ଟିକା କାହିଁକି ବାଧ୍ୟତାମୂଳକ ନୁହେଁ?

ଦେବେନ୍ଦ୍ର ପୃଷ୍ଟି ଆଗେ ଚିହ୍ନଟ ହେଲା ସାର୍ସ-କୋଭ-୨ ବା ନଭେଲ କରୋନା ଭୂତାଣୁ। ତା’ର ମୁକାବିଲା ପାଇଁ ଫାର୍ମା କମ୍ପାନୀ ବାହାର କଲେ ଭାକ୍ସିନ୍‌ ବା ଟିକା। ଭାକ୍ସିନ ବାହାରିଲା ପରେ ବଢ଼ି ଚାଲିଛି ଭାରିଆଣ୍ଟଙ୍କ ସଂଖ୍ୟା। ଆଲ୍‌ଫା, ବିଟା, ଗାମା ହୋଇ ଏବେ ଓମିକ୍ରାନରେ ପହଞ୍ଚିଲାଣି ସାର୍ସ-କୋଭ୍-୨ର ଭାରିଆଣ୍ଟ ନାଁ। ଆଉ କିଛି ଦିନ ପରେ ହୁଏତ ଭାରିଆଣ୍ଟର ନାମକରଣ କରିବାକୁ ଗ୍ରୀକ ଭାଷାରେ ଅକ୍ଷର ଅଭାବ ହେବ। ତେବେ କାହିଁକି ଏତେ ଭାରିଆଣ୍ଟ? କାହା […]

vaccine

vaccine

Debendra Prusty
  • Published: Saturday, 11 December 2021
  • Updated: 11 December 2021, 05:03 PM IST

Sports

Latest News

  • ଦେବେନ୍ଦ୍ର ପୃଷ୍ଟି

ଆଗେ ଚିହ୍ନଟ ହେଲା ସାର୍ସ-କୋଭ-୨ ବା ନଭେଲ କରୋନା ଭୂତାଣୁ। ତା’ର ମୁକାବିଲା ପାଇଁ ଫାର୍ମା କମ୍ପାନୀ ବାହାର କଲେ ଭାକ୍ସିନ୍‌ ବା ଟିକା। ଭାକ୍ସିନ ବାହାରିଲା ପରେ ବଢ଼ି ଚାଲିଛି ଭାରିଆଣ୍ଟଙ୍କ ସଂଖ୍ୟା। ଆଲ୍‌ଫା, ବିଟା, ଗାମା ହୋଇ ଏବେ ଓମିକ୍ରାନରେ ପହଞ୍ଚିଲାଣି ସାର୍ସ-କୋଭ୍-୨ର ଭାରିଆଣ୍ଟ ନାଁ। ଆଉ କିଛି ଦିନ ପରେ ହୁଏତ ଭାରିଆଣ୍ଟର ନାମକରଣ କରିବାକୁ ଗ୍ରୀକ ଭାଷାରେ ଅକ୍ଷର ଅଭାବ ହେବ। ତେବେ କାହିଁକି ଏତେ ଭାରିଆଣ୍ଟ? କାହା ପ୍ରଭାବରେ ଗୁଣ ଓ ଚରିତ୍ର ବଦଳାଉଛି ସାର୍ସ-କୋଭ-୨?  ଟିକା ନା ଓଷଦ ନା ପ୍ରକୃତି? କାମ କରୁନି କି କୋଭିଡ଼ ଟିକା? ଯଦି କାମ କରୁନି, ବାଧ୍ୟତାମୂଳକ ହେବ କାହିଁକି?

ଦିନକୁ ଦିନ ବଢ଼ି ଚାଲିଛି କରୋନା ଟିକାଗ୍ରାହୀଙ୍କ ସଂଖ୍ୟା। ଭାରତବର୍ଷରେ ଏବେ ସୁଦ୍ଧା ପ୍ରାୟ ୧୨୦ କୋଟି ଡୋଜ୍‌ର ଟିକା ଦିଆ ସରିଲାଣି। ଚଳିତ ମାସ ବା ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଦେଶର ବୟସ୍କ ଲୋକସଂଖ୍ୟାର ୫୯ ପ୍ରତିଶତଙ୍କୁ ଦୁଇ ଡୋଜ୍‌ ଟିକା ଦେବା ପାଇଁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି। ଏବେ ପ୍ରାୟ ପ୍ରତି ଦିନ ୭୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ସରକାରଙ୍କ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କୁ ଟିକା ଦେଇ କରୋନାର ତୃତୀୟ ଲହରରୁ ଭାରତକୁ ମୁକ୍ତ ରଖିବା। କେବଳ ଭାରତ ନୁହେଁ, ମୁଷ୍ଟିମେୟ ଭିନ୍ନପନ୍ଥୀ ଦେଶଙ୍କୁ ଛାଡ଼ିଦେଲେ ସମଗ୍ର ବିଶ୍ୱର ପ୍ରାୟ ସବୁ ଦେଶର କୌଶଳ ମଧ୍ୟ ଏଇଆ। ସବୁ ଲୋକଙ୍କୁ ଟିକା ଦେଇଦେଲେ କରୋନାର ନୂଆ ଲହର ଆସିବ ନାହିଁ।

କିନ୍ତୁ ବାସ୍ତବରେ କ’ଣ ସେଇଆ ହେଉଛି? ଟିକା ନେଲେ ବି କରୋନା ହେଉଛି। ଟିକା ନେଇ ନଥିବା ଲୋକଠାରୁ ଟିକା ନେଇଥିବା ଲୋକକୁ କରୋନା ଘାରୁଛି। ଟିକା ନେଇଥିବା ଲୋକଠାରୁ ବି ଟିକା ନେଇ ନଥିବା ଲୋକକୁ କରୋନା ଡେଉଁଛି। ଟିକା ବାହାରିବା ପରେ ଦୁଇ ଡୋଜ୍‌ ଟିକା ନେଇଥିବା ଅନେକ ଲୋକ କରୋନା ପୀଡ଼ିତ ହୋଇଛନ୍ତି ଓ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ଓ ଚୀନ ପରି ପଞ୍ଚମ ବୃହତ ଶକ୍ତି ସଂପନ୍ନ ରାଷ୍ଟ୍ରରେ ଅଧାରୁ ଅଧିକ ଲୋକଙ୍କୁ ଦୁଇ ଡୋଜ୍‌ ଟିକା ଦିଆସରିଲାଣି। ଚୀନର ୭୫ ପ୍ରତିଶତ ଲୋକଙ୍କର ଟିକାକରଣ ସଂପୂର୍ଣ୍ଣ ହୋଇଛି। ଆମେରିକାର ୬୦ ପର୍ସେଣ୍ଟ, ଇଂଲଣ୍ଡର ୬୮ ପର୍ସେଣ୍ଟ, ଜର୍ମାନୀର ୬୯ ପର୍ସେଣ୍ଟ ଓ ଫ୍ରାନ୍ସର ୭୧ ପର୍ସେଣ୍ଟ ଲୋକଙ୍କୁ ଦୁଇ ଡୋଜ୍‌ ଟିକା ଦିଆସରିଲାଣି। ୟୁରୋପୀୟ ୟୁନିଅନର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ୬୮ ପର୍ସେଣ୍ଟ ଓ ଇଜ୍ରାଏଲର ୬୨ ପର୍ସେଣ୍ଟ ଲୋକ ଦୁଇ ଡୋଜ ଟିକା ନେଇସାରିଲେଣି। ଭାରତରେ ଏହି ସଂଖ୍ୟା ହେଉଛି ପ୍ରାୟ ୪୦ ପର୍ସେଣ୍ଟ। ଭାରତରେ ଏଯାଏଁ ୧୨୦ କୋଟି ଡୋଜ୍ ଦିଆସରିଛି।

ତଥାପି ଏହିସବୁ ଦେଶରେ ସାର୍ସ-କୋଭ୍‌-୨ର ବିଭିନ୍ନ ଭାରିଆଣ୍ଟ ଚିହ୍ନଟ ହେଉଛନ୍ତି। ଡେଲ୍‌ଟା, ଡେଲ୍‌ଟା ପ୍ଲସ୍‌ ଓ ଓମିକ୍ରନ ପରି ଅନେକ ଭାରିଆଣ୍ଟ। ଜଣେ ଜଣେ ଲୋକ ଟିକା ନେଇକି ବି ଏକାଧିକ ଥର କୋଭିଡ-୧୯ରେ ଆକ୍ରାନ୍ତ ହେଉଥିବା ଆରଟିପିସିଆର ମେସିନ୍‌ରେ ଧରାପଡ଼ୁଛି। ଦୁଇ ଡୋଜ୍‌ ଟିକା ନେଇ ମଧ୍ୟ ଅନେକ ଡାକ୍ତର, ଖେଳାଳି, ସିନେ ତାରକା ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଏପରି ଲୋକଙ୍କ ମଧ୍ୟରେ ଅନେକଙ୍କ ବୟସ ପୁଣି ବହୁତ କମ୍‌। ଇଂଲଣ୍ଡ ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୨୧ ଜାନୁଆରୀରୁ ସେପ୍ଟେମ୍ବର ମାସ ମଧ୍ୟରେ ଦୁଇ ଡୋଜ୍‌ ଟିକା ନେଇଥିବା ପ୍ରାୟ ୪୫୦୦ ଲୋକଙ୍କର କୋଭିଡ-୧୯ରେ ମୃତ୍ୟୁ ହୋଇଯାଇଛି। ଏହି ସମୟ ଅବଧି ମଧ୍ୟରେ ଅବଶ୍ୟ ଆଦୌ ଟିକା ନେଇ ନଥିବା ମୃତ କୋଭିଡ ରୋଗୀଙ୍କ ସଂଖ୍ୟା ହେଉଛି ୩୫ ହଜାର। ଭାରତରେ ମଧ୍ୟ ଟିକା ନେବା ପରେ ୨୧୧୬ ଜଣଙ୍କଠାରେ ବିପରୀତ ପ୍ରତିକ୍ରିୟା ସୃଷ୍ଟି ହୋଇଥିବାର ସରକାରଙ୍କ ପାଖରେ ଖବର ଅଛି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର ମୃତ୍ୟୁ ବି ହୋଇଛି। ତେବେ, ସବୁ ପ୍ରତିକ୍ରିୟା ଘଟଣାର ପୂର୍ଣ୍ଣ ତର୍ଜମା ଏଯାଏଁ ସରି ନାହିଁ।

ଏସବୁ ତଥ୍ୟରୁ ଜଣାପଡ଼ୁଛି ଯେ ହୁଏତ କୋଭିଡ ଟିକାଟି କୋଭିଡ ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ରୋକିପାରୁ ନାହିଁ କିମ୍ବା ଏହା ଅନେକ ଲୋକଙ୍କ ପାଇଁ ସଂପୂର୍ଣ୍ଣ ଅନାବଶ୍ୟକ ହୋଇଥିବାରୁ ସେମାନଙ୍କ ଦେହରେ ଏହା ପ୍ରତିକ୍ରିୟା ସୃଷ୍ଟି କରୁଛି। କିମ୍ବା ଏହା ମଧ୍ୟ ହୋଇଥାଇ ପାରେ ଯେ କୋଭିଡ ଛାନିଆରେ ଫାର୍ମା କମ୍ପାନୀମାନେ ବିଶ୍ୱର ମଙ୍ଗଳ ଉଦ୍ଦେଶ୍ୟରେ ଅତ୍ୟନ୍ତ ତରବରିଆ ଭାବେ ତିଆରି କରିଥିବା ଟିକା ସବୁ ପର୍ଯ୍ୟାୟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଏମର୍ଜେନ୍ସି ୟୁଜ ବା ଜରୁରୀ ବ୍ୟବହାର ଭାବେ ଅନୁମତି ପାଇଥିବାରୁ ସମସ୍ତଙ୍କ କ୍ଷେତ୍ରରେ ସଠିକ ଭାବେ କାମ କରୁନାହିଁ। ବୈଜ୍ଞାନିକମାନେ ଏହାର ତର୍ଜମା କରି ଟିକା ଭୁଲତ୍ରୁଟି ସୁଧାରିବା ଦରକାର।

ତେବେ ପ୍ରଶ୍ନ ହେଉଛି ଟିକାଟି କୋଭିଡକୁ ପୂର୍ଣ୍ଣରୂପେ ପ୍ରତିହତ କରିପାରୁ ନଥିବାବେଳେ ବିଭିନ୍ନ ଦେଶର ସରକାର ଏହାକୁ ପରୋକ୍ଷରେ ବାଧ୍ୟତାମୂଳକ କରିବା କେତେ ଠିକ? ସମସ୍ତଙ୍କ ପାଇଁ କ’ଣ ଟିକା ନିହାତି ଦରକାର? ବୈଜ୍ଞାନିକଙ୍କ ମତରେ ଟିକା ଆମ ଦେହରେ କୋଭିଡ ଆଣ୍ଟିବଡି ବା କୋଭିଡକୁ ହରାଇଲା ଭଳି ତତ୍ତ୍ୱ ତିଆରି କରିଥାଏ। ଏହି ତତ୍ତ୍ୱ ଦେହରେ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରି ତାକୁ ପରାସ୍ତ କରେ। ବହୁ ବୈଜ୍ଞାନିକଙ୍କ ମତରେ ଏଭଳି ଆଣ୍ଟିବଡି ପ୍ରାକୃତିକ ଉପାୟରେ ମଧ୍ୟ ଦେହକୁ ଆସିଥାଏ। ବିଶେଷକରି ନିର୍ଦ୍ଦିଷ୍ଟ କିସମର ଖାଦ୍ୟ ପଦାର୍ଥ, ଖରା ଓ ମୁକ୍ତ ଓ ନିର୍ମଳ ବାୟୁରୁ କୋଭିଡ଼ ବିରୋଧୀ ପୁଷ୍ଟି ଓ ତତ୍ତ୍ୱ ମଣିଷ ଦେହରେ ସୃଷ୍ଟି ହୋଇଥାଏ। ଏଇ ଯେମିତି କଅଁଳ ଖରାରୁ ମିଳୁଥିବା ଭିଟାମିନ୍‌-ଡି, କମଳା ଓ ଲେମ୍ବୁ ଆଦିରୁ ମିଳୁଥିବା ଭିଟାମିନ୍‌-ସି, ବାଦାମରୁ ମିଳୁଥିବା ଜିଙ୍କ୍‌ ଦେହରେ କୋଭିଡ ପ୍ରତିରୋଧୀ କ୍ଷମତା ବୃଦ୍ଧି କରିଥାଏ। ଠିକ ସେହିପରି ତୁଳସୀ, ପୁଦିନା, ଡାଲଚିନି, ଲବଙ୍ଗ, ଅଦା, ଶୁଣ୍ଠି ଆଦିରୁ ପ୍ରସ୍ତୁତ କାଢ଼ା ବି ମଣିଷ ଦେହରେ ସାର୍ସ-କୋଭ-୨କୁ ପରାସ୍ତ କରିପାରେ। ଏହା ବାଦ ଉଷୁମ ପାଣି ପିଇବା, ତଣ୍ଟିରେ ଉଷୁମ ପାଣି ଗର୍ଗଲିଂ କରିବା, ନିୟମିତ ବ୍ୟାୟାମ ବା ଶାରୀରିକ ପରିଶ୍ରମ କରିବା ଦ୍ୱାରା ମଧ୍ୟ କରୋନା ଭୂତାଣୁ ଶରୀରର କ୍ଷତି କରିପାରେ ନାହିଁ। ଏସବୁ କଥା ଭାରତ ସରକାରଙ୍କ ତରଫରୁ ବିଜ୍ଞାପନ ଆକାରରେ ପ୍ରକାଶ ପାଇଛି। ତଥାପି ଭାରତର ଅନେକ ରାଜ୍ୟ ସରକାର ଏସବୁ ଉପାୟର ପ୍ରଚାର ଓ ପ୍ରସାର ନକରି ଟିକାକୁ ଏକରକମ ବାଧ୍ୟତାମୂଳକ କରିଛନ୍ତି। ଏଇ ଯେମିତି ତାମିଲନାଡ଼ୁ ଓ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଟିକା ନେଇ ନଥିବା ଲୋକମାନେ ଘରର ଚାରି କାନ୍ଥ ଭିତରେ ଆବଦ୍ଧ ରହିବେ। ନୂଆଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସରକାରୀ କର୍ମଚାରୀମାନେ କାର୍ଯ୍ୟରେ ଯୋଗଦେବା ପାଇଁ ଟିକା ସାର୍ଟିଫିକେଟ ଦେଖେଇବେ, ମଧ୍ୟ ପ୍ରଦେଶ ସରକାର ଟିକା ନେଇ ନଥିବା ଲୋକଙ୍କୁ ଶସ୍ତା ଚାଉଳ ଆଦି ଦେବେ ନାହିଁ, ପଣ୍ଡଚେରୀ ସରକାରଙ୍କ ଅନୁସାରେ ସମସ୍ତେ ଟିକା ନେବାକୁ ବାଧ୍ୟ। ଓଡ଼ିଶାରେ ମଧ୍ୟ ଏପରି ଅନେକ ନିୟମ ହୋଇଛି। କେତେକ ବିଭାଗ ଓ ଜିଲ୍ଲାଧିକାରୀ ତ ଟିକା ନନେଲେ ଦରମା ମିଳିବ ନାହିଁ ବୋଲି ଆଦେଶ ଜାରି କରିଛନ୍ତି।

ଅଥଚ ଟିକାଟି ବାଧ୍ୟତାମୂଳକ ନୁହେଁ ବୋଲି ଖୋଦ ଭାରତ ସରକାର ସୁପ୍ରିମ କୋର୍ଟରେ ବୟାନ ରଖିଛନ୍ତି। ମିଳିତ ଜାତିସଂଘର ବ୍ୟବସ୍ଥା ଅନୁସାରେ ଜୋରଜବରଦସ୍ତି ଟିକାକରଣ ମାନବାଧିକାରର ଉଲ୍ଲଙ୍ଘନ। ଜୋରଜବରଦସ୍ତି ଟିକାକରଣ ବିରୋଧରେ ଭାରତର ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି ଭାରତ ସରକାରଙ୍କ ଟିକାକରଣ ଉପଦେଷ୍ଟା କମିଟିର ଜଣେ ପୂର୍ବତନ ସଦସ୍ୟ। ତାଙ୍କ ନାମ ହେଲା ଜ୍ୟାକବ ପୁଲାୟିଲି। ସେ ନେସନାଲ ଟେକ୍‌ନିକାଲ ଆଡ୍‌ଭାଇଜୋରି ଗ୍ରୁପ ଅନ୍‌ ଇମ୍ୟୁନାଇଜେସନର ଜଣେ ପୂର୍ବତନ ସଦସ୍ୟ। ତାଙ୍କ ପିଟିସର ଉତ୍ତର ଦେବାକୁ ଯାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ବା ସିଡିଏସସିଓଙ୍କ ତରଫରୁ ୨୯ ନଭେମ୍ବରରେ ସୁପ୍ରିମ କୋର୍ଟରେ ସ୍ପଷ୍ଟ କରିଦିଆଯାଇଛି ଯେ ଭାରତରେ ଟିକାକରଣ ବାଧ୍ୟତାମୂଳକ ନୁହେଁ। ଟିକା ସହିତ ଭାରତ ସରକାରଙ୍କର କୌଣସି ସେବା ଓ କାର୍ଯ୍ୟକ୍ରମର କିଛି ସଂପର୍କ ନାହିଁ।

ଠିକ ଏହିପରି କଥା କହିଛନ୍ତି ମିଳିତ ଜାତିସଂଘ ମାନବାଧିକାର କମିଶନର ମୁଖ୍ୟ ମିଶେଲେ ବାସାଲେଟ୍‌। ଡିସେମ୍ବର ୮ ତାରିଖ ଦିନ ସେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ବି ଜୋରଜବରଦସ୍ତ ଟିକାକରଣ ଠିକ ନୁହେଁ। ସେ କହିଛନ୍ତି, ଏନି ଭାକ୍ସିନ୍‌ ମାଣ୍ଡେଟ୍‌ ମଷ୍ଟ କମ୍ପ୍ଲାଇ ୱିଥ୍‌ ଦ ପ୍ରିନ୍ସିପ୍‌ଲ୍‌ ଅଫ୍‌ ଲିଗାଲିଟି, ନେସେସିଟି, ପ୍ରୋପୋର୍ସନାଲିଟି ଏଣ୍ଡ ନନ୍-ଡିଷ୍କ୍ରିମେସନ୍‌। ଇନ୍‌ ନୋ ସର୍କୁମଷ୍ଟାନ୍ସେସ ସୁଡ୍‌ ପିପୁଲ୍‌ ବି ଫୋର୍ସିବ୍‌ଲି ଆଡ଼ମିନିଷ୍ଟର୍‌ଡ ଏ ଭାକ୍ସିନ୍‌। ...ଦ ଆକ୍ଚୁଆଲ୍‌ ଭାକ୍ସିନ୍‌ ଏମ୍ପଲ୍‌ୟଡ୍‌ ମଷ୍ଟ ଅଲ୍‌ସୋ ବି ସଫିସିଏଣ୍ଟଲି ସେଫ୍‌ ଆଣ୍ଡ ଇଫେକ୍ଟିଭ୍‌ ସହ ଆଚିଭ୍‌ ଦ ପବ୍ଲିକ୍‌ ହେଲ୍‌ଥ ଏମ୍ସ। ଏହାର ଓଡ଼ିଆ ଅର୍ଥ ହେବ ଯେ ଆଇନ, ଆବଶ୍ୟକତା, ଆନୁପାତିକତା ଓ ବାଛବିଚାରହୀନତା ନୀତି ସହିତ ଟିକା ନିୟମ ଜାରି ହେବା ଉଚିତ। କୌଣସି ପରିସ୍ଥିତିରେ ବି ଲୋକଙ୍କୁ ଜୋରଜବରଦସ୍ତି ଭାବେ ଟିକା ଦିଆଯିବା ଉଚିତ ନୁହେଁ। ଟିକାଟି ମଧ୍ୟ ଯଥେଷ୍ଟ ମାତ୍ରାରେ ନିରାପଦ ଓ ଫଳପ୍ରସୂ ହେବା ଆବଶ୍ୟକ। ସର୍ବୋପରି ଗଣତନ୍ତ୍ରରେ ବ୍ୟକ୍ତିର ସ୍ୱାଧୀନତା ଓ ସ୍ୱତନ୍ତ୍ରତା। ସେଇ ଅଧିକାରରୁ ତାହାକୁ କେହି ବଞ୍ଚିତ କରିପାରିବେ ନାହିଁ। ଯଦି ଜଣେ ବା କୌଣସି ସମଷ୍ଟି ଟିକା ନେଇ ନଥିବାରୁ ଅନ୍ୟ ସମସ୍ତେ ବିପଦରେ ତେବେ ଟିକା ବାଧ୍ୟତାମୂଳକ ହେବା ଉଚିତ। କିନ୍ତୁ ଯେତେବେଳେ ଟିକା ନେଇଥିବା ଲୋକେ ବି ସଂକ୍ରମିତ ହେଇପାରୁଛନ୍ତି ଓ ଟିକା କମ୍ପାନୀର ପ୍ରଚାର ଅନୁଯାୟୀ ଟିକା ନେଲା ପରେ କୋଭିଡ ଆଉ ଗମ୍ଭୀର ହେବନି ତେବେ, ନେଇ ନଥିବା ଲୋକ ନନେଲେ ବି ତାହା ଟିକା ନେଇଥିବା ଲୋକଙ୍କ ପାଇଁ ଆଦୌ ବିପଜ୍ଜନକ ନୁହେଁ।

ଏବେ ପ୍ରଶ୍ନ ଉଠୁଛି, କୋଭିଡ ଟିକା କେତେ ନିରାପଦ ଓ ଫଳପ୍ରସୂ? ସାଙ୍ଗେସାଙ୍ଗେ ଏହାର କୌଣସି ପ୍ରତିକ୍ରିୟା ପ୍ରକାଶ ନପାଇପାରେ। କିନ୍ତୁ ଦୀର୍ଘକାଳୀନ ଭିତ୍ତିରେ ଯେ ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ, ଏଯାଏଁ କୌଣସି ବୈଜ୍ଞାନିକ ଏ ସାର୍ଟିଫିକେଟ ଦେଇନାହାନ୍ତି। ଏହା ଏଯାଏଁ ଫଳପ୍ରସୂ ବୋଲି କହିହେବନାହିଁ। କାରଣ ଏହା ନେଲା ପରେ ମଧ୍ୟ କୋଭିଡ ସଂକ୍ରମଣ ରୋକି ହୋଇନି। ଯିଏ ନେଉଛି ତାକୁ ଯଦି ହେଉଛି ତେବେ ଟିକା କି କାମ କଲା? ଆଉ ଯଦି କହିବା ଯେ ଟିକା କେବଳ କୋଭିଡର ଗମ୍ଭୀରତାକୁ କମାଇ ଦେଉଛି, ତେବେ ସେ କାମ ତ ଖରା, ଉଷୁମ ପାଣି, ଭିଟାମିନ୍‌ ଓ ଶାରୀରିକ ବ୍ୟାୟାମ କରିପାରୁଛନ୍ତି। ଏହି ପୃଷ୍ଠଭୂମିରେ ବିଚାର କରିବାର କଥା ଯେ ଟିକା କେଉଁମାନଙ୍କ ପାଇଁ ଅଧିକ ଜରୁରୀ ଓ କେଉଁମାନଙ୍କ ପାଇଁ ପ୍ରାୟ ଜରୁରୀ ନୁହେଁ। ଏହା ନିର୍ଣ୍ଣୟ କରି ଟିକା ଦିଆଯାଇଥିଲେ ହୁଏତ ଏଯାଏଁ କୋଭିଡ-ପ୍ରବଣ ସମସ୍ତ ଭାରତୀୟ ଓ ବିଶ୍ୱବାସୀଙ୍କୁ କୋଭିଡ ଟିକା ନେଇସାରନ୍ତେଣି। ବିଲବାଡ଼ିରେ ଖରା, କାକର, ବର୍ଷାରେ ନିୟମିତ କାମ କରୁଥିବା ଏବଂ ପ୍ରକୃତିରୁ ଅମଳ ହେଉଥିବା ନିର୍ଭେଜାଲ୍ ଖାଦ୍ୟ ଖାଉଥିବା ସବୁ ଲୋକଙ୍କୁ କ’ଣ ସତରେ ଟିକା ଦରକାର? କୋଭିଡର ପ୍ରଥମ ଲହରୀ ସମୟରେ କୁହାଯାଉଥିଲା, ପିଲାଙ୍କ ପ୍ରତି ଭୟ ନାହିଁ। କାରଣ ସେମାନଙ୍କ ଦେହରେ ପ୍ରତିରୋଧକ ଶକ୍ତି ଅଧିକ। ତଥାପି ସେମାନଙ୍କ ପାଇଁ ସ୍କୁଲ ବନ୍ଦ ରହିଲା। ଏବେ ପୁଣି କୁହାଗଲାଣି, ପିଲାଙ୍କ ପ୍ରତି ବି ଭୟ ଅଛି। ତେଣୁ ସେମାନଙ୍କୁ ମଧ୍ୟ ଟିକା ଦିଆଯିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ବୋଧହୁଏ ବିଶ୍ୱର ସବୁ ପିଲା ଓ ବୟସ୍କଙ୍କୁ ଟିକା ଦେଲା ପରେ ଯାଇଁ ଆଉ ଭାରିଆଣ୍ଟ ବାହାରିବେ ନାହିଁ ବା ଲହର ଆତଙ୍କ ବନ୍ଦ ହେବ। ଏ ଗ୍ୟାରେଣ୍ଟି ବି କେହି ଦେବେନାହିଁ। ଦେଉଥିଲେ, ଡବଲ୍‌ ଡୋଜ୍‌ ପରେ ବୁଷ୍ଟର ଶଟ୍‌ କଥା ଉଠନ୍ତା ନାହିଁ। ବୁଷ୍ଟର ପରେ ବୁଷ୍ଟର ଖଞ୍ଜା ଯାଆନ୍ତା ନାହିଁ। ପ୍ରତି ତିନି ମାସରେ ଟିକାର ସୁରକ୍ଷା ଶେଷ ହେବ ବୋଲି ଶୁଣାଯାଆନ୍ତା ନାହିଁ। ଏହା ପରେ ବି ଯଦି ଟିକା ଦିଆଯାଉଛି ଦିଆଯାଉ, କିନ୍ତୁ ତାହାକୁ ଟିକା ନକହି ଓଷଦ କୁହାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story