଧବ ଓ ସାହି ପଡ଼ିଶାଙ୍କୁ ବି ଏହି ଖୁସିରେ ସାମିଲ୍ କରାଯାଏ। ଝିଅଟି ମାଆ ହୋଇଥିବାରୁ ଉଭୟ ବାପ ଓ ଶାଶୂଘରେ ସମସ୍ତେ ଖୁସି ହୁଅନ୍ତି। ତେଣୁ ଝିଅଟିଏ ଗର୍ଭ ଧାରଣ କରିବାଠୁ ପିଲା ଜନ୍ମ କରିବା ପର୍ଯ୍ୟନ୍ତ ତା ଉପରେ ସମସ୍ତଙ୍କର ନଜର ରହିଥାଏ। କିନ୍ତୁ ଆମେରିକାର ଦୁଇ ପୁରୁଷ […]

trystan-reese-0

trystan-reese-0

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 03:02 PM IST

Sports

Latest News

ୱାଶିଂଟନ୍: ଝିଅଟିଏ ବୋହୂ ହେଲାପରେ ସ୍ୱପ୍ନ ଥାଏ, ସେ କେବେ ମାଆ ହେବ। ଘରକୁ ପିଲାଟିଏ ଆସିଲେ ସମସ୍ତେ ଖୁସି ହୁଅନ୍ତି। ମିଠା ବାଣ୍ଟନ୍ତି। ବନ୍ଧୁବାନ୍ଧବ ଓ ସାହି ପଡ଼ିଶାଙ୍କୁ ବି ଏହି ଖୁସିରେ ସାମିଲ୍ କରାଯାଏ। ଝିଅଟି ମାଆ ହୋଇଥିବାରୁ ଉଭୟ ବାପ ଓ ଶାଶୂଘରେ ସମସ୍ତେ ଖୁସି ହୁଅନ୍ତି। ତେଣୁ ଝିଅଟିଏ ଗର୍ଭ ଧାରଣ କରିବାଠୁ ପିଲା ଜନ୍ମ କରିବା ପର୍ଯ୍ୟନ୍ତ ତା ଉପରେ ସମସ୍ତଙ୍କର ନଜର ରହିଥାଏ।

କିନ୍ତୁ ଆମେରିକାର ଦୁଇ ପୁରୁଷ ଟ୍ରିଷ୍ଟନ୍ ରିସ୍ ଓ  ‍ବିଫ୍‌ ଚାପ୍ଲାଙ୍କ ପାଇଁ ଏ ଖବର ଏକ ନୂଆ ବାତାବରଣ ସୃଷ୍ଟି କରିଥିଲା। ଏ ଦୁହେଁ ଉଭୟ ପୁରୁଷ ହୋଇଥିଲେ ବି ସ୍ୱାମୀ ସ୍ତ୍ରୀ। ଟ୍ରିଷ୍ଟନ୍ ସ୍ତ୍ରୀ, ବିଫ୍ ସ୍ୱାମୀ। ଉଭୟ ଗେ-ସଂପର୍କ ବା ସମଲିଙ୍ଗୀ ସଂପର୍କ ସ୍ଥାପନ କରି ପରସ୍ପରକୁ ବିବାହ କରିଛନ୍ତି। କେବଳ ବିବାହ ନୁହେଁ, ଟ୍ରିଷ୍ଟନ୍ ରିସ୍ ଗଭବର୍ତ୍ତୀ ମଧ୍ୟ ହୋଇଛନ୍ତି। ଏ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା। କିଛିଦିନ ପରେ ଯଦି ସବୁ ଠିକ୍ ଠାକ୍ ରହେ, ତେବେ ଟ୍ରିଷ୍ଟନ ମାଆ ଓ ବିଫ୍ ବାପା ହୋଇଯିବେ। ଆମେରିକାରର ଆରିଂଗନ୍‌ରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ଏହା ପୂର୍ବରୁ ୨୦୧୬ରେ ଟ୍ରିଷ୍ଟନ୍ ପ୍ରଥମଥର ପାଇଁ ଗର୍ଭବତୀ ହୋଇଥିଲେ। କିନ୍ତୁ ଛଅ ସପ୍ତାହ ଭିତରେ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଥିଲା। ଫଳରେ ଏ ଦୁଇ ପୁରୁଷ ଲଭବାର୍ଡ ଭାଙ୍ଗି ପଡ଼ିଥିଲେ। ତାଙ୍କର ଆଉ ସନ୍ତାନ ସନ୍ତତି ହେବ ବୋଲି ଆଶା ଛାଡି ଦେଇଥିଲେ। କିନ୍ତୁ ଟ୍ରିଷ୍ଟନ୍ ପୁଣି ଗର୍ଭବତୀ ହେବାରୁ ଉଭୟ ବହୁତ ଖୁସି। ଉଭୟଙ୍କ ମନରେ  ନୂଆ ଆଶା ସଞ୍ଚୟ ହୋଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos