କଥା ଲୁଚେଇ ରଖି ପାରନ୍ତନି ମହିଳା! କାରଣ କ’ଣ ଜାଣିଛନ୍ତି କି?

କୁହାଯାଏ ମହିଳାଙ୍କ ପେଟରେ କୌଣସି କଥା ଅଧିକ ସମୟ ପର୍ଯ୍ୟନ୍ତ ରହେ ନାହିଁ। ତେଣୁ ମହିଳାଙ୍କୁ କୌଣସି ସିକ୍ରେଟ୍ କଥା ନ କହିବାକୁ ଅନେକ ଲୋକ ପରାମର୍ଶ ଦେଇ ଥାଆନ୍ତି। କୁହାଯାଏ ମହିଳାଙ୍କ ପେଟରେ କୌଣସି କଥା ଅଧିକ ସମୟ ଲୁଚି ନ ରହିବା ପଛରେ ରହିଛି ଯୁଧିଷ୍ଠିରଙ୍କ ଅଭିଶାପ। ଏ ସଂପର୍କିତ ତଥ୍ୟ ମହର୍ଷି ବେଦବ୍ୟାସଙ୍କ ମହାଭାରତରେ ରହିଛି। ମହାଭାରତରେ ଲେଖା ହୋଇଛି ଯେ ଧର୍ମରାଜ ଯୁଧିଷ୍ଠିର ପୂରା ନାରୀ ଜାତିକୁ ଅଭିଶାପ ଦେଇଥିଲେ ଯେ […]

mahila

mahila

Rakesh Mallick
  • Published: Monday, 17 July 2017
  • Updated: 17 July 2017, 03:40 PM IST

Sports

Latest News

କୁହାଯାଏ ମହିଳାଙ୍କ ପେଟରେ କୌଣସି କଥା ଅଧିକ ସମୟ ପର୍ଯ୍ୟନ୍ତ ରହେ ନାହିଁ। ତେଣୁ ମହିଳାଙ୍କୁ କୌଣସି ସିକ୍ରେଟ୍ କଥା ନ କହିବାକୁ ଅନେକ ଲୋକ ପରାମର୍ଶ ଦେଇ ଥାଆନ୍ତି। କୁହାଯାଏ ମହିଳାଙ୍କ ପେଟରେ କୌଣସି କଥା ଅଧିକ ସମୟ ଲୁଚି ନ ରହିବା ପଛରେ ରହିଛି ଯୁଧିଷ୍ଠିରଙ୍କ ଅଭିଶାପ। ଏ ସଂପର୍କିତ ତଥ୍ୟ ମହର୍ଷି ବେଦବ୍ୟାସଙ୍କ ମହାଭାରତରେ ରହିଛି। ମହାଭାରତରେ ଲେଖା ହୋଇଛି ଯେ ଧର୍ମରାଜ ଯୁଧିଷ୍ଠିର ପୂରା ନାରୀ ଜାତିକୁ ଅଭିଶାପ ଦେଇଥିଲେ ଯେ ସେମାନେ କୌଣସି କଥାକୁ ଲୁଚାଇ ରଖିପାରିବେ ନାହିଁ।

ମହାଭାରତରେ କର୍ଣ୍ଣଙ୍କୁ ଅର୍ଜୁନ ବଧ କରି ଥିଲେ। କର୍ଣ୍ଣ ନିହତ ହେବା ପରେ ମାତା କୁନ୍ତି ସ୍ୱୀକାର କରିଥିଲେ ଯେ ସେ ତାଙ୍କର ପୁତ୍ର ଥିଲେ। ବିବାହ ପୂର୍ବରୁ କୁନ୍ତି ସୂର୍ଯ୍ୟ ଦେବଙ୍କ ଠାରୁ କର୍ଣ୍ଣଙ୍କୁ ପାଇଥିଲେ। କିନ୍ତୁ ଲୋକଲଜ୍ୟା ଭୟରେ ସେ ତାଙ୍କୁ ତ୍ୟାଗ କରି ଥିଲେ।

ଯୁଧିଷ୍ଠିର ଯେତେବେଳେ ଜାଣିଲେ କର୍ଣ୍ଣ ସେମାନଙ୍କର ବଡ଼ ଭାଇ ଥିଲେ ସେ କୁନ୍ତିଙ୍କ ଉପରେ ଖୁବ୍ ରାଗି ଯାଇଥିଲେ। ଯୁଦ୍ଧ ପୂର୍ବରୁ ଏ ସଂପର୍କରେ କହି ଦେବା ଉଚିତ ହୋଇଥାଆନ୍ତା ବୋଲି ସେ ମାତା କୁନ୍ତିଙ୍କୁ କହିଥିଲେ। ଏ କଥା ଲୁଚାଇ ସେ ସେମାନଙ୍କୁ ଭାତୃହନ୍ତା ସଜାଇ ଦେଲେ ବୋଲି ଯୁଧିଷ୍ଠିର କହିଥିଲେ।

ଏହା ପରେ କ୍ରୋଧରେ ଯୁଧିଷ୍ଠିର ପୂରା ନାରୀ ଜାତିଙ୍କୁ ଅଭିଶାପ ଦେଇଥିଲେ ଓ କହିଥିଲେ ସେମାନେ କେବେ ବି କୌଣସି କଥା ଲୁଚାଇ ରଖି ପାରିବେ ନାହିଁ। ମନ ଯାହା ବି କଥା ଆସିବ କାହାକୁ ନା କାହାକୁ କହି ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos