ଓଡ଼ିଆ ଜାତି, ଧନ ଥାଇ ହେଲା ଗରୀବ ଅତି

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ଧନୀ ନମ୍ବର ୱାନ। କିନ୍ତୁ ଓଡ଼ିଆ ଗରୀବ ନମ୍ବର ୱାନ୍‌। କାହିଁକି ଏମିତି ହେଇଛି? କିଏ ଏଥିପାଇଁ ଦାୟୀ? ଚାଲନ୍ତୁ, ନିଜକୁ ଭଲକି ଜାଣିବା, ବୁଝିବା ଓ ତେଜିବା। କ’ଣ ନାହିଁ ଆମର? ଆମ ସଂଖ୍ୟା ମାତ୍ର ୪.୩ କୋଟି। ଆମର ଅଛି ୬୧ ଲକ୍ଷ ହେକ୍ଟରର ଚାଷଜମି। ୫୮ ଲକ୍ଷ ହେକ୍ଟରର ଜଙ୍ଗଲ। ଭାରତବର୍ଷର ୧୧ ପ୍ରତିଶତ ଜଳ ସଂପଦ। ବାର୍ଷିକ ପ୍ରାୟ ୧୪୦୦ ମିଲିମିଟରର ବୃଷ୍ଟିପାତ। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, […]

farming

farming

Debendra Prusty
  • Published: Wednesday, 29 September 2021
  • Updated: 29 September 2021, 05:54 PM IST

Sports

Latest News

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ଧନୀ ନମ୍ବର ୱାନ। କିନ୍ତୁ ଓଡ଼ିଆ ଗରୀବ ନମ୍ବର ୱାନ୍‌। କାହିଁକି ଏମିତି ହେଇଛି? କିଏ ଏଥିପାଇଁ ଦାୟୀ? ଚାଲନ୍ତୁ, ନିଜକୁ ଭଲକି ଜାଣିବା, ବୁଝିବା ଓ ତେଜିବା।

କ’ଣ ନାହିଁ ଆମର? ଆମ ସଂଖ୍ୟା ମାତ୍ର ୪.୩ କୋଟି। ଆମର ଅଛି ୬୧ ଲକ୍ଷ ହେକ୍ଟରର ଚାଷଜମି। ୫୮ ଲକ୍ଷ ହେକ୍ଟରର ଜଙ୍ଗଲ। ଭାରତବର୍ଷର ୧୧ ପ୍ରତିଶତ ଜଳ ସଂପଦ। ବାର୍ଷିକ ପ୍ରାୟ ୧୪୦୦ ମିଲିମିଟରର ବୃଷ୍ଟିପାତ। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବୈତରଣୀ, ବ୍ରାହ୍ମଣୀ, ମହାନଦୀ, ଋଷିକୂଲ୍ୟା, ବଂଶଧାରା, ଇନ୍ଦ୍ରାବତୀ ପରି ଅନେକ ସୁନାବ୍ୟା ଓ ଚିରସ୍ରୋତା ନଦୀ। ୪୮୭ କିଲୋମିଟରର ବିସ୍ତୀର୍ଣ୍ଣ ସମୁଦ୍ର କୂଳ। ନଅଟି କୃଷି-ପାଗ ଅଞ୍ଚଳ। ଅର୍ଥାତ ଆମର ଏଠି ପ୍ରାୟ ନଅ ପ୍ରକାର କୃଷି ପାଣିପାଗ ଓ ସେହି ଅନୁସାରେ ଜୈବ ବିବିଧତା। ଘିଅମହୁରେ ଭାସିବା ପାଇଁ ସତରେ ଆଉ କ’ଣ ଦରକାର? ତଥାପି, ଆମର ଏଠି ଅନାହାର ମୃତ୍ୟୁ ହୁଏ। ଉପଯୁକ୍ତ ପୁଷ୍ଟି ଅଭାବରେ ଷଢ଼ନ୍ତି ପ୍ରାୟ ୩୦ ପ୍ରତିଶତ ଲୋକ। ପ୍ରତି ଦୁଇ ଜଣରେ ଜଣେ ମହିଳା ରକ୍ତହୀନ। ଚାଷ ଓ ଜଙ୍ଗଲ ଜମିକୁ ଯଦି ଆମ ପରିବାର ଭିତରେ ବାଣ୍ଟି ଦିଆଯାଆନ୍ତା ତେବେ ପରିବାର ପିଛା ଏକ ହେକ୍ଟରରୁ ଅଧିକ ବା ପ୍ରାୟ ୩ ଏକର ଲେଖାଁ ଭାଗ ପଡ଼ନ୍ତା। ଗୋଟେ ପରିବାର ଚଳିବା ପାଇଁ ଏତକ ନିଶ୍ଚୟ ଯଥେଷ୍ଟ ହୁଅନ୍ତା।

ଆମର ଅଛି ୧୮୧୦ ନିୟୁତ ଟନ୍‌ର ବକ୍ସାଇଟ୍‌ ଭଣ୍ଡାର। ସା ସାଙ୍ଗକୁ ୫୧୫୩ ନିୟୁତ ଟନ୍‌ର ଲୁହା ପଥର, ୧୭୪ ନିୟୁତ ଟନ୍‌ର କ୍ରୋମାଇଟ୍‌, ୧୨୦ ନିୟୁତ ଟନ୍‌ର ମାଙ୍ଗାନିଜ୍‌, ୪ ନିୟୁତ ଟନ୍‌ର ତମ୍ବା, ୨୨୬ ନିୟୁତ ଟନ୍‌ର ବିରଳ ମୃତ୍ତିକା ବା ଖଣିଜ ବାଲି, ୧୭୪ ନିୟୁତ ଟନ୍‌ର ନିକେଲ, ୬୫ ହାଜର ନିୟୁତ ଟନ୍‌ର କୋଇଲା, ୩୩୦ ନିୟୁତ ଟନ୍‌ର ଡୋଲୋମାଇଟ୍‌, ୪.୫ ନିୟୁତ ଟନ୍‌ର ଗ୍ରାଫାଇଟ୍‌, ୪୬୩ ନିୟୁତ ଟନ୍‌ର ଡାଇମେନ୍‌ସନ ଷ୍ଟୋନ୍‌ ବା ଗ୍ରାନାଇଟ୍‌ ସଦୃଶ ପଥର, ୭୦ ନିୟୁତ ଟନ୍‌ର କ୍ୱାର୍ଜ। ତା’ ଛଡ଼ା ସୁନା, ହୀରା, ମର୍କତ, ମାଣିକ୍ୟ, ବୈଦୁର୍ଯ୍ୟ, ଇନ୍ଦ୍ରନୀଳ, ପ୍ଲାଟିନମ୍‌, ଟିଣ ଆଦି ଭଣ୍ଡାରର ଆକଳନ ଏଯାଏଁ ହୋଇନାହିଁ। ଏସବୁ ଭଣ୍ଡାର ଆମ ଓଡ଼ିଶାର ବହୁ ପାର୍ବତ୍ୟ ଓ ଜଙ୍ଗଲ ଅଞ୍ଚଳରେ ରହିଥିବା କେବେଠାରୁ ଚିହ୍ନଟ ହୋଇସାରିଛି।

ଏସବୁ ଖଣିଜ ଭଣ୍ଡାର ସତ୍ତ୍ୱେ ଆମେ ଦରିଦ୍ର। ଆମର ଖାଇବାକୁ ନାହିଁ, ପିନ୍ଧିବାକୁ ନାହିଁ, ନାଇବାକୁ ନାହିଁ। ଆମକୁ ସରକାର ଦିଅନ୍ତି ଟଙ୍କିକିଆ ଚାଉଳ, ମାଗଣାରେ ସାଇକେଲ୍‌, ସ୍କୁଲ ପୋଷାକ, ବହିପତ୍ର, ଛତା, ଜୋତା, କମ୍ବଳ, ଆହାର, ଭତ୍ତା, ପକ୍କା ଘର ... ଏମିତି କେତେ କ’ଣ। କାରଣ ଆମେ ଦରିଦ୍ର। ଆମର କିଛି ନାହିଁ! ଆମ ସଂପତ୍ତି ନେଲା କିଏ? ବା ନେଉଛି କିଏ? ସେ କଥା ଆମେ କେବେ କାହାକୁ ପଚାରି ନାହାନ୍ତି। ନିଜେ ବି ଘରେ ବସି ହିସାବ କରିନାହାନ୍ତି। ସେଇଥିପାଇଁ ଆମେ ଦରିଦ୍ର। ଆମର ସର୍ବସାଧାରଣ ସଂପତ୍ତି ହଡ଼ପ ହେଉଛି ବୋଲି ହିଁ ଆମେ ଦାଦନ ଖଟି ବାହାରକୁ ଯାଉଛେ, ଗୋଡ଼ହାତ ହରେଇ ଫେରୁଛେ। ଆମେ କଲିକତାରେ ମୋଟିଆ, ସୁରତରେ ଶ୍ରମିକ, ଆନ୍ଧ୍ରରେ ଇଟା ମୂଲିଆ, ସାରା ଦେଶରେ ପାଣି ପାଇପ୍‌ ମିସ୍ତ୍ରୀ। ଆମ ସଂପତ୍ତି ପର ଖାଉଛି, ଆମେ ଅନେଇଛୁ ସରକାରୀ ହାତଟେକାକୁ।

ଆମ ସରକାର କୃଷି କର୍ମଣ ପୁରସ୍କାର ପାଆନ୍ତି। ଆମେ ଖୁସି ହେଉ। ଆମ ସରକାର ଶ୍ରେଷ୍ଠ ପ୍ରଶାସକର ପୁରସ୍କାର ପାଆନ୍ତି। ଆମେ ଉତ୍ସବ ମନାଉ। ଆମ ସରକାର ଲୋକପ୍ରିୟତା ସର୍ଭେରେ ଏକ ନମ୍ବର ହେଲେ ଆମ ଛାତି କୁଣ୍ଢେମୋଟ ହୋଇଯାଏ। ଆମେ ‘ଆମ ହିରୋ ଆମ ହିରୋ’ ବୋଲି ଗଳିକନ୍ଦି ଗଳା ଫଟାଇ ଚିତ୍କାର କରୁ। ଆମ ନେତାମାନେ ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ନୁହେଁ, ଯୁଗ ଯୁଗ ସିଂହାସନରେ ବସି ଅୟସ କଲେ ଆମକୁ ଗର୍ବ ଲାଗେ। ପଛକେ ଆମେ ସର୍ବସ୍ୱାନ୍ତ ହେଇଚାଲିଥାଉ। ସେ ଯେତେବେଳେ କହନ୍ତି ବିକାଶର ଯୁଗ, ଆମେ ବିକାଶ ବିକାଶ ଅଣ୍ଡାଳି ହେଉ, ନପାଇ କହୁ କେନ୍ଦ୍ର ନେଇଗଲା, ପଡ଼ୋଶୀ ଚୋରେଇ ନେଲା, କମ୍ପାନୀ ଠକି ଦେଲା। ସେ ଯେତେବେଳେ କହନ୍ତି, ଆମ ପିଲାମାନେ ଆମର ମାନ, ଆମେ ଆମର ନୁଖୁରା ମୁଣ୍ଡିଆ, ସାତସିଆଁ ଜାମା ପିନ୍ଧା ପିଲା ଦେହରେ ହାତ ବୁଲେଇ ଆଣୁ, ଭାବୁ ମୋ ଛୁଆ ଦିନେ ବଡ଼ ହାକିମ ହେବ, ଆମ ଗାଁର ନାଁ ରଖିବ। ଦେଖିଲାବେଳକୁ ଗାଁରେ ମୂଳରୁ ସ୍କୁଲ ନାହିଁ, ସ୍କୁଲ ଥିଲେ ମାଷ୍ଟର ନାହିଁ, ମାଷ୍ଟର ଥିଲେ ବହି ନାହିଁ, ବହି ଥିଲେ ପଢ଼ା ନାହିଁ।

ଆମର ୪.୩ କୋଟି ଲୋକରୁ ପ୍ରାୟ କୋଟିଏ ନିରକ୍ଷର ଶ୍ରୀ ଅକ୍ଷର ବିବର୍ଜିତ। ସ୍ୱାଧୀନତାର ୭୪ ବର୍ଷ ପରେ ବି। ୪୬ ହଜାର ସ୍କୁଲ ଥାଇ କରି। କାରଣ ୧୮ ସ୍କୁଲରେ ହେଡ଼ ମାଷ୍ଟର ନାହାନ୍ତି, ୮ ହଜାର ସ୍କୁଲରେ ୧୨ ହଜାର ସହାୟକ ଶିକ୍ଷକ ନାହାନ୍ତି। ୬୦ ଲକ୍ଷ ପିଲାଙ୍କୁ ୨.୫ ଲକ୍ଷ ମାଷ୍ଟର। ଜଣେ ମାଷ୍ଟରଙ୍କୁ ୩୦ ପିଲା। ସେଥିରେ ପୁଣି ବର୍ଷର ଅଧେ ଦିନ ସେମାନେ ଭୁବନେଶ୍ୱର ପିଏମଜି ଛକରେ ଧାରଣା ଦେବେ। ପଢ଼େଇବାକୁ କେହିନାହିଁ। ମୋଟ ଉପରେ ଦେଖିଲେ ସ୍କୁଲ ସବୁ ମାଷ୍ଟର ବିନା ପଡ଼ିଆ। ଶହେରୁ ଅନ୍ୟୁନ ୨୨ ମାଷ୍ଟର ନାହାନ୍ତି। କ’ଣ ନା ଆମ ପିଲା ମଣିଷ ହେବେ, ନାଁ ରଖିବେ! ୨୦୧୮ ମସିହାରେ ଏନସିଇଆରଟି ତରଫରୁ ଗୋଟେ ସର୍ଭେ ହୋଇଥିଲା। ସେଥିରୁ ଜଣାପଡ଼ିଲା ଯେ ଆମ ପିଲାଙୋକ ଭିତରୁ ଶହେ ମାତ୍ର ୫୩ ଜଣ ସ୍କୁଲ ପାଠ ବିଷୟରେ କିଛି କିଛି ଜାଣିଛନ୍ତି। ବାକି ସମସ୍ତେ ସଂପୂର୍ଣ୍ଣ ଅଜ୍ଞାନ। ସେହି ବର୍ଷ ପ୍ରକାଶ ପାଇଥିଲା ଆସର୍‌ ବା ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେସନ ରିପୋର୍ଟ। ସେଥିରୁ ଜଣାପଡ଼ିଥିଲା ଯେ ଓଡ଼ିଶାର ପଞ୍ଚମ ଶ୍ରେଣୀରେ ଯେତେ ପିଲା ପଢ଼ନ୍ତି ସେମାନଙ୍କ ଭିତରୁ ଶହେରୁ ମାତ୍ର ୬୭ ଜଣଙ୍କୁ ୧୦ରୁ ୯୯ ଯାଏଁ ସଂଖ୍ୟା ଚିହ୍ନି ଆସେନି, ଶହେରୁ ୭୬ ଜଣ ସାଧାରଣ ଫେଡ଼ାଣ ବି କରିପାରନ୍ତିନି। ଏଇଥିରୁ ବୁଝିବା କଥା ଆମ ସରକାର ଆମକୁ କିପରି ବିଶ୍ୱ ସ୍ତରୀୟ ଶିକ୍ଷା ସୁବିଧା ଯୋଗେଇ ଦେଇଛନ୍ତି ଓ ଆମେ କିପରି ଏଇ ଶିକ୍ଷା ପାଇ ବିଦେଶୀ ସହର କଥା ଛାଡ଼ନ୍ତୁ ଦେଶୀ ସହରରେ କାମ କରିବୁ! ଆମ ସରକାର ମାଷ୍ଟର ନରଖି ଶିକ୍ଷା ସହାୟକରେ କାମ ଚଳଉଛନ୍ତି। ପ୍ରତି ସ୍କୁଲରେ ସର୍ବନିମ୍ନ ୨ ଜଣ ଶିକ୍ଷକ ରଖିବାକୁ କହିଲେ, ସ୍କୁଲ ବନ୍ଦ କରି ପାଖ ସ୍କୁଲରେ ମିଶେଇ ଦଉଛନ୍ତି।

ଆମର ଦେହପା ଖରାପ ହେଲେ ପାଖରେ କେଉଁଠି ଡାକ୍ତରଖାନା ନାହିଁ। ସବୁ ବ୍ଲକରେ ଏଯାଏଁ ପିଏଚସି କି ସିଏଚସି ହେଇପାରିଲା ନାହିଁ। ସରକାର ଆମର ଡାକ୍ତର ରଖୁନାହାନ୍ତି। ଆମର ଦରକାର ୪୬ ହଜାର ଡାକ୍ତର, ସବୁ ପ୍ରକାର ଡାକ୍ତର ମିଶେଇଲେ, ମାନେ ଏଲୋପାଥି, ଆୟୁର୍ବେଦିକ, ହୋମିଓପାଥି ଇତ୍ୟାଦି। ଅଛନ୍ତି ମାତ୍ର ୨୬ ହଜାର। ହାରାହାରି ହିସାବରେ ଆମ ଓଡ଼ିଶାରେ ୨୧୮୭ ଜଣଙ୍କ ପିଛା ଅଛନ୍ତି ମାତ୍ର ଜଣେ ଡାକ୍ତର। ଏକଥା କହିଲେ ସରକାର ଫାର୍ମାସିଷ୍ଟଙ୍କୁ ଡାକ୍ତର ପରି ଓଷଦ ଲେଖିବାକୁ ଅନୁମତି ଦିଅନ୍ତି। ସରକାର ଡାକ୍ତରଖାନା ନଖୋଲି ଘରୋଇ ଡାକ୍ତରଖାନା ପାଇଁ ମାଗଣାରେ ଜମି ଓ ଜଳ ଆଦି ଯୋଗେଇ ଦିଅନ୍ତି। ଘରୋଇ ଡାକ୍ତରଖାନାରେ କିପରି ଅଧିକରୁ ଅଧିକ ରୋଗୀ ଭର୍ତ୍ତି ହେବେ ସେ ଦାୟିତ୍ୱ ମଧ୍ୟ ସରକାର ବାହାଦୂର ବହନ କରନ୍ତି ଓ ଜରୁରୀ ଆବଶ୍ୟକ ହେଲେ ସରକାରୀ ଡାକ୍ତରଖାନାକୁ ରୋଗୀ ଚିକିତ୍ସା ଖର୍ଚ୍ଚ ନଦେଇ ଘରୋଇ ଡାକ୍ତରଖାନାକୁ ଦିଅନ୍ତି, ବେଡ଼ ଚାର୍ଜ ବି। ଅଥଚ ସରକାରୀ ଡାକ୍ତରଖାନାରେ ରୋଗୀଙ୍କଠାରୁ ୟୁଜର୍ସ ଫି ଆଦାୟ କରିବାକୁ ବି ନିର୍ଦ୍ଦେଶ ଦିଆଯାଏ।

ଆମର କୃଷି କର୍ମଣ ଏତେ ଅଧିକ ଯେ ଅଣ୍ଡା ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ୧୦ମ, ମାଂସ ଉତ୍ପାଦନରେ ୧୨ଶ ଓ ଦୁଗ୍ଧ ଉତ୍ପାଦନରେ ୧୬ଶ। ସମସ୍ତେ ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଖାଇବାକୁ ପାଆନ୍ତି ନାହିଁ। କାରଣ ଅଧିକାଂଶ ଗରୀବ। ଏବେ ଆମ ରାଜ୍ୟର ପ୍ରାୟ ୩୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ବୋଲି ଖୋଦ ରାଜ୍ୟ ସରକାର କହୁଛନ୍ତି ଓ ସେହି ଭିତ୍ତିରେ ରାଜ୍ୟର ୩.୫ କୋଟ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେଉଛନ୍ତି। କିନ୍ତୁ ଆମେ ଏତେ ଧନୀ ଯେ ଆମର ଏଠି ବର୍ଷକୁ ୧୪୯୨ ଲକ୍ଷ ଲିଟରର ମଦ ପିଇ ଦିଅନ୍ତି ଲୋକେ। ଏଇଟା ୨୦୧୮-୧୯ ବର୍ଷର ହିସାବ। ୨୦୦୦ ମସିହାରେ ଆମ ଲୋକେ ମାତ୍ର ୨୫୦ ଲକ୍ଷ ଲିଟର ମଦ ପିଇଥିଲେ। ୨୦୦୧-୦୨ ବର୍ଷରେ ଆମେ ଜଣକା ହାରାହାରି ୨୫୦ ମିଲିଲିଟର ମଦ ପିଇଥିଲେ। ୨୦୧୮-୧୯ ବେଳକୁ ଜଣ ଜଣକା ୩.୩ ଲିଟର ମଦ ପିଇଲେ। ଏଇଟା ନିଶ୍ଚୟ ଅଭିବୃଦ୍ଧି ଓ ବିକାଶ!

ଆମର ସିନା ପଇସା ନାହିଁ, ଆମେ କିନ୍ତୁ ମଦ ପିଉ। ଆମର ମୁଣ୍ଡ ପିଛା ଆୟ ବାର୍ଷିକ ୧,୧୬,୬୧୪ ଟଙ୍କା। ସମସ୍ତଙ୍କର ନୁହେଁ, ହାରାହାରି ହିସାବରେ। ଭାରତବର୍ଷର ଏଇ ତାଲିକାରେ ଆମର ସ୍ଥାନ ୨୪। ରାଜ୍ୟର ମୋଟ ଆୟ ବା ଜିଡିପି ହେଉଛି ୫.୩୩ ଲକ୍ଷ କୋଟି ଟଙ୍କା, ତାଲିକାରେ ଆମର ସ୍ଥାନ ୧୬। କିନ୍ତୁ ଋଣ କରିବାରେ ଆମେ ଆଗୁଆ। ଆମ ଜିଡିପିର ୧୯ ପ୍ରତିଶତ ଋଣ। ଆମେ ବର୍ଷକୁ ୧.୨୪ ଲକ୍ଷ କୋଟି ଟଙ୍କା ରାଜସ୍ୱ ପାଉ, ଖର୍ଚ୍ଚ କରୁ ୧.୫ ଲକ୍ଷ କୋଟି ଟଙ୍କା। ମାନେ ଆୟଠୁ ବ୍ୟୟ ଅଧିକ। ଏ ଅଧିକ ବ୍ୟୟ ବିକାଶରେ ବିନିଯୋଗ ହୁଏ କି ବିଳାସରେ ତାହା ଆମେ ଜାଣନ୍ତି ନାହିଁ।

ଆମର ୮ ଜିଲ୍ଲା ଭାରତବର୍ଷରେ ସବୁଠୁ ପଛୁଆ। ସୁଶାସନ ତାଲିକାରେ ଆମେ ଭାରତବର୍ଷରେ ୧୯। ଦାରିଦ୍ର୍ୟରେ କିନ୍ତୁ ଏକ ନମ୍ବର। ଆମ ରାଜ୍ୟର ଚାଷୀଙ୍କ ଆୟ ମାସିକ ମାତ୍ର ୫ ହଜାର ଟଙ୍କା। ଦିନକୁ ୧୭୦, ସର୍ବନିମ୍ନ ମଜୁରୀଠାରୁ ବି କମ୍‌। ଗର୍ବର କଥା ନା ଲଜ୍ଜାକର? କିଏ ଦାୟୀ? ଜୀବନର ମାନ ଦୃଷ୍ଟିରୁ ଦେଖିଲେ ଆମର ସ୍ଥାନ ସାରା ଦେଶରେ ୧୫। ଆମେ କେତେ ପଛୁଆ ସତେ! ଚାଷୀ ଋଣବୋଝ ଦୃଷ୍ଟିରୁ ଆମେ କିନ୍ତୁ ଦେଶରେ ଷଷ୍ଠ। ଆମର ଶହେରୁ ୬୧ ଚାଷୀ ଋଣଗ୍ରସ୍ତ। ଆମର ତ ବିକାଶ ହେଉଛି, ଆର୍ଥିକ ଅଭିବୃଦ୍ଧି ଘଟୁଛି, ତେବେ ଋଣ କାହିଁକି, ଦାରିଦ୍ର୍ୟ କାହିଁକି, ବେକାରୀ କାହିଁକି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story