ଭାଇରାଲ୍ ଭିଡିଓ: ୪୦ ଫୁଟ୍ ଉଚ୍ଚ ଲହରୀରୁ ବଞ୍ଚିଗଲେ ଏ ଡେୟାରଡେଭିଲ୍ ଗର୍ଲ, କେମିତି…? ପଢ଼ନ୍ତୁ ଓ ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏକ ଭିଡିଓ। ଏଥିରେ କୋରାଲୀ ଜିରାଁଲ୍ଟ ନାମକ ଜଣେ ୨୬ ବର୍ଷୀୟ ଯୁବତୀ ହିନ୍ଦ ମହାସାଗରର ଏକ ପାହାଡ଼ିଆ ଅଞ୍ଚଳରେ କାରନାମା ଦେଖାଉ ଥିଲେ। ପଥରର ଗୋଟିଏ ଚଟାଣରୁ ଆଉ ଗୋଟିଏ ଚଟାଣ ମଧ୍ୟରେ ସେ ଏକ ରସି ବାନ୍ଧି ସେଥିରେ ଜଳ ଭାଗ ପାରି  ହେଉଥିଲେ। ଏହି ଦୁଇ ପଥର ଚଟାଣ ମଧ୍ୟରେ ଦୂରତା ପ୍ରାୟ ୩୧ ମିଟର ଥିଲା। ରସିର ମଝାମଝି ହୋଇଥିବା ବେଳେ ଅଠାତ୍ ସମୁଦ୍ର ଅଶାନ୍ତ ହୋଇଯାଇଥିଲା ଆଉ ରକ୍ତ ଶୁଖି ଯିବା ଭଳି ଉଚ୍ଚା ଲହରୀ ଉଠି ଥିଲା। ଅତ୍ୟନ୍ତ ଭୟାବହ ସ୍ଥିତିରେ କୋରାଲୀ ରସିରେ ନିଜ ସନ୍ତୁଳନ ବଜାୟ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ। କିନ୍ତୁ ଏତିକି ବେଳେ ପ୍ରକୃତି ଆହୁରି ନିର୍ଦ୍ଦୟ ହୋଇଗଲା। ୪୦ ଫୁଟ ଉଚ୍ଚର ଏକ ଲହରୀ ତାଙ୍କ ଉପରକୁ ମାଡ଼ି ଆସିଲା ଓ ସେ କିଛି ଭାବିବା ପୂର୍ବରୁ ତାଙ୍କୁ ଅତିକ୍ରମ କରି ଗଲା। ଏହି ଲହରୀ ଭିତରେ ପୂରା ଲୁଚି ଗଲେ ସେ। କିନ୍ତୁ ଲହରୀ ଶାନ୍ତ ହୋଇ ତଳେ ପଡ଼ି ଯିବା ପରେ ସେ ଦୃଶ୍ୟମାନ ହେଲେ। ସେ ସେମିତି ରସିକୁ ଜାବୁଡ଼ି ଧରି ଥିଲେ।

ଲହରୀ ଦେଖି ଭିଡିଓ ଉତ୍ତୋଳନ କରୁଥିବା ତାଙ୍କ ବନ୍ଧୁ ବି ହଡ଼ବଡ଼େଇ ଯାଇଥିଲେ। ତାଙ୍କ କ୍ୟାମେରା ବି ଦୋହଲି ଯାଇଥିଲା।

ଓଡ଼ିଆରେ ଗୋଟେ କଥା ଅଛି- ରଖେ ହରି ମାରେ କିଏ। କୋରାଲୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି ବୋଲି ଏ ଭିଡିଓ ଦେଖିଥିବା ଲୋକେ କହୁଛନ୍ତି।

Ordigital Desk
• Published: Friday, 19 May 2017
• Updated: 19 May 2017, 01:36 PM IST

Sports

Latest News

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏକ ଭିଡିଓ। ଏଥିରେ କୋରାଲୀ ଜିରାଁଲ୍ଟ ନାମକ ଜଣେ ୨୬ ବର୍ଷୀୟ ଯୁବତୀ ହିନ୍ଦ ମହାସାଗରର ଏକ ପାହାଡ଼ିଆ ଅଞ୍ଚଳରେ କାରନାମା ଦେଖାଉ ଥିଲେ। ପଥରର ଗୋଟିଏ ଚଟାଣରୁ ଆଉ ଗୋଟିଏ ଚଟାଣ ମଧ୍ୟରେ ସେ ଏକ ରସି ବାନ୍ଧି ସେଥିରେ ଜଳ ଭାଗ ପାରି  ହେଉଥିଲେ। ଏହି ଦୁଇ ପଥର ଚଟାଣ ମଧ୍ୟରେ ଦୂରତା ପ୍ରାୟ ୩୧ ମିଟର ଥିଲା। ରସିର ମଝାମଝି ହୋଇଥିବା ବେଳେ ଅଠାତ୍ ସମୁଦ୍ର ଅଶାନ୍ତ ହୋଇଯାଇଥିଲା ଆଉ ରକ୍ତ ଶୁଖି ଯିବା ଭଳି ଉଚ୍ଚା ଲହରୀ ଉଠି ଥିଲା। ଅତ୍ୟନ୍ତ ଭୟାବହ ସ୍ଥିତିରେ କୋରାଲୀ ରସିରେ ନିଜ ସନ୍ତୁଳନ ବଜାୟ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ। କିନ୍ତୁ ଏତିକି ବେଳେ ପ୍ରକୃତି ଆହୁରି ନିର୍ଦ୍ଦୟ ହୋଇଗଲା। ୪୦ ଫୁଟ ଉଚ୍ଚର ଏକ ଲହରୀ ତାଙ୍କ ଉପରକୁ ମାଡ଼ି ଆସିଲା ଓ ସେ କିଛି ଭାବିବା ପୂର୍ବରୁ ତାଙ୍କୁ ଅତିକ୍ରମ କରି ଗଲା। ଏହି ଲହରୀ ଭିତରେ ପୂରା ଲୁଚି ଗଲେ ସେ। କିନ୍ତୁ ଲହରୀ ଶାନ୍ତ ହୋଇ ତଳେ ପଡ଼ି ଯିବା ପରେ ସେ ଦୃଶ୍ୟମାନ ହେଲେ। ସେ ସେମିତି ରସିକୁ ଜାବୁଡ଼ି ଧରି ଥିଲେ।

ଲହରୀ ଦେଖି ଭିଡିଓ ଉତ୍ତୋଳନ କରୁଥିବା ତାଙ୍କ ବନ୍ଧୁ ବି ହଡ଼ବଡ଼େଇ ଯାଇଥିଲେ। ତାଙ୍କ କ୍ୟାମେରା ବି ଦୋହଲି ଯାଇଥିଲା।

ଓଡ଼ିଆରେ ଗୋଟେ କଥା ଅଛି- ରଖେ ହରି ମାରେ କିଏ। କୋରାଲୀଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି ବୋଲି ଏ ଭିଡିଓ ଦେଖିଥିବା ଲୋକେ କହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos