ହ୍ୱାଟ୍‌ସଆପ୍‌ରେ ସାହିତ୍ୟ ଖଟି

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ସାହିତ୍ୟ ଆଉ କେବଳ ଘରକୋଣର ବିଳାସ ହୋଇ ରହିନାହିଁ। ଲେଖକମାନେ ବି ଧୀରେ ଧୀରେ ହାଇଟେକ୍ ହେଲେଣି। ସାହିତ୍ୟ ମଧ୍ୟ କ୍ରମେ ତା’ର ରୂପ ବଦଳେଇ ଟ୍ରେଣ୍ଡି ହେଲାଣି। ସୋସିଆଲ୍ ମିଡିଆ ଆସିବା ପରେ ସାହିତ୍ୟକୁ ନେଇ ଯେଉଁ ଧାରା ଚାଲିଥିଲା ତାହା ଏବେ ବଦଳିଗଲାଣି। “ଓଡ଼ିଶା ରିପୋର୍ଟର”ରେ ଆମେ “ସୋସିଆଲ୍ ମିଡିଆ ଓ ସାହିତ୍ୟ” ଏବଂ “ଫେସ୍‌ବୁକ୍‌ରେ କବିତା ପାଠ” ଶୀର୍ଷକ ଦୁଇଟି ଲେଖା ପ୍ରକାଶିତ କରିଥିଲୁ। ଏହି କ୍ରମରେ ଏଥର […]

whatsapp

whatsapp

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 01:19 PM IST

Sports

Latest News

ଭୁବନେଶ୍ୱର (ଜିତେନ୍ଦ୍ର ଗଡ଼ନାୟକ): ସାହିତ୍ୟ ଆଉ କେବଳ ଘରକୋଣର ବିଳାସ ହୋଇ ରହିନାହିଁ। ଲେଖକମାନେ ବି ଧୀରେ ଧୀରେ ହାଇଟେକ୍ ହେଲେଣି। ସାହିତ୍ୟ ମଧ୍ୟ କ୍ରମେ ତା’ର ରୂପ ବଦଳେଇ ଟ୍ରେଣ୍ଡି ହେଲାଣି। ସୋସିଆଲ୍ ମିଡିଆ ଆସିବା ପରେ ସାହିତ୍ୟକୁ ନେଇ ଯେଉଁ ଧାରା ଚାଲିଥିଲା ତାହା ଏବେ ବଦଳିଗଲାଣି। “ଓଡ଼ିଶା ରିପୋର୍ଟର”ରେ ଆମେ “ସୋସିଆଲ୍ ମିଡିଆ ଓ ସାହିତ୍ୟ” ଏବଂ “ଫେସ୍‌ବୁକ୍‌ରେ କବିତା ପାଠ” ଶୀର୍ଷକ ଦୁଇଟି ଲେଖା ପ୍ରକାଶିତ କରିଥିଲୁ। ଏହି କ୍ରମରେ ଏଥର ଆମେ “ହ୍ୱାଟ୍‌ସଆପ୍‌ରେ ସାହିତ୍ୟ ଖଟି” ସଂପର୍କରେ ଆଲୋଚନା କରିଛୁ।

ହ୍ୱାଟ୍‌ସଆପ୍ ହେଉଛି ଅନ୍ୟତମ ସୋସିଆଲ୍ ମିଡିଆ। ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ହ୍ୱାଟ୍‌ସଆପ୍ ବ୍ୟବହାର କରୁଛନ୍ତି। ହ୍ୱାଟ୍‌ସଆପ୍‌ରେ ସୂଚନା ଆଦାନ ପ୍ରଦାନ ସହିତ ଫଟୋ ଓ ଭିଡିଓ ଆଦି ଅତି ସହଜରେ ପଠାଯାଇଥାଏ। ହ୍ୱାଟ୍‌ସଆପ୍‌ରେ ଅନେକ ଗ୍ରୁପ୍ ମଧ୍ୟ ଗଠନ ହୋଇଛି। ଚିହ୍ନାଜଣା ଲୋକେ ହ୍ୱାଟ୍‌ସଆପ୍ ଗ୍ରୁପ୍ ଗଠନ କରି ସୂଚନା ଆଦାନ ପ୍ରଦାନ କରୁଛନ୍ତି। ବନ୍ଧୁବାନ୍ଧବ, ଅଫିସ୍‌ର ସହକର୍ମୀ, ସ୍କୁଲ୍ ଓ କଲେଜ୍ ସାଥୀଙ୍କୁ ନେଇ ଅନେକ ହ୍ୱାଟସ୍‌ଆପ୍‌ ଗ୍ରୁପ୍ ତିଆରି କରୁଛନ୍ତି ଲୋକେ। ଲେଖକ, କବି, ସାହିତ୍ୟ ଅନୁରାଗୀମାନେ ବି ପଛରେ ପଡ଼ି ଯାଇ ନାହାନ୍ତି। ଏମାନଙ୍କର ବି ହ୍ୱାଟ୍‌ସଆପ୍ ଗ୍ରୁପ୍‌ ଅଛି। ଏମାନେ ହ୍ୱାଟ୍‌ସଆପ୍‌ରେ ଅନ୍ୟ ସୂଚନା ଆଦାନ ପ୍ରଦାନ ସହିତ ସାହିତ୍ୟ ସଂପର୍କିତ ସୂଚନା ଦିଆନିଆ କରନ୍ତି। କହିବାକୁ ଗଲେ ୟାଙ୍କର ସାହିତ୍ୟ ଖଟି ହ୍ୱାଟ୍‌ସଆପ୍‌ରେ ବି ହୋଇଥାଏ।

“ଓଲ୍ଡ ବସ୍ ଷ୍ଟାଣ୍ଡ୍‌ ଖଟି”, “କବିତା ଡଟ୍‌ କମ୍‌”, “ଲିଟେରେଚର ଟାଇମ୍”,“କ୍ରିଏଟିଭ୍ ୱାର୍ଲ୍ଡ”, “କାଦମ୍ବିନୀ କ୍ଲବ୍”,“ଲାଞ୍ଚନା”,“ଗପସପ ସାହିତ୍ୟ କେଲିଆ”, ଓ “ଭୁବନେଶ୍ୱର ପୋଏଟ୍ରି ଫେସ୍‌ଟିଭାଲ୍‌” ଭଳି ଏକାଧିକ ହ୍ୱାଟ୍‌ସଆପ୍ ଗ୍ରୁପ୍ ଅଛି ଯେଉଁଥିରେ ଅନ୍ୟ ସବୁ ପ୍ରସଙ୍ଗ ସହିତ ବିଶେଷ କରି ସାହିତ୍ୟ ସଂପର୍କିତ ଖଟି ହୋଇଥାଏ।

ଏହି ହ୍ୱାଟ୍‌ସଆପ୍ ଗ୍ରୁପ୍‌ଗୁଡ଼ିକ ୨୪ ଘଣ୍ଟା ଅନ୍‌ଲାଇନ୍‌ରେ ଥାଆନ୍ତି। ଗ୍ରୁପ୍‌ର ସଦସ୍ୟମାନେ ଯେଉଁଠି ଯାହା ପଢ଼ିଲେ ତାକୁ ଗ୍ରୁପ୍‌ରେ ସେୟାର କରନ୍ତି। କେଉଁଠି କୌଣସି ପୁସ୍ତକ ଉନ୍ମୋଚନ ହେଲେ ତାକୁ ସେୟାର କରନ୍ତି। ଗ୍ରୁପ୍‌ର କୌଣସି ସଦସ୍ୟଙ୍କର କୌଣସି ପତ୍ରିକାରେ ଲେଖା ପ୍ରକାଶିତ ହୋଇଥିଲେ ତାର ଫଟୋକୁ ଗ୍ରୁପ୍‌ରେ ସେୟାର କରନ୍ତି। ଫଳରେ ଯେଉଁମାନେ ପଢ଼ିପାରି ନ ଥାଆନ୍ତି ସେମାନେ ପଢ଼ନ୍ତି। କେବେଳ ଗ୍ରୁପ୍‌ର ସଦସ୍ୟମାନଙ୍କ ଲେଖା ନୁହେଁ, ଅନ୍ୟମାନଙ୍କର ଲେଖାକୁ ବି ସେମାନେ ସେୟାର କରନ୍ତି। ସାହିତ୍ୟ ସଂପର୍କିତ ଉତ୍ସବ ସଂପର୍କରେ ହ୍ୱାଟ୍‌ସଆପ୍‌ରେ ସେୟାର ହୋଇଥାଏ। ସାହିତ୍ୟ ସଂପର୍କିତ ଅନ୍ୟ ସବୁ ଆଲୋଚନା ବି ସେମାନେ ଏଥିରେ କରନ୍ତି।

“ଓଲ୍ଡ ବସ୍‌ଷ୍ଟାଣ୍ଡ୍‌ ଖଟି” ହ୍ୱାଟ୍‌ସଆପ୍‌ର ସଦସ୍ୟ ପ୍ରଣବ ପ୍ରକାଶ ନାୟକ କହିଛନ୍ତି,“କୌଣସି ସ୍ଥାନରେ ସାହିତ୍ୟ ସଭା ଅବା କବିତା ପାଠ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ ହ୍ୱାଟ୍‌ସଆପ୍ ମାଧ୍ୟମରେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ସୂଚନା ଦିଆଯାଇପାରୁଛି। ପ୍ରତିଦିନ ଏକାଧିକ ପତ୍ରପତ୍ରିକାରେ ଏକାଧିକ କବି ଓ ଲେଖକଙ୍କ କବିତା ଓ ଗପ ଆଦି ପ୍ରକାଶ ପାଉଛି। ସମସ୍ତେ ସବୁ ପଢ଼ିପାରୁ ନାହାନ୍ତି। ତେଣୁ ଗ୍ରୁପ୍‌ର ସଦସ୍ୟମାନଙ୍କ ମଧ୍ୟରୁ ଯିଏ ଯେଉଁଠି ଗପ ଅବା କବିତାଟିଏ ପଢ଼ିଲା ସେ ସଂପର୍କିତ ସୂଚନା ସେ ହ୍ୱାଟ୍‌ସଆପ୍ ଦେଉଛନ୍ତି। ଉକ୍ତ କବିତା ବା ଲେଖା ଫଟୋ ଉଠାଇ ମଧ୍ୟ ସେୟାର କରୁଛନ୍ତି। ଫଳରେ ଅନ୍ୟମାନେ ପଢ଼ି ପାରୁଛନ୍ତି।”

ସେ ଆହୁରି କହିଛନ୍ତି,“ଅନେକ ସମୟରେ ଅନେକ ସାହିତ୍ୟିକ ପୁରସ୍କୃତ ହେଉଛନ୍ତି। ସେ ସଂପର୍କିତ ଖବର ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ରେ ସେୟାର କରୁଛୁ। ବେଳେ ବେଳେ ପୁରସ୍କାର ପାଇଥିବା ସାହିତ୍ୟିକଙ୍କୁ ନେଇ ଗ୍ରୁପ୍‌ରେ ଭିନ୍ନ ମତ ପ୍ରକାଶ ପାଏ।  ତେଣୁ ଏହାକୁ ନେଇ ତର୍କବିତର୍କ ବି ହ୍ୱାଟ୍‌ସଆପ୍‌ରେ ହୋଇଥାଏ।”

କବି ତଥା “କାଦମ୍ବିନୀ କ୍ଲବ୍” ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ର ସଦସ୍ୟ କେଦାର ପୃଷ୍ଟି ବି ସେଇ କଥା କହିଛନ୍ତି।

କୁହାଯାଏ ଖଟିରୁ କବି ଓ ଲେଖକମାନଙ୍କୁ ଅନେକ ଆଇଡିଆ ମିଳିଯାଏ। ଏବେ ଅଫିସ୍‌ କାମ ଜନିତ ବ୍ୟସ୍ତତା ହେଉ ଅବା ଅନ୍ୟ କୌଣସି କାରଣ ଯୋଗୁଁ ସମସ୍ତେ ସବୁ ବେଳେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଖଟି କରିପାରୁନାହାନ୍ତି। ଏଭଳି ସ୍ଥଳେ ହ୍ୱାଟ୍‌ସଆପ୍ ଭଳି ସୋସିଆଲ୍ ମିଡିଆ ଦୂରରେ ରହୁଥିବା ସାହିତ୍ୟିକ ବନ୍ଧୁ ଓ ସାହିତ୍ୟ ଅନୁରାଗୀମାନଙ୍କୁ ଖଟି କରିବାର ସୁଯୋଗ ଆଣି ଦେଇଛି। ବିଶେଷ କରି ସାହିତ୍ୟ ଜଗତର ଖବର ସଂପର୍କରେ ସେମାନେ ଅପ୍‌ଡେଟ୍ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story