ଫେରିବାର ନାଁ ନୁହେଁ ଇନ୍ଦ୍ରଧନୁର ଗାଁ: ଅପରିଚିତ ଗାଁକୁ କିଏ ଦେଲା ପରିଚୟ, ପଢନ୍ତୁ ପୂରା କାହାଣୀ

ବଦଳୁଛି ସମୟ। ବଦଳୁଛି ଜୀବନଧାରା। ବଦଳୁଛି ମାନସିକତା। ବଦଳୁଛି ମଣିଷ। ଆଉ ଏ ବଦଳୁଥିବା ଧାରା ଭିତରେ ଗାଁ ପାଲଟୁଛି ସହର। ହେଲେ ଆଜି ବି ଅନେକ ଗାଁକୁ ଗଲେ ଭୋକଶୋଷ ଭୂଲି ଯାଏ ମଣିଷ। ଗାଁର ସରଳ ମଣିଷ, ଗାଁର ସୌନ୍ଦର୍ଯ୍ୟ, ଆଉ ଗାଁର ଶାନ୍ତ ପରିବେଶ ଭୂଲାଇ ଦିଏ ସବୁକିଛିକୁ। ସହରର ଧାଁ ଦଉଡ଼ ଜୀବନ ଭିତରୁ କେବେ ସେମିତି ଏକ ଗାଁକୁ ଗଲେ ଫେରିବାକୁ ଇଚ୍ଛା ହୁଏନି। ବେଳେବେଳେ ଏମିତି ବି ହୋଇଛି […]

RAINBOW-VILLAGE

RAINBOW-VILLAGE

Rakesh Mallick
  • Published: Friday, 19 May 2017
  • Updated: 19 May 2017, 05:07 PM IST

Sports

Latest News

ବଦଳୁଛି ସମୟ। ବଦଳୁଛି ଜୀବନଧାରା। ବଦଳୁଛି ମାନସିକତା। ବଦଳୁଛି ମଣିଷ। ଆଉ ଏ ବଦଳୁଥିବା ଧାରା ଭିତରେ ଗାଁ ପାଲଟୁଛି ସହର। ହେଲେ ଆଜି ବି ଅନେକ ଗାଁକୁ ଗଲେ ଭୋକଶୋଷ ଭୂଲି ଯାଏ ମଣିଷ। ଗାଁର ସରଳ ମଣିଷ, ଗାଁର ସୌନ୍ଦର୍ଯ୍ୟ, ଆଉ ଗାଁର ଶାନ୍ତ ପରିବେଶ ଭୂଲାଇ ଦିଏ ସବୁକିଛିକୁ। ସହରର ଧାଁ ଦଉଡ଼ ଜୀବନ ଭିତରୁ କେବେ ସେମିତି ଏକ ଗାଁକୁ ଗଲେ ଫେରିବାକୁ ଇଚ୍ଛା ହୁଏନି। ବେଳେବେଳେ ଏମିତି ବି ହୋଇଛି ସେହି ସୌନ୍ଦର୍ଯ୍ୟଭରା ଗାଁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି। ହେଲେ ଆମେ ଆଜି ଯେଉଁ ଗାଁକୁ ନେଇ ଆପଣଙ୍କୁ ଛାଡ଼ି ଦେବୁ, ହୁଏତ ସେଠାରୁ ଫେରିବାକୁ ଆପଣ ଆଉ ମନ ବଳାଇବେ ନାହିଁ।

ସେମିତି ଏକ ଜାଗା ହେଲା ଇଣ୍ଡୋନେସିଆର ଇନ୍ଦ୍ରଧନୁର ଗାଁ। ଆଖି ଯୁଆଡ଼େ ଚାହିଁବ କେବଳ ଦେଖିବ ସପ୍ତରଙ୍ଗର ଛିଟା। ଆପଣଙ୍କ ପ୍ରଶ୍ନିଳ ମନକୁ ଅଧିକ ଭାରାକ୍ରାନ୍ତ ନ କରି କହି ଦେଉଛୁ, ଇନ୍ଦ୍ରଧନୁର ଗାଁ ସୃଷ୍ଟି ପଛର ପୁରା କାହାଣୀ।

ଦେଖନ୍ତୁ ଏହି ଦୁଇଟି ଫଟୋକୁ-ଗୋଟିଏ ପ୍ରକୃତିର ସୃଷ୍ଟି ଓ ଅନ୍ୟଟିକୁ ସୃଷ୍ଟି କରିଛି ସୃଜନଶୀଳ ମଣିଷ

rainbow-village-kampungସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟି ଥିବା ଇଣ୍ଡୋନେସିଆର ଏ ଗାଁର ନାଁ କାମପୁଙ୍ଗି ପେଲଙ୍ଗି। ଜଣେ 58 ବର୍ଷ ବୟସ୍କ ଶିକ୍ଷକଙ୍କ ମନକୁ ଆସିଥିଲା ଏମିତି ଏକ ଖିଆଲି ସ୍ୱପ୍ନ। ଗାଁର କିଛି ସୃଜନଶୀଳ ମଣିଷ ଶିକ୍ଷକଙ୍କ ଠାରୁ ଏକଥା ଶୁଣିବା ପରେ ଗାଁର ଏକ ରଙ୍ଗିନ ପରିବର୍ତ୍ତନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଲକ୍ଷ୍ୟ ଥିଲା ଅପରିଚିତ ଗାଁକୁ କେବଳ ରଙ୍ଗ ନୁହେଁ ପରିଚୟ ଦେବା।

ଗାଁ ଲୋକଙ୍କ ପ୍ରସ୍ତାବରେ ସରକାର ବି ହଁ ଭରି ଦେଇଥିଲେ। ଯୋଗାଇ ଦେଇଥିଲେ ଇନ୍ଦ୍ରଧନୁର ଗାଁ କରିବାକୁ ଟଙ୍କା। ମାତ୍ର ମାସକ ଭିତରେ ସାତରଙ୍ଗର ଛିଟା ଲାଗିଲା ସବୁଆଡ଼େ। ଘରର ଛାତ, କାନ୍ଥବାଡ଼, ଅଫିସ୍, ଦୋକାନ, ବଜାର ସବୁଠି ରଙ୍ଗ ହିଁ ରଙ୍ଗ। ମାସଟିଏର ସମୟ ପରେ ଅର୍ଥାତ୍ ମେ ପହିଲା ବେଳକୁ ବଦଳିଗଲା ଗାଁର ଚିତ୍ର ଓ ଚରିତ୍ର । ବଦଳିଗଲା ଗାଁର ରୂପରେଖ। ଆଉ ଏବେ ଗାଁ ପାଇଛି ନୂଆ ନାଁ-ଇନ୍ଦ୍ରଧନୁର ଗାଁ।

ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଗାଁକୁ ନେଇ ଖୁବ୍ ଚର୍ଚ୍ଚା। ଆଉ ଏବେ ଦେଶବିଦେଶର ପର୍ଯ୍ୟଟକଙ୍କ ଟ୍ରାଭେଲ୍ କ୍ୟାଲେଣ୍ଡରରେ ଯୋଡ଼ି ହୋଇଯାଇଛି ଏହି ଛୋଟିଆ ଗାଁର ନାଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos